Skip to main content

ମେଣ୍ଡେଲ୍ ଙ୍କ ସଂକରଣ ପ୍ରଣାଳୀ || ବଂଶାନୁକ୍ରମ ଓ ବିବର୍ତ୍ତନ (Heredity & Evolution) || Class X || Notes

 

ମେଣ୍ଡେଲ୍ ଙ୍କ  ସଂକରଣ ପ୍ରଣାଳୀ

ବଂଶଗତି ଅନୁଧ୍ୟାନ କରିବା ପାଇଁ ମେଣ୍ଡେଲ୍ କୃତ୍ରିମ ସଂକରଣ (Hybridization) ସାହାଯ୍ୟ ନେଇଥିଲେ 

Ø  ବିକଳ୍ପି ଗୁଣ ଥିବା ଦୁଇଟି ଗଛକୁ ପୈତୃକ ଗଛ ଭାବେ ନେଇଥିଲେ । (ପୈତୃକ ପିଢି)

Ø  ପୈତୃକ ଗଛ ମଧ୍ୟରୁ ଗୋଟିକର ଫୁଲର କେଶର ଚକ୍ର ପାକଳ ହେବା ପୂର୍ବରୁ ତାକୁ ଯତ୍ନର ସହିତ ଛିଣ୍ଡାଇ ବାହାର କରି ଦେଉଥିଲେ । ଫଳରେ ସେହି ଗଛଟି ମାଈ ଗଛ ଭାବରେ ବିବେଚିତ ହେଉଥିଲା ।

Ø  ବିକଳ୍ପି ଗୁଣ ଥିବା ଅନ୍ୟ ଏକ ଗଛରୁ ପରାଗରେଣୁ ସଂଗ୍ରହ କରି ମାଈଗଛର ଫଳିକା ଶୀର୍ଷ (Stigma) ଉପରେ ପକାଇ କୃତ୍ରିମ ପରାଗଣ କରାଉଥିଲେ ।

Ø  ଫୁଲର ପରାଗଣ ପୁଣି ଅନ୍ୟ ଅଜଣା ପରାଗରେଣୁ ଦ୍ୱାରା ଯେପରି ପ୍ରଭାବିତ ନହେବ ସେଥିପାଇଁ ପାରାଗଣ ପୂର୍ବରୁ ଓ ପରେ ଫୁଲଟିକୁ ଏକ କାଗଜ ଠୁଙ୍ଗା ଦ୍ୱାରା ଘୋଡାଇ ରଖୁଥିଲେ

Ø  ମଞ୍ଜି  ପାକଳ ହୋଇଗଲା ପରେ ସେଗୁଡ଼ିକୁ ସଂଗ୍ରହ କରି ରଖୁଥିଲେ

Ø  ପରପରାଗଣ ପାଇଁ ଯେଉଁ ଦୁଇଟି ଗଛକୁ ବ୍ୟବହାର କରାଗଲା ତାକୁ ପୈତୃକ ପିଢି କୁହାଗଲା

Ø  ପରପରାଗଣ ପରେ  ସଂଗୃହିତ ମଞ୍ଜି ରୁ ଯେଉଁ ଗଛ ଗୁଡ଼ିକ ମିଳିଲା ତାକୁ ପ୍ରଥମ ଅପତ୍ୟ ପିଢ଼ି (First filial ବା F1 generation) କୁହାଗଲା

Ø  ସେହିପରି ପ୍ରଥମ ପିଢ଼ି ମଞ୍ଜି ରୁ ଜାତ ଗଛ ଗୁଡ଼ିକ ଦ୍ଵିତୀୟ ଅପତ୍ୟ ପିଢ଼ି (Second filial ବା F2 generation) କୁହାଗଲା

Ø   ଏକଯୋଡ଼ା ବିକଳ୍ପୀଗୁଣକୁ ନେଇ କରାଯାଉଥିବା ପରୀକ୍ଷା - ଏକସଂକରଣ (Monohybrid)

Ø  ଦୁଇଯୋଡ଼ା ବିକଳ୍ପୀଗୁଣକୁ ନେଇ କରାଯାଉଥିବା ପରୀକ୍ଷା - ଦ୍ଵିସଂକରଣ (Dihybrid) 

