Skip to main content

CONTROL AND COORDINATION (ନିୟନ୍ତ୍ରଣ ଓ ସମନ୍ଵୟ) SHORT NOTES (PART - 3)

ନିୟନ୍ତ୍ରଣ ଓ ସମନ୍ବୟ 

ମନୁଷ୍ୟର ରାସାୟନିକ ସମନ୍ବୟ : - 


  1. ରାସାୟନିକ ପ୍ରକ୍ରିୟା ପରେ ଏନ୍‌ଜାଇମ୍ ରେ କୌଣସି ପରିବର୍ତ୍ତନ ହୁଏନାହିଁ । ତେଣୁ ଏହା ବାରମ୍ବାର ବ୍ୟବହାର ହୁଏ କିନ୍ତୁ ନିର୍ଦ୍ଦିଷ୍ଟ କାର୍ଯ୍ୟ ସରିବା ପରେ ହରମୋନ୍ ନଷ୍ଟ ହୋଇଯାଏ । ତେଣୁ ଏହା ଥରେ ମାତ୍ର କାର୍ଯ୍ୟକ୍ଷମ।
  2. ଏନଜାଇମ୍ ବହିଃସ୍ରାବୀ ଗ୍ରନ୍ଥିରୁ କ୍ଷରିତ ହୁଏ। 
  3. ହରମୋନ୍ ଅନ୍ତଃସ୍ରାବୀ ଗ୍ରନ୍ଥିରୁ କ୍ଷରିତ ହୁଏ।
  4. ସ୍ନାୟବିକ ପଦ୍ଧତିରେ ସ୍ନାୟୁକୋଷ ମାଧ୍ୟମରେ ଖବର ବିଦ୍ୟୁତ୍ ରାସାୟନିକ କ୍ରିୟା ଦ୍ଵାରା ସଂଚାରିତ ହୁଏ |
  5. ସ୍ନାୟୁତନ୍ତ୍ର ଓ ଅନ୍ତଃସ୍ରାବୀ ତନ୍ତ୍ର ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରନ୍ତି। ତେଣୁ ଏହାକୁ ‘‘ସ୍ନାୟୁ ଅନ୍ତଃସ୍ରାବୀ ତନ୍ତ୍ର’’ (Neuro-endocrine system) କୁହାଯାଏ।
  6. ହାଇପୋଥାଲାମସ୍‌ରୁ କ୍ଷରିତ ରିଲିଜିଙ୍ଗ୍ ହରମୋନ୍ (Releasing hormone) ଏବଂ ଇନ୍‌ହିବିଟିଙ୍ଗ୍ ହରମୋନ୍ (Inhibiting hormone) ପିଟୁଇଟାରି ଗ୍ରନ୍ଥିର କ୍ଷରଣ କ୍ଷମତାକୁ ନିୟନ୍ତ୍ରଣ କରନ୍ତି ।
  7. ପିଟୁଇଟାରି ଗ୍ରନ୍ଥି ହାଇପୋଥାଲାମସ୍ ସହିତ ଏକ ଛୋଟ ବୃନ୍ତ (Stalk) ସାହାଯ୍ୟରେ ଲାଗିରହିଥାଏ।
  8. ଗ୍ରୋଥ ହରମୋନ (Growth Hormone-GH) ଅଭାବରେ ବାମାନତା (Dwarfism) ଓ ଅଧିକତ୍ଵରେ ଅତିକାୟତ୍ଵ (Gigantism) ଦେଖାଯାଏ |
  9. ଶିଶୁ ପାଇଁ ସେଥୁରେ କ୍ଷୀର ତିଆରିକରିବାରେ ପ୍ରୋଲାକ୍ଟିନ୍ (Prolactin - PRL)  ର ଭୂମିକା ରହିଛି |
  10. ଫଲିକଲ ଷ୍ଟିମୁଲେଟିଙ୍ଗ୍ ହରମୋନ୍ (Follicle Stimulating Hormone - FSH) ଡିମ୍ବାଶୟ ପୁଟିକା (Ovarian follicle) ର ବୃଦ୍ଧି କରାଏ।
  11. ଲିଉଟି ନାଇଜିଙ୍ଗ୍ ହରମୋନ୍ (Luteinising Hormone - LH) ଡିମୋଦୟ (Ovulation) କରାଇ ଡିମ୍ବାଶୟରୁ ଡିମ୍ବାଣୁ ବାହାର କରିବାରେ ସହାୟକ ହୁଏ।
