Skip to main content

CONTROL AND COORDINATION (ନିୟନ୍ତ୍ରଣ ଓ ସମନ୍ଵୟ) SHORT NOTES (PART - 1)

ନିୟନ୍ତ୍ରଣ ଓ ସମନ୍ଵୟ 

ଉଦ୍ଭିଦରେ ନିୟନ୍ତ୍ରଣ ଓ ସମନ୍ଵୟ :-

1) ଉଭିଦରେ ନିୟନ୍ତ୍ରଣ ଓ ସମନ୍ବୟ ରକ୍ଷା ରାସାୟନିକ ପଦ୍ଧତିରେ ହୋଇଥାଏ। କିନ୍ତୁ ପ୍ରାଣୀମାନଙ୍କରେ ନିୟନ୍ତ୍ରଣ ତଥା ସମନ୍ଵୟ ରକ୍ଷା କରିବାରେ ଉଭୟ ରାସାୟନିକ ଓ ସ୍ନାୟବିକ ପଦ୍ଧତିର ଭୂମିକା ରହିଛି। 

2) ଉଭିଦ ଅଭିବୃଦ୍ଧି ଉଦ୍ଭିଦ କୋଷରେ ତିନୋଟି ସୋପାନ ଯଥା : କୋଷ ବିଭାଜନ, କୋଷ ପ୍ରସାରଣ ଓ କୋଷ ବିଭେଦନ ଦ୍ଵାରା ସମ୍ପନ୍ନ ହୁଏ |

3) ଉଭିଦରେ ଥିବା ହରମୋନ୍‌କୁ ଫାଇଟୋହରମୋନ୍ (Phytohormone) କୁହାଯାଏ। 

4) ଫାଇଟୋହରମୋନ୍  ମୁଖ୍ୟତଃ ପାଞ୍ଚ ପ୍ରକାରର, ଯଥା- ଅକ୍‌ସନ୍‌ (Auxin), ଜିବରେଲିନ୍ (Gibberellin), ସାଇଟୋକାଇନିନ୍ (Cytokinin), ଏଥିଲିନ୍ (Ethylene) ଏବଂ ଆବସିସିକ ଏସିଡ (Abscissic acid) ।

5) ଉଭିଦର ଫୁଲ ଧରିବା ପ୍ରକ୍ରିୟା (Flowering) ଆଲୋକର ଅବଧୂ ଉପରେ ନିର୍ଭର କରେ। ଏହାକୁ ଫଟୋପିରିୟଡ଼ିଜିମ୍ (Photoperiodism) କୁହାଯାଏ।

6) ଉଭିଦ ଯେତେବେଳେ ଦରକାର ମୁତାବକ ଆଲୋକାବଧ (Photoperiod) ପାଏ, ସେତେବେଳେ ତା’ର ପତ୍ରରେ ଫ୍ଲୋରିଜେନ୍ (Florigen) ନାମକ ଫୁଲଧାରଣ ସହାୟକ ହରମୋନ୍ ତିଆରି ହୁଏ।

7) ଫୁଲ ଧରିବା ପ୍ରକ୍ରିୟାରେ ଫ୍ଲୋରିଜେନ୍ (Florigen) ହରମୋନ୍ ସାହାଯ୍ୟ କରେ।

8) ଉଭିଦରେ ଫାଇଟୋକ୍ରୋମ୍ (Phytochrome) ନାମକ ଏକ ସ୍ଵତନ୍ତ୍ର ବର୍ଷକଣା (Pigment) ରହିଥାଏ।

9) ଫ୍ଲୋରିଜେନ୍ଫାଇଟୋକ୍ରୋମ୍ ଉଦ୍ଭଦର ଫୁଲ ଧରିବା ପ୍ରକ୍ରିୟାକୁ ନିୟନ୍ତ୍ରଣ କରନ୍ତି ।

10) ଫାଇଟୋହର୍‌ମୋନ୍ ମଧ୍ୟରୁ ଅକ୍‌ସନ, ଜିବରେଲିନ୍ ଓ ସାଇଟୋକାଇନିନ୍ ପ୍ରଭୃତି ବୃଦ୍ଧି ନିୟନ୍ତ୍ରଣ କରିଥାନ୍ତି |

11) ଜିବରେଲିନ୍, ଅକ୍ସିନ୍ ପରି ହରମୋନ ଶାଖା ଓ କାଣ୍ଡର ବୃଦ୍ଧିରେ ସହାୟକ ହୋଇଥାଏ।

12) ସାଇଟୋକାଇନିନ୍ କୋଷ ବିଭାଜନର ହାର ବୃଦ୍ଧି କରିଥାଏ।

13) ଫାଇଟୋହର୍‌ମୋନ୍ ମଧ୍ୟରୁ ଆବ୍‌ସିସିକ୍ ଏସିଡ୍ ଓ ଏଥିଲିନ୍ ବୃଦ୍ଧି ହ୍ରାସକ (Growth retardant) ହରମୋନ୍ ଅଟେ |