ଏକକ ସଂକରଣ ପରୀକ୍ଷଣ (Monohybrid Cross):-

  • ଏକ ଯୋଡା ବକିଳ୍ପି ଗୁଣକୁ ନେଇ କରାଯାଉଥିବା ପରୀକ୍ଷାକୁ ଏକକ ସଂକରଣ ପରୀକ୍ଷଣ କୁହାଯାଏ ।
  • ପରପରଗଣ ପାଇଁ ବ୍ୟବହୃତ ଦୁଇଟି ଗଛ :-  ପୈତୃକ ପିଢ
  • ପରପରାଗଣ ପରେ ସଂଗୃହିତ ମଞ୍ଜିରୁ ଜାତ ଗଛ :- ପ୍ରଥମ ଅପତ୍ୟ ପିଢି (F1)
  • ପ୍ରଥମ ପିଢି ଗଛର ସ୍ଵପରାଗଣରୁ ଜାତ ମଞ୍ଜିର ଗଛ :- ଦ୍ଵିତୀୟ ଅପତ୍ୟ ପିଢି (F2)
  • ଏକକ ସଂକରଣ ଅନୁପାତ :- ଫିନୋଟାଇପ :- 3:1, ଜୀନୋଟାଇପ୍ :- 1:2:1

ମେଣ୍ଡେଲ୍ ବଂଶାନୁକ୍ରମ ସମ୍ପକରେ ଦୁଇଟି ନୀତି ଗୋଟିଏ ନିୟମ ଉପସ୍ଥାପନ କରିଥିଲେ:-

(କ) ଏକକ ଗୁଣ ନୀତି (Principle of Unit Character)

(ଖ) ପ୍ରଭାବୀ ଗୁଣ ନୀତି (Principle of Dominance)

(ଗ) ପୃଥକ୍‌କରଣ ନିୟମ (Law of Segregation)

(କ) ଏକକ ଗୁଣ ନୀତି (Principle of Unit Character): -

  • ଉଦ୍ଭଦରେ ବିକଶିତ ହେଉଥିବା ପ୍ରତ୍ୟେକ ଗୁଣ ଗୋଟିଏ ଲେଖାଏଁ କାରକ (Factor) ଦ୍ଵାରା ନିୟନ୍ତ୍ରିତ ହୁଏ 
  • ଏହି କାରକମାନେ ସର୍ବଦା ଯୋଡ଼ା ଯୋଡ଼ା (Pair) ହୋଇ ରହିଥାନ୍ତି, ଯଥାଡେଙ୍ଗା (TT), ଗେଡ଼ା (tt); ହଳଦିଆ (YY), ଶାଗୁଆ (yy) ଇତ୍ୟାଦି । 
  • ପ୍ରତି ଯୋଡ଼ାରେ ଦୁଇଟି ଏକ ପ୍ରକାରର (TT ବା tt) କିମ୍ବା ଦୁଇଟି ବିକଳ୍ପ କାରକ (Tt) ରହିଥାନ୍ତି 
  • ଅର୍ଦ୍ଧବିଭାଜନ ସମୟରେ ତନ୍ମଧ୍ୟରୁ ଗୋଟିଏ ପ୍ରତ୍ୟେକ ଯୁଗ୍ମକକୁ ଯାଇଥାଏ ଯୁଗ୍ମଜ ଗଠନ ସମୟରେ ପୁଣି ଦୁଇଟି ଯୁଗ୍ମକର କାରକ ମିଶି ଏକ ଯୋଡ଼ା କାରକ ହୋଇଥାଏ 

(ଖ) ପ୍ରଭାବୀ ଗୁଣ ନୀତି (Principle of Dominance): -

  • ସଙ୍କରଣ ପରେ F₁ ପିଢ଼ିରେ ଥୁବା ଦୁଇଟି ବିକଳ୍ପ କାରକ ମଧ୍ୟରୁ ଗୋଟିଏ ମାତ୍ର କାରକର ପ୍ରଭାବ ପରିଲକ୍ଷିତ ହୋଇଥାଏ, ଯାହାକୁ ପ୍ରଭାବୀ କାରକ କୁହାଯାଏ
  • ପ୍ରକଟିତ   ହୋଇ ଲୁଚି ରହିଥିବା  କାରକ ଟିକୁ ଅପ୍ରଭାବୀ କାରକ କୁହାଯାଏ 
  • ପ୍ରଭାବୀ କାରକର ଅନୁପସ୍ଥିତିରେ କେବଳ ଅପ୍ରଭାବୀ କାରକଟି ପ୍ରକଟ ହୋଇଥାଏ 
  • ଶଙ୍କର ଡେଙ୍ଗା ଗଛରେ ରହିଥିବା ଦୁଇଟି କାରକ (Tt) ମଧ୍ୟରୁ T ପ୍ରଭାବୀ କାରକ t ଅପ୍ରଭାବୀ କାରକ     