  12. ଥାଇରଏଡ୍ ଷ୍ଟିମୁଲେଟିଙ୍ଗ୍ ହରମୋନ୍ (Thyroid Stimulating Hormone - TSH) ଥାଇରଏଡ୍ ଗ୍ରନ୍ଥିରୁ ଥାଇରକ୍ସିନ୍ (Thyroxin) ହରମୋନ୍‌ କ୍ଷରଣକୁ ଏହା ନିୟନ୍ତ୍ରଣ କରେ |
  13. ଡ଼୍ରିର୍ନୋକର୍ଟିକୋଟ୍ରଫିକ ହରମୋନ୍ (Adrenocorticotrophic Hormone ACTH) ଏଡ୍ରିନାଲ୍ ଗ୍ରନ୍ଥିର କ୍ଷରଣ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ।
  14. ବାଛୁରୀ ଗାଈ ଚିରକୁ ଚୁଚୁମିଲେ ଗାଈର ପିଟୁଇଟାରିରୁ ଅକ୍‌ସିଟୋସିନ୍ ହରମୋନ୍ କ୍ଷରିତ ହୁଏ |
  15. ପ୍ରସବ ସମୟରେ ଗର୍ଭାଶୟର ସଂକୋଚନ ଅକ୍‌ସିଟୋସିନ୍‌ ପ୍ରଭାବରେ ହୋଇଥାଏ |
  16. ଭାସୋପ୍ରେସିନ୍‌ର ପ୍ରଭାବରୁ ବୃକ୍‌କର ମୂତ୍ରଜନ ନଳିକାରୁ ଜଳ ପୁନଃଶୋଷିତ ହୁଏ ।
  17. ଭାସୋପ୍ରେସିନ୍‌ର ଅଭାବରେ ଡାଇବେଟିସ୍ ଇନ୍‌ସିପିଡସ୍ (Diabetes insipidus) ବା ବହୁମୂତ୍ର ରୋଗ ହୋଇଥାଏ |
  18. ଭାସୋପ୍ରେସିନ୍‌ର ଅନ୍ୟ ନାମ ଏକ୍ସିଡାଇୟୁରେଟିକ ହରମୋନ୍।
  19. ଡାଇବେଟିସ୍ ଇନ୍‌ସିପିଡସ୍ (Diabetes insipidus) ବା ବହୁମୂତ୍ର ରୋଗରେ ପୀଡ଼ିତ ଗୋଟିଏ ଦିନରେ ପାଖାପାଖୁ 20 ଲିଟର ପର୍ଯ୍ୟନ୍ତ ପରିସ୍ରା କରେ।
  20. ପିନିଆଲ୍ ଗ୍ରନ୍ଥି ଅଗ୍ରମସ୍ତିଷ୍କର ଛାତରେ ରହିଛି।
  21. ପିନିଆଲ୍ ଗ୍ରନ୍ଥିର ଓଜନ ମାତ୍ର 150 ମିଲିଗ୍ରାମ। 
  22. ପିନିଆଲ୍ ଗ୍ରନ୍ଥିରୁ ମେଲାଟୋନିନ୍ (Melatonin) ନାମକ ହରମୋନ୍‌ କ୍ଷରିତ ହୁଏ।
  23. ପିନିଆଲ୍ ଗ୍ରନ୍ଥିକୁ ଜୈବିକ ଘଡି’ (Biological clock) କୁହାଯାଏ |
  24. ଥାଇରଏଡ୍ ଗ୍ରନ୍ଥି ବେକର ତଳ ଭାଗରେ, ଶ୍ଵାସନଳୀର ଉଭୟ ପଟରେ ଠିକ ସ୍ଵରପେଟିକାର ପଛକୁ ରହିଛି।
  25. ଥାଇରଏଡ୍ ଗ୍ରନ୍ଥିରୁ  ଥାଇରକ୍‌ସିନ୍ ହର୍‌ମୋନ୍‌ କ୍ଷରିତ ହୁଏ।
  26. ଥାଇରକ୍‌ସିନ୍ ହର୍‌ମୋନ୍‌ ଶରୀରର ବିଭିନ୍ନ କୋଷର ଅମ୍ଳଜାନ ବିନିଯୋଗ କ୍ଷମତା ବଢ଼ାଏ।
  27. ଥାଇରକ୍‌ସିନ୍ ହର୍‌ମୋନ୍‌ ବେଙ୍ଗଫୁଲାର ରୂପାନ୍ତରଣ (Metamorphosis) ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରେ।
