Skip to main content

10th Class Odia Question & Answer Chapter 6 | ଜାଗ ବନ୍ଧନହରା | ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

 

ନିର୍ଦ୍ଧିଷ୍ଟ ଉତ୍ତରମୂଳକ : 

1. ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
ନବଯୁଗର _________ ମାନଙ୍କୁ ଜାଗି ଉଠିବାପାଇଁ କୁହାଯାଇଛି । 
(ଶୋଷିତ, କୃଷକ, ବୃଦ୍ଧ, ତରୁଣ)
Ans.  
ତରୁଣ
2. ଠିକ୍ ଉତ୍ତରଟି ବାଛି ପାଦ ପୂରଣ କର ।
ଲକ୍ଷ ଜୀବନେ ଖେଳାଅ ______। 
(ସମାଜବାଦୀଧାରା, ଆଲୋକଧାରା, ଉତ୍ସାହବାଣୀ, ଅନ୍ଧକାରଧାରା)
Ans 
ଆଲୋକଧାରା
3. 'ସଞ୍ଚିତ' କେଉଁ ପଦ ?
(ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ)
Ans. 
ବିଶେଷଣ
4. କେଉଁଟି ‘ତିମିର’ର ପ୍ରତିଶବ୍ଦ ହେବ ଲେଖ ।
(କ) ଅନ୍ଧାର
(ଖ) ରାତ୍ରି
(ଗ) ସନ୍ଧ୍ୟା
(ଘ) କଳା
Ans. 
ଅନ୍ଧାର
5. ତନ୍ଦ୍ରାପରଶ କେଉଁ ସମାସ?
(କର୍ମଧାରୟ, ଷଷ୍ଠୀ ତତ୍‌ପୁରୁଷ, ପଞ୍ଚମୀ ତତ୍‌ପୁରୁଷ, ବହୁବ୍ରୀହି)
Ans. 
ଷଷ୍ଠୀ ତତ୍‌ପୁରୁଷ
6. ‘ଭୁବନ’ – ଏହିପରି ‘ଅନ’ ପର ପ୍ରତ୍ୟୟ ଲାଗିଥିବା ୩ଟି ଶବ୍ଦ ଲେଖ ।
Ans. 
କମ୍ପନ, ବନ୍ଧନ, ସ୍କନ୍ଦନ
7. ‘ନିର୍ଝର’ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
(କ) ନିଃ + ଝର
(ଖ) ନିର + ଝର
(ଗ) ନି + ଝର
(ଘ) ନା + ଝର
Ans. 
(କ) ନିଃ + ଝର

କ୍ଷୁଦ୍ର ଉତ୍ତରମୂଳକ

8. ବନ୍ଧନହରା କେଉଁମାନଙ୍କ ଉଦ୍ଦେଶ୍ୟରେ ବୁହାଯାଇଛି?
Ans
ବନ୍ଧନହରା ନବୀନଯୁଗର ତରୁଣମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି।
9. କେଉଁଠାରେ ଆଲୋକଧାରା ଖେଳାଇବାକୁ କବି କହିଛନ୍ତି ?
Ans 
ଲକ୍ଷ ଲକ୍ଷ ପାନବ ଜୀବନରେ ଆଲୋକ ଧାରା ଖେଳାଇବାକୁ କବି କହିଛନ୍ତି।
10. କବି କ’ଣ ଲୁପ୍ତ ହେବାକୁ କହିଛନ୍ତି ?
Ans
ଜାତିଭେଦ ପ୍ରଥା ଲୁପ୍ତ ହେବାକୁ କବି କହିଛନ୍ତି।
11. କାହାର ଶଙ୍ଖଧ୍ଵନିରେ ଦୁଃଖଜ୍ଵାଳା ପ୍ରଶମିତ ହେବ ?
Ans. 
ମହାମାନବର ଶଙ୍ଖ ଧ୍ଵନିରେ ଦୁଃଖ ଜ୍ଵାଳା ପ୍ରଶମିତ ହେବ ।
12. କେଉଁଠାରେ ଅମର ଗାନ ଗାଇବାପାଇଁ କବି କହିଛନ୍ତି ?
Ans. 
ମୃତ୍ୟୁ ଦ୍ଵାରରେ ଦଣ୍ଡାୟମାନ ହୋଇ ଅମର ଗାନ ଗାଇବାପାଇଁ କବି କହିଛନ୍ତି । 
13. ତିମିରକାର ଭାଙ୍ଗିଦେବା କଥା କବି କାହିଁକି କହିଛନ୍ତି ?
Ans. 
ମାନବ ମସ୍ତକରେ ସଞ୍ଚିତ ଅପମାନକୁ ପୋଛିଦେବା ପାଇଁ ତିମିରକାରାକୁ ଭାଙ୍ଗିଦେବା ନିମନ୍ତେ କବି କହିଛନ୍ତି ।
14. ମରୁ ପଥରେ କ’ଣ ସୃଷ୍ଟି କରିବାକୁ କବି କହିଛନ୍ତି ?
Ans. 
ମରୁ ପଥରେ ଝରଣା ସୃଷ୍ଟି କରିବାକୁ କବି କହିଛନ୍ତି ।
15. ‘ସମ୍ମୁଖେ ତବ’- ‘ତବ’ ଏଠାରେ କାହା ଉଦ୍ଦେଶ୍ୟରେ କୁହାଯାଇଛି ?
Ans.
‘ସମ୍ମୁଖେ ତବ’ ଏଠାରେ ‘ତବ’ ନବଯୁଗର ତରୁଣମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି
16. ଭୁବନସାରା ହସାଇବାପାଇଁ କ’ଣ ଭିନ୍ନ କରିବାକୁ କୁହାଯାଇଛି ?
Ans. 
ଭୁବନସାରା ହସାଇବାପାଇଁ ତନ୍ଦ୍ରାର ସ୍ପର୍ଶକୁ ଭିନ୍ନ କରିବାକୁ କୁହାଯାଇଛି।
17. ଭବିଷ୍ୟତରେ ତରୁଣମାନେ କ’ଣ କଲେ ଜାଗିଉଠିବେ ବୋଲି କବି କହିଛନ୍ତି ?
Ans. 
ଅତୀତର ଦୁଃଖ, ଦୈନ୍ୟ ନିପୀଡ଼ିତ ଦୁର୍ବଳ ଜୀବନକୁ ବିଦୀର୍ଣ୍ଣ କଲେ ହିଁ ଭବିଷ୍ୟତର ତରୁଣମାନେ ଜାଗିଉଠିବେ ବୋଲି କବି କହିଛନ୍ତି ।
18. ବିଜୟର ମାଳା ଘେନିବା ପୂର୍ବରୁ କ’ଣ ହେଉ ବୋଲି କବି କହିଛନ୍ତି ?
Ans. 
ବିଜୟର ମାଳା ଘେନିବା ପୂର୍ବରୁ ସମସ୍ତ ବାଧାବିଘ୍ନ ରୂପକ ପ୍ରତିବନ୍ଧକର ଅର୍ଗଳ ଭାଙ୍ଗିଯିବା ସହ ପୀଡ଼ାପର୍ବତ ବୂର୍ଣ୍ଣ ହୋଇଯାଉ ବୋଲି କବି କବି କହିଛନ୍ତି।

ସପ୍ରସଙ୍ଗ ସରଳାର୍ଥ 

19. ମରଣ ଦୁଆରେ  ଚରଣ ଅରପି
     ଗାଅରେ ଅମର ଗାନ
    ପୋଛଦିଅ ଆଜି ମାନବ ଶିରସୁଁ

    ସଞ୍ଚିତ ଅପମାନ ।
Ans. 

