ସୂର୍ଯ୍ୟଠାରୁ 149.6 ନିୟୁତ କି.ମି. ଦୂରରେ ଥିବା ଆମ ପୃଥୁବୀ ଏକମାତ୍ର ଗ୍ରହ ଯେଉଁଠାରେ ଜୀବ ବାସକରନ୍ତି । ଏହା ସମ୍ଭବ ହୋଇଛି ପୃଥବୀପୃଷ୍ଠରେ ମିଳୁଥୁବା ମାଟି, ପାଣି ପବନର ଅପୂର୍ବ ସମନ୍ଵୟ ଯୋଗୁଁ ।
ଜୈବମଣ୍ଡଳ (Biosphere): -
ପୃଥିବୀପୃଷ୍ଠରେ ଥିବା ସମସ୍ତ ପ୍ରକାର ଜଳର ଉତ୍ସକୁ ଜଳମଣ୍ଡଳ (Hydrosphere) କୁହାଯାଏ । ଯଥା - ସମୁଦ୍ର, ହିମପ୍ରବାହ (Glacier), ନଦୀ, ହ୍ରଦ, ପୁଷ୍କରିଣୀ, ଝରଣା ଓ ଭୂତଳ ଜଳ ଇତ୍ୟାଦି ।
ଭୂପୃଷ୍ଠର ପ୍ରାୟ 640 କି.ମି. ଉପରକୁ ବ୍ୟାପିଥୁବା ଅଞ୍ଚଳକୁ ବାୟୁମଣ୍ଡଳ (Atmosphere) କୁହାଯାଏ । ବାୟୁମଣ୍ଡଳ 78.62% ଯବକ୍ଷାରଜାନ, 20.84% ଅମ୍ଳଜାନ, 0.03% ଅଙ୍ଗାରକାମ୍ଳ, ଅବଶିଷ୍ଟ ଜଳୀୟ ବାଷ୍ପ ଓ ଅନ୍ୟାନ୍ୟ ଗ୍ୟାସ୍କୁ ନେଇ ଗଠିତ ।
ଅଶ୍ମ ମଣ୍ଡଳ ବା ପ୍ରସ୍ତରମଣ୍ଡଳ (Lithosphere) ପୃଥିବୀପୃଷ୍ଠରେ ଥିବା ସମସ୍ତ ପ୍ରକାର ମାଟି, ପଥର, ପାହାଡ଼, ପର୍ବତ ଇତ୍ୟାଦିକୁ ନେଇ ଗଠିତ ।
ଜୀବନଧାରଣ ପାଇଁ ଅନୁକୂଳ ବାତାବରଣ ଥିବା ଏହି ଅଞ୍ଚଳକୁ ଜୀବମଣ୍ଡଳ (Biosphere) କୁହାଯାଏ ।
ଜୀବମଣ୍ଡଳର ମୁଖ୍ୟ ଉପାଦାନ: -
ଜୀବମଣ୍ଡଳର ଅର୍ଥ କେବଳ ଜୀବମାନଙ୍କର ସମଷ୍ଟି ନୁହେଁ, ବରଂ ଏହା ସମଗ୍ର ଜୀବଜଗତ ଓ ଏଥିସହିତ ସଂଶ୍ଳିଷ୍ଟ ପରିବେଶକୁ ବୁଝାଏ । ପୃଥବୀର ସମସ୍ତ ପରିସଂସ୍ଥା (Ecosystem)କୁ ନେଇ ଏହା ଗଠିତ ।