ଜୈବଶକ୍ତି(Bioenergy)
କାଠ, ଗାବର, ପରିବାଚୋପା, ଆବର୍ଜନା ଓ
କେତେକ କୃଷିଜାତ ଜୈବ ଆବର୍ଜନାରୁ ମିଳୁଥିବା ଶକ୍ତିକୁ 'ଜୈବ ଶକ୍ତି ‘ କୁହାଯାଏ।
ଜୈବ ଶକ୍ତି ଜୈବ ପଦାର୍ଥରେ ନିହିତ ଥାଏ ।
ଜୈବ ପଦାର୍ଥକୁ ସାଧାରଣତଃ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ
ଯଥା –
1)
ନୂତନ ଉଦ୍ଭିଦ :-
ବିଭିନ୍ନ ବୃକ୍ଷ, ଶଶ୍ୟ, ଶୈବାଳ ଇତ୍ୟାଦି ।
2)
ଅବଶେଷ :- କୁଟା, କୁଣ୍ଡା, ଆଖୁଖଦା, ପତ୍ର, ଖୋଳପା, ବକଳ, ଚେର ଇତ୍ୟାଦି ।
3)
ଆବର୍ଜନା :-
ଅପଘଟନ ଯୋଗ୍ୟ ଆବର୍ଜନା, ମଳ, ନାଳ ନର୍ଦ୍ଦମାର ଅଳିଆ, କାରଖାନାର ଜୈବ ଆବର୍ଜନା, ଗୋବର ଇତ୍ୟାଦି ।
ଦହନ, ତାପ ଅପଘଟନ, ଗ୍ୟାସୀକରଣ ଓ ତରଳୀକରଣ ପ୍ରଣାଳୀରେ ଜୈବ ପଦାର୍ଥରୁ ଜୈବ ଶକ୍ତି ଉତ୍ପାଦନ କରାଯାଏ ।
ଜୈବ ଗ୍ୟାସ :-
ଅମ୍ଳଜାନ ଅନୁପସ୍ଥିତିରେ ଜୈବ ପଦାର୍ଥ ବିଘଟନ ଦ୍ୱାରା ନିର୍ଗତ ଗ୍ୟାସର
ମିଶ୍ରଣକୁ ଜୈବ ଗ୍ୟାସ କୁହାଯାଏ ।
ବିଶେଷତଃ ଗୋବରରୁ ଏହି ଗ୍ୟାସ ମିଳୁଥିବାରୁ ଏହାକୁ ଗୋବର ଗ୍ୟାସ
କୁହାଯାଏ ।
ଗୋବର ଓ ବିଭିନ୍ନ ଆବର୍ଜନାରୁ ଉତ୍ପାଦିତ ଗ୍ୟାସ ହେଉଛି ମିଥେନ ।
ଆମ ଦେଶରେ ପ୍ରାୟ 30 କୋଟି ଗୋରୁ ଓ ମଇଁଷି ଆଦି ଅଛନ୍ତି । ସେମାନଙ୍କ
ଗୋବରରୁ ପ୍ରାୟ ଶତକଡା 30 ଭାଗ ଜାଳେଣି ମିଳିଥାଏ ଏବଂ ଶତକଡା 34 ଭାଗ ଜାଳେଣି କୃଷିଜାତ
ଅବଶେଷରୁ ମିଳେ ।
ଦେଶରେ ଥିବା ଗୋରୁ ଓ ମଇଁଷିମାନଙ୍କଠାରୁ ବର୍ଷକୁ ପ୍ରାୟ 90 କୋଟି ଟନ
ଗୋବର ମିଳେ ।
ସେଥିପାଇଁ ଗୋବରରୁ ଉତ୍କୃଷ୍ଟ ଉପାୟରେ ଶକ୍ତି ଉତ୍ପାଦନ ପାଇଁ ଗୋବର ଗ୍ୟାସ ପ୍ଳାଣ୍ଟ ନିର୍ମାଣ କରାଯାଉଛି ।
ଗୋବର ଗ୍ୟାସ ପ୍ଲାଣ୍ଟ
ଗୋବର ଗ୍ୟାସ ପ୍ଲାଣ୍ଟରେ ନିମ୍ନଲିଖିତ ଅଂଶ ରହିଥାଏ :-