ମରଣ ଦୁଆରେ ……………………… ସଞ୍ଚିତ ଅପମାନ ।
    ପ୍ରଦତ୍ତ ପଦ୍ୟାଶଟି ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ‘ଜାଗ ବନ୍ଧନହରା’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ନବୀନଯୁଗର ତରୁଣମାନଙ୍କୁ ସମାଜରେ ଦୁଃସ୍ଥ, ଅସହାୟ, ଶୋଷିତ ଓ ସର୍ବହରାମାନଙ୍କ ବେଦନାକ୍ଳିଷ୍ଟ ଜୀବନରେ ଆନନ୍ଦ ଭରିଦେବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆହ୍ଵାନ କରିଛନ୍ତି। ଜୀବନରେ ଆନନ୍ଦ ଭରିଦେବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆହ୍ଵାନ କରିଛନ୍ତି । କବିଙ୍କ ମତରେ କେବଳ ତରୁଣମାନେ ହିଁ ସମାଜର କଳଙ୍କିତ ଜାତିପ୍ରଥା, କୁସଂସ୍କାର ତଥା ଅନ୍ଧବିଶ୍ବାସ ପରି କର୍କଟ ରୋଗଗ୍ରସ୍ତ ସାମାଜିକ ବିଧ୍ୱଂବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିବେ । ସମାଜର ବଡ଼ପଣ୍ଡା ସାଜିଥିବା ପୁଞ୍ଜିପତି, ଶିଳ୍ପପତି, ଜମିଦାର, ବୁକୁଁଆ ଶ୍ରେଣୀ ସାଧାରଣ କୃଷକ, ଶ୍ରମିକ, ଦିନମଜୁରିଆ ପରି ଦରିଦ୍ର, ଅସହାୟମାନଙ୍କୁ ଶୋଷଣ, ନିଷେଷଣ ମଧ୍ୟରେ ସନ୍ତୁଳିତ ଜୀବନ ଅତିବାହିତ କରିବାକୁ ବାଧ୍ୟ କରିଆସିଛନ୍ତି । ଏପରି ବ୍ୟାଧ୍ବସ୍ତ ସମାଜ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାପାଇଁ ତରୁଣମାନଙ୍କୁ ସଂଘର୍ଷ ଓ ରକ୍ତପାତର ସମ୍ମୁଖୀନ ହେବାକୁ ପଡ଼ିପାରେ ।
    ତଥାପି ସେହି ନିରନ୍ନ, କାଙ୍ଗାଳ, ସର୍ବହରାଙ୍କ ମୁହଁରେ ହସ ଭରିଦେବାପାଇଁ ସେମାନଙ୍କୁ ମରଣର ବାଜି ଲଗାଇବାକୁ ପଡ଼ିବ । ମୃତ୍ୟୁର ସମ୍ମୁଖୀନ ହେଲେ ମଧ୍ୟ ସେମାନେ ହିଁ ଶୋଷିତ, ଲାଞ୍ଚ, ପଦଦଳିତ, ଅପମାନିତ ଭାବେ ଜୀବନ ନିର୍ବାହ କରୁଥିବା ଦୁଃଖୀ, ଦରିଦ୍ରଙ୍କ ଜୀବନରେ ସୁଖ, ଶାନ୍ତି ଭରିଦେଇ ପାରିବେ । ସେମାନଙ୍କ ହୃଦୟରେ ଆତ୍ମବିଶ୍ଵାସ ଓ ସନ୍ତୋଷର ବୀଜ ବପନ କରିପାରିବେ । ଆଜୀବନ ଦୁଃଖ, ଯନ୍ତ୍ରଣା, ଲଜ୍ଜା, ଅପମାନକୁ ଗଳାଧଃକରଣ କରିଆସିଥିବା ସର୍ବହରାମାନଙ୍କୁ ଚିରଶାନ୍ତର ଅମର ସଙ୍ଗୀତ ଶୁଣାଇ ସେମାନଙ୍କ ମୁହଁରେ ପ୍ରାଣଖୋଲା ହସ ଭ ଦେଇ ପାରିବେ ।
20. ଭିନ୍ନ କରି ସେ

      ହସାଅ ଭୁବନ ସାରା ।
Ans. 

