ବଂଶାନୁକ୍ରମ(Heredity)
ଦୃଶ୍ୟରୂପୀ ବା ଲକ୍ଷଣପ୍ରରୂପୀ (Phenotypic) ଗୁଣ ପିଢି ପରେ ପିଢି ପ୍ରକଟିତ
ହେବାକୁ ବଂଶାନୁକ୍ରମ ବା ବଂଶଗତି କୁହାଯାଏ । ସରଳ ଭାଷାରେ କହିଲେ ପିତାମାତାଙ୍କ ଗୁଣ ପରବର୍ତ୍ତୀ ପିଢ଼ିରେ ପ୍ରକାଶିତ ହେବାକୁ ବଂଶଗତି
(Heredity) କୁହାଯାଏ।
ଉଦାହରଣ :- ସନ୍ତାନର ମୁହଁ, କେଶର ରଙ୍ଗ ବା ଦେହର ରଙ୍ଗ ପିତା ମାତାଙ୍କ ସହ ମିଶିବ ।
ଗୋଟିଏ ଧଳା ଫୁଲ ଫୁଟୁଥିବା ହରଗୌରା ମଞ୍ଜିରୁ ହେଉଥିବା ଗଛରେ ଧଳା ଫୁଲ ଫୁଟିବା ଇତ୍ୟାଦି ।
ଉଦାହରଣ :- ସନ୍ତାନର ମୁହଁ, କେଶର ରଙ୍ଗ ବା ଦେହର ରଙ୍ଗ ପିତା ମାତାଙ୍କ ସହ ମିଶିବ ।
ଗୋଟିଏ ଧଳା ଫୁଲ ଫୁଟୁଥିବା ହରଗୌରା ମଞ୍ଜିରୁ ହେଉଥିବା ଗଛରେ ଧଳା ଫୁଲ ଫୁଟିବା ଇତ୍ୟାଦି ।
ପ୍ରଜନନ ଓ ନୂତନ ଗୁଣର ଆବର୍ତ୍ତନ :-
ଲିଙ୍ଗୀୟ ଜନନ ଦ୍ଵାରା ବଂଶବିସ୍ତାର
କରୁଥିବା ଜୀବଙ୍କ ପ୍ରଜନନ ସମୟରେ ମାତାପିତାଙ୍କଠାରୁ ସମାନ ପରିମାଣର ଜିନୀୟ ପଦାର୍ଥ (Genetic matter) ଯୁଗ୍ମକ ଜରିଆରେ ସନ୍ତାନ ନିକଟକୁ ଯାଇଥାଏ । ଏହି ଜିନୀୟ ପଦାର୍ଥ (Genetic matter) ମାତାପିତାଙ୍କର ସମସ୍ତ ଗୁଣ ବହନ କରିଥାଏ ।
ସେହି ଗୁଣ ଗୁଡିକ ମଧ୍ୟରୁ କିଛି ଗୁଣ ସନ୍ତାନ ନିକଟରେ ପ୍ରକଟ ହେଉଥିବା ବେଳେ ଆଉ କିଛି ଗୁଣ ଅଦୃଶ୍ୟ ହୋଇ ରହିଥାଏ ।
ସେହି ଗୁଣ ଗୁଡିକ ମଧ୍ୟରୁ କିଛି ଗୁଣ ସନ୍ତାନ ନିକଟରେ ପ୍ରକଟ ହେଉଥିବା ବେଳେ ଆଉ କିଛି ଗୁଣ ଅଦୃଶ୍ୟ ହୋଇ ରହିଥାଏ ।
ପିଢି ପରେ ପିଢି ଜିନୀୟ ପଦାର୍ଥର ସଞ୍ଚରଣ ଫଳରେ ବିଭିନ୍ନ ପିଢିରେ ଭିନ୍ନ ଭିନ୍ନ ଗୁଣ ଦୃଶ୍ୟ ହେବା ସହିତ ନୂତନ ଗୁଣ ଗୁଡିକର ଆବିର୍ଭାବ ହେତୁ ବିବିଧତା ବଢିଚାଲିଥାଏ ।
ବଂଶାନୁକ୍ରମ ପଦ୍ଧତିର ଉତ୍ପତ୍ତି :-
ଅନୁବଂଶ ବିଜ୍ଞାନର ଜନକ (Father of Genetics) ଗ୍ରେଗର୍ ଜୋହାନ୍ ମେଣ୍ଡେଲ୍ (Gregor Johann Mendel) ବଂଶାନୁକ୍ରମ ସମ୍ପର୍କିତ ସୂତ୍ର ପ୍ରଦାନ କରିଥିଲେ । ସେ ମଟର (Pisum sativum) ଗଛର 7 ଯାଡା ବିକଳ୍ପ ଗୁଣ ନଇ ପରୀକ୍ଷା କରଥିଲେ ।
ଗ୍ରେଗର୍ ଜୋହାନ୍ ମେଣ୍ଡେଲ୍ (Gregor Johann Mendel): -
ମେଣ୍ଡେଲ୍ 1822 ମସିହାରେ ଅଷ୍ଟ୍ରିଆର ଏକ ଗରିବ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଅର୍ଥାଭାବରୁ ସେ ଉପଯୁକ୍ତ ଶିକ୍ଷା ଲାଭ କରିବାରୁ ବଞ୍ଚିତ ହୋଇଥିଲେ । ଗୀର୍ଜାରେ ଧର୍ମଯାଜକ ରୂପେ କାର୍ଯ୍ୟ କରୁଥିବା ବେଳେ ସେ ମଟର ଗଛରେ ଉତ୍ତରାଧିକରଣ (Inheritance) ଅନୁଧ୍ୟାନ କରିଥିଲେ ।
1857 ରୁ 1865 ଦୀର୍ଘ ଆଠ ବର୍ଷ କାଳ ଗବେଷଣା କରି ମେଣ୍ଡେଲ୍ ବଂଶଗତି ସମ୍ବନ୍ଧରେ କେତେକ ମୌଳିକ ତଥ୍ୟକୁ ବଂଶଗତି ନିୟମ (Laws of heredity) ବା ଉତ୍ତରାଧିକରଣ ନିୟମ (Laws of inheriance) ଭାବରେ ଉପସ୍ଥାପନ କରିଥିଲେ ।
ମେଣ୍ଡେଲ୍ ତାଙ୍କର ଗବେଷଣା ସମ୍ପର୍କିତ ତଥ୍ୟ 1865 ମସିହାରେ Brunn Society
for Natural Science ରେ ପାଠ କରିଥିଲେ ଏବଂ 1866 ମସିହାରେ ‘ଫର୍ଜୁଖେନ୍ ଇଉବର୍ ଫ୍ଲାନଜେନ୍ ହ୍ୟୁବ୍ରିଡେନ୍ (Versuchen ueber Pflanzen Hybriden) ନାମକ ଏକ ସନ୍ଦର୍ଭରେ ଉପସ୍ଥାପନ କରିଥିଲେ ।
1900 ମସିହାରେ ତିନିଜଣ ବୈଜ୍ଞାନିକ ଡି ଭ୍ରିସ୍ (De Vries), ଶେର୍ ମାର୍କ (Tschermak)
& କରେନସ୍ (Correns) ସ୍ଵାଧୀନ ଭାବରେ ମେଣ୍ଡେଲ୍ଙ୍କ ତତ୍ତ୍ଵକୁ ପୁନଃଆବିଷ୍କାର କଲେ ।