ବିବର୍ତ୍ତନ(Evolution)
- ପୃଥିବୀରେ ଜୀବସୃଷ୍ଟିର ଭିନ୍ନ ଭିନ୍ନ ମତ ରହିଥିଲେ ମଧ୍ୟ
ଜୀବବିଜ୍ଞାନୀମାନେ ବିଶ୍ଵାସ କରନ୍ତି ଯେ ଏହି ପୃଥିବୀରେ ‘ଜୀବନ’ ଅଜୈବିକ ପଦାର୍ଥରୁ ବା ବସ୍ତୁରୁ ସୃଷ୍ଟି ହୋଇଛି ।
- ଜୀବ ସୃଷ୍ଟି ସମ୍ବନ୍ଧରେ ପ୍ରଥମେ ମତବ୍ୟକ୍ତ କରିଥିଲେ 1920
ମସିହାରେ ଏ.ଆଇ.ଓପାରିନ୍ (A.I.Oparin) ଓ
ଜେ.ବି.ଏସ୍. ହାଲ୍ଡେନ୍ (J.B.S.Haldane) ।
- 1953 ମସିହାରେ ଷ୍ଟାନ୍ଲେ ମିଲର (Stanley Miller) ଓ ହାରୋଲୁ ୟୁରେ (Harold Urey) ପରୀକ୍ଷା ଦ୍ଵାରା ପ୍ରମାଣ କରିଥିଲେ ଯେ ମିଥେନ, ଆମୋନିଆ, ଉଦ୍ଜାନ, ଜଳୀୟବାଷ୍ପ ଆଦିର
ସଂଯୋଗରୁ କେତେକ ଏମିନୋ ଏସିଡ୍ର ସୃଷ୍ଟି ।
- ପରେ ସାମାନ୍ୟ ପରିବର୍ତ୍ତିତ ସମ୍ମିଶ୍ରଣରୁ ବୈଜ୍ଞାନିକମାନେ ‘ଏଡ଼ିନିନ୍’
ନାମକ ନ୍ୟୁକ୍ଲିଓଟାଇଡ୍ ପାଇବାରେ ସଫଳ ହୋଇଥିଲେ ।
- ଏହି ଏମିନୋ ଏସିଡ୍ ଶୃଙ୍ଖଳରୁ ତିଆରି ହୋଇଛି ପ୍ରୋଟିନ୍ ଓ ‘ନ୍ୟୁକ୍ଲିଓଟାଇଡ୍’
ଶୃଙ୍ଖଳରୁ ତିଆରି ହୋଇଛି ଆର୍.ଏନ୍.ଏ. ଓ ଡି.ଏନ୍.ଏ. ।
- ଏହିସବୁ ପରୀକ୍ଷଣ ପ୍ରମାଣ କରୁଛି ଯେ ‘ ବସ୍ତୁରୁ ଜୀବନର
ଉଦ୍ଭବ’ ହୋଇଅଛି ।
- ପ୍ରଥମ ଜୀବକୋଷଟି ସମୁଦ୍ରର ଜଳରାଶି ମଧ୍ୟରେ ସୃଷ୍ଟି ହୋଇଥିଲା, ଯାହାକି ଅତ୍ୟନ୍ତ ସରଳ ଓ ନିମ୍ନମାନର
ଥିଲା ।
- ଆଜି ଆମେ ଦେଖୁଥିବା ପ୍ରାଣୀମାନେ ସମୟକ୍ରମେ ପରିବର୍ତ୍ତନ
ମଧ୍ୟଦେଇ ସରଳ ଅବସ୍ଥାରୁ ଜଟିଳ ଓ ଉନ୍ନତ ଅବସ୍ଥାରେ ଆସି ପହଞ୍ଚିଛନ୍ତି ।
- ଜୈବ ବିବର୍ତ୍ତନ ଯୋଗୁଁ ପୃଥିବୀ ପୃଷ୍ଠରେ ଜୈବବିବିଧତା (Biodiversity) ଦେଖାଯାଇଛି ।
ବିବର୍ତ୍ତନ ସମ୍ପର୍କିତ ପ୍ରାମାଣିକ ତଥ୍ୟ: -
