Skip to main content

ଜୈବମଣ୍ଡଳ (Biosphere) | ଆମ ପରିବେଶ | Class 10 Science Odia Notes

 

    ଆମ ପରିବେଶ

🌍 ପୃଥିବୀର ବିଶେଷତ୍ୱ

  • ପୃଥିବୀ ସୂର୍ଯ୍ୟରୁ ପ୍ରାୟ 149.6 ମିଲିଅନ କି.ମି. ଦୂରରେ ଅବସ୍ଥିତ।

  • ଏହା ତୃତୀୟ ଗ୍ରହ।

  • ଜୀବନ ଥିବା ଏକମାତ୍ର ଗ୍ରହ ।

ଜୀବନ ସମ୍ଭବ କାହିଁକି?

ମାଟି ଅଛି
✔ ପାଣି ଅଛି
✔ ବାୟୁ ଅଛି
✔ ଉଚିତ ତାପମାତ୍ରା

🌫️ ବାୟୁମଣ୍ଡଳ (Atmosphere)

  • ପୃଥିବୀକୁ ପ୍ରାୟ 640 କି.ମି. ପର୍ଯ୍ୟନ୍ତ ଘେରିଛି।

  • ଗଠନ:

    • 78.62% ନାଇଟ୍ରୋଜେନ

    • 20.84% ଅମ୍ଲଜାନ

    • 0.03% କାର୍ବନ ଡାଇଅକ୍ସାଇଡ

    • ଅନ୍ୟ ଗ୍ୟାସ ଓ ଜଳବାଷ୍ପ

🪨 ଶିଳାମଣ୍ଡଳ (Lithosphere)

  • ପୃଥିବୀର ବାହ୍ୟ ଭୂତଳ ।

  • ମାଟି, ପଥର, ପର୍ବତ, ଖଣିଜ ସମ୍ପଦ ।

💧 ଜଳମଣ୍ଡଳ (Hydrosphere)

  • ସମୁଦ୍ର

  • ନଦୀ

  • ହ୍ରଦ

  • ହିମପିଣ୍ଡ

  • ଭୂଗର୍ଭ ଜଳ

🌱 ଜୀବମଣ୍ଡଳ (Biosphere)

  • ବାୟୁମଣ୍ଡଳ + ଜଳମଣ୍ଡଳ + ଶିଳାମଣ୍ଡଳର ସମନ୍ୱୟ ।

  • ଯେଉଁଠାରେ ଜୀବନ ସମ୍ଭବ ।

ପରିସଂସ୍ଥା (Ecosystem)

ଏକ ଅଞ୍ଚଳରେ ଥିବା ସମସ୍ତ ଜୀବ (ଗଛ, ପଶୁ, ଜୀବାଣୁ ), ନିର୍ଜୀବ (ମାଟି, ପାଣି, ବାୟୁ) କୁ ନେଇ ପରିସଂସ୍ଥା ଗଠିତ ।

🌾ପରିସଂସ୍ଥାର ଉଦାହରଣ

  • ଜଙ୍ଗଲ ପରିସଂସ୍ଥା

  • ତୃଣଭୂମି ପରିସଂସ୍ଥା

  • ମରୁଭୂମି ପରିସଂସ୍ଥା

  • ପୋଖରୀ ପରିସଂସ୍ଥା

  • ନଦୀ ପରିସଂସ୍ଥା

  • ସମୁଦ୍ର ପରିସଂସ୍ଥା

⚖ ପରିବେଶ ସନ୍ତୁଳନ (Ecological Balance)

  • ଜୀବ ଓ ନିର୍ଜୀବ ଉପାଦାନ ପରସ୍ପର ନିର୍ଭରଶୀଳ ।

  • ଏହି ସମନ୍ୱୟ ରହିଲେ ପରିସଂସ୍ଥା ସ୍ଥିର ରହେ ।

ପରିସଂସ୍ଥାର ଗଠନାତ୍ମକ ଉପାଦାନ (Structural Component of Ecosystem)

