10th Class Odia Question & Answer Chapter 4 | ଚିଲିକାରେ ସାୟନ୍ତନ ଦୃଶ୍ୟ | ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ନିର୍ଦ୍ଧିଷ୍ଟ ଉତ୍ତରମୂଳ :
1. ଭାଲୋରି ଶିଖରେ ସନ୍ଧ୍ୟାତରା ଦେଖି
ଆସନ୍ତି ପଟିକା ମହୋଲ୍ଲାସେ ଟେକି ।
ଏହି ପଦଟିରେ କବି କେଉଁମାନଙ୍କୁ ଉଲ୍ଲସିତ ହେବାର ଦେଖିଚ୍ଛନ୍ତି
(କ) ପ୍ରକୃତିପ୍ରେମୀ
(ଖ) ନୌକାଚାଳକ
(ଗ) ମାନଜୀବୀ
(ଘ) ପର୍ଯ୍ୟଟକ
Ans.
ମାନଜୀବୀ
2. ନିଶା ଆଗମନରେ ଅବନା କେଉଁ ରୂପ ଧାରଣ କରିଛି
(କ) ଗମ୍ଭୀର
(ଖ) ନିଶ୍ଚଳ
(ଗ) କୋଳାହଳ ପୂର୍ଣ୍ଣ
(ଘ) ନିସ୍ତବ୍ଧ
Ans.
ନିଶ୍ଚଳ
3. ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
ଆସେ – ଆଶେ, ଦୁକୂଳ- ଦିକୂଳ, ତରଣୀ – ତରଣି, ଦ୍ୱିପ – ଦୀପ
Ans.
ଆସେ – ଆସିଥାଏ।/ଆଗମନ କରେ (ଆସିବା ଅର୍ଥରେ)
ଆଶେ – ଇଚ୍ଛାରେ/ ଉଦ୍ଦେଶ୍ୟରେ (ଆଶ କରିବା ଅର୍ଥରେ)
ଦୁକୂଳ – ବସ୍ତ୍ର/ଲୁଗା
ଦିକୂଳ – ନଦାର ଦୁଇ କୂଳ
ତରଣୀ – ନୈକା
ତରଣି – ସୂର୍ଯ୍ୟ
ଦ୍ୱିପ – ହାତ
ଦୀପ – ପ୍ରଦୀପ
4. ନିମ୍ନଲିଖିତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।”
ସମୁଦ୍ର, ମାରୁତ, ଅବନୀ, ନିଶୀଥିନୀ, ବାଗୀଶ୍ୱରୀ
Ans.
ସମୁଦ୍ର – ସାଗର, ଅର୍ଦ୍ଧବ, ସିନ୍ଧୁ
ଅବନୀ – ପୃଥିବୀ, ଧରିତ୍ରୀ, ରସା, ମହୀ
ବାଗୀଶ୍ୱରୀ – ସରସ୍ଵତୀ, ବୀଣାପାଣି, ବାଗ୍ଦେବୀ
ମାରୁତ – ପବନ, ସମୀର, ଅନିଳ
ନିଶିଥିନୀ – ରାତ୍ରି, ବିଭାବରୀ, ଶର୍ବରୀ
5. ବାଗୀଶ୍ଵରୀ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
(କ) ବାକାଶ + ଅରୀ
(ଖ) ବାଗାଶ + ଅରୀ
(ଗ) ରାଗି + ଈଶ୍ଵାରୀ
(ଘ) ବାକ୍ + ଈଶ୍ଵରୀ
Ans.
ବାକ୍ + ଈଶ୍ଵରୀ
6. ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ - ଏକଥା କାହାକୁ ଲକ୍ଷ୍ୟକରି କୁହାଯାଇଛି ।
(କ) କବିସୂର୍ଯ୍ୟ ବଳଦେବ ରଥ
(ଖ) କବିବର ରାଧାନାଥ ରାୟ
(ଗ) ଭକ୍ତକବି ମଧୁସୂଦନ ରାଓ
(ଘ) ପ୍ରକୃତିକବି ଗଙ୍ଗାଧର ମେହେର
Ans.
କବିବର ରାଧାନାଥ ରାୟ
କ୍ଷୁଦ୍ର ଉତ୍ତରମୂଳକ :
7. ଏହି କବିତାରେ କବି କେଉଁ ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି ?
Ans.
ଏହି କବିତାରେ କବି ସନ୍ଧ୍ୟାକାଳର ଦୃଶ୍ୟ ବର୍ଣ୍ଣନା କରିଛନ୍ତି ।
8. ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି କେଉଁ ଶବ୍ଦପୁଞ୍ଜ ବ୍ୟବହାର କରିଛନ୍ତି ?
Ans.
ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି ‘ମଧୁର – ବାସିନୀ’ ଏବଂ ‘ଜ୍ୟୋତ୍ସ୍ନା – ଦୁକୂ ଳ -ବାସିନୀ’ ଏହି ଶବ୍ଦପୁଞ୍ଜ ଦ୍ଵୟ ବ୍ୟବହାର କରିଛନ୍ତି।
9. ‘ଗଲାଣି ତ ଗଲା କଥାରେ ସଙ୍ଗାତ’ର ଅର୍ଥ କ’ଣ ?
Ans.
ଯେଉଁ କଥା ଅତୀତ ହୋଇଯାଇଛି ସେହି କଥାକୁ ଧରି ବସିଲେ କୌଣସି ଲାଭ ହୁଏ ନାହିଁ ।
10. ପୋତପାଳ ମଶାଲ ଜାଳିଛି କାହିଁକି ?
Ans.
ନୌକା ଉପରେ ଜଳୁଥିବା ମଶାଲର ଅଗ୍ନିଶିଖାଦ୍ଵାରା ଆକର୍ଷିତ ହୋଇ ମୀନମାନେ ନୌକା ଭିତରକୁ ଡେଇଁ ଥାଆନ୍ତି । ତେଣୁ ମୀନ ଧରିବା ଉଦ୍ଦେଶ୍ୟରେ ପୋତପାଳ ମଶାଲ ଜାଳିଛି ।
11. ଶିଖାର ଉଠିବା ପଡ଼ିବା ସହିତ କବି କାହାକୁ ତୁଳନା କରିଛନ୍ତି ?
Ans.
ଶିଖାର ଉଠିବା ପଡ଼ିବା ସହିତ କବି ଦୁଃଖୀଜନ ମନରେ ସୃଷ୍ଟ ଆଶା ଓ ହତାଶାକୁ ତୁଳନା କରିଛନ୍ତି ।
12. କେଉଁ ଦୃଶ୍ୟକୁ କବି ପାରଦ-ଧଉତ ବୋଲି ବର୍ଣ୍ଣନା କରିଛନ୍ତି ?
Ans.
ଜ୍ୟୋତ୍ସ୍ନାଲୋକରେ ଆଲୋକିତ ସମଗ୍ର ଜଳ, ସ୍ଥଳ ଓ ଆକାଶର ସ୍ଵଚ୍ଛ ପରିପ୍ରକାଶକୁ କବି ପାରଦ-ଧଉତ ବୋଲି ବର୍ଣ୍ଣନା କରିଛନ୍ତି ।
13. ହ୍ରଦ ମଧ୍ୟଭାଗରେ କାହାର ପ୍ରତିବିମ୍ବ ଶୋଭା ପାଉଛି ?
Ans.
ହ୍ରଦ ମଧ୍ୟଭାଗରେ ଦ୍ଵୀପ ଓ ଦ୍ଵୀପ ଉପରିସ୍ଥ ପର୍ବତର ପ୍ରତିବିମ୍ବ ଶୋଭା ପାଉଛି ।
14. ଛାୟାମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ କାହା ରୂପ ସହିତ ତୁଳନା କରାଯାଇଛି ?
Ans.
ଛାୟା ମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ ସର୍ପ ଚିତ୍ରିତ ମହାଦେବଙ୍କ କଳେବର ସହିତ ତୁଳନା କରାଯାଇଛି ।
15. ନିଶୀଥିନୀର ପ୍ରଭାବକୁ କିଏ ପ୍ରଚାର କରୁଛି ?
Ans.
ନିଶୀଥିନୀର ପ୍ରଭାବକୁ ଦୂରରୁ ଭାସିଆସୁଥିବା ନିଝରିର କଳନାଦ ତଥା ଝିଙ୍କାରୀର ଝଙ୍କାର ପ୍ରଚାର କରୁଛି ।
ସପ୍ରସଙ୍ଗ ସରଳାର୍ଥ :
16. ଉଲ୍ଲାସର ଆତ୍ମା ପ୍ରାୟେ ଗୀତ-ତାନ
ହ୍ରଦ ନୀଳ-ବକ୍ଷେ କରେ ଅନୁଷ୍ଠାନ ।
Ans.