ଜୀବାଶ୍ମ ଆଧାରିତ ପ୍ରମାଣ :-
q
ଲକ୍ଷ ଲକ୍ଷ ବର୍ଷ
ପୂର୍ବେ ପୃଥିବୀରେ ବାସ କରୁଥିବା ପ୍ରାଣୀ ଓ ଉଭିଦର ଅବଶେଷକୁ ଜୀବାଶ୍ମ (Fossil) କୁହାଯାଏ । ଏଥୁରୁ
ପ୍ରାଚୀନ ଯୁଗର ପୃଥିବୀ ଓ ସେ ସମୟର ବୃକ୍ଷଲତା ଓ ପ୍ରାଣୀମାନଙ୍କ ସମ୍ପର୍କରେ ଏକ ଧାରଣା
ମିଳିଥାଏ ।
q
ଦୁଇଟି ପୃଥକ୍
ଗୋଷ୍ଠୀ ମଧ୍ୟରେ ସମ୍ପର୍କ ଜୀବାଶ୍ମ ଅଧ୍ୟୟନରୁ ଜାଣିହୁଏ, ଯେପରିକି ସରୀସୃପ ଓ ବିହଙ୍ଗମାନଙ୍କୁ ଲକ୍ଷ୍ୟକଲେ ଜଣାପଡ଼େ ଯେ ଏ ଦୁଇଗୋଷ୍ଠୀ ମଧ୍ୟରେ ସାମଞ୍ଜସ୍ୟ
କମ୍ ଓ ଅସମତା ଅଧିକ ।
q ଆର୍କିଓପ୍ରିକ୍ସ (Archaeopteryx) ନାମକ ଏକ ଜୀବାଶ୍ମ ଆବିଷ୍କାର ପରେ ଦେଖାଗଲା ଯେ ଏହି ଜୀବରେ ସରୀସୃପ ଓ ବିହଙ୍ଗର ଲକ୍ଷଣମାନ ରହିଛି ।
qସମସ୍ତ ତଥ୍ୟକୁ ଅଧ୍ୟୟନ କରି ପ୍ରାଣୀବିଜ୍ଞାନୀମାନେ ମତଦେଲେ ଯେ ଉଷ୍ମ ରକ୍ତଧାରୀ ବିହଙ୍ଗର ପୂର୍ବଜମାନେ ହେଉଛନ୍ତି ସରୀସୃପ ଯେଉଁମାନେ କି ମନ୍ଥର, କମ୍ ସକ୍ରିୟ ଓ ଶୀତଳ ରକ୍ତଧାରୀ ।
ଗଠନ ଭିତ୍ତିକ ପ୍ରମାଣ :-
ସମଜାତ ଅଙ୍ଗ (Homologous Organs):
• ସ୍ତନ୍ୟପାୟୀ ପ୍ରାଣୀମାନଙ୍କର ବିଭିନ୍ନ ଅଙ୍ଗ; ଯଥା – ବାଦୁଡ଼ିର ଡେଣା, ବିରାଡ଼ିର ପଞ୍ଝା, ସିଲ୍ ଓ ତିମି ଆଦି ପ୍ରାଣୀମାନଙ୍କର ଫ୍ଲିପର୍ (ପହଁରିବା
ଅଙ୍ଗ), ଘୋଡ଼ାର ଗୋଡ଼ ଓ ମଣିଷର ହାତ ଇତ୍ୟାଦିର କାର୍ଯ୍ୟ ଭିନ୍ନ ହୋଇଥିଲେ ମଧ୍ୟ ହାଡ଼ଗୁଡ଼ିକର
ବିନ୍ୟାସ, ବିକାଶ ତଥା ଅଙ୍ଗଗୁଡ଼ିକର ଉଦ୍ଭବ ଓ ଗଠନକ୍ଷେତ୍ରରେ ଅନେକ ସାମଞ୍ଜସ୍ୟ ଦେଖାଯାଏ।
• ଉଭିଦମାନଙ୍କ କ୍ଷେତ୍ରରେ ଆଉ ଏକ ଉଦାହରଣ ହେଉଛି - କଖାରୁଗଛର ଆକର୍ଷୀ (Tendril) ଓ କାଗଜଫୁଲ -(ବୋଗୋନଭିଲା) ଗଛର କଣ୍ଟାର କାର୍ଯ୍ୟ ଭିନ୍ନ; କିନ୍ତୁ ସେମାନଙ୍କର ଉଦ୍ଭବ, ବିକାଶକ୍ରମ, ମୌଳିକ ଗଠନଶୈଳୀ ଓ ସୂକ୍ଷ୍ମ ଗଠନ ସମାନ