ପ୍ରତ୍ୟେକ ପରିସଂସ୍ଥା 4ଟି ମୁଖ୍ୟ ଉପାଦାନକୁ ନେଇ ଗଠିତ :

1️⃣ ଅଜୈବିକ ଉପାଦାନ (Abiotic Components)

(A) ଜଳବାୟୁ କାରକ

  • ତାପମାତ୍ରା

  • ଆଲୋକ

  • ଆର୍ଦ୍ରତା

(B) ଜୀବ-ଭୂତତ୍ତ୍ଵ-ରସାୟନ ଚକ୍ର (Biogeochemical cycle) ବା ପୋଷାକ ଚକ୍ର (Nutrient Cycle)

  • ଜଳ

  • କାର୍ବନ

  • ନାଇଟ୍ରୋଜେନ

  • ଫସ୍‌ଫରସ୍

(C) ଜୈବିକ ପଦାର୍ଥ

  • ପୃଷ୍ଟିସାର

  • ସ୍ନେହସାର 

  • ଶ୍ଵେତସାର 

2️⃣ ଉତ୍ପାଦକ (Producer)

  • ସବୁଜ ଉଦ୍ଭିଦ ଯଥା - ଘାସ, ଗଛ, ପ୍ଳବ 

  • କ୍ଲୋରୋଫିଲ୍ ଥାଏ

  • ଆଲୋକ ସଂଶ୍ଳେଷଣ କରେ

  • ସ୍ୱପୋଷୀ ବା ସ୍ଵଭୋଜୀ 

3️⃣ ଭକ୍ଷକ (Consumer)

ପ୍ରକାର:

✔ ପ୍ରାଥମିକ ଭକ୍ଷକ (Primary consumer) (ତୃଣଭୋଜୀ)
✔ ଦ୍ୱିତୀୟ ଭକ୍ଷକ (Secondary consumer) (ମାଂସାହାରୀ-1)
✔ ତୃତୀୟ ଭକ୍ଷକ (Tertiary consumer) (ମାଂସାହାରୀ-2)
✔ ଶୀର୍ଷ ଭକ୍ଷକ (Top consumer) (ମାଂସାହାରୀ-3)

4️⃣ ଅପଘଟକ (Decomposer)

  • ବୀଜାଣୁ (Bacteria)

  • କବକ (Fungi)

  • ଆଦିପ୍ରାଣୀ (Protozoa)

ମୃତ ଜୀବଙ୍କୁ ଅପଘଟିତ କରି ପୋଷକ ଦ୍ରବ୍ୟକୁ ପୁଣି ପରିବେଶକୁ ଫେରାନ୍ତି ।

ପରିସଂସ୍ଥାର କ୍ରିୟାତ୍ମକ ଦିଗ (Functional Aspects of Ecosystem):

ପ୍ରତ୍ୟେକ ପରିସଂସ୍ଥାରେ 4ଟି ମୁଖ୍ୟ କାର୍ଯ୍ୟ ହୁଏ:

1️⃣ ଖାଦ୍ୟ ଶୃଙ୍ଖଳ (Food Chain)
2️⃣ ଶକ୍ତି ପ୍ରବାହ (Energy Flow)
3️⃣ ପୋଷକ ଚକ୍ର (Nutrient Cycle)
4️⃣ ସମସ୍ଥିତି (Homeostasis)

🍃 1. ଖାଦ୍ୟ ଶୃଙ୍ଖଳ (Food Chain)

ପରିସଂସ୍ଥାରେ ଏକ ଜୀବ ଅନ୍ୟ ଜୀବକୁ ଖାଏ — ଏଭଳି ଖାଦ୍ୟ ସମ୍ପର୍କ ଯାହା ଶୃଙ୍ଖଳ ଆକାରେ ଚାଲିଥାଏ, ତାହାକୁ ଖାଦ୍ୟ ଶୃଙ୍ଖଳ କୁହାଯାଏ ।

🌿 ତୃଣଭୂମି ଖାଦ୍ୟ ଶୃଙ୍ଖଳ:

ଘାସ → ଝିଣ୍ଟିକା → ବେଙ୍ଗ → ସାପ → ଚିଲି