ଭିନ୍ନ କରି ସେ ……………………. ହସାଅ ଭୁବନ ସାରା ।

    ପ୍ରୋକ୍ତ ପଦ୍ୟାଶଟି ପ୍ରଖ୍ୟାତ ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ‘ଜାଗ ବନ୍ଧନହରା’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି କବାନଯୁଗର ବନ୍ଧନହରା ତରୁଣମାନଙ୍କୁ ମାନବବାଦା ଚେତନାର ସନ୍ଧାନ କରବାରେ ବାଧକ ମାୟା ମୋହ, ଆବେଗର ବନ୍ଧନ ଛିନ୍ନ କରି ନିଷ୍ଫଳ ବିଶ୍ବର ଦଳିତ, ଲାଞ୍ଚ ଓ ଶୋଷିତବର୍ଗଙ୍କ ମୁଖରେ ହସ ଫୁଟାଇବାକୁ ଆହ୍ଵାନ କରିଛନ୍ତି କବିଙ୍କ ମତରେ ସମାଜରେ ପ୍ରାଚାନ କାଳରୁ ଚଳିଆସୁଥିବା ରକ୍ଷଣଶାଳ ପରମ୍ପରାର ଗତାନୁଗତିକ ଧାରାକୁ ପ୍ରୋତ୍ସାହନ ଦେଇ ଆସୁଥିବା ପୁଞ୍ଜିପତି, ଜମିଦାର ଓ ଧନୀକ ସମ୍ପ୍ରଦାୟର ଚକ୍ରାନ୍ତକୁ ପ୍ରତିହତ ନ କଲେ ସାଧାରଣ ଖଟିଖ୍, ମେହେନତି ମଣିଷ ମୁଖରେ ହସ ଫୁଟାଇବା ସମ୍ଭବ ହୋଇପାରିବ ନାହିଁ । କିନ୍ତୁ ସେହି ସାମନ୍ତବାଦୀ ପ୍ରଥାର ବିଲୋପ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେବା ପଥରେ ପ୍ରତିବନ୍ଧକ ଭାବେ ଉଭା ହେବ ମାୟା, ମୋହର ବନ୍ଧନ ।
    ନବଯୁଗର ତରୁଣମାନେ ସମାଜର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ସାମ୍ୟବାଦର ମହାମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ସେହି ମୋହ-ମାୟାର ରଜ୍ଜୁକୁ ଅବଶ୍ୟ ଛିନ୍ନ କରିବେ । ନବଯୁଗ ପ୍ରତିଷ୍ଠା ପାଇଁ ମାୟା-ମମତାର ତନ୍ଦ୍ରାଳସ ପରିତ୍ୟାଗ ପୂର୍ବକ କୋଟି କୋଟି ଶୋଷିତ ଜନତାର ହୃଦୟରୁ ଦୁଃଖ, ଯନ୍ତ୍ରଣା, କଷଣର ଭାର ଲାଘବ କରି ସେମାନଙ୍କ ମୁଖରେ ହସ ଭରିଦେଇ ପାରିବେ । ସର୍ବହରାମାନଙ୍କ ହୃଦୟରେ ସୁଖ ଓ ସନ୍ତୋଷ ଭରିଦେବା ପାଇଁ ଶାନ୍ତିର ସହ ବଞ୍ଚିବାର ଅଧିକାର ପ୍ରଦାନ କରିବାପାଇଁ ମୋହ-ମାୟୀର ନିଗୂଢ଼ ବନ୍ଧନରୁ ତରୁଣମାନଙ୍କୁ ମୁକ୍ତ ହେବାକୁ ପଡ଼ିବ ବୋଲି କବି ଆବେଗଭରା କଣ୍ଠରେ ଆହ୍ଵାନ କରିଛନ୍ତି ।

21. ଭାଜି ପଡ଼ୁ ଆଜି ଅର୍ଗଳ ରାଜି

      ଘେନ ବିଜୟର ମାଳା ।
Ans. 
ଭାଜି ପଡ଼ୁ ଆଜି…………………ଘେନ ବିଜୟର ମାଳା ।
    ପ୍ରଦତ୍ତ ପଦ୍ୟାଶଟି ପ୍ରଖ୍ୟାତ ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ‘ଜାଗ ବନ୍ଧନହରା’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ତରୁଣମାନଙ୍କ ଯୁଗାନ୍ତକାରୀ ପ୍ରଗତିବାଦୀ ପଦକ୍ଷେପର ସଫଳତା କାମନା କରିଛନ୍ତି ଓ ଶେଷରେ ସେମାନେ ବିଜୟୀ ବୀର ଭାବେ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇପାରିବେ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି । କବିଙ୍କ ମତରେ ତରୁଣମାନେ ହିଁ ଶକ୍ତି ଓ ସାମର୍ଥ୍ୟର ମୂର୍ତ୍ତିମନ୍ତ ବିଗ୍ରହ । ସେମାନେ ହିଁ ସବୁ ବାଧା ବନ୍ଧନ ଛିନ୍ନ କରିବାପାଇଁ ସମର୍ଥ । ସେହିମାନଙ୍କଦ୍ୱାରା ହିଁ ସମାଜରୁ କୁସଂସ୍କାର, ଅନ୍ଧବିଶ୍ବାସ ଦୂରୀକରଣ ସମ୍ଭବ ।
    ସମାଜର ବଡ଼ପଣ୍ଡା ସାଜିଥିବା ଧନୀକ, ପୁଞ୍ଜିପତି, ସର୍ବହରାମାନଙ୍କ ଉପରେ ହେଉଥ‌ିବା ଶୋଷଣ, ଖଟିଖୁ, ସର୍ବହରାମାନଙ୍କ ଉପରେ ହେଉଥ‌ିବା ଶୋଷଣ, ଅତ୍ୟାଚାରର ପରିସମାପ୍ତି ହେବ । ଦୀନ ଦରିଦ୍ରମାନଙ୍କ ମନରୁ ଭୟ, ସନ୍ଦେହ, ଅପମାନ ବିଦୂରିତ ହେବ । ସେମାନଙ୍କ ତିମିରିତ ଜାବନକାରା ଚୂର୍ଣ୍ଣ।ଭୂତ ହେବ । ତରୁଣମାନଙ୍କଦ୍ଵାରା ଚଳମାନ ପ୍ରଗତିର ରଥଚକ୍ର ତଳେ ସେମାନଙ୍କ ଜ୍ଵାଳା, ଯନ୍ତ୍ରଣାଜର୍ଜରିତ ଜୀର୍ଣ୍ଣ ଜୀବନରୁ ପେଷଣ, କଷଣ ବିଦୀର୍ଣ୍ଣ ହେବ । ଦୀର୍ଘଦିନର ସ୍ତୁପୀକୃତ ଉପୀଡ଼ନର ଉପାଦାନମାନ ଚୂର୍ଣ୍ଣବିଚୂର୍ଣ ହେବ । ସମସ୍ତ ବାଧା ବନ୍ଧନ, ପ୍ରତିବନ୍ଧକର ଅର୍ଗଳକୁ ଧ୍ୱଂସ କରି ସେମାନେ ଦିନେ ବିଜୟ ବୈଜୟନ୍ତୀ ଉଡ଼ାଇବେ ଏବଂ ସେମାନଙ୍କ ଗଳାରେ ପ୍ରଲମ୍ବିତ ହେବ ସଫଳତାର ଜୟମାଲ୍ୟ ।

ଦୀର୍ଘ ଉତ୍ତରମୂଳକ

22. ଏକ ସାର୍ଥକ ଉଦ୍‌ବୋଧନ ଗୀତିକା ଭାବରେ ‘ଜାଗ ବନ୍ଧନହରା’ କବିତାର ମର୍ମ ଆଲୋଚନା କର । 

Ans. 

