Skip to main content

ସୂର୍ଯ୍ୟ ସକଳ ଶକ୍ତିର ଆଧାର || ଶକ୍ତିର ଉତ୍ସ (Sources of Energy) || Class X || Notes

 

ସୂର୍ଯ୍ୟ ସକଳ ଶକ୍ତିର ଆଧାର

v  ପୃଥିବୀ ପୃଷ୍ଠାରେ ଯେତେ ପ୍ରକାର ଶକ୍ତି ଉପଲବ୍ଧ, ସେଗୁଡିକର ମୂଳ ଉତ୍ସ ହେଉଛି ସୂର୍ଯ୍ୟ ।

v  ଜଳସ୍ରୋତ ଓ ବାୟୁ ସ୍ରୋତଠାରୁ ଆରମ୍ଭ କରି ବୃକ୍ଷଲତାଦିରେ ଥିବା ଜୈବ ରାସାୟନିକ ଶକ୍ତି , ଜୀବାଶ୍ମ ଶକ୍ତି ଆଦି ସମସ୍ତ ଶକ୍ତି ସୌର ଶକ୍ତିରୁ ହିଁ ସୃଷ୍ଟ । ଜଳସ୍ରୋତ ସାଧାରଣତଃ ସୂର୍ଯ୍ୟ କିରଣ ପ୍ରଭାବରେ ଉତ୍ପନ୍ନ ହେଉଥିବା ବୃଷ୍ଟିପାତ ଯୋଗୁଁ ସମ୍ଭବ ହୋଇଥାଏ ।

v  ସୂର୍ଯ୍ୟକିରଣ ପ୍ରଭାବରେ ବାୟୁମଣ୍ଡଳର ବିଭିନ୍ନ ସ୍ଥାନ ସମାନ ଭାବେ ଉତ୍ତପ୍ତ ହେଉନଥିବାରୁ ବାୟୁ ଚାପରେ ପାର୍ଥକ୍ୟ ରହେ । ଏହାହିଁ ବାୟୁସ୍ରୋତ ସୃଷ୍ଟି କରିଥାଏ ।

vଜଳସ୍ରୋତରେ ଉପଲବ୍ଧ ଗତିଜ ଶକ୍ତିକୁ ଆମ୍ଭେମାନେ ଡଙ୍ଗା , ବୋଇତ ଇତ୍ୟାଦି ଚଳାଇବାରେ ବିନିଯୋଗ କରିଥାଉ ।

v ବାୟୁସ୍ରୋତକୁ ବ୍ୟବହାର କରି ପବନ ଚକ୍ରି ଠାରୁ ଆରମ୍ଭ କରି ପାଲଟଣା ବୋଇତ ପ୍ରଭୃତି ଚଳାଇବା ସମ୍ଭବ ହୋଇଥାଏ ।

v ବୃକ୍ଷଲତାରେ ଥିବା ଜୈବରାସାୟନିକ ଶକ୍ତି ସେମାନେ ଆଲୋକଶ୍ଳେଷଣ ପଦ୍ଧତିରେ ସୂର୍ଯ୍ୟାଲୋକରୁ ଲାଭ କରିଥାନ୍ତି ।

v  ଏହି ଜୈବରାସାୟନିକ ଶକ୍ତି ଖାଦ୍ୟ – ଖାଦକ ଶୃଙ୍ଖଳରେ ଅନ୍ୟାନ୍ୟ ଜୀବମାନଙ୍କ ପାଖକୁ ଯାଇଥାଏ ।

v  ଜଙ୍ଗଲପୂର୍ଣ୍ଣ ଭୂଖଣ୍ଡ ଓ ଜୀବଜନ୍ତୁ ମାଟିତଳେ ପୋତିହୋଇ ଗଲେ କାଳକ୍ରମେ ଅତ୍ୟଧିକ ଚାପ ଓ ତାପ ଯୋଗୁଁ ତାହା କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସରେ ରୂପାନ୍ତରିତ ହୋଇଥାଏ ।

v  ଏହି ଜୀବାଶ୍ମ ଜାଳେଣି ଏବଂ ସେଗୁଡିକ ବ୍ୟବହାର କରି ଆମେ ତାପ ଶକ୍ତି, ବିଦ୍ୟୁତ ଶକ୍ତି, ଯାନ୍ତ୍ରିକ ଶକ୍ତି ଆଦି ପାଇଥାଉ ।

v  ଏ ସବୁକୁ ବିଚାର କଲେ ସ୍ପଷ୍ଟ ହୁଏ ଯେ ସୂର୍ଯ୍ୟ ସକଳ ଶକ୍ତିର ଆଧାର ଏବଂ ଅସରନ୍ତି ଶକ୍ତିର ଉତ୍ସ ।