Skip to main content

10th Class Odia Question & Answer Chapter 5 | ମଙ୍ଗଳେ ଆଇଲା ଉଷା | ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

  

ନିର୍ଦ୍ଧିଷ୍ଟ ଉତ୍ତରମୂଳକ :

1. ବିକଚ ରାଜୀବ-ଦୃଶା’ ନିମ୍ନୋକ୍ତ କେଉଁ ଅର୍ଥକୁ ବୁଝାଉଛି ?
(କ) ପ୍ରସ୍ଫୁଟିତ ପଦ୍ମଫୁଲ ସଦୃଶ ଆଖି ଯାହାର
(ଖ) ପ୍ରସ୍ଫୁଟିତ ପଦ୍ମଫୁଲର ପାଖୁଡ଼ା ସଦୃଶ ଆଖିଯାହାର
(ଗ) ପ୍ରସ୍ଫୁଟିତ ପଦ୍ମଫୁଲର ସୌନ୍ଦର୍ଯ୍ୟଯୁକ୍ତ ଆଖି ଯାହାର
(ଘ) ପ୍ରସ୍ଫୁଟିତ ପଦ୍ମଫୁଲ ସଦୃଶ ମୁଖ ଯାହାର
Ans. 
(କ) ପ୍ରସ୍ଫୁଟିତ ପଦ୍ମଫୁଲ ସଦୃଶ ଆଖି ଯାହାର
2. ‘ଅରୁଣ କଷାୟ ବାସ’ର ଅର୍ଥ ସ୍ଵରୂପ କେଉଁ ଉକ୍ତିଟି ଠିକ୍ ?
(କ) ଅରୁଣଙ୍କ ନିମନ୍ତେ କଷାୟ ବିସ୍ତ୍ର
(ଗ) ଅରୁଣଙ୍କର କଷାୟ ବସ୍ତ୍ର
(ଗ) ଅରୁଣ ରଙ୍ଗର କଷାୟ ବସ୍ତ୍ର
(ଘ) କଷାୟ ରଙ୍ଗର ଅରୁଣ ବସ୍ତ୍ର
Ans. 
(ଗ) ଅରୁଣ ରଙ୍ଗର କଷାୟ ବସ୍ତ୍ର
3. ଉଷାକୁ ପ୍ରଶଂସା କରି ସତୀ ସୀତା କେଉଁ ବାକ୍ୟଟି କହିଛନ୍ତି ?
(କ) ତୁମେ ତିମିର-ବିଧ୍ୱଂସୀ
(ଖ) ତୁମେ ପ୍ରଶାନ୍ତ ରୂପ 
(ଗ) ତୁମେ ଜାନକୀ-ଦର୍ଶନ ତୃଷାର୍ତ୍ତ
(ଘ) ତୁମେ ବିକଚ-ରାଜୀବ ଦୃଶା
Ans. 
(କ) ତୁମେ ତିମିର-ବିଧ୍ୱଂସୀ
4. ସୀତାଙ୍କର ଅନ୍ୟନାମ ବୈଦେହୀ ହେବାର କାରଣ କ’ଣ ?
(କ) ବିଶେଷ ଦେହଧାରିଣୀ କନ୍ୟା
(ଖ) ବିଦେହର କନ୍ୟା
(ଗ) ଦେହହୀନା କନ୍ୟା
(ଘ) ବିଦେଶିନୀ କନ୍ୟା
Ans. 
(ଖ) ବିଦେହର କନ୍ୟା
5. ନିମ୍ନଲିଖ ପଦଗୁଡ଼ିକ ମଧ୍ୟରୁ କେଉଁଟି ରୂପକ କର୍ମଧାରୟ ସମାସ ନୁହେଁ ଚିହ୍ନାଇ ଦିଅ ।
(କ) କରପଲ୍ଲବ
(ଖ) ନୀହାରମୁକ୍ତା
(ଗ) ବୀଣାଝଙ୍କାର
(ଘ) ତରଙ୍ଗକର
Ans. 
(ଗ) ବୀଣାଝଙ୍କାର
6. ନିମ୍ନୋକ୍ତ ପ୍ରତ୍ୟେକ ଶବ୍ଦର ଦୁଇଟି ଭିନ୍ନ ଭିନ୍ନ ଅର୍ଥ ଲେଖ ।
    ବାସ, ଅଙ୍କ, କର, ପଦ, ବନ, ବିଧି, ଶ୍ରୁତି
Ans. 
ବାସ - ସୁଗନ୍ଧ, ଗୃହ
ଅଙ୍କ - କୋଳ, ସଂଖ୍ୟା
କର - ଖଜଣା, ହାତ
ପଦ - କବିତାର ଅନୁଛେଦ, ଚରଣ
ବନ - ଅରଣ୍ୟ, 
ବିଧି - ବିଧାତା, ନିୟମ
ଶ୍ରୁତି - କାନ, ବେଦ 
7. ନିମ୍ନଲିଖ ଶବ୍ଦଗୁଡ଼ିକର ତିନୋଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
    କୁସୁମ, ରାଜୀବ, ନୀର, ରାତ୍ରି, ଗଗନ
Ans. 
ଶବ୍ଦପ୍ରତିଶବ୍ଦ
କୁସୁମସୁମନ, ଫୁଲ, ପୁଷ୍ପ
ରାଜୀବପଙ୍କଜ, ନଳିନୀ, ପଦ୍ମ
ନୀରପାଣି, ସଲିଳ, ଜଳ
ରାତ୍ରିରଜନୀ, ନିଶା, ରାତି
ଗଗନଅମ୍ବର, ଅନ୍ତରୀକ୍ଷ, ବ୍ୟୋମ
8. କ’ ସ୍ତମ୍ଭର ପ୍ରତ୍ୟେକ ପଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ପଦ ଯୋଗ କର ।
Ans. 
'କ'‘ଖ’
ସରସ୍ଵତୀବୀଣାଝଙ୍କାର 
ମୁକ୍ତାଉପହାର 
ଉଷାସୁକୁମାରଦେହୀ 
କୁମ୍ଭାଟୁଆସ୍ତବପାଠ
ମଙ୍ଗଳ ପ୍ରଦାପପ୍ରଭାତୀତାରା
ତମସାଆଶ୍ରମଧାତ୍ରୀ
9. ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ତୁମ୍ଭ କୋମଳ ଚରଣ କରେ ………………… ଆହରଣ ।  (କିରଣ, ଜ୍ୟୋତି, ରଶ୍ମି)
(ଖ) ବନ୍ଦିଲେ ଉଷାର …………………. ସବିନୟରେ ।  (ପଦ, ପାଦ, ଚରଣ)
(ଗ) ଜାନକୀ ଦର୍ଶନ ………………….  ହୃଦୟେ ବହି । (ଦୃଶା, ତୃଷା, ଆଶା)
(ଘ) ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ………………….. ସିଞ୍ଚି (ନୀର, ଜଳ, ସଲିଳ)
Ans. 
(କ) ତୁମ୍ଭ କୋମଳ ଚରଣ କରେ ଜ୍ୟୋତି ଆହରଣ ।
(ଖ) ବନ୍ଦିଲେ ଉଷାର ପାଦ ସବିନୟରେ ।
(ଗ) ଜାନକୀ ଦର୍ଶନ ତୃଷା  ହୃଦୟେ ବହି ।
(ଘ) ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ନୀର ସିଞ୍ଚି । 

କ୍ଷୁଦ୍ର ଉତ୍ତରମୂଳକ :

10. ‘ଦରଶନ ଦିଅ ସତି, ରାତି ପାହିଲା’- ଏକଥା କିଏ କାହାକୁ କହିଛନ୍ତି ?
Ans. 
‘ଦରଶନ ଦିଅ ସତି, ରାତି ପାହିଲା’- ଏକଥା ଉଷାରାଣୀ ସତୀ ଶିରୋମଣି ସୀତାଙ୍କୁ କହିଛନ୍ତି ।
11. ବାଲ୍ମୀକି ଆଶ୍ରମକୁ ଉଷା କାହିଁକି ଆଗମନ କରିଥିଲେ ବୋଲି ବର୍ଣ୍ଣିତ ହୋଇଛି ?
Ans. 
ଉଷାରାଣୀ ସତୀ ଶିରୋମଣି ସୀତାଙ୍କୁ ଦର୍ଶନ କରିବାକୁ ବାଲ୍ମୀକି ଆଶ୍ରମକୁ ଆଗମନ କରିଥିଲେ ବୋଲି ବର୍ଣ୍ଣିତ ହୋଇଛି । 
12. ଉଷା ମଙ୍ଗଳ ମୁହୂର୍ତ୍ତରେ ଆସିଥିବା କଥା କବିତାର କେଉଁ ପଦରୁ ଜଣାପଡ଼ୁଛି ?
Ans. 
କବିତାର ପ୍ରଥମ ପଦ ‘ମଙ୍ଗଳେ ଅଇଲା ଉଷା……. ରାତି ପାହିଲା’ରୁ ଉଷା ମଙ୍ଗଳମୟ ମୁହୂର୍ତ୍ତରେ ଆସିଥିବା କଥା ଜଣାପଡ଼ୁଛି ।
13. ଉଷା ଉପହାର ସ୍ୱରୂପ କ’ଣ ଆଣିଛନ୍ତି ?
Ans. 
