ବିବର୍ତ୍ତନ ସମ୍ପର୍କିତ ତତ୍ତ୍ଵ
ଲାର୍ମାକିଜିମ୍: -
v 1809 ମସିହାରେ ଫ୍ରାନ୍ସ ଦେଶର ବୈଜ୍ଞାନିକ ଜାଁ-ବ୍ୟାପ୍ତିସ୍ତେ ଲାମାର୍କ (Jean-Baptiste-Lamarck), 1744-1829) ଜୈବ ବିବର୍ତ୍ତନ ସମ୍ପର୍କିତ ତତ୍ତ୍ଵ ଉପସ୍ଥାପନ କରିଥିଲେ । ସେହି ତତ୍ତ୍ଵର
ନାମ ହେଉଛି ଉପାର୍ଜିତ ଲକ୍ଷଣର ଉତ୍ତରାଧିକରଣ (Theory of Inheritance of
Acquired Characters) |
v
ଏହି ତତ୍ତ୍ଵକୁ ଲାର୍ମାକିଜିମ୍ (Lamarckism) କୁହାଯାଏ ।
v
ଏହି ତତ୍ତ୍ଵ ଅନୁସାରେ ପ୍ରତ୍ୟେକ ପ୍ରାଣୀମାନେ ପରିବେଶ ସହିତ ଖାପଖୁଆଇ ଚଳିବା ପାଇଁ କିଛି
ଲକ୍ଷଣ ଆହରଣ କରିଥା’ନ୍ତି ଯାହାକି ପରବର୍ତ୍ତୀ ବଂଶଧରଙ୍କୁ ଅର୍ପଣ କରିଥା’ନ୍ତି ।
v
ଏକ ଜିରାଫର ଉଦାହରଣ ଦେଇ ବୁଝାଇଛନ୍ତି ଯେ ଗଛର ଉପର ଡାଳପତ୍ର ଖାଇବାପାଇଁ ଜିରାଫର ଲମ୍ବା
ବେକ ଓ ଆଗଗୋଡ଼ ତା’ର ଅର୍ଜିତ ଲକ୍ଷଣ । ଏହି ଲକ୍ଷଣ ଯାହା ଏବେ ବଂଶାନୁକ୍ରମେ ଜିରାଫରେ
ବିଦ୍ୟମାନ ।
v
ପ୍ରାଣୀ ଶରୀରରେ ବ୍ୟବହୃତ ହେଉନଥିବା ଅଙ୍ଗ କ୍ଷୀଣହୋଇ କାଳକ୍ରମେ ଅବଶେଷାଙ୍ଗ ଭାବେ
ରହିଯାଏ ।
v
ବିଂଶ ଶତାବ୍ଦୀର ଶେଷବେଳକୁ ଅଗଷ୍ଟ ଉଇଜ୍ମାନ୍ (August Weismann,
1834-1914) ନାମକ ଜଣେ ଜର୍ମାନ୍ ବୈଜ୍ଞାନିକ 22
ପିଢ଼ି ଧରି ମୂଷାର ଲାଙ୍ଗୁଡ଼ କାଟି ଦେଖିଲେ ଯେ ଭବିଷ୍ୟତ ବଂଶଧରଙ୍କର ଲାଙ୍ଗୁଡ଼ ସୃଷ୍ଟି ହେଉଛି
। ଲାମାର୍କଙ୍କ ତତ୍ତ୍ଵ ଏହିପରି ବିଭିନ୍ନ ସମୟରେ ସମାଲୋଚିତ ମଧ୍ୟ ହୋଇଛି ।
ଡାର୍ଉଇନ୍ଙ୍କ ତତ୍ତ୍ଵ : -
Ø
ଚାର୍ଲସ୍ ରବର୍ଟ ଡାର୍ଉଇନ୍ (Charles Robert Darwin) 1859 ଖ୍ରୀଷ୍ଟାବ୍ଦରେ ଗୋଟିଏ ବହି ପ୍ରକାଶକଲେ, ତା’ର ନାମ ହେଲା - ‘ଦି ଓରିଜିନ୍ ଅଫ୍ ସ୍ପେସିସ୍’ । ଏହି ବହିରେ ‘ଜୀବନ ସଂଗ୍ରାମ ଓ ପ୍ରାକୃତିକ ଉଦ୍ବରଣ’
ଦ୍ଵାରା ନୂତନ ଜାତିର ସୃଷ୍ଟି ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି।
Ø
ପ୍ରତ୍ୟେକ ଜୀବ ନିଜର ଖାଦ୍ୟ, ବାସସ୍ଥାନ ଓ ସଙ୍ଗିନୀ ପାଇଁ କଠିନ ସଂଗ୍ରାମ କରିଥାଏ । ଏହାକୁ ଜୀବନ ସଂଗ୍ରାମ (Struggle for
Existence) କୁହାଯାଏ । ଉନ୍ନତ ରଣକୌଶଳ ଥିବା ଜୀବ
ହିଁ ଜିଣିଥାଏ ।
Ø
ଯେଉଁ ଜୀବ ନୂତନ ଲକ୍ଷଣ ସହ ପରିବର୍ତ୍ତନଶୀଳ ପ୍ରକୃତି ସହିତ ଖାପଖୁଆଇପାରେ ସେ ବିଜୟୀ
ହୋଇଥାଏ ।
Ø
ପ୍ରକୃତି ସହ ଖାପଖୁଆଇ ଚଳିପାରୁଥିବା ଜୀବକୁ ପ୍ରକୃତି ଚୟନ କରେ ଅନ୍ୟଥା ପାସୋରି ଦିଏ । ପ୍ରକୃତିଦ୍ୱାରା