  28. ଥାଇରଏଡ୍ ଗ୍ରନ୍ଥି ଉପରେ 4 ଟି ପାରାଥାଇରଏଡ୍ ଗ୍ରନ୍ଥି ରହିଛି।
  29. ପାରାଥାଇରଏଡ୍ ଗ୍ରନ୍ଥିରୁ ପାରାଥୋରମୋନ୍ (Parathormone) କ୍ଷରିତ ହୁଏ।
  30. ପାରାଥୋରମୋନ୍ ରକ୍ତରେ କ୍ୟାଲ୍‌ସିୟମ୍‌ ଓ ଫସ୍‌ଫରସ୍ ପରିମାଣ ସ୍ଥିର ରଖିବାରେ ସାହାଯ୍ୟ କରେ।
  31. ଏଡ୍ରିନାଲ ଗ୍ରନ୍ଥିରୁ  ଏଡ୍ରିନାଲିନ୍ (Adrenaline) ହରମୋନ୍‌ କ୍ଷରିତ ହୁଏ।
  32. ଆକସ୍ମିକ ଆଘାତ, ଭୟ, ଅବଶ ଓ ଉତ୍ତେଜିତ ଅବସ୍ଥାରେ ଏଡ୍ରିନାଲିନ୍ (Adrenaline) ହରମୋନ୍‌ କ୍ଷରିତ ହୁଏ।
  33. ଏଡ୍ରିନାଲ ଗ୍ରନ୍ଥକୁ ‘ଆପଦକାଳୀନ ଗ୍ରନ୍ଥି’ (Emergency gland) କୁହାଯାଏ।
  34. ଆମ ଶରୀରରେ ପାକସ୍ଥଳୀର ଠିକ୍ ତଳକୁ ଗ୍ରହଣୀଫାସ (Duodenal loop) ମଧ୍ୟରେ ଗୋଟିଏ ଅଗ୍ନ୍ୟାଶୟ ରହିଛି।
  35. ଅଗ୍ନ୍ୟାଶୟକୁ  ଏକ ମିଶ୍ରିତ ଗ୍ରନ୍ଥି (Mixed gland) କୁହାଯାଏ କାରଣ ଏଥୁରୁ ଉଭୟ ଏନ୍‌ଜାଇମ୍ ଓ ହରମୋନ୍ କ୍ଷରିତ ହୋଇଥାଏ |
  36. ଅଗ୍ନ୍ୟାଶୟର ହରମୋନ କ୍ଷରଣ କରୁଥିବା ଅଂଶକୁ ଆଇଲେଟ୍‌ସ୍ ଅଫ୍ ଲାଙ୍ଗରହାନ୍‌ସ୍ (Islets of Langcrhans) କୁହାଯାଏ।
  37. ଅଗ୍ନ୍ୟାଶୟର ଆଇଲେଟ୍‌ସ୍ ଅଫ୍ ଲାଙ୍ଗରହାନ୍‌ସ୍ (Islets of Langcrhans)ରେ ଆଲ୍‌ଫା-କୋଷ (a-cells), ବିଟା-କୋଷ (B-cells) ଓ ଡେଲ୍‌ କୋଷ (a-cells) ପରି ସ୍ରାବୀକୋଷ (Secretory cells) ମାନ ରହିଛି।
  38. ଆଲଫା-କୋଷରୁ ଗ୍ଲୁକାଗନ୍ (Glucagon), ବିଟା-କୋଷରୁ ଇନ୍‌ସୁଲିନ୍‌ (Insulin) ଓ ଡେଲଟା-କୋଷରୁ ସୋମାଟୋଷ୍ଟାଟିନ୍ (Somatostatin) ହରମୋନ୍‌ କ୍ଷରିତ ହୁଏ।
  39. ଇନ୍‌ସୁଲିନ୍ ଶରୀରରେ ଶର୍କରା (Glucose) ପରିମାଣ ସ୍ଥିର ରଖେ।
  40. ଇନ୍‌ସୁଲିନ୍‌ର ଅଭାବରେ ରକ୍ତରେ ଶର୍କରା ପରିମାଣ ବଢ଼ି ମଧୁମେହ ରୋଗ (ଡାଇବେଟିସ୍ ମେଲିଟସ୍) ହୁଏ।
  41. ଆମ ଶରୀରର ଶୁକ୍ରାଶୟ ଥଳି (Scrotal sac) ମଧ୍ୟରେ ଦୁଇଟି ଶୁକ୍ରାଶୟ (Testis, plural - Testes) ରହିଛି ।