ଉଲ୍ଲାସର ଆତ୍ମା …………………... କରେ ଅନୁଷ୍ଠାନ
ଶଂସିତ ପଦ୍ୟାଂଶଟି କବିବର ରାଧାନାଥ ରାୟଙ୍କ ଦ୍ୱାରା ରଚିତ ଖଣ୍ଡକାବ୍ୟ ଚିଲିକାରୁ ଗୃହୀତ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ ଶୀର୍ଷକ କବିତାରୁ ଆନୀତ । ଏଠାରେ କବି ସନ୍ଧ୍ୟାକାଳରେ ଚିଲିକାର ସମୁଦ୍ର ମୁହାଣରୁ ମତ୍ସ୍ୟପୂର୍ଣ୍ଣ ନୌକା ଧରି ଫେରୁଥିବା ମୀନଜୀବୀମାନଙ୍କ କଣ୍ଠ ନିଃସୃତ ଚିତ୍ତୋଲ୍ଲାସକ ଗୀତାମୃତ ତଥା ସେମାନଙ୍କ ତୃପ୍ତ ମାନସିକତା ଉପରେ ଆଲୋକପାତ କରିଛନ୍ତି ।
ଚିଲିକାର ସାୟଂକାଳୀନ ଶୋଭା କବିଙ୍କୁ ଗଭୀରଭାବେ ଆମୋଦିତ କରିଛି । ଭାଲେରୀ ପାହାଡ଼ ଚୂଡ଼ାଶୀର୍ଷରେ ଦେଖାଦେବା ପରେ ମତ୍ସ୍ୟଜୀବୀମାନେ ପ୍ରାଚୀ ମୁହାଣରୁ ମତ୍ସ୍ୟପୂର୍ଣ୍ଣ ନୌକାମାନ ଧରି ତଟ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରନ୍ତି । ନୌକାଗୁଡ଼ିକୁ ସ୍ୱୟଂଚାଳିତ କରିବାପାଇଁ ସେମାନେ ପାଲ ଟାଣିଦେଇ ସାରାଦିନର ପରିଶ୍ରମଜନିତ କ୍ଳାନ୍ତି ଅପନୋଦନ ନିମିତ୍ତ ସଂଗୀତ ଗାନରେ ମଜ୍ଜି ଯାଆନ୍ତି । ସାରାଦିନ ପରିଶ୍ରମର ଫଳକୁ ଚକ୍ଷୁ ସମ୍ମୁଖରେ ଦେଖି ତୃପ୍ତିରେ ସେମାନଙ୍କ ମନରେ ଆନନ୍ଦ ଭରିଯାଇଥାଏ । ତେଣୁ ସେମାନଙ୍କ କଣ୍ଠରୁ କବି ସୂର୍ଯ୍ୟ ବଳଦେବ ରଥଙ୍କ କିଶୋର ଚନ୍ଦ୍ରାନନ ଚମ୍ପୁର ଅମୃତପଦା ବଳୀ । କବିସୂର୍ଯ୍ୟଙ୍କ ଅମୃତରସବର୍ଷୀ କୋମଳ ପଦାବଳୀ ମୀନଜୀବୀଙ୍କ ସ୍ୱରତାନ ଅପୂର୍ବ ସଙ୍ଗୀତ ମୂର୍ଦ୍ଧନା ସୃଷ୍ଟିକରେ । ସେହି ସଙ୍ଗୀତର ସ୍ଵରଝଙ୍କାର ସେମାନଙ୍କ ଉଲ୍ଲସିତ ହୃଦୟର ଆତ୍ମସମ ଶ୍ରୋତାକୁ ମନ୍ତ୍ରମୁଗ୍ଧ କରେ । ରାଗରାଗିଣୀର ଛନ୍ଦ ସମୀର ସଞ୍ଚାଳିତ ହୋଇ କବିଙ୍କ ଶ୍ରୁତିଗୋଚର ହୋଇଛି । ସମଗ୍ର ହ୍ରଦର ବିସ୍ତୃତ ବକ୍ଷରେ ସଙ୍ଗୀତର ପ୍ରତିଧ୍ୱନି କବିଙ୍କୁ କରିଛି ଆତ୍ମହରା । ତେଣୁ ସେହି ସଙ୍ଗୀତକୁ କବି ଉଲ୍ଲାସର ଆତ୍ମା ସହ ତୁଳନା କରିଛନ୍ତି ।
17. ପାପଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ
ତରୀ-ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ
Ans.
ପାପଗର୍ଭେ ଯେହ୍ନେ ……………………………. ଦେବେ ପ୍ରାଣ
ଶଂସିତ ପଦ୍ୟାଂଶଟି କବିବର ରାଧାନାଥ ରାୟଙ୍କ ଖଣ୍ଡକାବ୍ୟ ‘ଚିଲିକା ‘ରୁ ଗୃହୀତ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ ଶୀର୍ଷକ କବିତାରୁ ଆନୀତ। ଏଠାରେ କବି ସନ୍ଧ୍ୟାକାଳରେ ଚିଲିକା ଗର୍ଭରେ ଭାସମାନ ନୌକାର ମଶାଲ ବହ୍ନିରେ ଆକର୍ଷିତ ମୀନମାନଙ୍କ ଅବସ୍ଥାକୁ ବାହ୍ୟ ଚାକଚକ୍ୟପୂର୍ଣ୍ଣ ପାପଗର୍ଭ ପ୍ରତି ଆକର୍ଷିତ ମୂର୍ଖ ମାନବର ଯନ୍ତ୍ରଣା ଓ ମୃତ୍ୟୁ ସହ ତୁଳନା କରିଛନ୍ତି ।
ଚିଲିକାର ମତ୍ସ୍ୟଜୀବୀମାନେ ବିଳମ୍ବିତ ସନ୍ଧ୍ୟାରେ ମତ୍ସ୍ୟ ସଂଗ୍ରହ କରିବାପାଇଁ ଏକ କୌଶଳ ଅବଲମ୍ବନ କରନ୍ତି । ନୌକାମାନଙ୍କରେ ମଶାଲ ପ୍ରଜ୍ଜ୍ୱଳିତ କରି ସ୍ଥିରଭାବେ ସେମାନେ ବସିରହନ୍ତି । ଚତୁର୍ଦ୍ଦିଗ ଅନ୍ଧକାର ଥିବାବେଳେ ମଶାଲ ଅଗ୍ନିର ଲେଲିହାନ ଶିଖାଦ୍ୱାରା ଆକର୍ଷିତ ହୋଇ ମୀନମାନେ ନୌକା ମଧ୍ୟକୁ ଲମ୍ଫ ପ୍ରଦାନ କରନ୍ତି ଓ ଛଟପଟ ହୋଇ ପ୍ରାଣପାତ କରିଥାଆନ୍ତି । ମୀନମାନଙ୍କର ଏତାଦୃଶ ଅବସ୍ଥା ଲକ୍ଷ୍ୟ କରି କବି ମୂଢ଼ମାନବ ଚରିତ୍ରର ଏକ ସାଧାରଣ ସତ୍ୟ ଆବିଷ୍କାର କରିଛନ୍ତି । ତାଙ୍କ ମତରେ ଅନ୍ଧବ୍ୟକ୍ତି ବାହ୍ୟ ଚାକଚକ୍ୟ ଓ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ନିଜ ଅଲକ୍ଷ୍ୟରେ ପାପଗୃହ ମଧ୍ୟକୁ ଆକର୍ଷିତ ହୁଏ । ପରବର୍ତ୍ତି ସମୟରେ ସେହି ପାପଗର୍ତ୍ତ ମଧ୍ୟରୁ ମୁକ୍ତି ପାଇବାକୁ ଅସମର୍ଥ ହୁଏ । ଫଳତଃ ଯନ୍ତ୍ରଣା ଜର୍ଜରିତ ହୋଇ ଅକାଳ ମୃତ୍ୟୁ ବରଣ କରିଥାଏ । ବାସ୍ତବିକତା ପ୍ରତି ଅଜ୍ଞ ମୂର୍ଖ ମଣିଷ ଅଲକ୍ଷ୍ୟରେ ପାପପଙ୍କରେ ଘାଣ୍ଟିହୋଇ ପ୍ରାଣପାତ କରିବାପରି ମଶାଲ ଅଗ୍ନି-ସ୍ପର୍ଶର ଭୟାବହତା ସମ୍ପର୍କରେ ଅଜ୍ଞମୀନମାନେ ମୃତ୍ୟୁକୁ ଆମନ୍ତ୍ରଣ କରନ୍ତି । ଏ କବିତା ମାଧ୍ୟମରେ ଏକ ଗୁରୁତ୍ଵପୂର୍ଣ ଶାଶ୍ୱତ ବାର୍ତ୍ତା ପ୍ରଦାନ କରି କବି ପାଠକମାନଙ୍କୁ ପରୋକ୍ଷରେ ସତର୍କ କରାଇଛନ୍ତି ।
18. ପ୍ରତିବିମ୍ବରାଜି ଦ୍ୱୀପ-ଶୈଳ-ତଳେ
ସ୍ପଷ୍ଟାକାରେ ଶୋଭେ ହ୍ରଦ-ଅନ୍ତଃ ସ୍ଥଳେ ।
Ans.
