Skip to main content

ନାଭିକୀୟ ଶକ୍ତି (Nuclear energy) | ଶକ୍ତିର ଉତ୍ସ | Class 10 Science Odia Notes

 

ନାଭିକୀୟ ଶକ୍ତି (Nuclear energy)

q  ନାଭିକୀୟ ବିଭାଜନ ଦ୍ୱାରା ୟୁରାନିୟମ, ପ୍ଲାଟିନୀୟମ ବା ଥୋରିୟମ ପରି କୌଣସି ଗୁରୁ ପରମାଣୁ (Heavy atom)ର ନାଭିକୀୟ ବିଭାଜନ ଘଟିଲେ ଏହା ଲଘୁ ନାଭିକ (Lighter nucleus) ରେ ପରିଣତ ହୁଏ । ଏହି ପ୍ରକ୍ରିୟାରେ ପ୍ରଚୁର ଶକ୍ତି ନିର୍ଗତ ହୁଏ । ଏହାକୁ ନାଭିକୀୟ ଶକ୍ତି କୁହାଯାଏ ।

q  ଏକ ୟୁରାନିୟମ ପରମାଣୁର ବିଭାଜନରେ ଯେତେ ଶକ୍ତି ଜାତ ହୁଏ ତାହା କୋଇଲାରେ ଥିବା ଏକ କାର୍ବନ ପରମାଣୁର ଦହନରୁ ଜାତ ଶକ୍ତି ଠାରୁ ପ୍ରାୟ 10 ନିୟୁତ ଗୁଣ ଅଧିକ ।

q  ଏହି ନାଭିକୀୟ ପ୍ରକ୍ରିୟାରେ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଏ ।

q  ନାଭିକୀୟ ବିଜ୍ଞାନରେ ଶକ୍ତି ev (electron volt) ଏକକ ଦ୍ୱାରା ନିର୍ଦ୍ଧାରଣ କରାଯାଏ ।

q  1 ev = 1.602 × 10-19    Joules

q  ଆମ ଦେଶର ତାରାପୁର (ମହାରାଷ୍ଟ୍ର), ରାଣାପ୍ରତାପ ସାଗର (ରାଜସ୍ଥାନ), କଳ୍ପକମ (ତାମିଲନାଡୁ), ନାରୋରା (ଉତ୍ତରପ୍ରଦେଶ), କାକ୍ରାପୁର (ଗୁଜୁରାଟ), କୌଗା (କର୍ଣାଟକ) ଆଦି ସ୍ଥାନମାନଙ୍କରେ ନାଭିକୀୟ ଶକ୍ତିରୁ ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଉଛି ।

     q ଅନେକ ବିଭବଶାଳୀ ଦେଶରେ ଏହି ଉପାୟରେ ଉତ୍ପାଦିତ ବିଦ୍ୟୁତଶକ୍ତି ସମସ୍ତ ଉତ୍ପାଦିତ ବିଦ୍ୟୁତଶକ୍ତିର 30% ରୁ            ଅଧିକ କିନ୍ତୁ ଭାରତର ଉତ୍ପାଦିତ ଶକ୍ତି 3% ରୁ କମ ।