ଉଷା ଉପହାର ସ୍ୱରୂପ ନୀହାର ରୂପକ ମୁକ୍ତ। ଆଶିଛନ୍ତି । 
14. ଉଷାଙ୍କ କର ବୋଲି କବି କାହାକୁ କଳ୍ପନା କରିଛନ୍ତି ?
Ans. 
ଉଷାଙ୍କ କର ବୋଲି କବି କଅଁଳିଆ ପତ୍ରକୁ କଳ୍ପନା କରିଛନ୍ତି ।
15. ଉଷା କେଉଁ ସ୍ଥାନରେ ରହି ସୀତାଙ୍କୁ ଡାକିଲେ ?
Ans. 
ସତୀ ସୀତା ଅବସ୍ଥାନ କରୁଥିବା କୁଟୀର ସମ୍ମୁଖସ୍ଥ ପ୍ରାଙ୍ଗଣରେ ରହି ଉଷା ସୀତାଙ୍କୁ ଡାକିଥିଲେ ।
16. କଳକଣ୍ଠ କଣ୍ଠରେ କିଏ କହିଲା ?
Ans. 
ଉଷାଦେବା କଳକଣ୍ଠ ବା କୋଇଲି କଣ୍ଠରେ କହିଥିଲେ । 
17. ଉଷା କି ପ୍ରକାର ବସ୍ତ୍ର ପିନ୍ଧିଛନ୍ତି ?
Ans.
ଉଷାଦେବୀ  ଲାଳରଙ୍ଗର ପାଟବସ୍ତ୍ର ପିନ୍ଧିଛନ୍ତି 
18. କବି ଉଷାଙ୍କୁ କେଉଁ ରୂପରେ ବର୍ଣ୍ଣନା କରିଛନ୍ତି ?
Ans. 
କବି ଉଷାଙ୍କୁ ଯୋଗେଶ୍ଵରୀ ରୂପରେ ବର୍ଣ୍ଣନା କରିଛନ୍ତି ।
19. ମର୍ତ୍ତ୍ୟଭୁବନକୁ ଉଷା ଆସିବାର ଉଦ୍ଦେଶ୍ୟ କ’ଣ ?
Ans. 
ସତୀ ସୀତାଙ୍କର ଦୁଃଖ ଦୂରକରି ତାଙ୍କୁ ନବଜୀବନ ପ୍ରଦାନ କରିବା ହିଁ ଥିଲା ଉଷାଦେବୀଙ୍କର ମର୍ତ୍ତ୍ୟଭୁବନକୁ ଆଗମନର ଉଦ୍ଦେଶ୍ୟ ।
20. ସୀତାଙ୍କୁ ଅଭିନନ୍ଦନ ଜଣାଇବାପାଇଁ ଉଷା କି ବ୍ୟବସ୍ଥାମାନ କରାଇଥିଲେ ?
Ans. 
ସୀତାଙ୍କୁ ଅଭିନନ୍ଦନ ଜଣାଇବାପାଇଁ ଉଷାରାଣୀ ସଙ୍ଗୀତ, ନୃତ୍ୟ, ବାଦ୍ୟ ତଥା ସ୍ତୁତିପାଠର ବ୍ୟବସ୍ଥାମାନ କରାଇଥିଲେ । 
21. ଉଷା ସୀତାଙ୍କୁ ସତୀ ରାଜ୍ୟ-ରାଣୀ ବୋଲି ସମ୍ବୋଧନ କଲେ କାହିଁକି ?
Ans. 
ଅଯୋଧ୍ୟା ରାଜ୍ୟର ରାଣୀ ରଘୁକୂଳବଧୂ ସୀତା ହିଁ ଅଗ୍ନିପରୀକ୍ଷା ଦେଇ ସତୀତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । 
22. ସରସ୍ଵତୀଙ୍କ ବୀଣା ଝଙ୍କାର ସହିତ କାହାକୁ ତୁଳନା କରାଯାଇଛି ?
Ans. 
ଆଶ୍ରମ ନିବାସୀ ମୁନିମାନଙ୍କ ମୁଖ ନିଃସୃତ ବେଦଧ୍ଵନି ତଥା ଉଚ୍ଚ ଓଁକାର ଶବ୍ଦକୁ କବି ସରସ୍ଵତୀଙ୍କ ବୀଣାଝଙ୍କାର ସହିତ ତୁଳନା କରିଛନ୍ତି ।
23. ଏହାଦ୍ଵାରା ବନଭୂମିରେ କି ପରିବର୍ତ୍ତନ ଆସିଲା ?
Ans. 
ମନ୍ତ୍ରବଳରେ ଶକ୍ତି ବୃଦ୍ଧି ହେବାପରି ଏହାଦ୍ଵାରା ବନଭୂମି କ୍ରମଶଃ ଉଜ୍ଜ୍ୱଳ ହୋଇଉଠିଲା ।
24. ଅନୁକମ୍ପା କିଏ ?
Ans. 
ବ୍ରହ୍ମଚାରିଣୀ ଅନୁକମ୍ପା ଆଶ୍ରମବାସିନୀ ଜନୈକ ତପସ୍ୱିନୀ ।
25. ଅନୁକମ୍ପା ମାତାଙ୍କୁ କ’ଣ କହିଲେ ?
Ans. 
ଭଷାଙ୍କୁ ଦର୍ଶନ ଦେଇ ସନ୍ତୁଷ୍ଟ କରିବା ସହିତ କୋଳରେ ଧରି ପରମ ସୁଖଲାଭ କରିବାକୁ ଚାହିଁ ରହିଥ‌ିବା ତମସାର ଆଶା ପୂର୍ଣ୍ଣ କରିବା ନିମନ୍ତେ ଶଯ୍ୟାତ୍ୟାଗ କରିବା ନିମନ୍ତେ ଅନୁକମ୍ପା ସତୀ ସୀତାଙ୍କୁ କହିଥିଲେ ।
26. ସୀତାଙ୍କ ହୃଦୟରେ ପ୍ରତିବିମ୍ବିତ ବୀର ରାମମୂର୍ତ୍ତିକୁ କବି କାହା ପରି ବୋଲି କହିଛନ୍ତି ?
Ans. 
ସୀତାଙ୍କ ହୃଦୟରେ ପ୍ରତିବିମ୍ବିତ ବୀର ରାମମୂର୍ତ୍ତିକୁ କବି ପଦ୍ମିନୀ ହୃଦୟସ୍ଥ ଶିଶିର ବିଦୁରେ ପତିତ ସୂର୍ଯ୍ୟଙ୍କର ଖର  ରଶ୍ମିର ପ୍ରତିବିମ୍ବ ପରି ବେ।ଲି କହିଛନ୍ତି । 
27. ସୀତାଙ୍କ ହୃଦୟ ଶୋକ – ଜର୍ଜରିତ ହେବାର କାରଣ କ’ଣ ?
Ans. 
ଶ୍ରାରାମଚନ୍ଦ୍ରଙ୍କ ଦ୍ଵାରା ସୀତା ନିର୍ବାସିତା ହୋଇଥିବାରୁ ତାଙ୍କ ହୃଦୟ ଶୋକ – ଜର୍ଜରିତ ହୋଇଥିଲା । 
28. ସୀତା ଉଷାଙ୍କ ପଦବନ୍ଦନା କରି କ’ଣ କହଲେ ?
Ans. 
 ସୀତା ଉଷାଙ୍କ ପଦବନ୍ଦନା କରି ତାଙ୍କୁ ସଂସାରରେ ଅନ୍ଧକାର ବିନାଶିନୀ ତଥା ସୂର୍ଯ୍ୟୋଦୟର ସୂଚକ ହେବା ପାଇଁ କହିଥିଲେ । 
29. ଉଷାଙ୍କୁ ‘ଶୁଭ୍ର ସଉରଭ ରସିକେ’ ବୋଲି ସୀତା କହିଲେ କାହିଁକି ?
Ans. 
ଷାଙ୍କ ଆଗମନରେ ସଂସାର ଶୁଭ୍ର ସୌରଭରେ ପରିପୂର୍ଣ୍ଣ ହୋଇ ଉଠୁଥିବାରୁ ସାତା ତାଙ୍କୁ ‘ଶୁଭ୍ର ସଉରଭ ରସିକେ’ ବୋଲି କହିଛନ୍ତି । 
30. ‘ଶୁଭ ସମ୍ପାଦିନୀ ହୁଅ ରଘୁବଂଶିକେ’ – ଏକଥା କିଏ କାହାକୁ କହିଛନ୍ତି ?
Ans. 
‘ଶୁଭ ସମ୍ପାଦିନୀ ହୁଅ ରଘୁବଂଶିକେ’ ଏକଥା ସତୀ ସୀତା ଉଷାରାଣୀଙ୍କୁ କହିଛନ୍ତି । 
31. ତମସାକୁ ଆଶ୍ରମ ଧାତ୍ରୀ ବୋଲି କାହିଁକି କୁହାଯାଇଛି ?
Ans. 
ତମସା ତା’ର ତୀରରେ ଅବସ୍ଥିତ ମହର୍ଷି ବାଲ୍ମିକିଙ୍କ ଆଶ୍ରମର ସମସ୍ତ ଆବଶ୍ୟକତାକୁ ସ୍ୱୀୟ ସ୍ୱଚ୍ଛ ପବିତ୍ର ଜଳ ଦ୍ଵାରା ପୂର୍ଣ୍ଣ କରି ଧାତ୍ରୀ ପରି ପାଳନ କରୁଥିବାରୁ ତାଙ୍କୁ ଆଶ୍ରମ ଧାତ୍ରୀ ବୋଲି କୁହାଯାଇଛି ।
32. ତମସା ନଦୀ କି କି ଆୟୋଜନ କରି ସତୀ ସୀତାଙ୍କର ଆଗମନକୁ ଅପେକ୍ଷା କରିଥିଲେ ?