ପ୍ରତିବିମ୍ବରାଜି ………………………. ହ୍ରଦ ଅନ୍ତଃସ୍ଥଳେ
ଶଂସିତ ପଦ୍ୟାଂଶଟି କବିବର ରାଧାନାଥ ରାୟଙ୍କ ଖଣ୍ଡକାବ୍ୟ ‘ଚିଲିକା ‘ରୁ ଗୃହୀତ ‘ଚିଲିକାରେ ସାୟନ୍ତ୍ରନ ଦୃଶ୍ୟ ଶୀର୍ଷକ କବିତାରୁ ଆନୀତ। ଏଠାରେ କବି ଜ୍ୟୋତ୍ସ୍ନାବିଧୌତ ରାତ୍ରିରେ ଚିଲିକା ହ୍ରଦ ମଧ୍ୟସ୍ଥ ଦ୍ୱୀପ ଓ ଶୈଳରାଜିର ସ୍ଫଟିକ୍ ସ୍ୱଚ୍ଛଜଳ ଦର୍ପଣରେ ପ୍ରତିବିମ୍ବିତ ଶୋଭା ବର୍ଣ୍ଣନା କରିଛନ୍ତି ।
କବିଙ୍କ କାବ୍ୟନାୟିକା ଚିଲିକା ସଦା ହାସ୍ୟମୟୀ, ଲାସ୍ୟମୟୀ, ଛନ୍ଦାମୟୀ ତଥା ଚଳଚପଳମୟୀ । ପ୍ରଭାତ, ପ୍ରଦୋଷ, ମଧ୍ୟାହ୍ନ, ସାୟନ୍ତନ ସବୁ ସମୟରେ ତା’ର ରୂପମାଧୁରୀ କବିଙ୍କୁ କରିଛି ଆତ୍ମହରା । ବିଶେଷତଃ ରଜନୀର ରଜତଶୁଭ୍ର ଜ୍ୟୋତ୍ସ୍ନାଲୋକରେ ଚିଲିକା ହୋଇଉଠେ ଅପରୂପା ଲାବଣ୍ୟମୟୀ । ତୀର ପାର୍ଶ୍ୱସ୍ଥ ହ୍ରଦର ମୁହୂ ତରଙ୍ଗାୟିତ ସ୍ଵଚ୍ଛ ଜଳରାଶି ଉପରେ ଶୁଭ୍ରଜ୍ୟୋତ୍ସ୍ନାର ପ୍ରତିଫଳନ ତରଳ ହୀରକସମ କମନୀୟ ରୂପଛଟା ପ୍ରକାଶ କରେ । ହ୍ରଦ ଅନ୍ତଃସ୍ଥଳର ସ୍ଥିର ଜଳରାଶିରେ କିନ୍ତୁ ହଦ୍ରଧ୍ୟସ୍ଥ କ୍ଷୁଦ୍ର ଦ୍ୱୀପ ସମୂହ ଓ ତଦୁପରି ଶୈଳରାଜି ପ୍ରତିବିମ୍ବିତ ହୋଇ ସ୍ପଷ୍ଟ ପ୍ରତିଭାତ ହୋଇଉଠେ । ସ୍ୱଚ୍ଛଜଳ ଦର୍ପଣରେ ଦ୍ୱୀପ ଓ ଶୈଳମାନ ଓଲଟଭାବେ ପ୍ରତିଫଳିତ ହୋଇ ଚିତ୍ରପଟ ପ୍ରାୟ ପରିଦୃଷ୍ଟ ହୁଏ । ପ୍ରକୃତିର ଏହି ନିଃସର୍ଗ ଶୋଭା ସ୍ଵଚ୍ଛ କବିମାନସରେ ମଧ୍ୟ ପ୍ରତିବିମ୍ବିତ ହୋଇଛି । ଜ୍ୟୋସ୍ନା ପରିସ୍ଫୃଟ ଚିଲିକାର ରୂପମାଧୁରୀ କବିଙ୍କ ଲେଖନୀରେ ଜୀବନ୍ତ ହୋଇଉଠିଛି ।
19. କଳି ଉପଦ୍ରବେ ତ୍ୟଜି ଲୋକାଳୟ
ଶାନ୍ତି କି ଏ ସ୍ଥଳେ ଭଜିଲେ ଆଶ୍ରୟ ।
Ans.
କଳି ଉପଦ୍ରବେ ………………………. ଭଜିଲେ ଆଶ୍ରୟ
ଶଂସିତ ପଦ୍ୟାଂଶଟି କବିବର ରାଧାନାଥ ରାୟଙ୍କ ଖଣ୍ଡକାବ୍ୟ ‘ଚିଲିକା ‘ରୁ ଗୃହୀତ ‘ଚିଲିକାରେ ସାୟନ୍ତ୍ରନ ଦୃଶ୍ୟ ଶୀର୍ଷକ କବିତାରୁ ଆନୀତ ।
ପ୍ରତ୍ୟୁଷରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚିଲିକାରେ ମତ୍ସ୍ୟଚ୍ଚାବାମାନଙ୍କ ଗହଳ ତଥା ପର୍ଯ୍ୟଟକମାନଙ୍କ ଚଳପ୍ରଚଳରେ ସଦା କୋଳାହଳ ମୁଖରିତ ରହିଥାଏ । ପ୍ରକୃତିପ୍ରେମୀ ରାଧାନାଥଙ୍କ ସୌନ୍ଦର୍ଯ୍ୟପିପାସୁ ମନ ଚିଲିକାରେ ସୂର୍ଯ୍ୟାସ୍ତ ଓ ସାୟନ୍ତନକୁ ପ୍ରାଣଭରି ଉପଭୋଗ କରିଛି । ସନ୍ଧ୍ୟା ଅତିକ୍ରାନ୍ତ ପରେ ମତ୍ସ୍ୟଜୀବୀମାନେ ମଶାଲ ଜାଳି ମୀନ ସଂଗ୍ରହରେ ବ୍ୟସ୍ତ ଥାଆନ୍ତି । ଶୁକ୍ଳପକ୍ଷରେ ଆକାଶରେ ଚନ୍ଦ୍ରୋଦୟ ଚିଲିକା ବକ୍ଷରେ ମନୋମୁଗ୍ଧକର ଶୋଭାର ପସରା ମେଲିଧରେ । ରାତ୍ରିର ଗଭୀରତା ବୃଦ୍ଧିପାଇବା ମାତ୍ରେ କ୍ରମେ ଜନଗହଳି ଅପସରିଯାଏ ଚିଲିକା ତୀରରୁ । ସଦା କୋଳାହଳ ମୁଖରିତ ତଟଦେଶରେ ଶାନ୍ତି ବିରାଜମାନ କରେ । କେବଳ ଦୂରରୁ ଭାସିଆସିଥିବା ନିର୍ଭରର କଳତାନ ଓ ଝିଙ୍କାରିର ଝଙ୍କାର ରାତ୍ରିର ନିବିଡ଼ତାକୁ ଯାହା ସୂଚାଇଥାଏ । ଚତୁଃପାର୍ଶ୍ଵରେ ଅଖଣ୍ଡ ନୀରବତା ଓ ବିପୁଳ ପ୍ରଶାନ୍ତ ରାଜୁତି କରେ । କବିଙ୍କ ମତରେ କଳି କଳୁଷିତ ମାନବ ସମାଜରେ ସର୍ବଦା ଅଶାନ୍ତିର ବାତାବରଣରେ ଅତିଷ୍ଠ ହୋଇକବିଙ୍କ ମତରେ କଳି କଳୁଷିତ ମାନବ ସମାଜରେ ସର୍ବଦା ଅଶାନ୍ତିର ବାତାବରଣରେ ଅତିଷ୍ଠ ହୋଇ ‘ଶାନ୍ତି’ ଏହି କୋଳାହଳଶୂନ୍ୟ ସ୍ଥାନକୁ ନିଜ ଆଶ୍ରୟସ୍ଥଳୀ ରୂପେ ବାଛିନିଅନ୍ତି । ଗ୍ରାମ, ଜନପଦ, ସହର, ନଗର ସର୍ବତ୍ର ମାନବ ସ୍ଵାର୍ଥସିଦ୍ଧି ନିମନ୍ତେ କଳିଝଗଡ଼ାରେ ଲିପ୍ତ ହୋଇ ପରିବେଶକୁ ଅଶାନ୍ତ କରିଚାଲିଛି । ନିର୍ଜନ ରାତ୍ରିର ନିସ୍ତବ୍ଧ ପ୍ରହରରେ ଚିଲିକା ତୀରକୁ ପ୍ରଶାନ୍ତି ଆଳୟ ବିବେଚନା କରି ‘ଶାନ୍ତି’ ସେଠାକୁ ଆଶ୍ରୟ ନେବାପାଇଁ ଧାଇଁ ଆସିଛି । ‘ଶାନ୍ତି’ଠାରେ ମାନବତ୍ୱ ଆରୋପ କରି କବି ଚିଲିକା ତୀରର ନିର୍ଜନ ରାତ୍ରିର ନୀରବ ପରିବେଶକୁ ସୁନ୍ଦରଭାବେ ଉପସ୍ଥାପନ କରିଛନ୍ତ୍ରି ଏହି କୋଳାହଳଶୂନ୍ୟ ସ୍ଥାନକୁ ନିଜ ଆଶ୍ରୟସ୍ଥଳୀ ରୂପେ ବାଛିନିଅନ୍ତି ।
ଦୀର୍ଘ ଉତ୍ତରମୂଳକ :
20. ପଠିତ କବିତା ଅନୁସରଣରେ ଚିଲିକାର ସାୟଂକାଳୀନ ଦୃଶ୍ୟ ବର୍ଣ୍ଣନା କର ।
Ans.
