Skip to main content

CONTROL AND COORDINATION (ନିୟନ୍ତ୍ରଣ ଓ ସମନ୍ଵୟ) SHORT NOTES (PART - 2)

 ନିୟନ୍ତ୍ରଣ ଓ ସମନ୍ଵୟ

ମଣିଷ ମଣିଷର ସ୍ନାୟୁ ତନ୍ତ୍ର  : -

  1.    ଆମର ସ୍ନାୟୁ ଓ ସଂବେଦକ  ଅଙ୍ଗକୁ ନେଇ ସ୍ନାୟୁତନ୍ତ୍ର (nervous system) ଗଠିତ |
  2. ଖାଦ୍ୟ ଗ୍ରହଣ ପ୍ରାଣୀ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ, କିନ୍ତୁ ଅଖାଦ୍ୟକୁ ଚିହ୍ନିବା ତା’ଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ | ସେଥିପାଇଁ ଜୈବିକ ବିବର୍ତ୍ତନରେ ସ୍ନାୟୁତନ୍ତ୍ରର ମୁଖ୍ୟ ଅଙ୍ଗ ସବୁ ପ୍ରାଣୀର ପାଟି ପାଖାପାଖି ରହିଛି |
  3. ଭ୍ରୂଣ ଅବସ୍ଥାରେ ମସ୍ତିଷ୍କ ତିନୋଟି ପ୍ରମୁଖ ଭାଗରେ ବିଭକ୍ତ ଯଥା  - ଅଗ୍ରମସ୍ତିଷ୍କ , ମଧ୍ୟମସ୍ତିଷ୍କ ଓ ପଶ୍ଚମସ୍ତିଷ୍କ | 
  4. କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ମସ୍ତିଷ୍କ ଓ ସୁଷୁମ୍ନା କାଣ୍ଡକୁ ନେଇ ଗଠିତ ।   
  5. ମସ୍ତିଷ୍କ ଏକ ଶକ୍ତ ଖପୁରି (Skull) ଭିତରେ ସୁରକ୍ଷିତ ହୋଇ ରହିଛି। 
  6. ମସ୍ତିଷ୍କ ଉପରେ ଥିବା ବାହ୍ୟ ଆବରଣକୁ ମେନିଞ୍ଜେସ୍ (Meninges) କୁହାଯାଏ।
  7. ମସ୍ତିଷ୍କ ଭିତର ଫମ୍ପା ଅଂଶଗୁଡ଼ିକୁ ମସ୍ତିଷ୍କର ନିଳୟ (Ventricles of brain) କୁହାଯାଏ।
  8. ମସ୍ତିଷ୍କ ଚାରିପଟେ ଏବଂ ଏହାର ନିଳୟ ଭିତରେ ଥିବା ତରଳ ପଦାର୍ଥକୁ ମସ୍ତିଷ୍କ-ମେରୁ ରସ ବା ସେରିବ୍ରୋସ୍ପାଇନାଲ୍ ଦ୍ରବ (Cerebrospinal fluid) କୁହାଯାଏ | 
  9. ମସ୍ତିଷ୍କ-ମେରୁ ରସ ବା ସେରିବ୍ରୋସ୍ପାଇନାଲ୍ ଦ୍ରବ ମସ୍ତିଷ୍କକୁ ବାୟୁମଣ୍ଡଳର ଚାପରୁ ରକ୍ଷାକରେ,ଏଥିସହିତ ଏହା ମଧ୍ୟଦେଇ ମସ୍ତିଷ୍କ ଖାଦ୍ୟ ଓ ଅମ୍ଳଜାନ ପାଏ ଏବଂ ମସ୍ତିଷ୍କରୁ ନିର୍ଗତ ବର୍ଜ୍ୟବସ୍ତୁ ଏହା ବାଟଦେଇ ନିଷ୍କାସିତ ହୁଏ। 
