Skip to main content

ଜଳ ଶକ୍ତି (Hydro Energy) | ଶକ୍ତିର ଉତ୍ସ | Class 10 Science Odia Notes

 

ଜଳ ଶକ୍ତି (Hydro Energy)

ବାୟୁ ପରି ଜଳରୁ ମଧ୍ୟ ଶକ୍ତି ଉତ୍ପାଦନ କରି ବ୍ୟବହାର କରାଯାଇପାରୁଛି । ଏହାକୁ ଜଳ ଶକ୍ତି କୁହାଯାଏ । ଜଳ ଶକ୍ତିକୁ ଆମେ ବିଭିନ୍ନ ଉପାୟରେ ବ୍ୟବହାର କରୁ ଯଥା :-

ଜୁଆର ଶକ୍ତି (Tidal energy): -

v   ଚନ୍ଦ୍ରର ମାଧ୍ୟାକର୍ଷଣ ପ୍ରଭାବ ଯୋଗୁଁ ସମୁଦ୍ରରେ ଜୁଆର ସୃଷ୍ଟି ହୋଇଥାଏ ।

v 1961 ମସିହାରେ ଫରାସୀ ବୈଜ୍ଞାନିକମାନେ ଦେଖିଲେ ଯେ ରାନସ ନଦୀ ମୁହାଣରେ ଜୁଆର ଓ ଭଟ୍ଟା ମଧ୍ୟରେ ଜଳପତ୍ତନର ଉଚ୍ଚତା ପ୍ରାୟ 14 ମିଟର ପାର୍ଥକ୍ୟ ରହେ । ଦିନକ ମଧ୍ୟରେ ଦୁଇଥର ଜୁଆର ଓ ଭଟ୍ଟା ହୋଇଥାଏ । ସେହି ଜୁଆରକୁ ବ୍ୟବହାର କରି ବିଦ୍ୟୁତ ଶକ୍ତି ଉତ୍ପାଦନ କରିଥିଲେ ।

v  ଜୁଆର ଶକ୍ତି ସଂଗ୍ରହ ପାଇଁ ନଦୀ ମୁହାଣରେ ପ୍ରାୟ 20 କି.ମି. ଲମ୍ବର ଜଳାଶୟ ନିର୍ମାଣ କରାଯାଇ ସେଥିରେ ସ୍ଲୁଇସ୍ ଗେଟ (Sluice gate) ଲଗାଯାଏ ।

v  ଉଚ୍ଚ ଜୁଆର ସମୟରେ ସେହି ଗେଟକୁ ଖୋଲି ଦିଆଯାଏ । ଜଳାଶୟ ମଧ୍ୟକୁ ଜଳ ପ୍ରବେଶ କଲାପରେ ଗେଟ ବନ୍ଦ କରାଯାଏ ।

v   ପରେ ଉଚ୍ଚ ପତ୍ତନରୁ ଜଳକୁ ନିୟନ୍ତ୍ରିତ ଭାବେ ସମୁଦ୍ରକୁ ଖଲାସ କରାଯାଏ ।

v  ଏହି ଖଲାସ ହେଉଥିବା ଜଳସ୍ରୋତରେ ଟରବାଇନ୍ ଚଳାଇ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଏ ।

     ଆମ ଦେଶରେ ବମ୍ବେ ଉପସାଗର, କଚ୍ଛ ଉପସାଗର ଓ ପଶ୍ଚିମବଂଗର ହୁଗୁଳି ନଦୀ ମୁହାଣରେ ଏହିପରି ବ୍ୟବସ୍ଥା ଅଛି ।

ଢେଉ ଶକ୍ତି (Wave energy): -

ସମୁଦ୍ର ଉପରିଭାଗରେ ପ୍ରବଳ ବାୟୁପ୍ରବାହରୁ ଢେଉର ସୃଷ୍ଟି । ଏହି ଢେଉ ଶକ୍ତିକୁ ସଂଗ୍ରହ କରି ଟରବାଇନ ଚଳାଇ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଉଛି ।  