v
ପ୍ରବେଶ ପାତ୍ର
:- ଗାବର ଓ ପାଣି 4:5 ଆୟତନ ଅନୁପାତରେ ମିଶାଇ ଭଲ ଭାବରେ ଫେଣ୍ଟି ମଣ୍ଡ ପ୍ରସ୍ତୁତ କରାଯାଏ।
ଏହି ମିଶ୍ରଣ ଏକ ନଳ ଭିତର ଦେଇ ଆପେ ଆପେ ଡାଇଜେଷ୍ଟର
କୂପ କୁଚାଲିଯାଏ।
v
ଡାଇଜେଷ୍ଟର କୂପ
:- ଏହାର ଚାରିକାନ୍ଥ ଇଟା ଓ ସିମେଣ୍ଟରେ ତିଆରି। ଏହାର ପ୍ରାୟ ଏକ ତୃତୀୟାଂଶ ଭୂମିର ଉପରକୁ ଓ
ଦୁଇ ତୃତୀୟାଂଶ ଭୂମିଠାରୁ ତଳକୁ ଥାଏ । ଗୋବର ଓ
ପାଣିର ମିଶ୍ରଣ ଏଠାରେ ଜମା ହୁଏ ।
v
ଧାତୁନିର୍ମିତ ଡୋମ୍
:- ଏହି କୂପକୁ ସମ୍ପୂର୍ଣ ରୂପେ ଘୋଡାଇ ବାୟୁରୋଧୀ କରାଯାଏ। ଅମ୍ଳଜାନ ଅନୁପସ୍ଥିତିରେ
ବଢିପାରୁଥିବା ମିଥାନୋଜେନ (Methanogen)
ଓ ଅନ୍ୟାନ୍ୟ ବ୍ୟାକ୍ଟେରିଆ ଏହି ମିଶ୍ରଣରୁ କିଣ୍ୱନ (Fermentation) ଦ୍ୱାରା ମିଥେନ, କାର୍ବନ ଡ଼ାଇଅକସାଇଡ, ହାଇଡ୍ରୋଜେନ, ହାଇଡ୍ରୋଜେନ ସଲଫାଇଡ୍ ଗ୍ୟାସ ଉତ୍ପନ୍ନ କରନ୍ତି।
ଏଥିରେ ମିଥେନ ଗ୍ୟାସ ଶତକଡା ପ୍ରାୟ 65-75 ଭାଗ ଥାଏ ।
v
ନିର୍ଗମନଳୀ :- ଏହି ଧାତବ ନଳୀ ବାଟ ଦେଇ ଗ୍ୟାସ ରୋଷେଇ
ଘର ଚୁଲାକୁ ଯାଏ । ନିୟନ୍ତ୍ରିତ ଚାପରେ ଏହାକୁ ଜଳାଇବାର ବ୍ୟବସ୍ଥା ହୋଇଥାଏ ।
ଉପକାରିତା :-
Ø
ଶୁଖିଲା ଗୋବର
ଠାରୁ ପ୍ରାୟ 6 ଗୁଣ ଅଧିକ ଦକ୍ଷ ।
Ø
ଧୂମ ବିହୀନ
ହୋଇଥିବାରୁ ଚକ୍ଷୁ ବା ଶ୍ଵାସ ସମ୍ପର୍କିତ ରୋଗ ହେବାର ଆଶଙ୍କା ନଥାଏ ।
Ø
ଗୋବର ବ୍ୟବହାର
ହୋଇଯାଉଥିବାରୁ ପରିବେଶ ପ୍ରଦୂଷଣ ହେବାର ଆଶଙ୍କା ନଥାଏ ।
Ø
ଗୋବରକୁ ସିଧାସଳଖ
ଖତ କଲେ ଶତକଡା 50 ଭାଗ ନଷ୍ଟ ହୁଏ ମାତ୍ର ଗୋବର ଗ୍ୟାସ ବାହାର କଲାପରେ ଖଡକୁ ଖତ କଲେ ଶତକଡା 25
ଭାଗ ନଷ୍ଟ ହୁଏ ।
Ø ଗୋବର ଖଦାର ଦୁର୍ଗନ୍ଧ ନଥାଏ ଓ ଏହା ମାଟିରେ ଭଲଭାବେ ମିଶିପାରେ ।