  10. ଗୋଟିଏ ନବଜାତ ଶିଶୁର ମସ୍ତିଷ୍କର ଓଜନ ପ୍ରାୟ 400 ଗ୍ରାମ୍ ହୋଇଥିବା ବେଳେ ଜଣେ ବୟଃପ୍ରାପ୍ତ ବ୍ୟକ୍ତିର ମସ୍ତିଷ୍କ ଓଜନ ପ୍ରାୟ 1500 ଗ୍ରାମ୍ ଅଟେ । 
  11. ପ୍ରତି ମିନିଟ୍‌ରେ ମସ୍ତିଷ୍କ ମଧ୍ୟକୁ ପ୍ରାୟ 750 ମିଲି ଲି. ରକ୍ତ ପ୍ରବାହିତ ହୁଏ।
  12. ମନୁଷ୍ୟରେ ଘ୍ରାଣପାଳି ଅଗ୍ରମସ୍ତିଷ୍କରେ ରହିଛି | 
  13. ପ୍ରମସ୍ତିଷ୍କ ମସ୍ତିଷ୍କର ସବୁଠାରୁ ବଡ଼ ଅଂଶ |
  14. ପ୍ରମସ୍ତିଷ୍କର ଉପରି ଭାଗ ବହୁଳଭାବେ ଭାଙ୍ଗଯୁକ୍ତ। ଆମର ସ୍ମରଣ ଶକ୍ତି ଏହି ଭାଙ୍ଗ ଉପରେ ନିର୍ଭର କରିଥାଏ ।
  15. କୌଣସି ଘଟନା ବିଷୟରେ ଶୁଣି, ଭାବି, କଥା ମାଧ୍ୟମରେ ମନର ଆବେଗ ପ୍ରକାଶ କରିବା କାର୍ଯ୍ୟ ପ୍ରମସ୍ତିଷ୍କ ନିୟନ୍ତ୍ରଣ କରେ।
  16. ମଧ୍ୟମସ୍ତିଷ୍କର ଉପର ଦୁଇଟି ପିଣ୍ଡ, ଦୃଷ୍ଟି ସମନ୍ଧୀୟ ପ୍ରତିକ୍ଷେପ (Vision reflex)କୁ ନିୟନ୍ତ୍ରଣ କରୁଥିବା ବେଳେ ନିମ୍ନଭାଗର ଦଇଟି ପିଣ୍ଡ ଶରୀରର ଶ୍ରବଣ ସମ୍ବନ୍ଧୀୟ ପ୍ରତିକ୍ଷେପ (Auditory reflex) କୁ ନିୟନ୍ତ୍ରଣ କରେ ।
  17. ଅନୁମସ୍ତିଷ୍କ ମସ୍ତିଷ୍କର ଦ୍ଵିତୀୟ ବୃହତ୍ତମ ଭାଗ।
  18. ଅନୁମସ୍ତିଷ୍କ ଶରୀରର ସନ୍ତୁଳନ (Balance) ଭାରସାମ୍ୟ (Equilibrium) ରକ୍ଷାକରେ।
  19. ସୁଷୁମ୍ନାଶୀର୍ଷ ଅନୁମସ୍ତିଷ୍କର ପଛକୁ ରହିଛି।
  20. ସୁଷୁମ୍ନାଶୀର୍ଷକ ଖାଦ୍ୟ ଗିଳିବା ପରି କାର୍ଯ୍ୟକୁ ନିୟନ୍ତ୍ରଣ କରେ।
  21. ସୁଷୁମ୍ନାଶୀର୍ଷକ କ୍ରମଶଃ ସରୁ ହୋଇ ଖପୁରିର ମହାରନ୍ଧ୍ର (Foramen magnum) ବାଟଦେଇ ବାହାରି ସୁଷୁମ୍ନାକାଣ୍ଡରେ ପରିଣତ ହୋଇଛି।
  22. ସୁଷୁମ୍ନାକାଣ୍ଡ ମେରୁଦଣ୍ଡ ହାଡ଼ ଭିତରେ ସୁରକ୍ଷିତ ହୋଇ ରହିଛି।
  23. ସୁଷୁମ୍ନାକାଣ୍ଡର ଲମ୍ବ ପ୍ରାୟ 45 ସେମି
  24. ମସ୍ତିଷ୍କପରି ସୁଷୁମ୍ନାକାଣ୍ଡ ମଧ୍ୟ ମେନିଞ୍ଜେସ୍ ଦ୍ଵାରା ଆବୃତ ଏବଂ ଏହାର ଭିତରେ ଓ ବାହାରେ ସେରିବ୍ରୋସ୍ପାଇନାଲ ରସ ପ୍ରବାହିତ।