  42. ଶୁକ୍ରାଶୟ ମଧ୍ୟରେ ଥିବା ଲେଡ଼ିଗ୍‌ କୋଷ (Leydig cells)ରୁ ଟେଷ୍ଟୋଷ୍ଟିରନ୍ କ୍ଷରିତ ହୁଏ
  43. ଟେଷ୍ଟୋଷ୍ଟିରନ୍ ହରମୋନ୍‌ ପ୍ରଭାବରେ ବାଳକ ଶରୀରରେ ପୁରୁଷ ଗୌଣ ଲିଙ୍ଗୀୟ ଲକ୍ଷଣ (Male secondary sexual character) ମାନ ଦେଖାଯାଏ | 
  44. ଟେଷ୍ଟୋଷ୍ଟିରନ୍ ଶୁକ୍ରାଣୁ ଉତ୍ପତ୍ତି (Spermatogenesis)ରେ ମଧ୍ୟ ସହାୟକ ହୁଏ। 
  45. ଟେଷ୍ଟୋଷ୍ଟିରନ୍ ହରମୋନ୍‌ର ଅଭାବରେ ନପୁଂସକତା ଦେଖାଯାଏ ।
  46. ସ୍ତ୍ରୀ ଶରୀର ଉଦର ଗହ୍ଵରର ନିମ୍ନ ଅଂଶରେ ଏକ ଯୋଡ଼ା ଡିମ୍ବାଶୟ ରହିଛି।
  47. ଡିମ୍ବାଶୟରୁ ଇଷ୍ଟ୍ରୋଜେନ୍ (Tstrogen) ଓ ପ୍ରୋଜେଷ୍ଟିରନ୍ (Progesterone) ହର୍‌ମୋନ କ୍ଷରିତ ହୁଏ।
  48. ଇଷ୍ଟ୍ରୋଜେନ୍ ହରମୋନ୍‌ର ପ୍ରଭାବରେ ବାଳିକାମାନଙ୍କ ଶରୀରରେ ସ୍ତ୍ରୀ-ଗୌଣ ଲିଙ୍ଗୀୟ ଲକ୍ଷଣମାନ ଦେଖାଯାଏ।
  49. ପ୍ରୋଜେଷ୍ଟିରନ୍ ହରମୋନକୁ '' ଗର୍ଭାବସ୍ଥାର ହରମୋନ୍’’ କୁହାଯାଏ।
  50. ପ୍ରୋଜେଷ୍ଟିରନ୍ ହରମୋନ୍ ଡିମୋଦୟ ପରେ ଡିମ୍ବାଶୟରୁ କ୍ଷରିତ ହୁଏ।
  51. ଭୂଣବନ୍ଧ ମାଆ ଓ ଗର୍ଭାଶୟସ୍ଥ ଶିଶୁ ମଧ୍ୟରେ ଥିବା ଏକ ଜୈବ ସଂଯୋଗ। 
  52. ଭୂଣବନ୍ଧ ଏକ ସାମୟିକ ଅନ୍ତଃସ୍ରାବୀ ଗ୍ରନ୍ଥି।
  53. ଭୂଣବନ୍ଧରୁ ହ୍ୟୁମାନ୍ କୋରିଓନିକ୍ ଗୋନାଡୋଟ୍ରପିକ୍ ହରମୋନ୍ (Human Chorionic Gonadotropin (HCG) Hormone) କ୍ଷାରିତ ହୋଇଥାଏ |
  54. ହ୍ୟୁମାନ୍ କୋରିଓନିକ୍ ଗୋନାଡୋଟ୍ରପିକ୍ ହରମୋନ୍ (Human Chorionic Gonadotropin (HCG) Hormone)ର ଉପସ୍ଥିତି ମହିଳା ଗର୍ଭଧାରଣର ସୂଚନା ଦିଏ |
  55. ଗର୍ଭବତୀ ମହିଳାଙ୍କର ମୂତ୍ର ସହିତ ମିଶି ହ୍ୟୁମାନ୍ କୋରିଓନିକ୍ ଗୋନାଡୋଟ୍ରପିକ୍ ହରମୋନ୍ ଶରୀର ବାହାରକୁ ଆସେ।
  56. ଆମ ଶରୀରର ବାହ୍ୟ ପରିବେଶ ସବୁବେଳେ ବଦଳୁ ଥିଲେ ମଧ୍ୟ ସମସ୍ଥିତି ବ୍ୟବସ୍ଥା ଦ୍ବାରା ଶରୀରର ଅନ୍ତ ପରିବେଶ ସବୁ ସମୟରେ ବଜାୟ ରହିଥାଏ | 

 


CLICK HERE FOR PART - 1


CLICK HERE FOR PART - 2


ଗ୍ରୋଥ 

ପିଟୁଇ

ହା

ସ୍ନାୟୁ


ହର

ର ଗଠ