    ମାର୍କସୀୟ ଦୃଷ୍ଟି ଓ ଦର୍ଶନଦ୍ଵାରା ଅନୁପ୍ରାଣିତ ଅନନ୍ତ ପଟ୍ଟନାୟକ ଜଣେ ପ୍ରବୀଣ ପ୍ରଗତିବାଦୀ କବି ଭାବେ ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ । ଶ୍ରେଣୀହୀନ ଶୋଷଣମୁକ୍ତ ସମାଜ ଗଠନର ସ୍ବପ୍ନ ତାଙ୍କ କବିତାଗୁଡ଼ିକର ମୁଖ୍ୟସ୍ୱର । ନୂତନ ଛନ୍ଦ ତଥା ପ୍ରଚଳିତ-ଅପ୍ରଚଳିତ ଶାବ୍ଦିକ ସମନ୍ବୟରେ ତାଙ୍କ କବିତାଗୁଡ଼ିକ ରସୋତ୍ତୀର୍ଣ୍ଣ ଓ ମନୋଜ୍ଞ । କବିଙ୍କ ଲେଖନୀ ନିଃସୃତ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’ ଆଦି କବିତାରାଜି ତାଙ୍କ ଅମ୍ଳାନ କବିପ୍ରତିଭାର ପରିଚୟ ପ୍ରଦାନ କରେ।

‘ନବଯୁଗ ସାହିତ୍ୟ ସଂସଦ’ ନାମରେ ଗଠିତ ସାମ୍ୟବାଦୀ ଚିନ୍ତାଧାରାସମ୍ପନ୍ନ କବି ଓ ସାହିତ୍ୟିକମାନଙ୍କର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନର ପ୍ରଥମେ ଅଧିବେଶନରେ ପ୍ରାରମ୍ଭିକ ସଙ୍ଗାତ ରୂପେ ଗାନ କରାଯାଇଥିବା ‘ଜାଗ ବନ୍ଧନହରା’ କବିତାଟି ଏକ ଉଚ୍ଚକୋଟୀର ଉଦ୍‌ବୋଧନ ଗୀତିକା । କବିତାଟିରେ ଛାତ୍ର, ଯୁବକ ଓ ତରୁଣମାନଙ୍କ ପ୍ରତି କବି କଣ୍ଠରେ ଭରିରହିଛି ବିପ୍ଳବର ଆହ୍ୱାନ । କାରଣ ସେହିମାନେ ହିଁ ବାସ୍ତବରେ ବନ୍ଧନହରା । ସେମାନଙ୍କର ଧମନୀରେ ଉଷ୍ମ ରକ୍ତର ଧାରା ପ୍ରବାହିତ । ମନ ମଧ୍ଯରେ ଶତସିଂହର ଉଦ୍ଦାମତା । ସେମାନଙ୍କ ହୃଦୟରେ ପ୍ରମତ୍ତ ଉନ୍ମାଦନା । ସମସ୍ତ ବାଧା ବନ୍ଧନକୁ ଅଚିରେ ଅତିକ୍ରମ କରିବାପାଇଁ କାୟ-ମନ-ବାକ୍ୟରେ ଶକ୍ତି ଓ ସାମର୍ଥ୍ୟରେ ଭରା ପ୍ରାଚୁର୍ଯ୍ୟ । ସେଥ‌ିପାଇଁ କବି ସେହି ବନ୍ଧନହରା ତରୁଣମାନଙ୍କ ଉଦ୍ଦେଶ୍ୟରେ ବାଢ଼ିଛନ୍ତି ଆଗ୍ନେୟ ଆହ୍ଵାନ ।

ପ୍ରଚଳିତ ତ୍ରୁଟିପୂର୍ଣ୍ଣ, କ୍ଷୟଶୀଳ, ପରମ୍ପରାପୀଡ଼ିତ ସାମାଜିକ ବ୍ୟବସ୍ଥାରେ ପୁଞ୍ଜିପତି, ଜମିଦାର ଓ ଧନୀକ ଶ୍ରେଣୀ ସାଧାରଣ କୃଷକ, ଶ୍ରମିକ, ଦିନମଜୁରିଆ, ଖଟିଖ୍ ସର୍ବହରାମାନଙ୍କୁ ଶୋଷଣ କରି ଯେପରି ଭାବେ ସେମାନଙ୍କୁ ନିଃସ୍ଵ କରିଛନ୍ତି, ତାହା ଲକ୍ଷ୍ୟ କରି ଦରଦୀ କବି ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି । ସେହି ଅସହାୟ ନିଃସ୍ବ ଜନ ହୃଦୟରେ ସାର୍ଚ୍ଚନା ଓ ଆଶ୍ଵାସନା ଭରିଦେବା ପାଇଁ ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ କବି ତରୁଣମାନଙ୍କୁ ଆହ୍ଵାନ କରିଛନ୍ତି । ସମାଜର ରକ୍ଷଣଶୀଳ, ଅନ୍ଧ।ନୁସରିତ, ଗତାନୁଗତିକତାରେ ପରିବର୍ତ୍ତନ ଆଣିବାପାଇଁ ଆବଶ୍ୟକ ପଡ଼ିଲେ ବକ୍ଷର ଶୋଶିତକୁ ବାଜ ଲଗାଇବାକୁ ପଡ଼ିପାରେ ଏବଂ ସେଥ‌ିପାଇଁ ଦୃଢ଼ ମନୋବଳ ଧାରଣ ପୂର୍ବକ ଗଭୀର ଉତ୍ସାହ ଓ ପ୍ରେରଣା ନେଇ ସାମାଜିକ ପରିବର୍ତ୍ତନ ପ୍ରକ୍ରିୟାରେ ବ୍ରତୀ ହେବାକୁ କବି ଦୃଢ଼ ସ୍ୱରରେ ଆହ୍ଵାନ କରିଛନ୍ତି ।

ସମାଜପତିମାନଙ୍କ ଅନ୍ୟାୟ, ଅନୀତି, ଭଣ୍ଡ ଧର୍ମଯାଜକମାନଙ୍କ ଧର୍ମ ନାମରେ ବ୍ୟଭିଚାର, ଭ୍ରଷ୍ଟାଚାର ତଥା ହୀନ ଜାତିପ୍ରଥାର କୁସଂସ୍କାର ବୃହ ତଳେ ଦେଶ ଓ ଦଶକୁ ଭାଗ ଭାଗ କରୁଥ‌ିବା ଆଦି ହୀନ ଚକ୍ରାନ୍ତକୁ ପଣ୍ଡ କରିବାପାଇଁ ତରୁଣମାନଙ୍କୁ ନେବାକୁ ହେବ ଆଗ୍ନେୟ ଶତ୍ପଥ । କବିଙ୍କ ମତରେ କୃଷକ, ଶ୍ରମିକ, ମେହେନତି, ମଜଦୁର ସମାଜ ଅବହେଳିତ ଓ ଅର୍ନ୍ତଭୁକ୍ତରେ ରହି ଦୁଃଖ, ଦୈନ୍ୟ ମଧ୍ଯରେ ଯେପରି ଭାବେ କାଳାତିପାତ କରୁଛନ୍ତି, ସେମାନଙ୍କ ଜୀବନ ମରୁରେ ମାନବିକତାର ନିର୍ଝର ସୃଷ୍ଟି କରିବାକୁ ହେବ । ସେମାନଙ୍କ ଅନ୍ତରରେ ସ୍ପନ୍ଦନ ଭରିଦେବାପାଇଁ କବି ନୂତନ ଯୁଗର ତରୁଣ ଶିଳ୍ପୀମାନଙ୍କୁ ଆହ୍ଵାନ କରିଛନ୍ତି ।