Ans. 
ତମସା ନଦୀ ପ୍ରାଙ୍ଗଣରେ କୁସୁମ ବିଞ୍ଚି, ସୁବାସିତ ଜଳସିଞ୍ଚନ କରି, ପ୍ରଭାତ ତାରାକୁ ମଙ୍ଗଳ ପ୍ରଦୀପ ରୂପେ ପ୍ରଜ୍ୱଳନ କରି ସୀତାଙ୍କର ଆଗମନକୁ ଅପେକ୍ଷା କରିଥିଲେ । 
33. ତମସା ନଦୀ ସୀତାଙ୍କୁ କିପରି ସ୍ଵାଗତ ଜଣାଇଥିଲା ?
Ans. 
ତମସା ନଦୀ ସ୍ୱୀୟ ତରଙ୍ଗ ରୂପକ କରକୁ ପ୍ରସାରିତ କରି ସୀତାଙ୍କୁ କୋଳରେ ଧରି ସ୍ନେହାଲିଙ୍ଗନ ପୂର୍ବକ ସ୍ୱାଗତ ଜଣାଇଥିଲେ ।
34. ସୀତାଙ୍କୁ ଲାଭକରି ତମସା ନିଜକୁ ଭାଗ୍ୟବତୀ ବୋଲି ଭାବିଛନ୍ତି କାହିଁକି ?
Ans. 
ସଂସାରର ସତୀ ଶିରେ।ମଶି ରଘୁକୂଳବଧୂ ଜନକନନ୍ଦିନୀ ସୀତାଙ୍କୁ କୋଳରେ ଧରି ସ୍ନେହାଲିଙ୍ଗନ କରିଥିବାରୁ ତମସା ନିଜକୁ ଭାଗ୍ୟବତା ବୋଲି ଭାବିଛନ୍ତି ।

ସପ୍ରସଙ୍ଗ ସରଳାର୍ଥ

35. ଦେବା ପାଇଁ ନବ ଜୀବନ
     ସ୍ଵର୍ଗୁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ !
Ans. 
ଦେବା ପାଇଁ …………………………… ମର୍ତ୍ତ୍ୟ ଭୁବନ !
    ଉକ୍ତ ପଦ୍ୟାଂଶଟି ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ 'ତପସ୍ୱିନୀ’କାବ୍ୟର ଚତୁର୍ଥ ସର୍ଗରୁ ସଂଗୃହୀତ 'ମଙ୍ଗଳେ ଅଇଲା ଉଷା' ନାମଧେୟ କବିତାରୁ ଆନୀତ । ଏଠାରେ କବି ଉଷାର ମହତ୍ତ୍ୱ ପ୍ରତିପାଦନ କରିଛନ୍ତି ।
    ମଙ୍ଗଳମୟ ମୁହୂର୍ତ୍ତ ବା ବ୍ରହ୍ମ ମୁହୂର୍ତ୍ତକୁ ଭଷାକାଳ କୁହାଯାଏ । ଏହି ଉଷାକାଳ ରାତ୍ରିରବିଦାୟ ତଥା ସୂର୍ଯ୍ୟୋଦୟର
ବାର୍ତ୍ତା ପ୍ରଦାନ କରେ । ରାତ୍ରିକାଳରେ ମୃତ ପ୍ରାୟ ପଡ଼ିରହିଥିବା ଜୀବଜଗତ ସୂର୍ଯ୍ୟୋଦୟରେ ନବଜୀବନ ପାଇ ଚଳଚଞ୍ଚଳ ହୋଇ ଉଠନ୍ତି । ସଂସାର ବୁକୁରୁ ଦୁଃଖରାଶି ଅପସରି ଯାଇ ଆରମ୍ଭହୁଏ ସୁଖଦ ଜୀବନ । ସେହି ଦୁଃଖହାରିଣୀ ନବଜୀବନ ପ୍ରଦାୟିନୀ ଉଷାରାଣୀ ସତୀ ଶିରୋମଣି ସୀତାଙ୍କୁ ଦର୍ଶନ କରିବାର ଅଭିଳାଷ ନେଇ ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ସୀତାଙ୍କ କୁଟୀର ସମ୍ମୁଖସ୍ତ ପ୍ରାଙ୍ଗଣରେ ଉପସ୍ଥିତ ହୋଇଛନ୍ତି । ରଘୁବୀର ଶ୍ରୀରାମଚନ୍ଦ୍ରଙ୍କ ଦ୍ୱାରା ନିର୍ବାସିତ ହୋଇ ଶୋକସନୃପ୍ତ ଚିତ୍ତରେ ବିଶ୍ରାମ ନେଇଥିବା ସୀତାଙ୍କୁ ରାତି ପାହିବାର ସୂଚନା ଦେଇଛନ୍ତି । ସତେ ଯେପରି କୌଣସି ଯୋଗେଶ୍ୱରୀ ସତୀଙ୍କ ଦୁଃଖରାଶି ଦୂରକରି ତାଙ୍କୁ ନବଜୀବନ ପ୍ରଦାନ କରିବାପାଇଁ ସ୍ୱର୍ଗରୁ ମର୍ତ୍ତ୍ୟମଣ୍ଡଳକୁ ଅବତରଣ କରିଛନ୍ତି ଏବଂ ସୀତାଙ୍କ ମନରେ ବିଶ୍ୱାସ ପ୍ରଦାନ କରିବାପାଇଁ ଅମୃତ ମଧୁର ଭାଷାରେ ଆଶ୍ୱାସନାର ବାଣୀ ଶୁଣାଇ ଶଯ୍ୟାତ୍ୟାଗ କରିବାକୁ ଆହ୍ୱାନ କରିଛନ୍ତି ।
    ପ୍ରକୃତି ଉପରେ ମାନବତ୍ୱର ଆରୋପ ତଥା କବିଙ୍କ ଦାର୍ଶନିକ ଦୃଷ୍ଟିକୋଣ ବାସ୍ତବିକ ହୃଦୟସ୍ପର୍ଶୀ ।
36. ବୈକୁଣ୍ଠେ ଦେଇ ତୃପତି ଅନନ୍ତ ଶ୍ରୁତିକି ଗତି
       ବିହିଲା କି ସରସ୍ଵତୀ ବୀଣାଝଙ୍କାର;
Ans. 
ବୈକୁଣ୍ଠେ……………….. ବୀଣାଝଙ୍କାର
    ଉକ୍ତ ପଦ୍ୟାଂଶଟି ପ୍ରକୃତିକବି ଗଙ୍ଗାଧର ମେହେରଙ୍କ ଦ୍ଵାରା ପ୍ରଣୀତ ‘ତପସ୍ୱିନୀ’ କାବ୍ୟରୁ ସଂଗୃହୀତ ‘ମଙ୍ଗଳେ ଅଇଲା ଉଷା’ ଶୀର୍ଷକ ପଦ୍ୟରୁ ଆନୀତ । ଏଠାରେ କବି ପବିତ୍ର ବେଦମନ୍ତ୍ରର ଉଚ୍ଚାରଣରେ ସମଗ୍ର ବ୍ରହ୍ମାଣ୍ଡ କିପରି ଉଦ୍‌ବେଳିତ ହୋଇଉଠେ, ତାହା ବର୍ଣ୍ଣନା କରିଛନ୍ତି। 
    ଭାରତବର୍ଷ ମୁନିଋଷିମାନଙ୍କର ଦେଶ । ବେଦ ଏ ଦେଶର ଆଦ୍ୟଗ୍ରନ୍ଥ ତଥା ଜ୍ଞାନର ଉତ୍ସ । ଉଷାକାଳ ଆଗମନରେ ସ୍ୱର୍ଗରୁ ମର୍ତ୍ତ୍ୟ ପର୍ଯ୍ୟନ୍ତ ଯେପରି ଆନ୍ଦୋଳିତ ହୋଇଉଠେ, ସେହିପରି ମୁନିମୁଖ ନିଃସୃତ ସୁସ୍ୱର ବେଦଧ୍ଵନି ତଥା ଉଚ୍ଚ ଓଁକାର ଶବ୍ଦ ଶ୍ୟାମଳ ବନଭୂମିକୁ ମୁଖରିତ କରି ଗଗନ ଭେଦି ବୈକୁଣ୍ଠରେ ବୈକୁଣ୍ଠପତିଙ୍କୁ ପରମତୃପ୍ତି ପ୍ରଦାନ କରିବା ସହ ପୃଥ‌ିବୀର ନିମ୍ନସ୍ତରକୁ ମଧ୍ୟ ଗତିକରି ପୃଥ‌ିବୀକୁ ମସ୍ତକରେ ଧାରଣ କରିଥିବା ଶ୍ରୁତିଶ୍ରବା ବାସୁକିକୁ ମଧ୍ୟ ଆମୋଦିତ କରେ । ଭାରତବର୍ଷର ପ୍ରାଚୀନ ସଂସ୍କୃତିର ନିଦର୍ଶନ କବିଲେଖନୀରେ ଜୀବନ୍ତ ହୋଇଉଠିଛି ।
37. ଭାଗ୍ୟବତୀ ମୋତେ ସଂସାରେ
      ବୋଲିବେ ତୋ’ ଯୋଗୁଁ ଏକା ପରଶଂସାରେ ।
Ans. 