(ଗ) ପୃଥକ୍‌କରଣ ନିୟମ (Law of Segregation): -

  • ଏହି ନିୟିମ ଅନୁଯାଇ F1 ପିଢୀରେ  ଦୁଇଟି ବକିଳ୍ପ କାରକର ଗୋଟିଏ ଲେଖାଏଁ ନକଲ ରହିଥିଲେ ମଧ୍ୟ ସେମାନେ ପରସ୍ପରର ସତ୍ତା ହରାଇ ନଥାନ୍ତି । F2 ପିଢୀରେ ପ୍ରଭାବୀ କାରକଟି ପ୍ରକଟ ହେଉଥିଲେ ମଧ୍ୟ ଅପ୍ରଭାବି କାରକଟି ଅକ୍ଷତ ଅବସ୍ଥାରେ ଲୁଚି ରହିଥାଏ ।
  • ଶଂକର ଡେଙ୍ଗା (Tt) ଗଛରୁ T t ଦୁଇ ପ୍ରକାର ଯୁଗ୍ମକ ସୁଷ୍ଟି ହୋଇଥାଏ,  ଗୋଟିଏ ପ୍ରକାର ଯୁଗ୍ମକରେ  ଅପ୍ରଭାବି ଓ ଅନ୍ୟ ପ୍ରକାର ଯୁଗ୍ମକରେ ପ୍ରଭାବି କାରକ ରହିଥାଏ । ପୃଥକୀକରଣ  ହେତୁ ଉଦ୍ଭିଦର ସମସ୍ତ ଗୁଣ ପିଢି ପରେ ପିଢି ପ୍ରକାଶ ହୋଇଥାଏ, ସେଥିପାଇଁ ପୃଥକକରଣ ନିୟମକୁ ମଧ୍ୟ law of purity of gametes  ବୋଲି କୁହାଯାଏ ।  

ଦ୍ଵିସଂକରଣ ପରୀକ୍ଷଣ (Dihybrid Experiment): -

  • ଦୁଇଯୋଡ଼ା ବିକଳ୍ପୀ ଗୁଣର ପରବର୍ତ୍ତୀ ପିଢ଼ିରେ ସଂରକ୍ଷଣ ସମ୍ପର୍କରେ ଜାଣିବାପାଇଁ ମେଣ୍ଡେଲ ଦ୍ଵିସଙ୍କରଣ ପରୀକ୍ଷଣ କରିଥିଲେ
  • ଶୁଦ୍ଧ ପୈତୃକ ଗଛଗୁଡ଼ିକ ହେଲା ଗୋଲ ହଳଦିଆ (RRYY) ମଞ୍ଜି ଥିବା ମଟରଗଛ ଏବଂ ଖଦଡ଼ା ଶାଗୁଆ (rryy) ମଞ୍ଜି ଥିବା ମଟର ଗଛ 
  • ଦ୍ଵିସଂକରଣର ଅନୁପାତ :- ଫିନୋଟାଇପ :- 9:3:3:1, ଜୀନୋଟାଇପ୍ :- 1:2:1:2:4:2:1:2:1

ସ୍ଵାଧୀନ ଅପବ୍ୟୁହନ ନିୟମ (Law of Independent Assortment): -

  • ଦ୍ଵିଶଙ୍କରଣ ପରୀକ୍ଷଣ ପରେ ମେଣ୍ଡେଲ ସ୍ଵାଧୀନ ଅପବ୍ୟୂହନ ନିୟମ ଉପସ୍ଥାପନ କରିଥିଲେ ।
  • ଏହି ନିୟମ ଅନୁଯାୟୀ ଏକାଧିକ ଯୋଡ଼ା ବିକଳ୍ପିଗୁଣ ଥିବା ସଂକର ଗଛର ସ୍ଵପରଗଣ କରାଗଲେ କାରକ ଗୁଡକିର ମିଶ୍ରଣ ନଘଟି F1 ପିଢିରୁ ସ୍ଵାଧୀନ ଭାବେ F2 ପିଢିକୁ ସଞ୍ଚରିତ ହୋଇଥାଏ । 

v  ଉଇହେଲମ୍ ଜୋହାନ୍ସନ୍ (Wilhelm Johannsen) 1909 ମସିହାରେ ମେଣ୍ଡେଲ୍‌ଙ୍କର କଳ୍ପିତ କାରକକୁ ଜିନ୍ (gene) ନାମ ଦେଇଥିଲେ 

v  ସେ ପ୍ରଥମେ ଜିନୋଟାଇପ୍ (Genotype) ଫିନୋଟାଇପ୍ (Phenotype) ଦୁଇଟି ଶବ୍ଦର ପ୍ରଚଳନ କରିଥିଲେ

(1857 – 1927)