ସନ୍ଧାନୀର ସନ୍ଧାନ ପଥ ସଦା କଣ୍ଟକିତ । ସନ୍ଧାନପଥ ଯାତ୍ରା କାଳରେ ସେମାନଙ୍କ ଲକ୍ଷ୍ୟପଥର ପ୍ରତିବନ୍ଧକ ମାୟା ମୋହ, ମମତା-ବନ୍ଧନ ଅବଶ୍ୟ କୁହେଳିକା ସୃଷ୍ଟି କରିବ । ମାୟା-ମମତାର ସେହି ବନ୍ଧନ ଋଜ୍ଜୁ ଛିନ୍ନ କରି ବିଶ୍ବମାନବର ସକଳ ଦୁଃଖ ଦୂର କରିବାପାଇଁ ସେମାନଙ୍କୁ ପ୍ରୟାସୀ ହେବାକୁ ହେବ ଓ ଦୁଃଖୀଜନତାର ପ୍ରାଣରେ ହସ ଫୁଟାଇବାକୁ ହେବ । ମାୟା-ମୋହକୁ ତନ୍ଦ୍ରାର ସ୍ପର୍ଶ ଭାବେ ତୁଳନା କରି ତାହାକୁ ମନରୁ ପୋଛି ଦେବାପାଇଁ ସେ ତରୁଣମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ମାନବ ଜାତିର ଭବିଷ୍ୟତ, ତରୁଣମାନଙ୍କୁ ଜାଗ୍ରତ ହୋଇ ଶୋଷଣ, ପୀଡ଼ନ ଓ ଲାଞ୍ଛନାରେ ଦୁର୍ବଳ ହୋଇପଡ଼ିଥିବା ସାମାଜିକ ବିଧ୍ ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ହେବ। ଜୟଯାତ୍ରାର ବିଜୟା ରଥଚକ୍ର ତଳେ ପର୍ବତ ସଦୃଶ ପରିବ୍ୟାପ୍ତ ଉତ୍ପାଡ଼ନର ଉପାଦାନକୁ ଚୂର୍ତ୍ତୀଭୂତ କରିବାକୁ ହେବ; ଅର୍ଗଳରାଜିକୁ ଧ୍ୱଂସ କରି ପିନ୍ଧିବାକୁ ହେବ ଜୟମାଲ୍ୟ ।

23. ନବଯୁଗର ତରୁଣମାନଙ୍କୁ ଯୁଗର ଆହ୍ଵାନ ସମ୍ପର୍କରେ କବି କ’ଣ କହିଛନ୍ତି ବିଚାର କର ।
Ans. 
    ମାର୍କସୀୟ ଚିନ୍ତା, ଚେତନାକୁ ଆଧାର କରି ଆଧୁନିକ ଓଡ଼ିଆ ପଦ୍ୟ ସାହିତ୍ୟରେ ନୂତନ ଧାରା ପ୍ରବର୍ତ୍ତନ କରିଥିବା କବିମାନଙ୍କ ମଧ୍ୟରେ ଅନନ୍ତ ପଟ୍ଟନାୟକ ଅନ୍ୟତମ । ସାମ୍ୟବାଦ ପରି ଏକ ନୂତନ ବିଶ୍ଵଦର୍ଶନରେ ଉଦ୍‌ବୁଦ୍ଧ କବି ତାଙ୍କ ରଚନାମାନଙ୍କରେ ଶବ୍ଦ ଓ ଛନ୍ଦର ଏକ ନବୀନ ଶକ୍ତି-ସୌନ୍ଦର୍ଯ୍ୟ ଭରିଦେଇ ନବଯୁଗର ତରୁଣ, ଛାତ୍ର, ଯୁବକମାନଙ୍କୁ ନୂତନ ଯୁଗ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି । ତେଣୁ ତାଙ୍କ କବିତାଗୁଡ଼ିକରେ ଭରିରହିଛି ବିପ୍ଳବର ବାର୍ତ୍ତା, ବିଦ୍ରୋହର ବହ୍ନି । ତାଙ୍କ ସୃଷ୍ଟିନିଚୟ ମଧ୍ୟରେ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’, ‘ଅବାନ୍ତର’, ‘କିଞ୍ଚିତ୍’ ଆଦି କବିତା ସଂକଳନ କବିଙ୍କ କାବ୍ୟକୃତିର ସ୍ବାକ୍ଷର ବହନ କରେ ।

ସମାଜର ଗତାନୁଗତିକ ଧାରାରେ ପ୍ରଚଳିତ ପରମ୍ପରାସର୍ବସ୍ଵ ବିଧ‌ିବ୍ୟବସ୍ଥା ପରିବର୍ତ୍ତନ କରି ନୂତନ ଯୁଗ ନିର୍ମାଣ ପାଇଁ କବିଙ୍କ ପ୍ରତ୍ୟେକ କବିତାରେ ରହିଛି ପ୍ରାଣସ୍ପର୍ଶୀ ଆହ୍ବାନ । କବିଙ୍କ ରଚନାରେ ଧନୀ-ନିର୍ଜନ, ଶୋଷକ-ଶୋଷିତର ପାର୍ଥକ୍ୟର ଚିତ୍ର ସ୍ପଷ୍ଟ ଓ ଉଗ୍ର । ସମାଜ ଓ ରାଜନୈତିକ ବ୍ୟବସ୍ଥା ବିରୁଦ୍ଧରେ କବିଙ୍କ କାବ୍ୟମାନସର ପ୍ରତିକ୍ରିୟା ପ୍ରଚଣ୍ଡ ଭାବେ ପରିଲକ୍ଷିତ । କବିତାରେ ସାମାଜିକ ବିପ୍ଳବର ସ୍ଵର କବିଙ୍କ ପ୍ରଗତିଗାଦା ଚିନ୍ତ୍।ଧାରାର ପରିଚାୟକା କେବଳ ତରୁଣମାନଙ୍କଦ୍ୱାରା ହିଁ କଳଙ୍କିତ ସମାଜର ପରିଷ୍କରଣ ସମ୍ଭବ ବୋଲି ଅନୁଭବ କରିଛନ୍ତି କବି । ତାରୁଣ୍ୟର ଉଦ୍ଦାମତାରେ ସବୁ ବନ୍ଧନ ଛିନ୍ନ କରି ନୂତନ ଯୁଗ ସୃଷ୍ଟିରେ ବିନ୍ଧାଣୀ ସାଜିଦାକୁ କବି ଆହ୍ୱାନ କରିଛନ୍ତି। 

