ମଣିଷର ବିବର୍ତ୍ତନ
• ଡାର୍ଉଇନ୍ ‘ଡିସେଣ୍ଟ ଅଫ୍ ମ୍ୟାନ୍ ଏଣ୍ଡ୍ ସିଲେକ୍ସନ୍ ଇନ୍ ରିଲେସନ୍ ଟୁ ସେକ୍ସ’ (Descent of man
and selection in relation to sex) ବହିରେ ଲେଖିଲେ ମଣିଷର ପୂର୍ବଜ ଥିଲା
ବାନର ସଦୃଶ ଜୀବ । ଏହା ଲୋକମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇ ନଥିଲା ।
• ବିଂଶ ଶତାବ୍ଦୀରେ ବୈଜ୍ଞାନିକମାନେ ଡାରଉଇନ୍ଙ୍କ ମାନବ ବିବର୍ତ୍ତନ ତତ୍ତ୍ଵର ପୁନଃ
ମୂଲ୍ୟାୟନ କରି ପ୍ରମାଣକଲେ ଯେ ମଣିଷର ପୂର୍ବଜ ଥିଲା ବାନର ସଦୃଶ ପ୍ରାଣୀ ।
• ଜୀବାଶ୍ମ ଆଧାରିତ ତତ୍ତ୍ଵକୁ ବିଚାର କରି ବିଜ୍ଞାନୀମାନେ ଦେଖିଲେ ମଣିଷର ଦୂର ପୂର୍ବଜ ରାମାପିଥେକସ୍
(Ramapitheus)
ଓ ଶିବାପିଥେକସ୍ (Sivapithecus) ଆଜକୁ ପ୍ରାୟ କୋଡ଼ିଏ ନିୟୁତ ବର୍ଷ ପୂର୍ବେ ଆଫ୍ରିକା ଓ ଏସିଆରେ ଚଳପ୍ରଚଳ ହେଉଥିଲେ ।
• ଏମାନେ ପଚାଶ ଲକ୍ଷ ବର୍ଷ ପୂର୍ବେ ଆଫ୍ରିକାରେ ଚଳପ୍ରଚଳ ହେଉଥିବା ବାନର ସଦୃଶ ମାନବ
ଅଷ୍ଟ୍ରାଲୋପିଥେକସ୍ (Australopithecus) ର ପୂର୍ବଜ ।
• ଅଷ୍ଟ୍ରାଲୋପିଥେକସ୍ ଜାତୀୟ ବାନର ସଦୃଶ୍ୟ ମାନବ ପ୍ରଥମେ
ମୁଣ୍ଡ ଟେକି ଚାଲିଲା ଫଳରେ ଆତ୍ମରକ୍ଷା ଅଥାବା ଶିକାର ପାଇଁ ତାର ଦୁଇଟି ବାହୁ ମୁକ୍ତ ହେଲା
। ସେମାନେ
ପ୍ରଥମେ ଅସ୍ତ୍ର ଓ ବିଭିନ୍ନ ହତିଆର ବ୍ୟବହାର କଲେ ।
• ଅଷ୍ଟ୍ରାଲୋପିଥେକସ୍ ଜାତୀୟ ମାନବ ସଦୃଶ ବାନରରୁ ପର୍ଯ୍ୟାୟକ୍ରମେ ହୋମୋ ପ୍ରଜାତିର ମାନବର
ଉଦ୍ଭବ ହେଲା । ଉଦାହରଣ – ହୋମୋ ହ୍ୟାବିଲିସ, ହୋମୋ ଇରେକ୍ଟସ୍ ଓ ହୋମୋ ସେପିଏନ୍ସ ଇତ୍ୟାଦି ।
• ଆଜିର ମଣିଷ ହୋମୋ ସେପିଏନସ୍ (Homo sapiens) ପାଞ୍ଚ ଲକ୍ଷ ବର୍ଷ ପୂର୍ବେ
ଆଫ୍ରିକାରେ ବାସ କରୁଥିଲା ।
• ସେମାନେ ନିଆଁର ବ୍ୟବହାର ଜାଣିଥିଲେ ଓ ଡଙ୍ଗା ସାହାଯ୍ୟରେ ନଦୀ ପାରି ହେଉଥିଲେ ।
• ଆଫ୍ରିକାରୁ ସେମାନେ ପୃଥିବୀର ବିଭିନ୍ନ ପ୍ରାନ୍ତକୁ ଯାଇ ବସବାସ ଆରମ୍ଭ କଲେ ।
• ମଣିଷର ଜୈବ ବିବର୍ତ୍ତନ (Biological evolution) ପରେ ଆରମ୍ଭ ହେଲା ସାଂସ୍କୃତିକ ବିବର୍ତ୍ତନ (Cultural evolution) ।