Skip to main content

ପରିବାର ନିୟୋଜନ || ଜନନ (Reproduction) || Class X || Notes

 

ପରିବାର ନିୟୋଜନ

    ପରିବାରର ପିଲା ସଂଖ୍ୟା ସୀମିତ ରଖିବା ଓ ସନ୍ତାନ ଭିତରେ ଉଚିତ ବ୍ୟବଧାନ ରଖିବାର ପଦ୍ଧତିକୁ ପରିବାର ନିୟୋଜନ କୁହାଯାଏ । ଭାରତ ସରକାରଙ୍କ ତରଫରୁ 1952 ମସିହା ଠାରୁ ପରିବାର ନିୟୋଜନ ଯୋଜନା କାର୍ଯ୍ୟକାରୀ ହୋଇଛି।

ବିଭିନ୍ନ ପ୍ରକାର ପରିବାର ନିୟୋଜନ ପଦ୍ଧତି :
    କୌଣସି ଉପାୟରେ ଶୁକ୍ରାଣୁ ଓ ଡିମ୍ବାଣୁର ମିଳନକୁ ରୋକାଯାଇପାରିଲେ ଗର୍ଭଧାରଣକୁ ଏଡ଼ାଇ ଦିଆଯାଇପାରେ । ପରିବାର ନିୟୋଜନ ପାଇଁ ବ୍ୟବହୃତ ବିଭିନ୍ନ ପ୍ରକାର ଉପାୟ ଦୁଇ ଭାଗରେ ବିଭକ୍ତ ଯଥା— (i) ସ୍ଥାୟୀ ପଦ୍ଧତି, (ii) ଅସ୍ଥାୟୀ ପଦ୍ଧତି।
ସ୍ଥାୟୀ ପଦ୍ଧତି :
    ଏହା ଏକ ପ୍ରକାର ଅସ୍ତ୍ରୋପଚାର ପଦ୍ଧତି । ଏହି ପଦ୍ଧତିରେ ରେ ମହିଳା ବା ପୁରୁଷଙ୍କୁ ବନ୍ଧ୍ୟାକ କରଣ ଅସ୍ତ୍ରୋପଚାର କରାଯାଏ । ପୁରୁଷ ବନ୍ଧ ବନ୍ଧ୍ୟାକରଣ ଅସ୍ତ୍ରୋପଚାରକୁ ଭାସେକ୍ଟୋମୀ (Vasectomy) ଓ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାରକୁ ଟ୍ୟୁବେକ୍ଟୋମି (Tubectomy) କୁହାଯାଏ ।

ଭାସେକ୍ଟୋମୀ : 
    ଭାସେକ୍ଟୋମୀ ଦ୍ଵାରା ପୁରୁଷର ଦୁଇଟିଯାକ ଶୁକ୍ରବାହୀ ନଳୀକୁ କାଟି ଅଲଗା କରି ବାନ୍ଧି ଦିଆଯାଏ । ଫଳରେ ରେତ ଶୁକ୍ରାଣୁମୁକ୍ତ ଥାଏ । ଏବେ ବିନା ସିଲାଇରେ 10 ରୁ 15 ମିନିଟ୍ ଭାସେକ୍ଟୋମୀ କରାଯାଉଛି ।
ଟ୍ୟୁବେକ୍ଟୋମୀ : 
    ସ୍ତ୍ରୀ ଶରୀରର ଦୁଇଟିଯାକ ଡିମ୍ବବାହୀନଳୀକୁ କାଟି ବାନ୍ଧି ଦିଆଯାଏ । ଫଳରେ ଡିମ୍ବାଣୁ ଶୁକ୍ରାଣୁର ମିଳନ ଆଉ ସମ୍ଭବ ହୁଏନାହିଁ ।
ଅସ୍ଥାୟୀ ପଦ୍ଧତି :
    ଭାରତ ସରକାରଙ୍କର ପରିବାର ନିୟୋଜନ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଅସ୍ଥାୟୀ ପଦ୍ଧତି ବ୍ୟବହାର କରାଯାଉଛି, ଏହାଦ୍ଵାରା ପରିବାର ନିୟୋଜନ ବିଭିନ୍ନ ସମୟ ପର୍ଯ୍ୟନ୍ତ ପରିଚାଳନା କରାଯାଏ । ସରକାରଙ୍କର ପରିବାର ନିୟୋଜନ ବିଭାଗ ଦ୍ଵାରା ନିଯୁକ୍ତି ପ୍ରାପ୍ତ ଆଶାକର୍ମୀମାନେ ପରିବାର ନିୟୋଜନ କାର୍ଯ୍ୟକ୍ରମ ବିଷୟରେ ଲୋକମାନଙ୍କୁ ବୁଝାଉଛନ୍ତି ।