ଏକ ଶୋଷଣମୁକ୍ତ, ଶ୍ରେଣୀହୀନ ସମାଜ ପ୍ରତିଷ୍ଠା, ପ୍ରଚଳିତ ସମାଜରୁ ଅଶିକ୍ଷା, ଅନ୍ଧବିଶ୍ଵାସର ଦୂରୀକରଣ, ଯୁଦ୍ଧ, ଶୋଷଣ ଓ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ ତଥା ଧର୍ମ ଓ ବିଶ୍ୱାସ ସମ୍ପର୍କରେ ନୂତନ ଦୃଷ୍ଟିଭଙ୍ଗୀର ପ୍ରଚାର କବିଙ୍କ ପରିକଳ୍ପିତ ନୂତନ ଯୁଗର ଆଦର୍ଶ । ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ତରୁଣବର୍ଗ ଯୁଗ ନିର୍ମାଣରେ ବ୍ରତୀ ହେବାକୁ କବିଙ୍କ ଦୃଢ଼ ଆହ୍ଵାନ କବିତାଟିକୁ ଯଥାର୍ଥ ଉଦ୍‌ବୋଧନୀର ପରିଚୟ ପ୍ରଦାନ କରିଛି । ଜମିଦାର, ଧନୀ, ପ୍ରତିପତ୍ତିଶାଳୀ, ସୁବିଧାବାଦୀ ଗୋଷ୍ଠୀଙ୍କ ଶୋଷଣ ଓ ଅତ୍ୟାଚାରରେ ପ୍ରପୀଡ଼ିତ ଚାଷୀ, ମୂଲିଆ, ଦିନ ମଜୁରିଆମାନଙ୍କ ଅସହାୟ, ସର୍ବହରାମାନଙ୍କ ବନ୍ଦୀଜୀବନ କବିଙ୍କୁ ବ୍ୟର୍ଥାତ କରିଛି ।

ସାମନ୍ତବାଦୀମାନଙ୍କ ସେବାକାରୀ ଭାବେ ଜୀବନାତିବାହିତ କରି ସେମାନଙ୍କ ଅନ୍ତର ଚିର ତିମିରିତ ରହିଆସିଛି । ଶୋଷଣ, ପୀଡ଼ନର ଘୂଣ୍ଡି ଭିତରେ ସେମାନେ ଚିରଶୃଙ୍ଖଳିତ ହୋଇ ବାକ୍‌ଶକ୍ତି ବିହୀନ ହୋଇଯାଇଛନ୍ତି । ଲାଞ୍ଛିତ ତଥା ଅପମାନିତ ଜୀବନ ଧରି ସେମାନେ କେବଳ ବଞ୍ଚିବାପାଇଁ ସଂଗ୍ରାମ କରି ଚାଲିଛନ୍ତି । ସେମାନଙ୍କ ମନରେ ଆତ୍ମବିଶ୍ଵାସ ସୃଷ୍ଟି କରି ସେମାନଙ୍କୁ ବନ୍ଦୀ ଜୀବନରୁ ମୁକ୍ତି ଦେବାପାଇଁ ନବୀନଯୁଗର ତରୁଣମାନଙ୍କ ଜାଗି ଉଠିବାକୁ କବି ଉଦାତ୍ତ କଣ୍ଠରେ ଆହ୍ବାନ ଦେଇ କହିଛନ୍ତି

ସମାଜର ତରୁଣମାନେ ହିଁ ରକ୍ଷଣଶୀଳ, ପରମ୍ପରାସର୍ବସ୍ୱ ସାମାଜିକ ଧାରାରେ ପରିବର୍ତ୍ତନ ଆଣିପାରିବେ କାରଣ ସେମାନଙ୍କ ଶରୀରର ଶିରା ପ୍ରଶିରାରେ ଉଦ୍ଦାମତାର ଶୋଣିତ, ମାଂସପେଶୀରେ ଅଫୁରନ୍ତ ଶକ୍ତି ସାମର୍ଥ୍ୟ ଭରି ରହିଛି । ସମାଜର ବଡ଼ପଣ୍ଡା ସାଜି ଯେଉଁ ଶାସକଗୋଷ୍ଠୀ ପରାଙ୍ଗପୁଷ୍ଟ ସାଜି ସାଧାରଣ କୃଷକ, ଶ୍ରମିକ, ମେହେନତି, ମଜଦୁରମାନଙ୍କୁ ପଦଦଳିତ କରି ରଖୁଛନ୍ତି, ସେମାନେ ଅବଶ୍ୟ ନବଯୁଗ ପ୍ରବର୍ତ୍ତନକୁ ବିରୋଧ କରିବେ । ତେଣୁ ପ୍ରଗତିକାମୀ ତରୁଣମାନଙ୍କୁ ଅନାଗତ ଭବିଷ୍ୟତରେ ହେବ । ମରଣକୁ ବାଜି ଲଗାଇ ସେମାନଙ୍କୁ ଲକ୍ଷ୍ୟପଥରେ ଅଗ୍ରସର ହେବାକୁ ପଡ଼ିବ ।

ସେମାନେ ତୁଙ୍ଗ ଶୈଳଶିଖର, ଅତଳ ଅନନ୍ତ ସାଗର ଲଙ୍ଘନ କରିବାପାଇଁ ଉପଯୁକ୍ତ ଶକ୍ତି ଓ ସାମର୍ଥ୍ୟର ଅଧିକାରୀ ଅଟନ୍ତି । ସମାଜରେ କ୍ଷମତାଧ୍ୟାକାରୀ ପୁଞ୍ଜିପତି, ଶାସକଗୋଷ୍ଠୀ, ଗ୍ୟଭିଚାରା ଜମିଦାର ଓ ଧନାକ ଗୋଷ୍ଠାଙ୍କ କବଳରୁ ସର୍ବହରାମାନଙ୍କୁ ମୁକ୍ତ ଦେବାପାଇଁ ସେମାନେ ଅବଶ୍ୟ ଉତ୍ସାହ, ଉଦ୍ଦୀପନା ତଥା ଦୃଢ଼ ମନୋବଳ ଓ ସାହସର ସହ ଆଗେଇ ଆସିବାକୁ କବି କଣ୍ଠରେ ରହିଛି ଆଗ୍ନେୟ ଆହ୍ଵାନ