ଭାଗ୍ୟବତୀ ………………….. ଏକା ପରଶଂସାରେ ।
     ଉକ୍ତ ପଦ୍ୟାଂଶଟି ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଦ୍ଵାରା ପ୍ରଣୀତ ‘ତପସ୍ୱିନୀ’ କାବ୍ୟରୁ ସଂଗୃହୀତ ‘ମଙ୍ଗଳେ ଅଇଲା ଭଷା’ ଶୀର୍ଷକ ପଦ୍ୟରୁ ଆନୀତ । ଏଠାରେ କବି ସତୀ ଶିରୋମଣି ସୀତାଙ୍କୁ କୋଳରେ ଧରି ତମସା ନଦୀ କିପରି ନିଜକୁ ଭାଗ୍ୟବତୀ ମନେକରିଛି, ତାହା ବର୍ଣ୍ଣନା କରିଛନ୍ତି ।
    ପ୍ରକୃତିକବି ପ୍ରକୃତି ଉପରେ ମାନବତ୍ୱର ଆରୋପ କରିଛନ୍ତି । ସତୀ ରାଜ୍ୟ-ରାଣୀ ସୀତା ତମସା ନଦୀ ତୀରସ୍ଥ ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ନିର୍ବାସିତା ଜୀବନ ଯାପନ କରିଛନ୍ତି । କବିଙ୍କ ସୂକ୍ଷ୍ମଦୃଷ୍ଟିରେ ସେହି ଆଶ୍ରମର ପାଳନକର୍ତ୍ତୀ ହେଉଛି ତମସା । ଅଯୋଧ୍ୟାର ରାଜଲକ୍ଷ୍ମୀ ଦେବୀ ସୀତା ଭୋଗଲାଳସା ପରିହାର କରି ତା’କୋଳରେ ବିହାର କରିବେ ବୋଲି ସେ କେବେ ମଧ୍ୟ ଆଶା କରି ନଥିଲା । ତେଣୁ ସେ ଅତ୍ୟନ୍ତ ଉତ୍ସାହରେ ରାତ୍ରି ଶେଷରେ ତାଙ୍କୁ ସ୍ୱାଗତ କରିବାପାଇଁ ପ୍ରାଙ୍ଗଣରେ ପୁଷ୍ପ ବିଞ୍ଚି, ସୁବାସିତ ନୀର ସିଞ୍ଚନ କରି, ପ୍ରଭାତୀ ତାରାକୁ ମଙ୍ଗଳପ୍ରଦୀପ ରୂପେ ପ୍ରଜ୍ଜ୍ୱଳନ କରି ସ୍ୱୀୟ ମୀନନୟନରେ ତାଙ୍କର ଆସିବା ପଥକୁ ବାରମ୍ବାର ଚାହିଁ ପ୍ରତୀକ୍ଷା କରିଛି । ସତୀରତ୍ନ ସୀତା ମୁନିକନ୍ୟାମାନଙ୍କ ଗହଣରେ ସ୍ନାନ ନିମନ୍ତେ ଯେତେବେଳେ ଆଗମନ କରିଛନ୍ତି, ସେତେବେଳେ ତମସା ତା’ର ତରଙ୍ଗ କରରେ ସତୀଙ୍କୁ କୋଳରେ ଧରି ସ୍ନେହାଲିଙ୍ଗନ କରି ନିଜକୁ ଧନ୍ୟ ମନେକରିଛି । ଦେବୀ ସୀତା ତାକୁ ସେହି ସୌଭାଗ୍ୟ ପ୍ରଦାନ କରିଥିବାରୁ ସଂସାରରେ ସମସ୍ତେ ତାଙ୍କୁ ଭାଗ୍ୟବତୀ କହି ପ୍ରଶଂସା କରିବେ ବୋଲି ସନ୍ତୁଷ୍ଟ ଚିତ୍ତରେ ପ୍ରକାଶ କରିଛି । ବାସ୍ତବିକ ପ୍ରକୃତି କବିଙ୍କ ପ୍ରକୃତି ବର୍ଣ୍ଣନା ଅତ୍ୟନ୍ତ ଜୀବନ୍ତ -ଏହା ନିଃସନ୍ଦେହ ।
38. ଶୁଭ୍ର ସଉରଭ ରସିକେ
      ଶୁଭ ସମ୍ପାଦିନୀ ହୁଅ ରଘୁବଂଶିକେ ।
Ans. 
ଶୁଭ୍ର – ସତରଭ ………………..ରଘୁବଂଶିକେ
    ଉକ୍ତ ପଦ୍ୟାଂଶଟି ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ପ୍ରଣୀତ 'ତପସ୍ୱିନୀ' କାବ୍ୟର ଚତୁର୍ଥ ସର୍ଗରୁ ସଂଗୃହୀତ 'ମଙ୍ଗଳେ ଅଇଲା ଉଷା' ଶୀର୍ଷକ କବିତାରୁ ଆନୀତ । ଏଠାରେ କବି ଭାରତୀୟ ପରମ୍ପରାରେ ସତୀନାରୀର ସତୀତ୍ୱର ପରାକାଷ୍ଠା ପ୍ରତିପାଦନ କରିଛନ୍ତି ।

    ଭାରତୀୟ ସଂସ୍କୃତିରେ ପତିବ୍ରତା ନାରୀର ସ୍ଥାନ ସବୁଠାରୁ ଊର୍ଦ୍ଧ୍ୱରେ । ସେ ଯେକୌଣସି ସମୟରେ ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ପତିଙ୍କର ମଙ୍ଗଳ କାମନା କରିଥାଏ । ସତୀ ଶିରୋମଣି ଦେବୀ ସୀତା ରଘୁବୀରଙ୍କଦ୍ଵାରା ନିର୍ବାସିତା ହୋଇ ବାଲ୍ମୀକିଙ୍କ ଆଶ୍ରମରେ ଅବସ୍ଥାନ କରୁଥିବାବେଳେ ତାଙ୍କ ନିକଟରେ ଉପସ୍ଥିତ ହୋଇଛନ୍ତି ଉଷାରାଣୀ । ଦେବୀ ସୀତା ନମ୍ରତା ପୂର୍ବକ ତାଙ୍କ ପଦବନ୍ଦନା କରି ତାଙ୍କୁ ସଂସାରର ତିମିରବିଧ୍ୱଂସୀ ଓ ସୂର୍ଯ୍ୟୋଦୟର ପ୍ରତୀକ ବୋଲି କହି ପ୍ରଶଂସା କରିଛନ୍ତି । ତାଙ୍କ ଆଗମନରେ ସଂସାର ଶୁଭ୍ରଜ୍ୟୋତିରେ ଉଦଭାସିତ ହେବାସହ ସୌରଭରେ ହେଇଉଠେ ଆମେ।ଦିତ । ଚତୁର୍ଦିଗରେ ଭରିଯାଏ ପବିତ୍ରତାର ବାତାବରଣ । ସେହି ସମୟ ହିଁ ସଂସାରରେ ଶୁଭମୁହୂର୍ଣଭାବେ ହୋଇଛି ବିଦିତ । ତେଣୁ ସେହି ମଙ୍ଗଳପ୍ରଦାୟିନୀ ଉଷାରାଣୀ ନିଶ୍ଚିତ ମଙ୍ଗଳ ବିଧାନ କରିବାର ଦୃଢ଼ ଆଶା ହୃଦୟରେ ପୋଷଣ କରି ପତିବ୍ରତା ସୀତା ତାଙ୍କ ଚରଣରେ ଶରଣ ଯାଇଛନ୍ତି ଏବଂ ରଘୁବଂଶୀ ରାମଚନ୍ଦ୍ରଙ୍କର ସର୍ବ ଶୁଭ ସମ୍ପାଦନ କରିବା ନିମନ୍ତେ ନିବେଦନ କରିଛନ୍ତି ।  ଏହା ହିଁ ଭାରତୀୟ ନାରୀର ମହନୀୟତା ଯାହା କବିଙ୍କ ଲେଖନୀରେ ହୋଇଛି ରୂପାୟିତ ।

ଦୀର୍ଘ ଉତ୍ତରମୂଳକ :

39. ପଠିତ କବିତା ଅନୁସରଣରେ ବାଲ୍ମୀକି ଆଶ୍ରମରେ ପ୍ରଭାତକାଳୀନ ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଣନା କର ।
Ans. 
    ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟର ଅମରସ୍ରଷ୍ଟା ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଶାଶ୍ଵତ ସୃଷ୍ଟିନିଚୟ, ତାଙ୍କ ଅନିର୍ବଚନୀୟ କବିପ୍ରତିଭାର ଯଥାର୍ଥ ପରିଚୟ ପ୍ରଦାନ କରେ । ପ୍ରକୃତିକୁ ଜୀବନ୍ତ ସତ୍ତାରେ ରୂପାନ୍ତରିତ କରି ପାଠକ ସମ୍ମୁଖରେ ପ୍ରକାଶ କରାଇବାର କଳାକୌଶଳ ତଦୀୟ ନୈସର୍ଗିକ ପ୍ରତିଭାର ପରିଚାୟକ । କବିଙ୍କର ‘ତପସ୍ୱିନୀ’, ‘ପ୍ରଣୟବଲ୍ଲରୀ’, ‘ଅହଲ୍ୟାସ୍ତବ’, ‘କୀଚକ ବଧ’, ‘ପଦ୍ମିନୀ’, ‘ଇନ୍ଦୁମତୀ’ କାବ୍ୟସମୂହ ଏବଂ ‘ଅର୍ଘ୍ୟଥାଳୀ’ ଓ ‘କବିତା କଲ୍ଲୋଳ’ ପ୍ରଭୃତି କ୍ଷୁଦ୍ର କବିତା ସଙ୍କଳନ କବିଙ୍କ ଅମ୍ଳାନ ପ୍ରତିଭାର ସ୍ମାରକୀ ରୂପେ ଅଦ୍ୟାବଧି ଜନମାନସରେ ପ୍ରତିବିମ୍ବିତ । ‘ତପସ୍ୱିନୀ’ କାବ୍ୟର ଚତୁର୍ଥ ସର୍ଗରୁ ସଂଗୃହାତ ‘ମଙ୍ଗଳେ ଅଇଲା ଉଷା’ ଶାର୍ଷକ କବିତାରେ କବି ବାଲ୍ଲାକି ଆଶ୍ରମରେ ପ୍ରଭାତକାଲୀନ ପ୍ରାକୃତିକ ଦୃଶ୍ୟରାଜିକୁ ଜୀବନ୍ତ ଭାବେ ଉପସ୍ଥାପନ କରିଛନ୍ତି ।
    ଶାନ୍ତ-ସୁନ୍ଦର, ସ୍ନିଗ୍ଧ -ମଧୁର ଆଶ୍ରମର ତପୋବନ ମଧ୍ୟରେ ଉଷାର ଆବିର୍ଭାବକୁ ପ୍ରକୃତି ପୂଜାରୀ କବି ସତେଯେପରି ର୍ଶକ ସାଜି ପ୍ରତ୍ୟକ୍ଷ କରିଛନ୍ତି । ପ୍ରସ୍ଫୁଟିତ ପଦ୍ମପୁଷ୍ପର ବିକଶିତ ରୂପଲାବଣ୍ୟରେ ସୁଦୃଶା ଉଷା ପୂର୍ବ ରାତ୍ରିର ସମସ୍ତ ଅଶୁଭର ଅନ୍ତ ଘଟାଇ ଓ ମଙ୍ଗଳବାର୍ତ୍ତା ବାହିକା ଭାବେ ଆଶ୍ରମ ଉପବନରେ ଉପଗତା ହୋଇଛି । ଉଷା-ପ୍ରକୃତି ଚିତ୍ରଣରେ କବି ମାନବୋଚିତ ଲକ୍ଷଣର ଆରୋପ କରିଛନ୍ତି । ସତୀ ସୀତାଙ୍କୁ ଉପହାର ଦେବାପାଇଁ କରପଲ୍ଲବରେ ନୀହାର-ମୁକ୍ତାର ଅଞ୍ଜଳି ଧରି ଆଶ୍ରମ ପ୍ରାଙ୍ଗଣରେ ଉପସ୍ଥିତ ହୋଇଛି ଉଷା । ବାଳାରୁଣ ବର୍ଣ୍ଣ ପ୍ରାୟ ଗୈରିକ ବସ୍ତ୍ର ବିମଣ୍ଡିତ, ପ୍ରଶାନ୍ତବଦନା, ସଦ୍ୟ ପ୍ରସ୍ଫୁଟିତ ପୁଷ୍ପରାଗ କାନ୍ତି ବିଶିଷ୍ଟା ଉଷା ଯୋଗେଶ୍ଵରୀ ରୂପରେ ସତେ ଯେପରି ସ୍ୱର୍ଗାବତରଣ କରିଛନ୍ତି। କୋକିଳର ସୁମଧୁର ସ୍ୱରରେ ରାତ୍ରି ଅବସାନର ସୂଚନା ଦେଇ ସୀତାଙ୍କୁ ଶଯ୍ୟାତ୍ୟାଗ କରିବାକୁ ସେ ଆହ୍ଵାନ କରିଛନ୍ତି ।
    ମୃଦୁମନ୍ଦ ପ୍ରଭାତକାଳୀନ ଶୀତଳ ସମୀରଣ ମଙ୍ଗଳ ସଙ୍ଗୀତ ଗାନ ଆରମ୍ଭ କରିଛି । ଭ୍ରମରକୁଳ ବୀଣାବାଦନ କରି ସଙ୍ଗୀତରେ ସ୍ୱର ସଂଯୋଜନା କରିଛନ୍ତି । ସମତାଳରେ ନୃତ୍ୟାରମ୍ଭ କରିଛି ସୁରଭି । ସତୀଙ୍କ ସ୍ୱାଗତିକାର ସମସ୍ତ ପର୍ବ ଉଷା ନିର୍ଦ୍ଦେଶନାରେ ସୁସଂଯୋଜିତ ହୋଇଛି । କୁମ୍ଭାଟୁଆ ଭାଟ ବେଶରେ ସ୍ତବ ପାଠ କରିଛି । ଶ୍ରେଷ୍ଠ ସ୍ତୁତିପାଠକାରୀ ସାଜି କଜଳପାତି ସତୀଙ୍କ ଦ୍ୱାରଦେଶରେ ତାଙ୍କର ଗୁଣଗାନ କରିଛି ଓ ମଧୁର ସ୍ୱରରେ ରାଜ୍ୟରାଣୀଙ୍କୁ ପହୁଡ଼ ଭାଙ୍ଗିବାକୁ ଆହ୍ୱାନ କରିଛି । କବିଙ୍କ ଭାଷାରେ-
“କଳିଙ୍ଗ ଅଇଲା ପାଟ ମାଗଧ ବେଶେ,
ଲଳିତ ମଧୁରେ କହିଲା,
ଉଠ ସତା ରାଜ୍ୟ – ରାଶା, ରାତି ପାହିଲା”
    ବ୍ରାହ୍ମ ମୁହୂର୍ତ୍ତରୁ ଶ୍ୟାମଳ ଲତାକୁଞ୍ଜ ପରିବେଷ୍ଟିତ ଆଶ୍ରମ ଉପବନ ମୁନିମୁଖନିଃସୃତ ବେଦର ଓଁକାର ଧ୍ଵନିରେ ହୋଇଉଠିଛି ପ୍ରତିଧ୍ଵନିତ । ସେହି ପବିତ୍ର ବେଦମନ୍ତ୍ର ଧ୍ୱନିର ଉଚ୍ଚ ଓଁକାର ପ୍ରଭାବରେ ସମଗ୍ର ବନଭୂମି କ୍ରମଶଃ ଉଜ୍ଜ୍ୱଳ ହୋଇଉଠିଛି । ଆଶ୍ରମ ପାର୍ଶ୍ଵରେ ପ୍ରବହମାନା ତମସା ନଦୀ ମଧ୍ୟ ସତୀଙ୍କୁ କୋଳାଗ୍ରତ କରିବାପାଇଁ ଆଶ୍ରମ ପ୍ରାଙ୍ଗଣରେ ସୁବାସିତ ପୁଷ୍ପ ବିଞ୍ଚିଦେଇ ଓ ସୁବାସିତ ଜଳ ସିଞ୍ଚନ କରି ପ୍ରଭାତୀତାରାକୁ ମଙ୍ଗଳଦୀପ ଭାବେ ଧାରଣ କରି ପ୍ରତୀକ୍ଷା କରିଛି । ପ୍ରକୃତି ମଧ୍ୟରେ ପ୍ରାଣସତ୍ତା ଭରିଦେଇ ତାକୁ ମାନବଚରିତ୍ର ଭାବେ ଉପସ୍ଥାପନ କରିବାରେ ସ୍ଵଭାବକବିଙ୍କ ଲେଖନୀ ଯେଉଁ ଚମତ୍କାରିତା ପ୍ରଦାନ କରିଛି ତାହା ଅନନ୍ୟ ଓ ଅନୁପମ ।
40. ଆଶ୍ରମରେ ସତୀ ସୀତାଙ୍କୁ ଉଷା କିପରି ସ୍ଵାଗତ ଜଣାଇଛନ୍ତି - ଆଲୋଚନା କର ।
Ans. 