ଆଧୁନିକ କାବ୍ୟଧାରାର ଭିଭି ସଂସ୍ଥାପକ, କାନ୍ତ-କୋମଳ, ମୃଦୁ-ମଞ୍ଜୁଳ ଉତ୍କଳୀୟ ପ୍ରାକୃତିକ ଶୋଭାସମ୍ପଦର ଚିହ୍ନରା ଗ୍ରାହକ ତଥା ସାରସ୍ଵତ ସାଧନାର ଅତନ୍ଦ୍ର ସାଧକ କବିବର ରାଧାନାଥ ରାୟଙ୍କର ଉତ୍କଳ ରାଶାଭଶ୍ରୀରକୁ ଅବଦାନ ଅନସ୍ବୀକାର୍ଯ୍ୟ । ପ୍ରକୃତି କବି ରାଧାନାଥଙ୍କ ସୃଷ୍ଟି ସମୂହ ବାସ୍ତବିକ ଜନଜୀବନ-ସ୍ପର୍ଶୀ ଓ ସୁଖପାଠ୍ୟ । ପ୍ରାକୃତିକ ଶୋଭାବୈଭବରେ ଚିରତଲ୍ଲୀନ ଏହି ପ୍ରଜ୍ଞାପୁରୁଷଙ୍କ ‘କେଦାରଗୌରୀ’, ‘ଚନ୍ଦ୍ରଭାଗା’, ‘ନନ୍ଦିକେଶ୍ଵରୀ’, ‘ଉଷା’, ‘ପାର୍ବତୀ’, ‘ଦରବାର’ ଓ ‘ମହାଯାତ୍ରା’ ଆଦି ସୃଷ୍ଟିନିଚୟ ଯେଭଳିଭାବେ ବିଦଗ୍ଧ ଚେତନାରେ ଅନୁରଞ୍ଜିତ ତା’ର ପଟାନ୍ତର ନାହିଁ ।
କବିଙ୍କ ଖଣ୍ଡକାବ୍ୟ ‘ଚିଲିକା’ ହେଉଛି ସୌନ୍ଦର୍ଯ୍ୟ ସାଗରର ବୈଦୁର୍ଯ୍ୟ ତରଙ୍ଗ । ‘ଚିଲିକା’ କାବ୍ୟର କିୟଦଂଶ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ ଶୀର୍ଷକ କବିତାରେ ପ୍ରକୃତି ଚିତ୍ରଣର ମନ୍ମୟତା, ପୂଜ୍ୟପୂଜାର ମହାନତା ତଥା କବିଙ୍କ ଜୀବନ ଦର୍ଶନର ପ୍ରତିବିମ୍ବ ପରିଦୃଷ୍ଟ ହେଲେହେଁ କବିତାଟିରେ ଚିଲିକାରେ ସାକ୍ଷ୍ୟକାଳୀନ ପ୍ରାକୃତିକ ସୌନ୍ଦର୍ଯ୍ୟ ଗଭୀର ମମତ୍ୱବୋଧରେ ଚିତ୍ରିତ ହୋଇଛି ।
ପ୍ରକୃତିର ଚିର ଆଲେଖ୍ୟଶାଳିକା ଉତ୍କଳରେ ନିସର୍ଗ ଶୋଭାର ଅବଗୁଣ୍ଠନବତା – ନାୟିକା – ଚିଲିକା, ସାୟଂକାଳରେ ପରିପ୍ରକାଶ କରେ ତା’ର ଅଭିନବ ରୂପବିନ୍ୟାସ । ବିଳମ୍ବିତ ଗୋଧୂଳିରେ ବାରୁଣୀ ଗଗନର ରକ୍ତିମ ଆଭା ଚିଲିକାର ସ୍ଫଟିକ ସ୍ୱଚ୍ଛ ଛାୟାକାରରେ ପରିଦୃଷ୍ଟ ହେଉଥିଲା । ଭାଲେରୀ ଶୈଳ ଶିଖର ଉର୍ବଭାଗରେ ସନ୍ଧ୍ୟାତାରାକୁ ଦେଖୁ ମୀନଜୀବୀମାନେ ମତ୍ସ୍ୟପୂର୍ଣ୍ଣ ଜଳ ଦର୍ପଣରେ କ୍ରମଶଃ ନିଷ୍ପ୍ରଭ ହୋଇଆସୁଥିଲା। ଚିଲିକାର ପ୍ରାଚୀ ଦିଗ୍ବଳୟ ତଳୁ ମୀନଜୀବୀମାନଙ୍କ ତରୀମାନ କ୍ରମେ ଛାୟାକାରରେ ପରିଦୃଷ୍ଠ ହେଉଥିଲେ। ଭାଲେରା ଶୈଳ ଶିଖର ଉର୍ଘ୍ଜଭ।ଗରେ ସକ୍ଷ୍ୟାତାରାକୁ ଦେଖି ମାନଜାବମାନେମତ୍ସ୍ୟପୂର୍ଣ୍ଣ ନୌକା ବାହି ଗୃହାଭିମୁଖୀ ହେଉଥିଲେ । ମୁଦୁମନ୍ଦ ପୂବେଇ ପବନରେ ସେମାନଙ୍କ ପାଲଟଣା ନୌକାମାନ ସମୁଦ୍ର ମୁହାଣରୁ କୂଳକୁ ଫେରିଆସୁଥିଲା ।
ମତ୍ସ୍ୟଜୀବୀମାନଙ୍କ ମନର ଉଲ୍ଲାସ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ସେମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ଗୀତାମୃତର ସଙ୍ଗୀତ ମୂହଁନାରୁ । ସେହି ସଙ୍ଗୀତର ସୁମଧୁର ସ୍ଵରଲହରୀ ସମୀର ସଞ୍ଚାଳିତ ହୋଇ ଚିଲିକା ବକ୍ଷରେ ପ୍ରତିଧ୍ଵନିତ ହେଉଥିଲା । ଉଲ୍ଲାସର ଆତ୍ମାସମ ସେହି ଗୀତତାନର ପ୍ରତିଧ୍ଵନି ସମଗ୍ର ହ୍ରଦର ସୁନୀଳ ବକ୍ଷରେ ନିନାଦିତ ହୋଇ କବିଙ୍କୁ କରୁଥୁଲା ଆମୋଦିତା ଚନ୍ଦ୍ରମାର ରଜତଶୁଭ୍ର ଜ୍ୟୋତିରାଶିର ଝଲକରେ ଚିଲିକା ବକ୍ଷ ହୋଇଉଠୁଥିଲା ଉଦ୍ଭାସିତ । କବିଙ୍କୁ ପ୍ରତୀତ ହେଉଥିଲା, ସତେ ଯେପରି ଲାବଣ୍ୟମୟୀ ଦେବୀ ଦେବାଙ୍ଗନା ଜ୍ୟୋସ୍ନାରୂପକ ପାଟବସ୍ତ୍ର ପରିହିତା ହୋଇ ସ୍ମିତହାସ୍ୟ ବଦନରେ ବିରାଜମାନା କରିଙ୍କ ଭାଷାରେ
ହସନ୍ତ ଚୌଦିଗେ ମଧୁର ହାସିନୀ
ଦିଗଙ୍ଗନା ଜ୍ୟୋସ୍ନା-ଦୁକୂଳ-ବାସିନୀ ।’’
ଜ୍ୟୋତ୍ସ୍ନାବିଧୌତ ସାୟଂକାଳରେ କବିସୂର୍ଯ୍ୟଙ୍କ ରଚନାର ଭାବଗ୍ରାମ୍ଭୀର୍ଯ୍ୟ ତଥା ସଙ୍ଗୀତର ମନମତାଣିଆ ସ୍ଵର କବିଙ୍କୁ ଟାଣିନେଇଛି ଅତୀନ୍ଦ୍ରିୟ ରାଜ୍ୟକୁ । ମତ୍ସ୍ୟଜୀବୀଙ୍କ କଣ୍ଠନିଃସୃତ ବଳଦେବ ରଥଙ୍କ ଚମ୍ପୂ-
