Skip to main content

ଲିଙ୍ଗ ନିର୍ଦ୍ଧାରଣ(Sex Determination) || ବଂଶାନୁକ୍ରମ ଓ ବିବର୍ତ୍ତନ (Heredity & Evolution) || Class 10 Science Odia Notes

 

ଲିଙ୍ଗ ନିର୍ଦ୍ଧାରଣ(Sex Determination) 

•  ଜୀବକୋଷରେ ଦୁଇପ୍ରକାରର ଗୁଣସୂତ୍ର ଥାଏ; ଯଥା। - ଲିଙ୍ଗ ଗୁଣସୂତ୍ର ବା ସେକ୍ସ କ୍ରୋମୋଜୋମ୍ (Sex Chromosome) ଏବଂ ଅଟୋଜୋମ୍ (Autosome) ।

•   ସେକ୍ସ କ୍ରୋମୋଜୋମ୍ କୌଣସି ଜୀବର ଲିଙ୍ଗ ନିର୍ଦ୍ଧାରଣ କରିଥାଏ । ଡିମ୍ବାଣୁ ଓ ଶୁକ୍ରାଣୁ ମିଳିତ ହେବା ସମୟରେ ହିଁ ଲିଙ୍ଗ ନିର୍ଦ୍ଧାରିତ ହୋଇଥାଏ ।
•    ମନୁଷ୍ୟର 23 ଯୋଡ଼ା ଗୁଣସୂତ୍ର ମଧ୍ୟରୁ 22 ଯୋଡ଼ା ଅଟୋଜୋମ୍ ଓ ଏକଯୋଡ଼ା ଲିଙ୍ଗ ଗୁଣସୂତ୍ର ।

•    ସ୍ତ୍ରୀଠାରେ ଲିଙ୍ଗ ଗୁଣସୂତ୍ର ଯୋଡ଼ାଟି ହେଉଛି ‘XX’ ଏବଂ ପୁରୁଷଠାରେ ଏହି ଯୋଡ଼ା ‘X’ ଓ ‘Y’ କୁ ନେଇ ଗଠିତ ।

•    ଗୋଟିଏ ପରିପକ୍ଵ ଡିମ୍ବାଣୁରେ 22ଟି ଅଟୋଜୋମ୍ ଓ ଗୋଟିଏ X ଗୁଣସୂତ୍ର ଥାଏ ।

•    ଅର୍ଦ୍ଧେକ ଶୁକ୍ରାଣୁରେ 22ଟି ଅଟୋଜୋମ୍ ସହିତ X ଗୁଣସୂତ୍ର ଓ ଅର୍ଦ୍ଧେକରେ 22ଟି ଅଟୋଜୋମ୍ ସହିତ Y ଗୁଣସୂତ୍ର ରହିଥାଏ । ତେଣୁ ଶୁକ୍ରାଣୁ 2 ପ୍ରକାରର ।

•    ଡିମ୍ବାଣୁ X ଗୁଣସୂତ୍ର ଥିବା ଶୁକ୍ରାଣୁ ସହିତ ସମାୟିତ ହେଲେ ଝିଅ ହୁଏ ଏବଂ ଡିମ୍ବାଣୁ Y ଗୁଣସୂତ୍ର ଥିବା ଶୁକ୍ରାଣୁ ସହିତ ମିଳିତ ହେଲେ ପୁଅ ହୁଏ ।
•  ପୁତ୍ର ବା କନ୍ୟା ସନ୍ତାନ ଜନ୍ମହେବା ପିତାଙ୍କ ଶୁକ୍ରାଣୁ ଯୋଗୁଁ ହିଁ ହୋଇଥାଏ ।