     ଉତ୍କଳ ଭାରତୀଙ୍କ ବରପୁତ୍ର ସ୍ୱଭାବକବି ଗଙ୍ଗାଧର ମେହେର ଏକାଧାରରେ ଥିଲେ ଅମ୍ଳାନ ପ୍ରତିଭାବନ୍ତ କାବ୍ୟଶିଳ୍ପୀ, ପ୍ରକୃତିବାଦୀ, ସୌନ୍ଦର୍ଯ୍ୟପିପାସୁ, ସ୍ଵଦେଶପ୍ରେମୀ, ଯୁଗସଚେତକ ତଥା ସମନ୍ଵୟାତ୍ମକ ସାରସ୍ଵତ ସ୍ରଷ୍ଟା । ଭାଷାସୌନ୍ଦର୍ଯ୍ୟ, ଭାବଗାମ୍ଭୀର୍ଯ୍ୟ, ତଥା ଅନ୍ତଃ ସୌନ୍ଦର୍ଯ୍ୟଭରା ପ୍ରତ୍ୟେକଟି ସାରସ୍ଵତ ସୃଷ୍ଟିରୁ ତାଙ୍କ ପ୍ରଜ୍ଞାର ଐଶ୍ବର୍ଯ୍ୟମୟ ଆଭାସ ସୁସ୍ପଷ୍ଟ । କବିଙ୍କ ସୃଷ୍ଟିନିଚୟ ମଧ୍ୟରେ ‘ତପସ୍ୱିନୀ’, ‘ପ୍ରଣୟବଲ୍ଲରୀ’, ‘କୀଚକବଧ’, ‘ଇନ୍ଦୁମତୀ’, ‘ପଦ୍ମିନୀ’, ‘ଅଯୋଧ୍ୟା ଦୃଶ୍ୟ’ ତଥା ‘ଉତ୍କଳଲକ୍ଷ୍ମୀ’ ଆଦି କାବ୍ୟସମୂହ ତଥା କ୍ଷୁଦ୍ରଗୀତ ସଂକଳନ ମଧ୍ୟରେ ‘ଅର୍ଘ୍ୟଥାଳୀ’, ‘କୃଷକ ସଙ୍ଗୀତ’, ‘କବିତାମାଳା’ ଓ ‘କବିତା କଲ୍ଲୋଳ’ ଆଦି କବିଙ୍କ ଅମ୍ଳାନ ପ୍ରତିଭାର ପରିଚୟ ପ୍ରଦାନ କରେ ।
    ପ୍ରକୃତିକୁ ମାନବଚରିତ୍ର ଭଳି ଉପସ୍ଥାପନ କରିବାରେ କବି ଗଙ୍ଗାଧରଙ୍କ ସିଦ୍ଧହସ୍ତତା ପ୍ରଣିଧାନଯୋଗ୍ୟ । ସତୀ ସୀତା ଗଭୀର ଅନ୍ତର୍ବେଦନା ଓ ବିଷାଦିତ ପ୍ରାଣରେ ରାତ୍ରିଯାପନ କରିବା ପରେ ନବପ୍ରଭାତରେ ଶାନ୍ତ-ଶୀତଳ, ସ୍ନିଗ୍ଧ-ମଧୁର ବାଲ୍ମୀକି ଆଶ୍ରମ ଓ ତତ୍-ସଂଲଗ୍ନ ତପୋବନରେ ଉଷା ଆବିର୍ଭୂତା ହୋଇଛି ସତୀମାତାଙ୍କୁ ସ୍ୱାଗତ କରିବାପାଇଁ । ପ୍ରତ୍ୟକ୍ଷଦର୍ଶୀ ସାଜି ପ୍ରକୃତି ପୂଜାରୀ କବି ନାବୀନ ରଷାର ମାଧୁର୍ଯ୍ୟକୁ ଆକଣ୍ଠ ପାନ କରିଛନ୍ତି। କବି କଳ୍ପନାରେ ସମସ୍ତ ମାନବୀୟ ଗୁଣରେ ଭୂଷିତ। ଉଷା ଜଣେ ସହୃଦୟ, ସମ୍ବେଦନଶୀଳା ନାରୀଭାବେ ଆବିର୍ଭୂତା ହୋଇଛି ଆଶ୍ରମ ପରିବେଶରେ । ଜଗନ୍ମାତା ସୀତାଙ୍କୁ ଦର୍ଶନ କରିବାର ଅଭିଳାଷ ନେଇ ଉପହାର ହସ୍ତରେ ଉଷା ଅପେକ୍ଷା କରିଛନ୍ତି ସତୀଙ୍କ ବାସ ବାହାର ପ୍ରାଙ୍ଗଣରେ ।
    ସର୍ବମଙ୍ଗଳମୟତାର ସୂଚନା ପ୍ରଦାନ କରି ମଙ୍ଗଳମୟୀ ଉଷା ବିକଶିତ ପଦ୍ମପୁଷ୍ଠର ସୌନ୍ଦର୍ଯ୍ୟରେ ସୁଦୃଶା ହୋଇ ଆଶ୍ରମ ପ୍ରାଙ୍ଗଣରେ ସତୀମାତା ସୀତାଙ୍କ ଦର୍ଶନପିପାସା ଚରିତାର୍ଥ କରିବା ଉଦ୍ଦେଶ୍ୟରେ ଅପେକ୍ଷା କରିଛନ୍ତି । ସୀତାଙ୍କୁ ଉପହାର ଦେବାପାଇଁ ତାଙ୍କ କରପଲ୍ଲବରେ ରହିଛି ନୀହାର – ମୁକ୍ତାର ଅଞ୍ଜଳି । ଶ୍ରୁତି – ସୁଖଦାୟୀ କୋକିଳର କୋମଳ – ମଧୁର କୁହୁତାନରେ ସତୀଙ୍କୁ ନିଦ୍ରାଭଙ୍ଗ କରିବାପାଇଁ ଆହ୍ଵାନ କରିଛନ୍ତି ସେ । ଉଷାଙ୍କ ଉପସ୍ଥିତିରେ ଆଶ୍ରମ ପ୍ରକୃତି ବେଦମାନ୍ତ୍ରିକ ହୋଇଉଠିଛି । ଅରୁଣ- ରାଗ – ରଞ୍ଜିତ ଗୌରିକ ବସ୍ତାବୃତା ଉଷା ସ୍ଵର୍ଗପୁରୀରୁ ମର୍ତ୍ତ୍ୟାବତରଣ କରିଥିବା ଜଣେ ଯୋଗେଶ୍ଵରୀ ପ୍ରାୟ ରୂପଲାବଣ୍ୟରେ ଉଦ୍ଭାସିତ ହୋଇଉଠିଛନ୍ତି । ଶରୀରର କାନ୍ତିରେ ସଦ୍ୟପୁଷ୍ପର ରାଗ, ମୁଖମଣ୍ଡଳରେ ଅଖଣ୍ଡ ପ୍ରଶାନ୍ତି ବହନ କରିଥିବା ଉଷା ସତୀସୀତାଙ୍କ ଶୋକ ଜର୍ଜରିତ ଚିତ୍ତରେ ନବୀନ ଆଶା ଭରିଦେବା ପାଇଁ ପ୍ରତୀକ୍ଷା କରିଛନ୍ତି । ନବୀନ ତପସ୍ୱିନୀ ଜୀବନର ଅୟମାରମ୍ଭ କରିବାପାଇଁ ପରିପାର୍ଶ୍ୱରେ ସମସ୍ତ ମାଙ୍ଗଳିକ ଆୟୋଜନ କରିଛନ୍ତି ସେ ।
    ଜଣେ ଦକ୍ଷ ନିର୍ଦ୍ଦେଶିକା ଭାବେ ସ୍ୱାଗତ ସମ୍ବର୍ଦ୍ଧନା ପର୍ବର ସଫଳ ରୂପାୟନ ପାଇଁ ଉଷା ମନପ୍ରାଣ ଢାଳି ଦେଇଛନ୍ତି । ମୃଦୁମନ୍ଦ ସମୀରଣ ସ୍ଵାଗତ ଗୀତିକା ଗାନ କରିଛି । ଭ୍ରମରକୁଳ ବୀଣାବାଦନ କରି ସେହି ସଙ୍ଗୀତରେ ସ୍ୱର ମିଶ୍ରଣ କରିଛନ୍ତି । ଛନ୍ଦ ତୋଳି ସୁରଭି ନୃତ୍ୟ ଆରମ୍ଭ କରିଦେଇଛି । କୁମ୍ଭାଟୁଆ ଭାଟ ଭୂମିକାରେ ସ୍ତବପାଠ କରୁଥିଲାବେଳେ କଜଳପାତି ଶ୍ରେଷ୍ଠ ସ୍ତୁତିପାଠକାରୀ ଭାବେ ସତୀଙ୍କ ଗୁଣ କୀର୍ତ୍ତନ କରିଛି ଓ ଲଳିତ ମଧୁର ସ୍ଵରରେ ସତୀଙ୍କୁ ଶଯ୍ୟାତ୍ୟାଗ କରିବାକୁ ଅନୁରୋଧ କରିଛନ୍ତି ।
    ସତୀ ସୀତାଙ୍କୁ ସ୍ୱାଗତ କରିବାପାଇଁ ଉଷାଙ୍କର ସକଳ ଆୟୋଜନ ଆଶ୍ରମର ଶାନ୍ତ-ପବିତ୍ର, ଅମୃତମୟ ମନୋହର ବାତାବରଣରେ ମଞ୍ଜୁଳତା ଭରିଦେଇଛି । କବିଙ୍କ ଲେଖନୀରେ ସତେଯେପରି ସମଗ୍ର ପ୍ରକୃତି ଜୀବନ୍ତ ମାନବୀୟ ରୂପ ଧରି ପାଠକ ସମ୍ମୁଖରେ ଉଭା ହୋଇଛି ।
41. ପଠିତ କବିତାରୁ କବିଙ୍କର ପ୍ରକୃତି ଚିତ୍ରଣର ବିଶେଷତ୍ଵ ଲେଖ ।
Ans. 