ଜଳ ବିଦ୍ୟୁତ ଶକ୍ତି :-

q  ନଦୀବନ୍ଧ ଯୋଜନା ଦ୍ୱାରା ନଦୀରେ ବନ୍ଧ ପକାଇ ଏକ ବୃହତ ଜଳଭଣ୍ଡାର ସୃଷ୍ଟି କରାଯାଏ ।

q   ପରେ ଜଳକୁ ଉଚ୍ଚପତ୍ତନରୁ ନିମ୍ନ ପତ୍ତନକୁ ପ୍ରବଳ ବେଗରେ ଛଡ଼ାଯାଏ

q  ସେଥିରୁ ଜାତ ହେଉଥିବା ଜଳସ୍ରୋତ ଶକ୍ତି ଟରବାଇନ ଘୁରାଇବାରେ ବ୍ୟବହୃତ ହୁଏ ।

q  ଟରବାଇନ ସହ ସଂଯୁକ୍ତ ଜେନେରେଟରର ଆର୍ମେଚର ଘୂରିବା ଦ୍ଵାରା ବିଦ୍ୟୁତ ଶକ୍ତି ଉତ୍ପାଦନ ହୁଏ ।

q  1948 ମସିହାରେ ଭାରତ ସରକାର ଜଳବିଦ୍ୟୁତ ଯୋଗାଣ ଆଇନ ପ୍ରଣୟନ କରିଛନ୍ତି ।

q  ଆମ ରାଜ୍ୟରେ ହୀରାକୁଦ, ମାଛକୁଣ୍ଡ, ବାଲିମେଳା, ରେଙ୍ଗାଲି, ଉପର କୋଲାବ, ଉପର ଇନ୍ଦ୍ରାବତୀ ଆଦି ଜଳବିଦ୍ୟୁତ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି ।      

ସାମୁଦ୍ରିକ ତାପଜଶକ୍ତି (Ocean thermal energy): -

Ø  ସାଗର ବା ମହାସାଗର ପୃଷ୍ଠଭାଗ ଜଳ ସୂର୍ଯ୍ୟତାପରେ ଉତ୍ତପ୍ତ ହୁଏ କିନ୍ତୁ ଅତି ଗଭୀରରେ ଥିବା ଜଳ ଅପେକ୍ଷାକୃତ ଥଣ୍ଡା ଥାଏ ।

Ø  ତାପମାତ୍ରାର ଏହି ତାରତମ୍ୟକୁ ସାମୁଦ୍ରିକ ତାପଜ ଶକ୍ତି ରୂପାନ୍ତରଣ କେନ୍ଦ୍ର (Ocean Thermal Energy Conversion Power Plant) ମାନଙ୍କରେ ତାପଜ ଶକ୍ତିରେ ରୂପାନ୍ତରଣ କରାଯାଏ ।

Ø  ଏହି ପ୍ରକାର ଶକ୍ତିକୁ ସାମୁଦ୍ରିକ ତାପଜ ଶକ୍ତି କୁହାଯାଏ । 

Ø  ସମୁଦ୍ରର ପୃଷ୍ଠଭାଗ ଜଳ ଓ 2 କି.ମି. ଗଭୀର ଜଳ ମଧ୍ୟରେ ତାପମାତ୍ରାର ପାର୍ଥକ୍ୟ 20°C ବା 293°K ହେଲେ, ରୂପାନ୍ତରଣ ପାୱାର ପ୍ଳାଣ୍ଟ କାର୍ଯ୍ୟକ୍ଷମ ହୋଇଥାଏ ।

Ø  ପୃଷ୍ଠଭାଗର ତାପ ତରଳ ଏମୋନିଆ ଓ କ୍ଲୋରୋଫ୍ଲୋରୋକାର୍ବନ (CFC) କୁ ବାଷ୍ପୀଭୂତ କରିବାରେ ବ୍ୟବହୃତ ହୁଏ ।

Ø  ପରେ ଏହି ବାଷ୍ପ ଜେନେରେଟରର ଟରବାଇନ ଘୂରାଇବାରେ ସାହାଯ୍ୟ କରେ ।

Ø  ଅତି ଗଭୀରରେ ଥିବା ଥଣ୍ଡା ଜଳକୁ ପମ୍ପ ସାହାଯ୍ୟରେ ଉପରକୁ ଉଠାଯାଇ ବାଷ୍ପାକୁ ଥଣ୍ଡାକରି ପୁଣି ତରଳ ଅବସ୍ଥାକୁ ଅଣାଯାଏ ।