ନୂତନ ଯୁଗ ନିର୍ମାଣ ପାଇଁ ଅତାତର ଚିରାଚରିତ, ପ୍ରଥାସର୍ବସ୍ୱ, ପରମ୍ପରା ପ୍ରପାତିତ ଜାର୍ଣ୍ଣ ଶାର୍ଣ୍ଣ ଜାବନଧାରାର ଗତିପଥ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ । ଏଥପାଇଁ ଆର୍ଥନୈତିକ ବୈଷମ୍ୟ ସୃଷ୍ଟିକାରୀ ଶକ୍ତିମାନଙ୍କୁ ପରାହତ କରିବାପାଇଁ ତରୁଣମାନଙ୍କୁ ସଂଗ୍ରାମ କରିବାକୁ ହେବ । ପ୍ରଗତି ପଥରେ ସେମାନଙ୍କର ଗତିଶୀଳ ପରିବର୍ତ୍ତନକାମୀ ରଥଚକ ତଳେ ନିଷ୍ଫଳ ଜନର ସମସ୍ତ ବ୍ୟଥା -ବେଦନା, ଦୁଃଖ -ଯନ୍ତ୍ରଣା, ଅପମାନ-ଅସନ୍ତୋଷ ଅବଶ୍ୟ ଚୂର୍ଣ୍ଣୀଭୂତ ହେବ । ପରିଶେଷରେ ସେମାନେ ଲକ୍ଷ୍ୟସ୍ଥଳରେ ଅବତୀର୍ଣ୍ଣ ହୋଇ ଉଡ଼ାଇବେ ବିଜୟର ଧ୍ଵଜା, ସେମାନଙ୍କ ବକ୍ଷସ୍ଥଳରେ ଶୋଭାପାଇବ ସଫଳତାର ଜୟମାଲ୍ୟ । ଏହି ଦୃଢୋକ୍ତିଭରା ଆହ୍ବାନ ଦେଇ ଆଶାବାଦୀ କବି ନବୀନ ଯୁଗର ତରୁଣମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି ।

24.  ‘ଜାଗ ବନ୍ଧନହରା’ କବିତାରେ ବନ୍ଧନରାଜିକୁ ଛିନ୍ନ କରିବାପାଇଁ କବି ଦେଇଥ‌ିବା ଆହ୍ୱାନକୁ ବିଶ୍ଳେଷଣ କର । 
Ans. 
‘ନବଯୁଗ ସାହିତ୍ୟ ସଂସଦ’ର ପ୍ରଥମ ଅଧିବେଶନରେ ପ୍ରାରମ୍ଭିକ ସଙ୍ଗୀତରୂପେ ଗାନ କରାଯାଇଥିବା ‘ଜାଗ ବନ୍ଧନହରା’ ଶୀର୍ଷକ କବିତାର ରଚୟିତା ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକ ଜଣେ ସ୍ମରଣୀୟ ପ୍ରତିଭା । ମାର୍କସୀୟ ଦୃଷ୍ଟି ଓ ଦର୍ଶନଦ୍ୱାରା ଅନୁପ୍ରାଣିତ ବରେଣ୍ୟ କବିଙ୍କ ଲେଖନୀ ନିଃସୃତ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ାଲୋଡ଼ା’ ଆଦି କବିତା ସଂକଳନ କବିଙ୍କ ପ୍ରଗତିବାଦୀ ଦୃଷ୍ଟିଭଙ୍ଗୀର ପରିଚୟ ବହନ କରିଛି । ଅନୁପ୍ରାଣିତ ବରେଣ୍ୟ କବିଙ୍କ ଲେଖନୀ ନିଃସୃତ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ାଲୋଡ଼ା’ ଆଦି କବିତା ସଂକଳନ କବିଙ୍କ ପ୍ରଗତିବାଦୀ ଦୃଷ୍ଟିଭଙ୍ଗୀର ପରିଚୟ ବହନ କରିଛି । ସାଧାରଣତଃ ସମାଜରେ ତରୁଣ ଯୁବଶକ୍ତିର ସାମର୍ଥ୍ୟ ଅନସ୍ବୀକାର୍ଯ୍ୟ । ସେଥ‌ିପାଇଁ କବି ପ୍ରାଚୀନ, ରକ୍ଷଣଶୀଳ ପରମ୍ପରାସର୍ବସ୍ୱ, ସାମନ୍ତବାଦୀ ସର୍ବସ୍ଵ ସମାଜର ଗତାନୁଗତିକ ଧାରା ପରିବର୍ତ୍ତନ ପାଇଁ ଛାତ୍ର, ଯୁବକ ଓ ତରୁଣମାନଙ୍କୁ ଆଗଭର

ହେବାକୁ ଆହ୍ଵାନ କରିଛନ୍ତି । ଆଭିଜାତ୍ୟପୂର୍ଣ୍ଣ ସାମନ୍ତବାଦୀ ମନୋଭାବକୁ ପରିହାର କରି ସାଧାରଣ ଜନତାର ଗାଥା-ଚିତ୍ର ଉପସ୍ଥାପନ କରିବା, ଶ୍ରେଣୀହୀନ ସମାଜର ପରିକଳ୍ପନା କରିବା, ଧର୍ମ ଓ ଈଶ୍ବରବିଶ୍ୱାସକୁ ଅନ୍ଧବିଶ୍ବାସ ବିମୁକ୍ତ କରାଇବା, ସାମାଜିକ ବୈଷମ୍ୟ ଓ ଅତ୍ୟାଚାରର ମୂଳୋତ୍ପାଟନ କରିବା, ସାଧାରଣ ଜନତାଙ୍କୁ ଅଶିକ୍ଷା ଓ ଅନ୍ଧବିଶ୍ଵାସରୁ ମୁକ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମାଜର ଅବହେଳିତ, ଶୋଷିତ, ଲାଞ୍ଛିତ ଓ ନିଷ୍ପେଷିତ, ସର୍ବହରା ଜନତାକୁ ଧନାଢ଼ୀ, ସୁବିଧାବାଦୀ ସମାଜପତିଙ୍କ କବଳରୁ ରକ୍ଷା କରି ଏକ ନୂତନ ସୁଖ, ସମୃଦ୍ଧିସମ୍ପନ୍ନ ସମାଜ ଗଠନ କରିବାପାଇଁ କବିଙ୍କ ପ୍ରଗାଢ଼ ଆନ୍ତରିକତା କବିତାରେ ରୂପାୟିତ ହୋଇଛି । କବିତାର ପ୍ରାରମ୍ଭରେ ହିଁ କବି ତରୁଣମାନଙ୍କୁ ନିଜ ରକ୍ତକୁ ବାଜି ଲଗାଇ ନିଖ୍ ଜନଙ୍କ ତିମିରିତ ହୃଦୟରେ ଆଲୋକର ଔଜଲ୍ୟ ଭରିଦେବାକୁ ଆହ୍ଵାନ ଦେଇ କହିଛନ୍ତି-