    ଆଧୁନିକ ଓଡ଼ିଆ କାବ୍ୟସାହିତ୍ୟକୁ ସ୍ଵୀୟ ପ୍ରତିଭା ପ୍ରଭାରେ ସମୁଦ୍ଭାସିତ କରିବାରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଅସାଧାରଣ କଳାନୈପୁଣ୍ୟ ସର୍ବଜନସ୍ଵୀକାର୍ଯ୍ୟ । ତାଙ୍କ ଅମ୍ଳାନ କବିପ୍ରତିଭାର ସ୍ମାରକୀ ଭାବେ ‘ତପସ୍ୱିନୀ’, ‘ପ୍ରଣୟବଲ୍ଲରୀ’, ‘ଇନ୍ଦୁମତୀ’, ‘ପଦ୍ମିନୀ’, ‘କୀଚକବଧ’, ‘ଅଯୋଧ୍ୟା ଦୃଶ୍ୟ’ ଓ ‘ଉତ୍କଳଲକ୍ଷ୍ମୀ’ ପ୍ରଭୃତି କାବ୍ୟସମୂହ ତଥା ‘କୃଷକ ସଙ୍ଗୀତ’, ‘କବିତାମାଳା’, ‘କବିତା କଲ୍ଲୋଳ’ ଓ ‘ଅର୍ଘ୍ୟଥାଳୀ’ ଆଦି କ୍ଷୁଦ୍ର ଗୀତ ସଙ୍କଳନ ଉତ୍କଳ ସାହିତ୍ୟ ଭଣ୍ଡାରର ଅମୂଲ୍ୟ ରତ୍ନତୁଲ୍ୟ ଚିର ଦେଦୀପ୍ୟମାନ ।
    କବିତା ‘ମଙ୍ଗଳେ ଅଇଲା ଉଷା’ କବିଙ୍କର ଶ୍ରେଷ୍ଠ କୃତି ‘ତପସ୍ୱିନୀ’ କାବ୍ୟର ଚତୁର୍ଥ ସର୍ଗରୁ ସଂଗୃହୀତ କାବ୍ୟଂଶ । ବାଲ୍ମୀକି ଆଶ୍ରମରେ ନିର୍ବାସିତ ସତୀ ମାତା ଜାନକାଙ୍କୁ ପ୍ରକୃତିର ସ୍ୱାଗତ ସମ୍ଭାଷଣ କରିଙ୍କ ଲେଖନୀମୁନରେ ଜୀବନ୍ତ ହୋଇଉଠିଛି। ପ୍ରକୃତିକୁ ମାନବ ଚରିତ୍ର ଭାବେ ଉପସ୍ଥାପନ କରିବାରେ କବି ଗଙ୍ଗାଧରଙ୍କ ସିଦ୍ଧହସ୍ତତା କବିତାର ଛତ୍ରେ ଛତ୍ରେ ପ୍ରତିଫଳିତ ହୋଇଛି । ଜଡ଼ ପ୍ରକୃତିରେ ଜୀବନ୍ୟାସ କରି ତାକୁ କ୍ରିୟାଶୀଳ କରିବାରେ କବି ତାଙ୍କ ସୃଷ୍ଟିସମୂହରେ ଯେଉଁ ଶାବ୍ଦିକ ମାୟା ରଚନା କରିଛନ୍ତି ତାହା ଅନ୍ୟ କୌଣସି କାବ୍ୟ କବିତାରେ ପରିଦୃଷ୍ଟ ହୁଏ ନାହିଁ ।
    ପତିକର୍ତ୍ତୃକ ନିର୍ବାସିତା ଅଯୋଧ୍ୟା ରାଜଲକ୍ଷ୍ମୀ, ସତୀ ସୀତାଙ୍କ ପ୍ରତି ନିର୍ବିଚାର ଦଣ୍ଡବିଧାନ ବିରୁଦ୍ଧରେ ପ୍ରକୃତି ହିଁ ଦୃଢ଼ ସ୍ଵର ଉତ୍ତୋଳନ କରିଛି କାବ୍ୟର ପ୍ରଥମାଂଶରେ । ବିଷାଦିତା ଜାନକୀଙ୍କ ବାଲ୍ମୀକି ଆଶ୍ରମରେ ପ୍ରଥମ ରାତ୍ରିଯାପନ ପରେ ନବପ୍ରଭାତର ବ୍ରାହ୍ମ ମୁହୂର୍ଭରେ ଉଷା ଉପସ୍ଥିତ ହୋଇଛି ଆଶ୍ରମ ପରିବେଶରେ । ଉଷାକୁ ଜଣେ ସମ୍ବେଦନଶୀଳା, ସ୍ନେହମୟୀ, ବାତ୍ସଲ୍ୟମୟୀ, ମମତାମୟୀ ସହଚରୀ ଚରିତ୍ରରେ କବି ଉପସ୍ଥାପନ କରିଛନ୍ତି । ପ୍ରକୃତି ଉଷା ରୂପରେ ସୀତାଙ୍କ ଦୁର୍ଭାଗ୍ୟ ଓ କାରୁଣ୍ୟଭରା ଜୀବନଧାରାରେ ପ୍ରଥମ ସହଚରୀ ଭାବରେ ସମଭାଗୀ ହୋଇ ସୀତାଙ୍କୁ ଶଯ୍ୟାତ୍ୟାଗ କରିବାକୁ ଆହ୍ଵାନ କରିଛି ।
    ଅଯୋଧ୍ୟା ରାଜଲକ୍ଷ୍ମୀଙ୍କୁ ଆଶ୍ରମ ଜୀବନର ଅୟମାରମ୍ଭ ପାଇଁ ସ୍ୱାଗତ କରିବାକୁ ପ୍ରକୃତି ଉଷା ଭୂମିକାରେ ହୋଇଛି ଅବତୀର୍ଣ୍ଣା । ବିକଶିତ ପଦ୍ମପୁଷ୍ପ ସମ ସୁଦୃଶା, ଗୈରିକବସନା ଉଷା ଯୋଗେଶ୍ଵରୀ ରୂପରେ ଉପଗତା ହୋଇଛି । କରପଲ୍ଲବରେ ନୀହାର ରୂପକ ମୁକ୍ତାର ଅଞ୍ଜଳି ଧରି ଆଶ୍ରମ ପ୍ରାଙ୍ଗଣରେ ସତୀ ଦର୍ଶନ ପାଇଁ ସେ ପ୍ରତୀକ୍ଷା କରିଛି । କୋକିଳର ସୁମଧୁର କୁହୁତାନ ମାଧ୍ୟମରେ ରାତ୍ରି ଅବସାନର ସୂଚନା ଦେଇ ଦର୍ଶନ ପ୍ରଦାନ କରିବାକୁ ଉଷା ଆମନ୍ତ୍ରଣ କରିଛି ଜାନକୀଙ୍କୁ । ଆଶ୍ରମ ପରିବେଶରେ ପ୍ରଭାତକାଳୀନ ପ୍ରକୃତି ସତୀ ସମ୍ବର୍ଦ୍ଧନା ପର୍ବର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି ।
  ପ୍ର୍ରକୃତିର ପ୍ରତିଟି ଉପାଦାନରେ ଜୀବନ୍ୟାସ ଦେଇ ତାକୁ ପାଠକ ସମ୍ମୁଖରେ ଅବତୀର୍ଣ୍ଣ କରାଇବା ହେଉଛି ସ୍ୱଭାବକବିଙ୍କ ଲେଖନୀର ବୈଶିଷ୍ଟ୍ୟ । ମହିର୍ଷି ବାଲ୍ମିକୀ ଆଶ୍ରମ ଉପବନ ଉପକଣ୍ଠ ଦେଇ ପ୍ରବାହିତ ତମସା ନଦୀକୁ କବି ଆଶ୍ରମଧାତ୍ରୀ ଭାବେ କଳ୍ପନା କରିଛନ୍ତି । ସତୀ ସୀତାଙ୍କୁ କୋଳାଗ୍ରତ କରି ତାଙ୍କ ସାନ୍ନିଧ୍ୟ ଲାଭ ପାଇଁ ତମସା ହୃଦୟର ବ୍ୟାକୁଳତା କବିଙ୍କ ଲେଖନୀରେ ରୂପାୟିତ ହୋଇଛି । ସତୀଙ୍କୁ ସ୍ଵାଗତ କରିବାପାଇଁ ଆଶ୍ରମ ପ୍ରାଙ୍ଗଣରେ ସୁବାସିତ କୁସୁମ ବିଞ୍ଚିଦେଇ ତୀରଦେଶ ପର୍ଯ୍ୟନ୍ତ ପ୍ରଲମ୍ବିତ ପଥରେ ସୁବାସିତ ଜଳ ସିଞ୍ଚନ କରାଇଛି ସେ । ପ୍ରଭାତୀତାରାରୂପୀ ମଙ୍ଗଳ ପ୍ରଦୀପ ଧାରଣ କରି ସ୍ୱୀୟ ମୀନନୟନରେ ସତୀଙ୍କ ବାଟ ଚାହିଁ ବସିଛି ସେ । ମୁନିକନ୍ୟାଙ୍କ ଗହଣରେ ସତୀ ମାତା ନଦୀରେ ସ୍ନାନ ନିମନ୍ତେ ପ୍ରବେଶ କରିବା ମାତ୍ରେ ତରଙ୍ଗରୂପୀ କରରେ ସୀତାଙ୍କୁ ଆଲିଙ୍ଗନାବଦ୍ଧ କରିଛି ତମସା । ସତୀଙ୍କୁ କୋଳାଗ୍ରତ କରିଥିବାରୁ ତା’ର ଜୀବନ ଧନ୍ୟ ହୋଇଛି ବୋଲି କୃତଜ୍ଞତାରେ ଶତମୁଖ ହୋଇଉଠଛି ସେ । 
    ପ୍ରକୃତିରେ ମାନବତ୍ଵ ଆରୋପଣ କରି କବି ଗଙ୍ଗାଧର ତାଙ୍କ କବିତାରେ ଭାଷା ଓ ଭାବର ଯେଉଁ ଚମତ୍କାରିତା ପ୍ରଦର୍ଶନ କରିଛନ୍ତି ତାହା ଅନନ୍ୟ ସାଧାରଣ ।
42. କବି ଗଙ୍ଗାଧର ମେହେରଙ୍କ ଲେଖନୀରେ ପ୍ରକୃତି ମାନବ ଭଳି ସମ୍ବେଦନଶୀଳ-ପଠିତ କବିତାକୁ ଭିତ୍ତି କରି ଆଲୋଚନା କର । 
Ans. 
