Skip to main content

ସନ୍ତାନଧାରଣ ଓ ମା'ଙ୍କ ସ୍ଵାସ୍ଥ୍ୟ (Childbearing & Women's Health) || ଜନନ (Reproduction) || Class X || Notes

 

ସନ୍ତାନଧାରଣ ଓ ମା'ଙ୍କ ସ୍ଵାସ୍ଥ୍ୟ (Childbearing & Women's Health)

    ଭେଷଜ ବିଦ୍ୟା ସଂଜ୍ଞା ଅନୁଯାୟୀ ମହିଳାଙ୍କର ଗର୍ଭଧାରଣଠାରୁ ସନ୍ତାନ ଜନ୍ମ ହେବା ପର୍ଯ୍ୟନ୍ତ ଘଟୁଥିବା ସମସ୍ତ ଘଟଣାବଳୀକୁ ‘ ସନ୍ତାନଧାରଣ’ କୁହାଯାଏ । 
    ଆମ ଦେଶର ମହିଳା ଓ ଶିଶୁମାନଙ୍କ ମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଆମ ଦେଶର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ୨୦୦୫ ମସିହାରୁ ‘ଜାତୀୟ ସ୍ଵାସ୍ଥ୍ୟ ମିଶନ’ (National Health Mission) କାର୍ଯ୍ୟ ହେଉଛି । 
ଏହି ଯୋଜନାର ନିମ୍ନଲିଖି ଲିଖିତ ଲକ୍ଷ୍ୟ ରହିଛି ।
ଯଥା |:
1. ସବୁ ନାଗରିକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା 
2. ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ଶକ୍ତିଶାଳୀ କରିବା 
3. ସଂକ୍ରମଣ ରୋଗର ପ୍ରତିକାର ଓ ନିୟନ୍ତ୍ରଣ 
4. ସୁସ୍ଥ ଜୀବନଚର୍ଯ୍ୟା ପାଇଁ ପ୍ରୋତ୍ସାହନ 
5. ଆଶାକର୍ମୀ ଓ ଅଙ୍ଗନବାଡ଼ି ପରି ସଂସ୍ଥାର ଦୃଢ଼ୀକରଣ ଇତ୍ୟାଦି ।
    ଏଥି ସହିତ କେନ୍ଦ୍ର ସରକାରଙ୍କ ଦ୍ଵାରା 
(କ) ଜନନୀ ସୁରକ୍ଷା ଯୋଜନା 
(ଖ) ରାଷ୍ଟ୍ରୀୟ ବାଳ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନା
(ଗ) ରାଷ୍ଟ୍ରୀୟ କିଶୋର ସୁରକ୍ଷା କାର୍ଯ୍ୟକ୍ରମ ପରି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି ।

ଜନନୀ ସୁରକ୍ଷା ଯୋଜନା : 
    ଏହି ଯୋଜନା ମାଧ୍ୟମରେ ଜଣେ ସ୍ତ୍ରୀଲୋକର ପ୍ରସବ ପୂର୍ବ କାଳୀନ, ପ୍ରସବ କାଳୀନ ଓ ପ୍ରସବ ପର କାଳୀନ ସ୍ଵାସ୍ଥ୍ୟର ଯତ୍ନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । 
    ପ୍ରସବ ପୂର୍ବରୁ ମହିଳାମାନଙ୍କୁ ମାଗଣାରେ ଲୌହ ଓ ଫୋଲିକ୍ ଏସିଡ୍ ବଟିକ। ବଣ୍ଟାଯାଉଛି । ଆସନ୍ନପ୍ରସବା ମହିଳାଙ୍କୁ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ବା ଜିଲ୍ଲା ଡାକ୍ତରଖାନାରେ ପ୍ରସବ କରାଇବା ପାଇଁ ସରକାରଙ୍କ ତରଫରୁ ମାଗଣା ଆମ୍ବୁଲାନ୍‌ସ୍‌ର ବ୍ୟବସ୍ଥା କରାଯାଇଛି । ପ୍ରସବ ପରେ ପୌଷ୍ଟିକ ଆହାର ପାଇଁ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ରୋଗରୁ ଶିଶୁମାନଙ୍କୁ ସୁରକ୍ଷା ଦେବାପାଇଁ ସରକାର ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି । 
    ସ୍ଵାସ୍ଥ୍ୟସେବାର ଉନ୍ନତି ଯୋଗୁଁ ଭାରତରେ ଗର୍ଭବତୀ ମହିଳାଙ୍କର ମୃତ୍ୟୁହାର ଧୀରେ ଧୀରେ କମିବାରେ ଲାଗିଛି । ୧୯୯୦ ମସିହାରେ ପ୍ରତ୍ୟେକ ଏକଲକ୍ଷ ଶିଶୁଜନ୍ମରେ ୫୫୬ଜଣ ମାଆଙ୍କର ମୃତ୍ୟୁ ହେଉଥିବା ବେଳେ ୨୦୧୬ ମସିହା ବେଳକୁ ମାଆ ମୃତ୍ୟୁହାର ପ୍ରତି ଏକ ଲକ୍ଷ ଶିଶୁଜନ୍ମରେ ୧୩୦ରେ ପହଞ୍ଚିଛି ।