  25. କରୋଟି ସ୍ନାୟୁ (Cranial nerve), ସୁଷୁମ୍ନା ସ୍ନାୟୁ (Spinal nerve) ଓ ସେମାନଙ୍କର ଶାଖା, ପ୍ରଶାଖାକୁ ନେଇ ପ୍ରାନ୍ତୀୟ ସ୍ନାୟୁତନ୍ତ୍ର ଗଠିତ।
  26. ମଣିଷଠାରେ 12 ଯୋଡ଼ା କରୋଟି ସ୍ନାୟୁ ଓ 31 ଯୋଡ଼ା ସୁଷୁମ୍ନା ସ୍ନାୟୁ ରହିଛି ।
  27. ଗ୍ରାହୀଅଙ୍ଗ (Receptor organ) ରୁ ଆବେଗ ସଂଗ୍ରହ କରୁଥିବା ସ୍ନାୟୁମାନଙ୍କୁ ସଂଜ୍ଞାବହ ବା ସେନ୍ସରୀ ସ୍ନାୟୁ (Sensory nerve) କୁହାଯାଏ।
  28. ମସ୍ତିଷ୍କ ଓ ସୁଷୁମ୍ନାକାଣ୍ଡରୁ ଆଦେଶ ନେଇ ପେଶୀ (Muscle) ବା ଗ୍ରନ୍ଥି (Gland) ନିକଟରେ ପହଞ୍ଚାଉଥିବା ସ୍ନାୟୁମାନଙ୍କୁ ଆଜ୍ଞାବହ ବା ମୋଟର୍ ସ୍ନାୟୁ (Motor nerve) କୁହାଯାଏ।
  29. ମସ୍ତିଷ୍କର ନିର୍ଦ୍ଦେଶରେ ପରିଚାଳିତ ଏହି କାମଗୁଡ଼ିକୁ ଐଚ୍ଛିକ କ୍ରିୟା (Voluntary action) କୁହାଯାଏ।
  30. ଶରୀର ମଧ୍ୟରେ ଆପଣାଛାଏଁ ସମ୍ପାଦିତ ହେଉଥିବା ଏହି ସବୁ କ୍ରିୟାକୁ ଅନୈଚ୍ଛିକ କ୍ରିୟା (Involuntary action) କୁହାଯାଏ ।
  31. ସବୁ ପ୍ରକାର ଅନୈଚ୍ଛିକ କ୍ରିୟା ସ୍ଵୟଂକ୍ରିୟ ସ୍ନାୟୁତନ୍ତ୍ର ଦ୍ଵାରା ପରିଚାଳିତ।
  32. ସ୍ନାୟୁ କୋଷ ଆମ ସ୍ନାୟୁତନ୍ତ୍ରର ଗାଠନିକ (Structural) ଏବଂ କ୍ରିୟାମକ (Functional) ଏକକ ।
  33. ସ୍ନାୟୁକୋଷର ନ୍ୟଷ୍ଟି ଥିବା ଅଂଶକୁ ସେଲବଡ଼ି (Cell body) କୁହାଯାଏ।
  34. ସ୍ନାୟୁକୋଷର ଶାଖାୟିତ ତନ୍ତୁକୁ ଡେଡ୍ରାଇଟ୍‌ (Dendrite) କୁହାଯାଏ।
  35. ସେଲବଡ଼ିର ଯେଉଁ ସ୍ଥାନରୁ ଆକସନ ବାହାରିଥାଏ, ସେହି ସ୍ଥାନକୁ ଆକସନ୍ ହିଲକ (Axon hillock) କୁହାଯାଏ ।
  36. ଆକସନ୍‌ର ଶେଷଭାଗ ବିଭାଜିତ ହୋଇ ଟେଲୋଡେନ୍‌ଡ୍ରିଆ (Telodendria) ସୃଷ୍ଟି ହୋଇଥାଏ ।
  37. ଟେଲୋଡେନ୍‌ଡ୍ରିଆର ଅଗ୍ରଭାଗ ସ୍ମିତ ହୋଇ ଏଣ୍ଡ ନବ୍ (End knob) ତିଆରି ହୋଇଥାଏ ।
  38. ଏଣ୍ଡ ନବ୍ ରେ ଥିବା ସିନାପଟିକ ଭେସିକିଲ (Synaptic vesicle) ମଧ୍ୟରେ ଏସିଟିଲିନ୍‌କୋଲିନ୍ ପରି ନ୍ୟୁରୋଟ୍ରାଡ୍‌ମିଟର (Neurotransmitter) ରହିଥାଏ ।