    ଉତ୍କଳ ଜନନୀର ବରପୁତ୍ର ସ୍ୱଭାବକବି ଗଙ୍ଗାଧର ମେହେର ଆଧୁନିକ ଉତ୍କଳ କାବ୍ୟସାହିତ୍ୟାକାଶରେ ଜଣେ ପ୍ରତିଭାଦିପ୍ତ  ଜ୍ୟୋତିଷ୍କ । ଦାରିଦ୍ର୍ୟ ଓ ଜଞ୍ଜାଳର ପଙ୍କିଳ ପଲ୍ୱଳ ତାଙ୍କୁ ଲକ୍ଷ୍ୟଚ୍ୟୁତ କରିପାରି ନଥିଲା; ବରଂ ସେ ତନ୍ମଧ୍ୟରୁ ଅକଳଙ୍କ ଶୁଭ୍ର ଶତଦଳ ପରି ବିକଶିତ ହୋଇ ଉଠିଥିଲେ । କବିଙ୍କ ଲେଖନୀ ନିଃସୃତ ସାରସ୍ଵତସମ୍ଭାର ମଧ୍ୟରେ ‘ତପସ୍ୱିନୀ’, ‘ପ୍ରଣୟବଲ୍ଲରୀ’, ‘ଇନ୍ଦୁମତୀ’, ‘ପଦ୍ମିନୀ’, ‘ଅଯୋଧ୍ୟା ଦୃଶ୍ୟ’ ଆଦି କାବ୍ୟସମୂହ ଏବଂ ‘କବିତା କଲ୍ଲୋଳ’, ‘କୃଷକ ସଙ୍ଗୀତ’, ‘ଅର୍ଘ୍ୟଥାଳୀ’ ଓ ‘କବିତାମାଳା’ ପରି କବିତା ସଂକଳନ କବିଙ୍କ ଅମ୍ଳ।ନ ସାରସ୍ଵତ ପ୍ରତିଭାର ବଳିଷ୍ଠ ନିଦର୍ଶନ । 
    ସ୍ଵଭାବକବିଙ୍କ କାଳଜୟୀ କାବ୍ୟ ‘ତପସ୍ୱିନୀ’ର ଚତୁର୍ଥ ସର୍ଗରୁ ସଂଗୃହୀତ ‘ମଙ୍ଗଳେ ଅଇଲା ଉଷା’ ଶୀର୍ଷକ କବିତାରେ ପ୍ରକୃତି ଏକାଧାରରେ ହୋଇଛି ଜୀବନ ଦ୍ୟୋତନା, ଆତ୍ମାର ଚେତନା ତଥା ପରମାତ୍ମାର ନିରାଜନା । ପାରମ୍ପରିକ ପ୍ରକୃତି ବର୍ଣ୍ଣନାରେ ନୂତନ ରୂପ, ରସ, ଛନ୍ଦ ଦେଇ କବି ଜୀବନ୍ତ କରି ବର୍ଣ୍ଣନା କରିଛନ୍ତି । ପ୍ରକୃତି ମଧ୍ୟରେ ସେ ଉପଲବ୍ଧି କରିଛନ୍ତି ଜୀବନର ସତ୍ତା, ତା’ ମଧ୍ୟରେ ଅନୁଭବ କରିଛନ୍ତି ମାନବ ଜୀବନର ସକଳ ପ୍ରକୃତି । ପ୍ରକୃତି ଓ ମଣିଷ ମଧ୍ୟରେ ସେ ଅଭେଦ କଳ୍ପନା କରିଛନ୍ତି । ପ୍ରକୃତି ତାଙ୍କ ପାଇଁ ମୂକ ନୁହେଁ, ନିର୍ବେଦ ନୁହେଁ କି ନିଶ୍ରଣ ନୁହେଁ; ବରଂ ପ୍ରକୃତି ତାଙ୍କ ପାଇଁ ସୂର୍ତ୍ତିମୟୀ, ଚଳଚଞ୍ଚଳ ଓ ବାକ୍‌ଦାୟିନୀ ।
    ଆଲୋଚ୍ୟ କବିତାରେ ପ୍ରକୃତିର ପ୍ରତ୍ୟେକଟି ଉପାଦାନ ରକ୍ତ, ମାଂସ, ଦେହଧାରୀ ମଣିଷ ପରି ସମ୍ବେଦନଶୀଳ । ସତୀ ସୀତାଙ୍କ ଦର୍ଶନପିପାସା ନେଇ ପ୍ରକୃତି ଉଷାରୂପରେ ବାଲ୍ମୀକି ଆଶ୍ରମରେ ଉପଗତା ହୋଇଛନ୍ତି । ତାଙ୍କୁ ସ୍ୱାଗତ କରିବାପାଇଁ ଅପରୂପ ବେଶବିନ୍ୟାସରେ ନିଜକୁ ସୁସଜ୍ଜିତ କରିଛନ୍ତି । ବାଳାରୁଣ ବର୍ଣ୍ଣ ପ୍ରାୟ ଗୈରିକ ବସ୍ତ୍ର ପରିହିତା, ଅଙ୍ଗସୌଷ୍ଟବରେ ସଦ୍ୟ ସୁବାସିତ କୁସୁମ ବିମଣ୍ଡିତ ହୋଇ ପଦ୍ମପୁଷ୍ପବର୍ଣ୍ଣା ଉଷା ଯୋଗେଶ୍ଵରୀ ବେଶରେ ସତେଯେପରି ସ୍ୱର୍ଗରାଜ୍ୟରୁ ମର୍ତ୍ତ୍ୟବତରଣ କରିଛନ୍ତି ସତୀମାତାଙ୍କ ଦର୍ଶନ ପାଇଁ । ଜାନକୀଙ୍କ ଶୋକ ଜର୍ଜରିତ ହୃଦୟର ଭାବାବେଗକୁ ଉପଲବ୍ଧି କରି ମଧୁର କୋମଳ ସ୍ଵରରେ ତାଙ୍କୁ ରାତ୍ରି ଅବସାନର ସୂଚନା ପ୍ରଦାନ କରିଛନ୍ତି କୋକିଳର କୁହୁତାନ ମାଧ୍ୟମରେ । ବୈଦେହୀଙ୍କ ବିଷାଦିତ ପ୍ରାଣରୁ ଦୁଃଖରାଶି ଅପନୋଦନ କରିବା ନିମନ୍ତେ ଓ ନୂତନ ଆଶା ଆଶ୍ଵାସନା ଭରିଦେବା ନିମନ୍ତେ ସ୍ଵାଗତିକା ପର୍ବର ସମସ୍ତ ଆୟୋଜନ ମଧ୍ୟ କରିଛନ୍ତି ସେ ।
     ସତୀଙ୍କ ଦର୍ଶନାଭିଳାଷୀ ଉଷା ଉପହାର ନିମନ୍ତେ ପଲ୍ଲବରୂପୀ ହସ୍ତରେ ଧରିଛନ୍ତି ନୀହାର ରୂପକ ମୁକ୍ତାର ଅଞ୍ଜଳି । ସମୀର, ଭ୍ରମର, ସୁରଭି, କୁମ୍ଭାଟୁଆ ଓ କଜଳପାତି ଆଦି ସମସ୍ତେ ମାନବୀୟ ଆଚରଣ ପ୍ରଦର୍ଶନ କରିଛନ୍ତି । ତପସ୍ୱିନୀ ସୀତା ଓ ମଙ୍ଗଳମୟୀ ଉଷାଙ୍କ ମଧ୍ୟରେ ଉକ୍ତି-ପ୍ରତ୍ୟୁକ୍ତି ପରି ସୀତା ତମସା ନଦୀ ମଧ୍ୟରେ ଉକ୍ତି-ପ୍ରତ୍ୟୁକ୍ତି ମଧ୍ୟରେ ଉଷା ଓ ତମସା ନଦୀଙ୍କ ମାନବୀୟ ସମ୍ବେଦନଶୀଳତା, ବାତ୍ସଲ୍ୟ ସ୍ନେହ ତଥା ଅନାବିଳ ମମତ୍ୱବୋଧ ସ୍ପଷ୍ଟ ପରିଦୃଷ୍ଟ ହୁଏ। 
    ତମସା ନଦୀ ମନର ତୃପ୍ତି, ମମତାବୋଳା ସ୍ନେହ-ଆଦର-ଆଲିଙ୍ଗନ ତଥା ପ୍ରଶଂସାଗାନରେ ଉତ୍‌ଫୁଲ୍ଲିତ ହେବା ଆଦି ମାନବୀୟ ଗୁଣାବଳୀର ପରିଚାୟକ । ଜଣେ ସଶରୀରୀ, ସମ୍ବେଦନଶୀଳା ପରି ତମସା ନଦୀର ଆତ୍ମତୃପ୍ତିଭରା ସ୍ଵୀକାରୋକ୍ତି ପ୍ରଦତ୍ତ ଭକ୍ତିର ସାର୍ଥକ ପ୍ରତିବେଦନା