‘ନବୀନ ଯୁଗର ତରୁଣ ଜାଗରେ
ଜାଗ ବନ୍ଧନହରା,
ବକ୍ଷ ଶୋଣିତେ ଲକ୍ଷ ଜୀବନେ
ଖେଳାଅ ଆଲୋକଧାରା ।’’

ସମାଜରୁ ଧନୀ-ଦରିଦ୍ର ତାରତମ୍ୟ ଦୂରକରି ତଥା ଜାତିପ୍ରଥାକୁ ବିରୋଧ କରି ଏକ ଶ୍ରେଣୀହୀନ ସମାଜର ସ୍ବପ୍ନ ଦେଖୁଛନ୍ତି କବି । ସାମାଜିକ ଅସମାନତା କବିଙ୍କୁ ବ୍ୟସ୍ତ କରିଛି । ଏସବୁର ଅବସାନ ପାଇଁ ତରୁଣମାନଙ୍କୁ ଆଗଭର ହେବାକୁ ପଡ଼ିବ । ନୁହେଁ, କବି ଏହା ଅନୁଭବ କରିଛନ୍ତି । ସ୍ଵାର୍ଥସର୍ବସ୍ଵ ଧନୀ, ଜମିଦାର, ଶିଳ୍ପପତି ଓ ପୁଞ୍ଜିପତିମାନେ ସାମାଜିକ ପରିବର୍ତ୍ତନକୁ ଅବଶ୍ୟ ବିରୋଧ କରିବେ । ସେମାନଙ୍କ ଛଳନା, ଶଠତା, ମିଥ୍ୟାଚାରକୁ ପ୍ରତିହତ କରିବାପାଇଁ ତରୁଣମାନଙ୍କୁ ହୁଏତ ସଂଘର୍ଷ ଓ ରକ୍ତପାତର ସମ୍ମୁଖୀନ ହେବାକୁ ପଡ଼ିବ । ସେହି ସଂଘର୍ଷରେ ମୃତ୍ୟୁପଥର ଯାତ୍ରୀ ହେବା ମଧ୍ଯ ଅବିଶ୍ଵାସ ନୁହେଁ ।

ତଥାପି ଆବଶ୍ୟକସ୍ଥଳେ ମରଣକୁ ବାଜି ଲଗାଇ ସମାଜର ଶୋଷିତ, ଲାଞ୍ଛିତଙ୍କ ହୃଦୟରେ ଆତ୍ମବିଶ୍ଵାସ ସୃଷ୍ଟି କରବା ପାଇଁ ତରୁଣମାନଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ । ଦୁଃଖୀ, ଦରିଦ୍ର, ଅସହାୟ ଓ ସର୍ବହରା ଶ୍ରେଣୀର ଅବହେଳିତ ମଣିଷ ମନରୁ ମାନସିକ ଦୁଃଖ, ଯନ୍ତ୍ରଣା, ଅପମାନ, ଅବସାଦ ବିଦୂରିତ କରିବାପାଇଁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ ବୋଲି କବି କଣ୍ଠରେ ରହିଛି ଉଦାତ୍ତ ଆହ୍ଵାନ-

“ମରଣ ନୂଆରେ ଚରଣ ଅରପି
ପାଖରେ ଆମର ଗାନ
ପୋଛିଦିଅ ଆଜି ମାନବ ଶିରସୁଁ
ସଞ୍ଚ ଅପମାନ
ଲଙ୍ଘି ବନାନୀ ଶୈଳ ସାଗର ଦୂରରେ ତିମିର କାରା ।’

ଧନୀକ ଗୋଷ୍ଠୀର ଚିର ତିମିରିତ ବନ୍ଦୀଶାଳାରେ ଯନ୍ତ୍ରଣା ଜର୍ଜରିତ, ଦୁର୍ବିସହ ଜୀବନରେ ଅତିଷ୍ଠ ସର୍ବହରା ମଣିଷକୁ ଉଦ୍ଧାର କରିବାପାଇଁ ତରୁଣମାନଙ୍କୁ ନେବାକୁ ପଡ଼ିବ ବଜ୍ର ଶପଥ । ଏଥିପାଇଁ ସେମାନଙ୍କୁ ସାମ୍ୟବାଦର ଧ୍ଵଜା ଉଡ଼ାଇ ମାନବବାଦୀ ଚେତନାର ସନ୍ଧାନ କରିବାକୁ ହେବ । ସେହି ସନ୍ଧାନ ପଥରେ ଅନ୍ତରାୟ ସାଜିଥିବା ମାୟା, ମୋହର ବନ୍ଧନ ଋଜୁକୁ ଛିନ୍ନ କରିବାକୁ ପଡ଼ିବ । କାରଣ ମାୟା-ମମତାରୂପୀ ବନ୍ଧନରୁ ମୁକ୍ତ ନହେଲେ ସେମାନେ ମହାନ୍ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇପାରିବେ ନାହିଁ । ତେଣୁ ମୋହ, ମାୟାର ତନ୍ଦ୍ରା-ସ୍ପର୍ଶରୁ ନିଜକୁ ଦୂରେଇ ରଖ୍ ନିଷ୍ଫଳ ଜନମାନସରେ ସୁଖ, ଶାନ୍ତି ଭରିଦେବାପାଇଁ ସେମାନଙ୍କୁ ସବୁ ବନ୍ଧନକୁ ଛିନ୍ନ କରିବାର ସଂକଳ୍ପ ନେବାକୁ ହେବ ।

ପରିବର୍ତ୍ତନର ରଥକୁ ପ୍ରଗତିପଥରେ ଗତିଶୀଳ କରାଇବାକୁ ପଡ଼ିବ । ପ୍ରଗତିର ସେହି ରଥଚକ୍ରତଳେ ଶୋଷିତ ଓ ଅତ୍ୟାଚାରିତ ମଣିଷର ଦୁଃଖ-ବେଦନା, ଜ୍ଵାଳା, ଯନ୍ତ୍ରଣା ଚୂଣ୍ଡୀଭୂତ ହେବ । ଶେଷରେ ବିଜୟୀ ତରୁଣମାନେ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇ ଗଳାରେ ଜୟମାଲ୍ୟ ପିନ୍ଧିବାକୁ ସକ୍ଷମ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରି କବି କହିଛନ୍ତି –

“ଚିରି ଅତୀତର କାର୍ଣ୍ଣ ଜୀବନ
ଜାଗ ଆଆହେ ଭବିଷ୍ୟତ,
ଚୂର୍ଣ୍ଣ କରୁ ହେ ସ୍ୟନ୍ଦନ ତବ
ପାଳନର ପରବତ
ଘେନ ବିଜୟର ମାଳା
କାଗ ବନ୍ଧନହରା।”