Skip to main content

ମଣିଷର ବିବର୍ତ୍ତନ || ବଂଶାନୁକ୍ରମ ଓ ବିବର୍ତ୍ତନ || Heredity & Evolution || Class 10 Science Odia Notes

 

ମଣିଷର ବିବର୍ତ୍ତନ

   ଡାର୍‌ଉଇନ୍ ‘ଡିସେଣ୍ଟ ଅଫ୍ ମ୍ୟାନ୍ ଏଣ୍ଡ୍ ସିଲେକ୍‌ସନ୍ ଇନ୍ ରିଲେସନ୍ଟୁ ସେକ୍ସ’ (Descent of man and selection in relation to sex) ବହିରେ ଲେଖିଲେ ମଣିଷର ପୂର୍ବଜ ଥିଲା ବାନର ସଦୃଶ ଜୀବ । ଏହା ଲୋକମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇ ନଥିଲା ।

   ବିଂଶ ଶତାବ୍ଦୀରେ ବୈଜ୍ଞାନିକମାନେ ଡାରଉଇନ୍‌ଙ୍କ ମାନବ ବିବର୍ତ୍ତନ ତତ୍ତ୍ଵର ପୁନଃ ମୂଲ୍ୟାୟନ କରି ପ୍ରମାଣକଲେ ଯେ ମଣିଷର ପୂର୍ବଜ ଥିଲା ବାନର ସଦୃଶ ପ୍ରାଣୀ ।

 ଜୀବାଶ୍ମ ଆଧାରିତ ତତ୍ତ୍ଵକୁ ବିଚାର କରି ବିଜ୍ଞାନୀମାନେ ଦେଖିଲେ ମଣିଷର ଦୂର ପୂର୍ବଜ ରାମାପିଥେକସ୍ (Ramapitheus) ଓ ଶିବାପିଥେକସ୍ (Sivapithecus) ଆଜକୁ ପ୍ରାୟ କୋଡ଼ିଏ ନିୟୁତ ବର୍ଷ ପୂର୍ବେ ଆଫ୍ରିକା ଓ ଏସିଆରେ ଚଳପ୍ରଚଳ ହେଉଥିଲେ ।

   ଏମାନେ ପଚାଶ ଲକ୍ଷ ବର୍ଷ ପୂର୍ବେ ଆଫ୍ରିକାରେ ଚଳପ୍ରଚଳ ହେଉଥିବା ବାନର ସଦୃଶ ମାନବ ଅଷ୍ଟ୍ରାଲୋପିଥେକସ୍ (Australopithecus) ର ପୂର୍ବଜ ।

   ଅଷ୍ଟ୍ରାଲୋପିଥେକସ୍ ଜାତୀୟ ବାନର ସଦୃଶ୍ୟ ମାନବ ପ୍ରଥମେ ମୁଣ୍ଡ ଟେକି ଚାଲିଲା ଫଳରେ ଆତ୍ମରକ୍ଷା ଅଥାବା ଶିକାର ପାଇଁ ତାର ଦୁଇଟି ବାହୁ ମୁକ୍ତ ହେଲା ।  ସେମାନେ  ପ୍ରଥମେ ଅସ୍ତ୍ର ଓ ବିଭିନ୍ନ ହତିଆର ବ୍ୟବହାର କଲେ ।

    ଅଷ୍ଟ୍ରାଲୋପିଥେକସ୍ ଜାତୀୟ ମାନବ ସଦୃଶ ବାନରରୁ ପର୍ଯ୍ୟାୟକ୍ରମେ ହୋମୋ ପ୍ରଜାତିର ମାନବର ଉଦ୍ଭବ ହେଲା । ଉଦାହରଣ – ହୋମୋ ହ୍ୟାବିଲିସ, ହୋମୋ ଇରେକ୍‌ଟସ୍ ଓ ହୋମୋ ସେପିଏନ୍ସ ଇତ୍ୟାଦି ।

     ଆଜିର ମଣିଷ ହୋମୋ ସେପିଏନସ୍  (Homo sapiens) ପାଞ୍ଚ ଲକ୍ଷ ବର୍ଷ ପୂର୍ବେ ଆଫ୍ରିକାରେ ବାସ କରୁଥିଲା ।

     ସେମାନେ ନିଆଁର ବ୍ୟବହାର ଜାଣିଥିଲେ ଓ ଡଙ୍ଗା ସାହାଯ୍ୟରେ ନଦୀ ପାରି ହେଉଥିଲେ ।

      ଆଫ୍ରିକାରୁ ସେମାନେ ପୃଥିବୀର ବିଭିନ୍ନ ପ୍ରାନ୍ତକୁ ଯାଇ  ବସବାସ ଆରମ୍ଭ କଲେ ।

    ମଣିଷର ଜୈବ ବିବର୍ତ୍ତନ (Biological evolution) ପରେ ଆରମ୍ଭ ହେଲା ସାଂସ୍କୃତିକ ବିବର୍ତ୍ତନ (Cultural evolution)