ଗଲାଣି ତ ଗଲା କଥାରେ ସଙ୍ଗାତ
ଗଲାଶି ତ ଗଲା କଥା
ଗୁପତେ ସିନା ମୁଁ ତୋତେ ପଚାରିଲି
ବଳି ପଡ଼ିବାରୁ ବ୍ୟଥା ।”
ସଙ୍ଗୀତ ଶ୍ରବଣରେ କବି ଆତ୍ମବିସ୍ମୃତ ହୋଇ ଉଠିଛନ୍ତି ଓ ସେହି ଅପ୍ରାକୃତ ପ୍ରେମମୂର୍ତ୍ତି ପାଦପଦ୍ମରେ ମଥାନତ ପୂର୍ବକ ଭକ୍ତିପୂତ କୃତାଞ୍ଜଳି ନିବେଦନ କରିଛନ୍ତି । ଯୋଗଜନ୍ମା, ବିଦଗ୍ଧ କବିସୂର୍ଯ୍ୟଙ୍କ ଅମୀୟ ରସବର୍ଷୀ କବିତା ଶ୍ରବଣ କରି କବି କଣ୍ଠରୁ ଝରିପଡ଼ିଛି
ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ
ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ ।’’
ଚିଲିକା ବକ୍ଷରେ ଭାସମାନ ନୌକାଗୁଡ଼ିକ ଉପରେ ପ୍ରଜ୍ଜ୍ୱଳିତ ମଶାଲର ଶିଖା ଚିଲିକାର ସୁନୀଳ ଜଳରାଶିରେ ପ୍ରତିବିମ୍ବିତ ହୋଇଉଠୁଥିଲାବେଳେ ମଶାଲ ଜ୍ୟୋତିରେ ଆକର୍ଷିତ ମୀନମାନେ ନୌକା ମଧ୍ୟକୁ ଲମ୍ଫ ଦେଉଥିଲେ । ଜ୍ଵଳନ୍ତ ମଶାଲର ଲେଲିହାନ ଶିଖାଦ୍ବାରା ଆକର୍ଷିତ ମୀନଗୁଡ଼ିକଙ୍କ ଯନ୍ତ୍ରଣାଦଗ୍ଧ ମୃତ୍ୟୁ ଦର୍ଶନ କରି କବି ମାନବ ଜୀବନର ଏକ ସାଧାରଣ ଦୁର୍ବଳତା ଉପରେ ଆଧାରିତ ସାଧାରଣ ସତ୍ୟ ଆବିଷ୍କାର କରିଛନ୍ତି ।
ତରଙ୍ଗାୟିତ ଜଳରାଶି ଉପରେ ମଶାଲବାର୍ହି ନୌକାମାନଙ୍କର ଉତ୍ ଥାନ ପତନ ହେତୁ କେତେବେଳେ ନୌକାମାନ ସ୍ୱଷ୍ଠ ପରିଦୃଷ୍ଟ ହେଉଥିଲେ ତ କେତେବେଳେ ଅନ୍ତର୍ହିତ ହେଲାପରି ପ୍ରତୀୟମାନ ହେଉଥିଲେ । ଏହି ଦୃଶ୍ୟ ଦର୍ଶନରେ କବିଙ୍କ ଦାର୍ଶନିକ ମନରେ ଭାବାନ୍ତର ସୃଷ୍ଟି ହୋଇଛି । ଯେପରି ଦୁଃଖୀଜନର ଅନ୍ତରରେ ଆଶାର ଆଲୋକ ଜଳିଉଠି ତାକୁ ଉଲ୍ଲସିତ କରିଦିଏ ତ କେବେ ପୁଣି ନିର୍ବାପିତ ହୋଇ ତା’ ହୃଦୟକୁ ଠେଲିଦିଏ ନୈରାଶ୍ୟର ଅନ୍ଧକାର ମଧ୍ୟକୁ । ଚିଲିକାରେ ପରିଦୃଷ୍ଟ ଦୃଶ୍ୟକୁ ସାଧାରଣ ଜୀବନ ଦର୍ଶନ ସହ କବି ସୁନ୍ଦରଭାବେ ତୁଳନା କରିଛନ୍ତି । ଜ୍ୟୋତ୍ସ୍ନାଲୋକରେ ଚିଲିକା ଗର୍ଭସ୍ଥ ଦ୍ବୀପ, ଶୈଳ, ବନରାଜି ସ୍ବଚ୍ଛ ଜଳଦର୍ପଣରେ ପ୍ରତିବିମ୍ବିତ ହୋଇ ଅନିର୍ବଚନୀୟ ଶୋଭା ଧାରଣ କରନ୍ତି । ରାକା ରଜନୀର ଶୁଭ୍ର ଜ୍ୟୋତ୍ସ୍ନାରେ ସମଗ୍ର ସୃଷ୍ଟି ପାରଦଧୌତ ହେଲାପରି ପ୍ରତୀତ ହୁଏ । ହ୍ରଦ ମଧ୍ୟ ଗିରି-
“କ୍ଷାରେ।ଦ – ସୋଦର – ଜ୍ୟୋସ୍ନାର୍ଣ୍ଣବେ ଭାସି
ଦିଶନ୍ତି ବିଶଦ ଗିରି, ବନ, ନାସି ।’’
ମସୃଣ ପ୍ରସ୍ତର ଓ କୋମଳ-ସ୍ନିଗ୍ଧ ପତ୍ରାବଳୀ ଉପରେ ଜ୍ୟୋତ୍ସ୍ନାଲୋକର ପ୍ରତିଫଳନ ଝଟକି ଉଠେ । ପାର୍ଶ୍ଵଦେଶ ବନସ୍ଥଳୀରେ ଛାୟା ଓ ଆଲୋକର ଯୁଗଳବଷ୍ଠିତ ମହାଯୋଗା ଯୋଗମଗ୍ନ ମହେଶ୍ନରଙ୍କ ରୁଦ୍ର- ସୁନ୍ଦର ବିଶାଳ ବପୁର ଭ୍ରମ ସୃଷ୍ଠିକରେ ସନ୍ଧ୍ୟା ପରେ ରାତ୍ରିର ଗଭୀରତା ବୃଦ୍ଧି ହେବାମାତ୍ରେ ତୀରବର୍ତ୍ତୀ ଅଞ୍ଚଳ କ୍ରମେ ଜନଶୂନ୍ୟ ହୋଇଉଠେ । ଶାନ୍ତ ଓ ନୀରବ ହୋଇଉଠେ ପରିବେଶ । ଚିଲିକାର ବର୍ଣ୍ଣେ।ତ୍ସବମୟ ସାଫ୍ଟନ୍ତନ ଦୃଶ୍ୟ ଦର୍ଶନରେ ଭାବୁକ ରାଧାନାଥ ଆମ୍ବିଭୋର ହୋଇଉଠିଛନ୍ତି ଏବଂ ତାଙ୍କ ଲେଖନୀରୁ ଝରିପଡ଼ିଛି ରସାଳ, ପୁଷ୍କଳ ଓ ମନୋଜ୍ଞ ପଦାବଳୀ । ଚିଲିକା ପାଇଁ କବି କଣ୍ଠରୁ ଝରିପଡ଼ିଛି-
“ଅଟେ ସର୍ବଟୋଭା ସାମନ୍ତର ଟାକା
ପ୍ରକୃତିର ଚାରୁ ଆଲେଖ୍ୟ ଶାଳିକା ।’’
21. ଶଂସିତ କବିତା ଆଧାରରେ ମୀନଜୀବୀମାନଙ୍କର ଭାବାବେଗ ବର୍ଣ୍ଣନା କର।
Ans.