14) ଉଭିଦର ସବୁ ପ୍ରକାର ଚଳନ/ ଗତିକୁ ବାହ୍ୟ ଉଦ୍ଦୀପନା ପ୍ରଭାବିତ କରେ ଏବଂ ହରମୋନ୍ ମାଧ୍ୟମରେ ତାହାର ପରିପ୍ରକାଶ ହୁଏ |

15) ବାହ୍ୟ ଉଦ୍ଦୀପନା ପ୍ରଭାବରେ ଉଭିଦର ବୃଦ୍ଧିଜନିତ ଚଳନକୁ ଅନୁବର୍ତ୍ତନ  (Tropism) ବା ଅନୁବର୍ତ୍ତନୀୟ ଚଳନ (Tropic movement) କୁହାଯାଏ ।

16) ଆଲୋକ ପ୍ରଭାବରେ ଉଭିଦର ବୃଦ୍ଧିଜନିତ ଚଳନକୁ  ଆଲୋକାନୁବର୍ତ୍ତନ କୁହାଯାଏ |

17) ମାଧ୍ୟାକର୍ଷଣ ବଳ ପ୍ରଭାବରେ ଉଭିଦର ବୃଦ୍ଧିଜନିତ ଚଳନକୁ  ଜ୍ୟାନୁବର୍ତ୍ତନ ବା ମାଧ୍ୟାକର୍ଷଣ ଅନୁବର୍ତ୍ତନ (Geotropism) କୁହାଯାଏ |

18) ଉଭିଦର କାଣ୍ଡ ଆଲୋକ ଆଡ଼କୁ ଗତି କରିଥାଏ। ଏହାକୁ ଅନୁକୂଳ ଆଲୋକାନୁବର୍ତ୍ତନ (Positive phototropism) କୁହାଯାଏ। 

19) ଉଭିଦର ଚେର ଆଲୋକର ବିପରୀତ ଦିଗକୁ ଗତିକରେ ଅର୍ଥାତ୍ ଆଲୋକ ଠାରୁ ଦୂରରେ ରହେ । ଏହାକୁ ପ୍ରତିକୂଳ ଆଲୋକାନୁବର୍ତ୍ତନ (Negative phototropism) କୁହାଯାଏ ।

20) ଉଦ୍ଭିଦରେ ହରମୋନ କ୍ଷରଣ ସମ୍ପର୍କରେ ପରୀକ୍ଷଣ ପ୍ରଥମେ ଚାର୍ଲସ୍‌ ଡାରଉଇନ୍ (Charles Darwin) କରିଥିଲେ।

21) ମାଧ୍ୟାକର୍ଷଣ ବଳଯୋଗୁଁ ଉଭିଦର ଚେର ଓ ମୂଳ ପୃଥିବୀର କେନ୍ଦ୍ରଆଡ଼କୁ ଆକର୍ଷିତ ହୋଇଥାନ୍ତି । ଏହାକୁ ଅନୁକୂଳ କ୍ୟାନୁବର୍ତ୍ତନ (Positive geotropism) କୁହାଯାଏ । 

22) ଉଭିଦର କାଣ୍ଡ ପୃଥିବୀର କେନ୍ଦ୍ରର ବିପରୀତ ଦିଗକୁ ଗତିକରେ । ଏହାକୁ ପ୍ରତିକୂଳ ଜ୍ୟାନୁବର୍ଜନ (Negative geotropism) କୁହାଯାଏ।

23) କାଣ୍ଡର ଯେଉଁ ଅଂଶରେ ହରମୋନ୍‌ର ସାନ୍ଦ୍ରତା କମ୍ ହୁଏ ସେଠାରେ ବୃଦ୍ଧି କମ୍ ହୁଏ ଏବଂ ଯେଉଁ ଅଂଶରେ ସାନ୍ଦ୍ରତା ବେଶୀ ହୁଏ ସେଠାରେ ବୃଦ୍ଧି ଅଧିକ ହୁଏ କିନ୍ତୁ ମୂଳର ଯେଉଁ ଅଂଶରେ ହରମୋନ୍‌ର ସାନ୍ଦ୍ରତା କମ୍ ହୁଏ ସେଠାରେ ବୃଦ୍ଧି ଅଧିକ ହୁଏ ଏବଂ ଯେଉଁ ଅଂଶରେ ସାନ୍ଦ୍ରତା ବେଶୀ ହୁଏ ସେଠାରେ ବୃଦ୍ଧି ହ୍ରାସ ପାଏ । 

24) ଲାଜକୁଳୀ ଲତାର ଛୁଇଁଥିବା ସ୍ଥାନର କୋଷରୁ ଅନ୍ୟ ଗୋଟିଏ କୋଷକୁ ରସସ୍ପୀତି ଦ୍ବାରା ସମ୍ବାଦ ପ୍ରେରିତ ହୁଏ ।

25) ସ୍ପର୍ଶ ଜନିତ ବାହ୍ୟ ଉଦ୍ଦୀପନା ଯୋଗୁଁ ଉଭିଦ କୋଷରେ ଦ୍ରୁତ ରାସାୟନିକ ପରିବର୍ତ୍ତିତ ଗତିକୁ ଅନ୍ତର୍କୁଞ୍ଚନ ଗତି କୁହାଯାଏ ।


CLICK HERE FOR PART - 2


CLICK HERE FOR PART - 3