ଶକ୍ତିର ପ୍ରକାରଭେଦ :-
q
ଶକ୍ତି ସୃଷ୍ଟି
କରିହୁଏ ନାହିଁ ବା ନଷ୍ଟ କରିହୁଏ ନାହିଁ । ଏକ ପ୍ରକାରର ଶକ୍ତି ଅନ୍ୟ ଏକ ପ୍ରକାର ଶକ୍ତିକୁ
ରୂପାନ୍ତରିତ ହୋଇଥାଏ ।
q
କାର୍ଯ୍ୟ
କରିବାବେଳେ ବ୍ୟବହୃତ ଶକ୍ତି ରୂପାନ୍ତରିତ ହୁଏ ଏବଂ ବ୍ୟବହାର ପରେ ରୂପାନ୍ତରିତ ଶକ୍ତିକୁ ତାହାର
ପୂର୍ବବର୍ତ୍ତୀ ରୂପକୁ ଫେରାଯାଇ ପାରେ ନାହିଁ ।
ଉତ୍ତମ ଶକ୍ତି ଉତ୍ସ :-
(କ) ପ୍ରତି ଘନଫଳ ବା ବସ୍ତୁତ୍ଵ ପ୍ରତି ଅଧିକ କାର୍ଯ୍ୟ କରିପାରେ ।
(ଖ) ସହଜରେ ଉପଲବ୍ଧ
ହୋଇପାରେ ।
(ଗ) ସହଜରେ ସଂରକ୍ଷଣ କରାଯାଇପାରେ ।
(ଘ) ସର୍ବୋପରି କମ ବ୍ୟୟସାପେକ୍ଷ ହୋଇଥାଏ ।
ଲଭ୍ୟତା ଦୃଷ୍ଟିରୁ ଶକ୍ତି ଉତ୍ସକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ ଯଥା
–
- ନବୀକରଣ ଯୋଗ୍ୟ (Renewable source of Energy)
- ନବୀକରଣ ଅଯୋଗ୍ୟ (Non-Renewable source of Energy)
ନବୀକରଣ ଯୋଗ୍ୟ (Renewable source of Energy): -
- ଏହି ପ୍ରକାର ଶକ୍ତି ଉତ୍ସରୁ ଶକ୍ତି ବ୍ୟବହାର କଲାପରେ
ପୁନର୍ବାର ସେହି ଉତ୍ସ ସୃଷ୍ଟି କରିହୁଏ ବା ପ୍ରାକୃତିକ ଉପାୟରେ ସେ ସମସ୍ତ ଶକ୍ତି ଉତ୍ସରୁ
ବାରମ୍ବାର ଶକ୍ତି ମିଳିଥାଏ ।
- ଏହି ପ୍ରକାର ଶକ୍ତି ଉତ୍ସଗୁଡିକ ପ୍ରାୟ ଅସରନ୍ତି ଏବଂ ସେଗୁଡିକ
ପ୍ରଚୁର ପରିମାଣରେ ଶକ୍ତି ଗଚ୍ଛିତ ଥାଏ ।
- ଉଦାହରଣ ସୌରଶକ୍ତି (Solar energy)
ପବନ ଶକ୍ତି (Wind energy)
ଜଳ ଶକ୍ତି (Hydro energy)
ସାମୁଦ୍ରିକ ତାପଜଶକ୍ତି (Ocean thermal energy )
ଭୂତାପଜ
ଶକ୍ତି (Geothermal energy)
ନାଭିକୀୟ
ଶକ୍ତି (Nuclear energy)
ଜୈବଶକ୍ତି
(Bioenergy)
ନବୀକରଣ-ଅଯୋଗ୍ୟ ଶକ୍ତି ଉତ୍ସ :
- ଏହି ପ୍ରକାର ଶକ୍ତି ଉତ୍ସର ପରିମାଣ ସୀମିତ ।
- ଏହି ଶକ୍ତି ଉତ୍ସଗୁଡ଼ିକର ନବୀକରଣ ସମ୍ଭବପର ନୁହେଁ, ଅବିରତ ବ୍ୟବହାର କରିବା ଦ୍ଵାରା ସେଗୁଡ଼ିକ ସମୟକ୍ରମେ ଶେଷ ହୋଇଯାଏ ।
- ଉଦାହରଣ : କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଇତ୍ୟାଦି ।