ଆଧୁନିକ ଓଡ଼ିଆ କାବ୍ଯସାହିତ୍ୟର ଜନକ, ପ୍ରକୃତି କବି ରାଧାନାଥ ଊନବିଂଶ ଶତାବ୍ଦୀର ଶେଷଭାଗରେ ଆଧୁନିକ ଚିନ୍ତା ଓ ଚେତନାରେ ଅନୁପ୍ରାଣିତ ହୋଇ ଓଡ଼ିଆ ସାହିତ୍ୟରେ ଏକ ନୂତନ ଧାରା ପ୍ରବର୍ତ୍ତନ କରିଯାଇଛନ୍ତି । ପ୍ରାକୃତିକ ଶୋଭାବୈଭବରେ ଚିରକଲୀନ ଏହି କବି ନିଜର ଅସାଧାରଣ ସାରସ୍ଵତ ସୃଷ୍ଟିସମ୍ଭାରରେ ଓଡ଼ିଆ ବାଣୀଭଣ୍ଡାରକୁ କରିଛନ୍ତି ସୁସମୃଦ୍ଧ । ତାଙ୍କ ଲେଖନୀ ନିଃସୃତ ‘କେଦାର ଗୌରୀ’, ‘ନନ୍ଦିକେଶ୍ୱରୀ’, ‘ଚନ୍ଦ୍ରଭାଗା’, ‘ଉଷା’, ‘ପାର୍ବତୀ’, ‘ଦରବାର’, ‘ଚିଲିକା’ଏବଂ ‘ମହାଯାତ୍ରା’ଆଦି କବିଙ୍କ ଅସାଧାରଣ ପ୍ରତିଭାର ଜ୍ୱଳନ୍ତ ନିଦର୍ଶନ ।
ବିଳମ୍ବିତ ଗୋଧୂଳିରେ ବାରୁଣୀ ଗଗନ ରକ୍ତିମ ଆଭା ବିକିରଣ କରୁଥିବାବେଳେ ଚିଲିକାର ସାୟଂକାଳୀନ ପରିବେଶ ହୋଇଉଠେ ବର୍ଣ୍ଣୋତ୍ସବମୟ । ସନ୍ଧ୍ୟାର ମନୋଜ୍ଞ ପରିବେଶରେ କବିଙ୍କ ଭାବୁକ ପ୍ରାଣ ସୌନ୍ଦର୍ଯ୍ୟାନୁସନ୍ଧାନରେ ତତ୍ପର ହୋଇଉଠେ। ଚିଲିକା ବକ୍ଷରେ ସାୟଂନ୍ତନ ଦୃଶ୍ୟ ଦର୍ଶନରେ କବିପ୍ରାଣ ଉଲ୍ଲସିତ ହୋଇଉଠିଛି । ସୁଦୂର ପ୍ରାଚୀ ଦିଗ୍ବଳୟ ତଳୁ ମତ୍ସ୍ୟଜୀବୀମାନଙ୍କ ନୌକାମାନ କ୍ରମେ ଛାଯ୍ୟାକାରରେ ପରିଦୃଷ୍ଠ ହେବାକୁ ଲାଗେ। ମାନଜାବାମାନେ ସମୁଦ୍ର ମୁହ୍ୟପୂର୍ଣ୍ଣରୁ ମତ୍ସ୍ୟଜାବାମାନଙ୍କ ନୌକାମାନ କ୍ରମେ ଛାୟାକାରରେ ପରିଦୃଷ୍ଠ ହେବାକୁ ଲାଗେ । ମାନଜାବାମାନେ ସମୁଦ୍ର ମୁହାଣରୁ ମତ୍ସ୍ୟପୂର୍ଣ୍ଣ କୌକାମାନଙ୍କରେ ପାଲ ଟାଣିଦେଇ ତୀରାଭିମୁଖୀ ହେଉଥା’ନ୍ତି । ଭାଲେରୀ ଚୂଡ଼ାରେ ସନ୍ଧ୍ୟାତାରା ଦର୍ଶନ କରି ଚିଲିକାର ପୂର୍ବପାର୍ଶ୍ବରୁ ମତ୍ସ୍ୟଜୀବୀମାନଙ୍କ ଆନନ୍ଦ ମନରେ ମନଫୁଲାଣିଆ ଗୀତରେ ହଜିଯାଆନ୍ତି ।
ବହୁଦୂରରୁ ସେମାନଙ୍କ ତରୀମାନ ଛାୟାଚିତ୍ର ସମ ପରିଲକ୍ଷିତ ହେଉଥିଲାବେଳେ ସେମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ବଳଦେବ ରଥଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ର ଅମୃତ ପଦାବଳୀର ସୁମଧୁର ସଙ୍ଗୀତ ମୂହଁନାରେ ଚିଲିକା ବକ୍ଷ ପ୍ରତିଧ୍ଵନିତ ହୋଇଉଠେ । କବିସୂର୍ଯ୍ୟଙ୍କ ‘ଗଲାଣି ତ ଗଲା କଥାରେ ସଙ୍ଗୀତ’ଗୀତାମୃତ ସମୀର ସଞ୍ଚାଳିତ ହୋଇ କବିବର ରାଧାନାଥଙ୍କୁ ଆତ୍ମବିଭୋର କରିଛି । ‘ଚମ୍ପୂ’ ପଦାବଳୀର ଭାବଗାମ୍ଭୀର୍ଯ୍ୟ ତଥା ମୀନଜୀବୀଙ୍କ ସ୍ଵରମାଧୁରୀରେ ତଲ୍ଲୀନ ହୋଇ କବିମାନସ ଅତୀନ୍ଦ୍ରିୟ ରାଜ୍ୟରେ ବିଚରଣ କରିଛି । କଳ୍ପଲୋକରେ ରହି କବି ଅପ୍ରାକୃତ ପ୍ରେମମୂର୍ତି ଦର୍ଶନ ପୂର୍ବକ ଅନ୍ତରର ଭକ୍ତିପୂତ ଶ୍ରଦ୍ଧାଞ୍ଜଳ ଅର୍ପଣ କରିଛନ୍ତି ।
ମତ୍ସ୍ୟଜୀବୀମାନଙ୍କ ଉଲ୍ଲସିତ ମାନସିକତା କବିଙ୍କୁ ଆମୋଦିତ କରିଛି । ଜୀବନ-ଜୀବିକା ପାଇଁ ସମୁଦ୍ରରୁ ମାଛ ଧରିବା ସେମାନଙ୍କ ନିତ୍ୟନୈମିତ୍ତିକ କର୍ମ । ସନ୍ଧ୍ୟାରେ ମତ୍ସ୍ୟପୂର୍ଣ୍ଣ ନୌକାଧରି ସେମାନେ ଆତ୍ମତୃପ୍ତିରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ତୀରାଭିମୁଖୀ ନୌକାରେ ବସି କ୍ଳାନ୍ତି ଅପନୋଦନ ନିମିତ୍ତ ସେମାନଙ୍କ କଣ୍ଠରୁ ଝରିପଡ଼େ ତୃପ୍ତିର ସଙ୍ଗୀତ । ସ୍ଵଳ୍ପ ବିଳମ୍ବିତ ସନ୍ଧ୍ୟାରେ ଚିଲିକା ବକ୍ଷରେ ଭାସମାନ ନୌକାରେ ମଶାଲମାନ ପ୍ରଜ୍ଜ୍ୱଳିତ ହୋଇଉଠେ । ରାତ୍ରିର ଅନ୍ଧକାରରେ ମାଛ ମାରିବାପାଇଁ ମୀନଜୀବୀମାନେ ଏହି କୌଶଳ ଅବଲମ୍ବନ କରିଥାଆନ୍ତି ।
ଜ୍ଵଳନ୍ତ ମଶାଲର ଲେଲିହାନ ଅଗ୍ନିଶିଖାର ଆକର୍ଷଣରେ ମୀନମାନେ ନୌକା ମଧ୍ୟକୁ ଲମ୍ଫ ଦେଇଥାଆନ୍ତି ଓ ମତ୍ସ୍ୟଜୀବୀମାନେ ନୌକା ମଧ୍ୟରୁ ସେଗୁଡ଼ିକୁ ସଂଗ୍ରହ କରି ନିଅନ୍ତି । ମୀନମାନଙ୍କ ଏତାଦୃଶ ଆଚରଣ ଲକ୍ଷ୍ୟକରି କବି ସଂସାରରେ ପରିଲକ୍ଷିତ ଅଜ୍ଞାନ ମାନବ ଚରିତ୍ରର ଏକ ସାଧାରଣ ସତ୍ୟ ଉପଲବ୍ଧ-କରିଛନ୍ତି । କବିଙ୍କ ମତରେ ବାହାରକୁ ରମ୍ୟ ଓ ଲୋଭନୀୟ ପ୍ରତୀୟମାନ ହେଉଥିବା ବସ୍ତୁର ଅନ୍ତରାଳରେ ଏକ ମାରାତ୍ମକ ଭୟଙ୍କରିତା ଲୁକ୍କାୟିତ ହୋଇ ରହିଥାଏ । ମାନବ ସମାଜକୁ ଜୀବନ ସମ୍ପର୍କିତ ଏକ ଗୁରୁତ୍ଵପୂର୍ଣ୍ଣ ଶାଶ୍ୱତ ବାର୍ତ୍ତା ପ୍ରଦାନ କରି କବି କହିଛନ୍ତି
‘ଭବେ ପାପମୂର୍ତି ପରି ଅଟଇ ସେ,
ସ୍ପର୍ଶୀ ମାରାତ୍ମକ ରୂପେ ରମ୍ୟ ଦିଶେ;
ପାପ-ଗର୍ଭେ ଯେହ୍ନେ ପଡ଼ଇ ଅଜ୍ଞାନ,
ତରୀ ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ ।’’
ଜୀବିକା ନିର୍ବାହ ପାଇଁ ଚିଲିକା ତଟଦେଶରେ ଅବସ୍ଥାନ କରୁଥିବା ମତ୍ସ୍ୟଜୀବୀମାନେ ଚିଲିକା ତଥା ତତ୍ସଂଲଗ୍ନ ସମୁଦ୍ରରୁ ମାଛ ଧରି ଆନନ୍ଦରେ କାଳାତିପାତ କରନ୍ତି । ସାରାଦିନ ଅକ୍ଳାନ୍ତ ପରିଶ୍ରମ କରି ଆଶାନୁରୂପ ମତ୍ସ୍ୟ ଉତ୍ପାଦନ କଲାପରେ ଆତ୍ମତୃପ୍ତିରେ ନିଜର ଭାବାବେଗ ପରିପ୍ରକାଶ କରନ୍ତି ସଙ୍ଗୀତ ତାନରେ । କବି ସେମାନଙ୍କ ମନମତାଣିଆ ଗୀତଗାନରୁ ସେମାନଙ୍କ ଉଲ୍ଲସିତ ଭାବାବେଗକୁ ଅନୁଭବ କରିଛନ୍ତି ।
22. ପଠିତ କବିତା ଅବଲମ୍ବନରେ ଚିଲିକାର ଯେଉଁ ରୂପରାଜି କବି ମାନସରେ ଉଦ୍ଭାସିତ ହୋଇଛି ତାହା ବର୍ଣ୍ଣନା କର ।
Ans.