  39. ଆକ୍‌ସନ୍ ମଧ୍ୟରେ ରହିଥିବା କୋଷଜୀବକକୁ ଆକ୍‌ସୋପ୍ଲାଜମ୍ (axoplasm) କୁହାଯାଏ ଏବଂ ଏହାର କୋଷଝିଲ୍ଲୀକୁ ଆକ୍‌ସୋଲେମା (axolemma) କୁହାଯାଏ |
  40. ସ୍ନାୟୁ କୋଷ ଆମ ଶରୀରର ଦୀର୍ଘତମ କୋଷ ।
  41. ଗୋଟିଏ ସ୍ନାୟୁ କୋଷରେ ଥିବା ଆକସନ୍‌ର ଶାଖାଯୁକ୍ତ ଶେଷଭାଗ ନିକଟବର୍ତୀ ଅନ୍ୟ ସ୍ନାୟୁକୋଷର ଡେଡ୍ରାଇଟ୍‌ଗୁଡ଼ିକର ଅତି ନିକଟରେ ଥାଏ। ଏହି ସଂଯୋଗ ସ୍ଥାନକୁ ସିନାପ୍‌ସ୍ (Synapse) କୁହାଯାଏ |
  42. ସ୍ନାୟୁ କୋଷରେ ସେଣ୍ଟ୍ରୋଜୋମ୍ (Centrosome) ନଥିବାରୁ  ପରିପକ୍ଵ ସ୍ନାୟୁ କୋଷର ବିଭାଜନ ହୁଏ ନାହିଁ ।
  43. ସିଟିଲ୍‌କୋଲିନ୍ (Acctylcholine) ଏକ ସ୍ନାୟବିକ ସଞ୍ଚାରକ (Neurotransmitter)
  44. ମସ୍ତିଷ୍କ ବା ସୁଷୁମ୍ନାକାଣ୍ଡ ଦ୍ଵାରା ପରିଚାଳିତ ସ୍ଵତଃସ୍ଫୁର୍ଭ (Spontaneous) ଓ ସ୍ଵତଃପ୍ରବୃତ୍ତ (Automatic) ପ୍ରକ୍ରିୟାକୁ ପ୍ରତିକ୍ଷେପ କ୍ରିୟା କୁହାଯାଏ।
  45. ସରଳ ପ୍ରତିକ୍ଷେପ କ୍ରିୟାରେ ମାତ୍ର ଗୋଟିଏ ସେନ୍ସରୀ ସ୍ନାୟୁ ଓ ଗୋଟିଏ ମୋଟର ସ୍ନାୟୁ ସଂଶ୍ଳିଷ୍ଟ ଥିବାରୁ ଏହାକୁ ଏକକ ସିନାପ୍‌ଟିକ୍ ପ୍ରତିକ୍ଷେପ (Monosynaptic reflex) କୁହାଯାଏ।
  46. ଶରୀରରେ ସେନ୍ସରୀ ସ୍ନାୟୁ, ସୁଷୁମ୍ନାକାଣ୍ଡ ଓ ମୋଟର ସ୍ନାୟୁର ଅବସ୍ଥିତି ଏକ ଜ୍ୟାମିତିକ ଚାପ (Arc) ଆକାରରେ ଥିବାରୁ ଏହାକୁ ପ୍ରତିକ୍ଷେପ ଚାପ (Reflex arc) କୁହାଯାଏ |
  47. ଇଭାନ୍ ପି. ପାଭଲୋଭ (Ivan P. Pavlov) ନାମକ ଜଣେ ରୁଷ୍ ବୈଜ୍ଞାନିକ ପ୍ରତିକ୍ଷେପ କ୍ରିୟା ଉପରେ ଗବେଷଣା କରିଥିଲେ।
  48. ପଚନ କ୍ରିୟା ସମ୍ପର୍କିତ ଅବଦାନ ପାଇଁ 1904 ମସିହାରେ ଇଭାନ୍ ପି. ପାଭଲୋଭ (Ivan P. Pavlov) ନୋବେଲ୍ ପୁରସ୍କାର ପାଇଥିଲେ।
  49. ଲାଳ କ୍ଷରଣ ସ୍ନାୟୁତନ୍ତ୍ରର ପ୍ରତିକ୍ଷେପ କ୍ରିୟା ଦ୍ବାରା ପରିଚାଳିତ।