ବଛାହୋଇ ଜୀବନଧାରଣ କରୁଥିବା ଜୀବ ବଂଶ ବୃଦ୍ଧି କରି ବଞ୍ଚି ରହିଥାଏ । ଏହାକୁ ଡାରଉଇନ୍ ପ୍ରାକୃତିକ ଚୟନ ବା ଉଦ୍ବରଣ (Natural
Selection) କୁହାଯାଏ ।
Ø
ଉଦାହରଣ - ପ୍ରାୟ 230 କୋଟି ବର୍ଷ ପୂର୍ବେ ପୃଥିବୀରେ ଦେଖାଯାଉଥିବା ଶୀତଳ ରକ୍ତ ବିଶିଷ୍ଟ ଡାଇନୋସର୍
ତୁଷାର ଯୁଗର ପ୍ରବଳ ଥଣ୍ଡାରୁ ନିଜକୁ ରକ୍ଷା କରି ନପାରି ଲୋପପାଇଗଲେ; କିନ୍ତୁ ସେହି ଯୁଗର ଛୋଟ ସରୀସୃପ ଓ ଉଷ୍ଣରକ୍ତଧାରୀ
ସ୍ତନ୍ୟପାୟୀ ପ୍ରାଣୀ ଓ ବିହଙ୍ଗ ପରିବର୍ତ୍ତିତ ପରିସ୍ଥିତିରେ ଖାପଖୁଆଇ ବଞ୍ଚୁରହିଲେ । ପ୍ରକୃତିସହ ଖାପଖୁଆଇ ପାରିଥିବା ଜୀବ ବଞ୍ଚିରହିଲେ
ଏବଂ ଅନ୍ୟ ପ୍ରାଣୀମାନେ ଲୋପପାଇଗଲେ ।
ବିବର୍ତ୍ତନ ସଂପର୍କରେ ଆଧୁନିକ ମତ :-
q
ଆଣବିକ ଜୀବବିଜ୍ଞାନ ଏବଂ ବଂଶଗତି ବିଜ୍ଞାନ ଆଦି ବିଷୟରେ ଅଗ୍ରଗତି ଫଳରେ ଜୀବବିଜ୍ଞାନୀମାନେ
ଡାରଉଈନଙ୍କ “ପ୍ରାକୃତିକ ଉଦବରଣ” ତତ୍ଵକୁ ଏକ ନୂତନ ରୂପରେ ଉପସ୍ଥାପନ କରିଛନ୍ତି । ଏହି ନୂତନ
ତତ୍ତ୍ଵକୁ ବିବର୍ତ୍ତନର ‘ଆଧୁନିକ ସାଂଶ୍ଳେଷିକ ତତ୍ତ୍ଵ’ ବା ‘Modern Synthetic Theory’ କୁହାଯାଏ ।
q
ପ୍ରତ୍ୟେକ ଜୀବର ଲକ୍ଷଣ ବହନ କରୁଥିବା ‘ ଜିନ୍’ରେ ପରିବର୍ତ୍ତନ ହେବାଦ୍ୱାରା ନୂତନ ଧରଣର ପରିବର୍ତ୍ତନମାନ
ଜୀବ ଶରୀରରେ ଦେଖାଯାଇଥାଏ । ଏହି ପରିବର୍ତ୍ତନକୁ ବିଭେଦାୟନ (Variation) କୁହାଯାଏ ।
q
ଯେଉଁ ଜୀବ ନୂତନ ଲକ୍ଷଣ ନେଇ ପ୍ରକୃତି ଦ୍ୱାରା ମନୋନୀତ ହୋଇ ବଂଚିରହେ ସେ ଜୀବନ ସଂଗ୍ରାମରେ
ସଫଳ ହୁଏ । ଏଥିରୁ ଉଦବରଣ ବା ଚୟନ ର ଆବଶ୍ୟକତା ସ୍ପଷ୍ଟ ହୁଏ ।
q
ପ୍ରକୃତି ଦ୍ଵାରା ଚୟନ ହୋଇଥିବା ନୂତନ ଲକ୍ଷଣକୁ ଭିତ୍ତି କରି ସୃଷ୍ଟି ହୋଇଥିବା ପ୍ରାଣୀମାନେ
ନିଜଠାରୁ ଓ ପୂର୍ବଜଠାରୁ ଅଲଗା ନ ରହିଲେ ଅଦରକାରୀ ପ୍ରଜନନ ଘଟିଥାଏ ଯାହାକି ନୂତନ ଜୀବ ସୃଷ୍ଟି
ନିମନ୍ତେ ଅନୁକୂଳ ନୁହେଁ ।
q
ଏହାକୁ ରୋକି ନୂତନ ଜୀବ ସୃଷ୍ଟିକୁ ନିଶ୍ଚିତ କରିବା ପାଇଁ ପ୍ରକୃତିରେ କିଛି ବ୍ୟବସ୍ଥା
ରହିଛି । ଏହାକୁ ଅନ୍ତରଣ କୌଶଳ (Isolating Mechanisms) ଏବଂ ଏହି କୌଶଳ ଜରିଆରେ ସମ୍ପୃକ୍ତ ଜୀବମାନଙ୍କୁ ଅଲଗା ରଖିବା ପ୍ରକ୍ରିୟାକୁ “ ଅନ୍ତରଣ “
କୁହାଯାଏ ।
q
ଆଧୁନିକ ସାଂଶ୍ଳେଷିକ ତତ୍ତ୍ଵ ଅନୁଯାୟୀ ଜାତିର ଉଦ୍ଭବରେ ବିଭେଦାୟନ, ଚୟନ ଓ ଅନ୍ତରଣର ମହତ୍ତ୍ୱପୂର୍ଣ୍ଣ
ଅବଦାନ ରହିଛି ।