।
ଅନୁରୂପୀ ଅଙ୍ଗ (Analogous organs): -
ଅଙ୍ଗଗୁଡ଼ିକର କାର୍ଯ୍ୟ ଏକାପ୍ରକାରର ହେଲେ ମଧ୍ୟ ସେମାନଙ୍କର ମୌଳିକ ଗଠନଶୈଳୀ, ସୂକ୍ଷ୍ମଗଠନ, ଭ୍ରୂଣର ବିକାଶ ଓ ଅନେକକ୍ଷେତ୍ରରେ ପାର୍ଥକ୍ୟ ରହିଥାଏ; ଯଥା – ମଶାର ଡେଣା ଓ ପାରାର ଡେଣା ଇତ୍ୟାଦି । ଏଗୁଡ଼ିକୁ ଅନୁରୂପୀ ଅଙ୍ଗ କୁହାଯାଏ ।
ଅବଶେଷାଙ୍ଗ (Vestigial Organ): -
q
ଅନେକ ପ୍ରାଣୀଙ୍କ ଶରୀରରେ ଏପରି କିଛି ଅଙ୍ଗ ରହିଛି ଯାହା ପୂର୍ବରୁ କାର୍ଯ୍ୟକ୍ଷମ ଥିଲା, ବର୍ତ୍ତମାନ ଅକାମି ହୋଇଯାଇଛି ଓ ସମ୍ପୂର୍ଣ
ଅଦୃଶ୍ୟ ହେବା ପୂର୍ବରୁ ଶରୀରର କିଛି ଅଂଶ ରହିଯାଇଛି । ଏପରି ଅଙ୍ଗ ମାନଙ୍କୁ ଅବଶେଷାଙ୍ଗ କୁହାଯାଏ
।
q
ଉଦାହରଣ- ଅଜଗର ସାପରେ ଦେଖାଯାଉଥିବା ଅବୟବ ର କିଛି ଅବଶେଷ, ମଣିଷ ର ବୃହଦନ୍ତ୍ର ସହ ଥିବା
ଆପେନଡିକ୍ସ ଇତ୍ୟାଦି ।
ଭ୍ରୂଣବିଜ୍ଞାନ ଆଧାରିତ ପ୍ରମାଣ :-
q
ମେରୁଦଣ୍ଡୀ ପ୍ରାଣୀ; ଯଥା – ମାଛ, ଉଭୟଚର, ସରୀସୃପ ଓ ବିହଙ୍ଗମାନଙ୍କୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ପ୍ରତ୍ୟେକ ପ୍ରାଣୀଙ୍କ ଭ୍ରୂଣ ମଧ୍ୟରେ ଓ ଭ୍ରୂଣର ବିକାଶ କ୍ଷେତ୍ରରେ ବହୁ ସାମଞ୍ଜସ୍ୟ ଦେଖାଯାଏ ।
q
ପ୍ରତ୍ୟେକ ମେରୁଦଣ୍ଡୀ ପ୍ରାଣୀର ଭ୍ରୂଣରେ ଗାଲିଛିଦ୍ର ଓ ପୃଷ୍ଠରଜ୍ଜୁ (Notochord) ଥାଏ ।
q
ବିକାଶ ସଂପୂର୍ଣ୍ଣ ହେଲାବେଳକୁ ମାଛର ଗାଲିଛିଦ୍ର ରହିଥାଏ; କିନ୍ତୁ ଅନ୍ୟମାନଙ୍କ କ୍ଷେତ୍ରରେ ଏହା ଅଦୃଶ୍ୟ ହୋଇଯାଏ ।
q
ପୃଷ୍ଠରଜ୍ଜୁ ସ୍ଥାନରେ ମେରୁଦଣ୍ଡର ବିକାଶ ଘଟିଥାଏ ।