Skip to main content

ଭୂତାପଜ ଶକ୍ତି (Geothermal Energy) | ଶକ୍ତିର ଉତ୍ସ | Class 10 Science Odia Notes


 ଭୂତାପଜ ଶକ୍ତି (Geothermal Energy)

q  ଭୂ ଆଭ୍ୟନ୍ତରରେ ଥିବା ତାପଶକ୍ତିକୁ କେତେକ ନିର୍ଦ୍ଧିଷ୍ଟ ପ୍ରକ୍ରିୟା ଦ୍ୱାରା ନିୟନ୍ତ୍ରଣ କରି ବ୍ୟବହାର ଉପଯୋଗୀ କରାଯାଇ ପାରୁଛି । ଏହି ତାପ ଶକ୍ତିକୁ ଭୂତାପଜ ଶକ୍ତି କୁହାଯାଏ ।

q କେତେକ ଅଞ୍ଚଳରେ ଭୂଭାଗରେ ପରିବର୍ତ୍ତନ ମାଗ୍ମାକୁ ଉପରକୁ ଠେଲିଦିଏ , ଫଳରେ ଏହା ଭୂପୃଷ୍ଠର କିଛି ଗଭୀରତାରେ ରହିଯାଏ ।

q  ଏହି ସ୍ଥାନଗୁଡ଼ିକୁ “ଉତ୍ତପ୍ତ ସ୍ଥାନ” କୁହାଯାଏ, ଯାହା ଭୂତାପଜ ଶକ୍ତିର ଉତ୍ସଭଳି କାର୍ଯ୍ୟ କରେ ।

q  ଭୂତଳ ଜଳ ଏହି ଉତ୍ତପ୍ତ ସ୍ଥାନ ସଂସ୍ପର୍ଶରେ ଆସି ବାଷ୍ପରେ ପରିଣତ ହୁଏ । ସ୍ଥାନେ ସ୍ଥାନେ ଏହି ଉତ୍ତପ୍ତ ଜଳ ଫାଟ ପାଇ ଭୂପୃଷ୍ଠକୁ ଚାଳିଆସେ ଏହାକୁ ଉଷ୍ମ ପ୍ରସବଣ (Hot spring) କୁହାଯାଇଥାଏ ।

q  ଶିଳା ଖଣ୍ଡ ମଧ୍ୟରେ ରହି ଏହି ବାଷ୍ପ ଉଚ୍ଚ ଚାପ ସୃଷ୍ଟିକରେ ।

q ଏହି ସ୍ଥାନକୁ ପାଇପ ଭର୍ତ୍ତି କରି ଏହି ବାଷ୍ପକୁ ସଂଗ୍ରହ କରାଯାଏ । ଅତ୍ୟଧିକ ଚାପରେ ଥିବା ଏହି ଜଳୀୟବାଷ୍ପ ଜେନେରେଟର ଟରବାଇନ ଘୂରାଏ ଏବଂ ସେଥିରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଏ ।

q  ଏହା ପରବେଶ ପ୍ରଦୂଷଣ କରେ ନାହିଁ ।

q  ନିଉଜଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ପ୍ରକାର ଶକ୍ତିର ବହୁଳ ବ୍ୟବହାର କରାଯାଉଛି ।

     q  ଆମ ଦେଶର ମଧ୍ୟପ୍ରଦେଶରେ ଭୂତାପଜ ଶକ୍ତିର ଉପଯୋଗ କରାଯାଉଛି ।