ଊନବିଂଶ ଶତାବ୍ଦୀର ଶେଷଭାଗରେ କବିବର ରାଧାନାଥ ଆଧୁନିକ ଚିନ୍ତା ଓ ଚେତନାରେ ଅନୁପ୍ରାଣିତ ହୋଇ କାବ୍ୟଧାରାରେ ସାହିତ୍ୟର ଯେଉଁ ନୂତନ ଧାରା ପ୍ରବର୍ତ୍ତନ କଲେ ତାହା ତାଙ୍କୁ ଯୁଗସ୍ରଷ୍ଟାର ଗୌରବରେ ମହିମାମଣ୍ଡିତ କଲା । ପ୍ରାଚୀନ କଥାବସ୍ତୁରେ ଆଧୁନିକ ରଙ୍ଗ ବୋଳି ସେ ଉତ୍କଳ ବାଣୀଭଣ୍ଡାରକୁ ଦେଇଗଲେ କାଳଜୟୀ ସୃଷ୍ଟି ସମ୍ପଦ । ପ୍ରକୃତିର ଅନନ୍ୟ ଉପାସକ କବିବର ରାଧାନାଥଙ୍କ ସୃଷ୍ଟିସମ୍ଭାର ମଧ୍ୟରେ ‘କେଦାରଗୌରୀ’, ‘ନନ୍ଦିକେଶ୍ୱରୀ’, ‘ଉଷା’, ‘ପାର୍ବତୀ’, ‘ଚନ୍ଦ୍ରଭାଗା’, ‘ଦରବାର’ ଓ ‘ମହାଯାତ୍ରା’ ଆଦି କାବ୍ୟସମୂହ କବିଙ୍କ ଅସାଧାରଣ ପ୍ରତିଭାର ପରିଚାୟକ । ଖଣ୍ଡକାବ୍ୟ ‘ଚିଲିକା’ ପ୍ରକୃତି ଉପରେ ସଂପୂର୍ଣ୍ଣ ରୂପେ ଆଧାରିତ ହୋଇଥିଲେ ହେଁ କବି ଏହି କାବ୍ୟରେ ଉତ୍କଳର ବହୁ ପ୍ରାଚୀନ କିମ୍ବଦନ୍ତୀ, ଉତ୍କଳ ସାହିତ୍ୟର ଦୁରବସ୍ଥା ତଥା ନିଜ ଜୀବନ ଦର୍ଶନକୁ ସନ୍ନିବେଶିତ କରିବା ସହ ବହୁ ସାଧାରଣ ସାମାଜିକ ସତ୍ୟ ତଥା ନୈତିକ ବାର୍ତ୍ତା ପ୍ରେରଣ କରିଛନ୍ତି ପାଠକ ସମାଜକୁ । ଚିଲିକାର ସୌନ୍ଦର୍ଯ୍ୟକୁ କବି ଭାରତର ବିଭିନ୍ନ ସ୍ଥାନର ପ୍ରାକୃତିକ ଦୃଶ୍ୟ ସହ ତୁଳନା କରି ତାହାକୁ ଭାରତର ସର୍ବଶ୍ରେଷ୍ଠ ସୌନ୍ଦର୍ଯ୍ୟର ଗନ୍ତାଘର ଭାବେ ଉପସ୍ଥାପନ କରିଛନ୍ତି । ଚିଲିକାର ସୌନ୍ଦର୍ଯ୍ୟ କବି ଚକ୍ଷୁରେ ଚିର ଶାଶ୍ଵତ ତଥା ସ୍ୱର୍ଗୀୟ ।
ପଠିତ କବିତା ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ କବିଙ୍କ ଖଣ୍ଡକାବ୍ୟ ‘ଚିଲିକା’ର କୀୟଦଂଶ ଯେଉଁଥରେ କବିଙ୍କ ପ୍ରକୃତି ଚିତ୍ରଣର ମନ୍ମୟତା, ପୂଜ୍ୟପୂଜାର ମହାନତା ତଥା ସ୍ୱଜୀବନ ଦର୍ଶନର ବାସ୍ତବତା ପ୍ରତିଫଳିତ । ପ୍ରକୃତିର ଜଣେ ଚିହ୍ନରା ଗ୍ରାହକଭାବେ ଆହୁରି ମାଧୁର୍ଯ୍ୟବନ୍ତ । ଅପରୂପା ଲାବଣ୍ୟବତୀ ଚିଲିକା କବିଙ୍କ ଶିଳ୍ପୀ ହସ୍ତ ସ୍ପର୍ଶରେ ମହିମାନ୍ବିତ ହୋଇଉଠିଛି । ଦିଗବଳୟବ୍ୟାପୀ ବାରୁଣୀ ଗଗନର ରକ୍ତିମ ଆଭା ଚିଲିକାର ସ୍ଫଟିକ ସ୍ୱଚ୍ଛ ଜଳ ଦର୍ପଣରେ ପ୍ରତିବିମ୍ବିତ ହୋଇ ବିଳମ୍ବିତ ଗୋଧୂଳିର ଶୋଭାକୁ ବହୁଗୁଣିତ କରିଛି । ଚିଲିକା ପ୍ରାଚୀ ଚକ୍ରବାଳ ଉହାଡ଼ରୁ ମତ୍ସ୍ୟଜୀବୀମାନଙ୍କ ପାଲଟଣା ତରୀମାନ ଛାୟାସମ ପ୍ରତୀୟମାନ ହୋଇଛନ୍ତି ।
ସମୁଦ୍ର ମୁହାଣରୁ ମତ୍ସ୍ୟପୂର୍ଣ୍ଣ ନୌକାମାନ ଧରି ଉଲ୍ଲସିତ ମନରେ ମୀନଜୀବୀମାନେ ତୀରାଭିମୁଖୀ ହେଉଥୁଲାବେଳେ ସେମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ଗୀତାମୃତର ମଧୁର ମୂର୍ଦ୍ଦନା କବିଙ୍କୁ ଭାବବିହ୍ବଳ କରିଛି । ଉଲ୍ଲାସର ଆମ୍ବାସମ ସେହି ଗୀତ ତାନର ପ୍ରତିଧ୍ଵନି ସମୀର ସଞ୍ଚାଳିତ ହୋଇ ସମଗ୍ର ନୀଳହ୍ରଦରେ ବ୍ୟାପିଯାଇଛି । ଭାଲେରୀ ପାହାଡ଼ ଉହାଡ଼ରୁ ଦୃଶ୍ୟମାନ ହୋଇଛି ସନ୍ଧ୍ୟାତାରା । କ୍ରମେ କ୍ରମେ ଚିଲିକାର ମୃଦୁ ତରଙ୍ଗାୟିତ ଜଳରାଶି ଉପରେ ଚନ୍ଦ୍ରମାର ରଜତଶୁଭ୍ର ଆଲୋକରାଶି ଉଦ୍ଭାସିତ ହୋଇଉଠିଛି । କବିଙ୍କୁ ପ୍ରତୀତ ହୋଇଛି ସତେଯେପରି ଲାବଣ୍ୟମୟୀ ଦେବୀ ଦିଗଙ୍ଗନା ଜ୍ୟୋତ୍ସ୍ନା ରୂପକ ପାଟବସ୍ତ୍ର ପରିଧାନ କରି ସହାସ୍ୟ ବଦନରେ ବିରାଜମାନ କରିଛନ୍ତି । କବିଙ୍କ ଭାଷାରେ
‘‘ହସନ୍ତି ଚୌଦିଗେ ମଧୁର ହାସିନୀ
ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୂଳବାସିନୀ ।’’
ମତ୍ସ୍ୟଜୀବୀଙ୍କ କଣ୍ଠନିଃସୃତ କବିସୂର୍ଯ୍ୟଙ୍କ ‘କିଶୋର ଚନ୍ଦ୍ରାନନ ଚମ୍ପୁ ର ଅମୃତ ରସବର୍ଷୀ ପଦାବଳୀ ତଥା ଧୀବରମାନଙ୍କ ସୁରଲହରା କବିଙ୍କୁ ଅତାଦ୍ରିୟ ରାଜ୍ୟକୁ ଟାଣିଦେଇଛି। ଆମ୍ବବିସ୍ତୃ ତ କବି ଚଳହେବ ରଥଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାର ଭୂୟସା ପ୍ରଶଂସା କରିଛନ୍ତି । ବିଳମ୍ବିତ ସନ୍ଧ୍ୟାରେ ଚିଲିକା ବକ୍ଷର ଭାସମାନ ନୌକାଗୁଡ଼ିକରେ ମତ୍ସ୍ୟଜୀବୀମାନଙ୍କଦ୍ଵାରା ପ୍ରଜ୍ବଳିତ ମଶାଲ କବିଙ୍କ ଦୃଷ୍ଟି ଆକର୍ଷଣ କରିଛି । ଜ୍ଵଳନ୍ତ ମଶାଲର ଲେଲିହାନ ଶିଖାଦ୍ଵାରା ଆକର୍ଷିତ ମୀନମାନେ ନୌକା ଗର୍ଭକୁ ଲମ୍ଫପ୍ରଦାନ କରିଥାଆନ୍ତି । ଅକ୍ଳେଶରେ ମତ୍ସ୍ୟ ସଂଗ୍ରହ କରିବାପାଇଁ ମୀନଜୀବୀମାନଙ୍କ ଏତାଦୃଶ ପ୍ରକ୍ରିୟା ଲକ୍ଷ୍ୟକରି, କବି ମାନବ ଜୀବନର ଏକ ସାଧାରଣ ଚାରିତ୍ରିକ ଦୁର୍ବଳତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସଂସାରରେ ରମ୍ୟ ମୂର୍ତ୍ତିଧାରୀ ‘ପାପ’ ସାଧାରଣ ମଣିଷକୁ ଆକର୍ଷଣ କରି କିପରି ଯନ୍ତ୍ରଣାଦାୟକ ମୃତ୍ୟୁ ଗର୍ଭକୁ ଠେଲି ଦେଇଥାଏ ତାହା ଉଲ୍ଲେଖ କରି ମାନବ ସମାଜ ପ୍ରତି ଏକ ତାତ୍ତ୍ଵିକ ବାର୍ତ୍ତା ପ୍ରେରଣ କରିଛନ୍ତି ।
ଚିଲିକା ଗର୍ଭସ୍ଥ ସମାର ସଞ୍ଚଳିତ ତରଙ୍ଗାୟିତ ସୁନାଳ ଜଳରାଣି ଉପରେ ଭାସମାନ କ୍ରୈକାମୀନଙ୍କର ଉତ୍ଥାନ ପତନ ହେତୁ କେତେବେଳେ ସେସବୁ ସ୍ପଷ୍ଟ ପ୍ରତିଭାତ ହୋଇଥାଆନ୍ତି ତ କେତେବେଳେ ଅନ୍ତର୍ହିତ ହେବାପରି ପ୍ରତୀୟମାନ ହୋଇଥା’ନ୍ତି । ଏହି ଦୃଶ୍ୟ କବିଙ୍କ ମନରେ ଭାବାନ୍ତର ସୃଷ୍ଟି କରିଛି । ଦୁଃଖୀଜନର ଅନ୍ତରରେ କେତେବେଳେ ଆଶାର ଆଲୋକ ସୃଷ୍ଟି ହୋଇ ତାକୁ ଆମୋଦିତ କରିଥାଏ ତ ପୁଣି କେତେବେଳେ ତାହା ସଂପୂର୍ଣ୍ଣ ନିର୍ବାପିତ ହୋଇ ତାକୁ ଦୁଃଖ ଓ ନୈରାଶ୍ୟର ଘନ ଅନ୍ଧକାର ମଧ୍ୟକୁ ଠେଲିଦିଏ । ଏସବୁ ଦୃଶ୍ୟକୁ ବାସ୍ତବ ଜୀବନ ସହ ଯଥାର୍ଥ ତୁଳନା କରି କବି ନିଜ ବୌଦ୍ଧିକ ଚେତନାର ପରିଚୟ ପ୍ରଦାନ କରିଛନ୍ତି।
ସନ୍ଧ୍ୟା ଅତିକ୍ରାନ୍ତ ହୋଇ ରାତ୍ରିର ନିବିଡ଼ତା ବୃଦ୍ଧି ହେଲା ପରେ ଚିଲିକା ବକ୍ଷରେ ଜନକୋଳାହଳ କ୍ରମଶଃ ହ୍ରାସ ପାଇବାକୁ ଲାଗେ ଓ ନୀରବତା ରାଜୁତି କରିବାକୁ ଆରମ୍ଭ କରେ । ଚନ୍ଦ୍ରମାର ରଜତ ଶୁଭ୍ର ଧବଳ ଜ୍ୟୋତିରାଶି ଜଳ, ସ୍ଥଳ ଓ ଆକାଶରେ ବିଚ୍ଛୁରିତ ହୋଇ ଏକ ଅପରୂପ ଶୋଭା ଧାରଣ କରେ । ରାକା ରଜନୀର ଶୁଭ୍ରଜ୍ୟୋତ୍ସ୍ନାରେ ସମଗ୍ର ସୃଷ୍ଟି ପାରଦଧୌତ ହେଲାପରି ସ୍ପଷ୍ଟ ପରିଦୃଷ୍ଟ ହୁଏ । ଚିଲିକାବକ୍ଷସ୍ଥ ଦ୍ୱୀପ, ଶୈଳ, ବନରାଜି ଜଳ ଦର୍ପଣରେ ପ୍ରତିଫଳିତ ହୋଇ ଅନିର୍ବଚନୀୟ ଶୋଭାଶ୍ରୀ ଧାରଣ କରେ । ମସୃଣ ଶିଳାଖଣ୍ଡର ପୃଷ୍ଠଭାଗ ତଥା କୋମଳ-ସ୍ନିଗ୍ଧ ପତ୍ରାବଳୀ ଉପରେ ଜ୍ୟୋତ୍ସ୍ନାଲୋକର ପ୍ରତିଫଳନ ସେହି ଶୋଭାକୁ ବହୁଗୁଣିତ କରିଦିଏ ।
ପାର୍ଶ୍ଵଦେଶସ୍ଥ ବନଭୂମିରେ ଆଲୋକଛାୟାର ଯୁଗଳବନ୍ଦୀ ସର୍ପବେଷ୍ଟିତ ମହାଯୋଗୀ ଯୋଗମଗ୍ନ ମହେଶ୍ଵରଙ୍କ ତନ୍ଦ୍ରାବିଜଡ଼ିତ ରୁଦ୍ରଗମ୍ଭୀର ବିଶାଳବପୁର ଭ୍ରମ ସୃଷ୍ଟିକରେ । କ୍ରମେ ଗିରିବନଘେରା ତଟଦେଶ ଜନଶୂନ୍ୟ ହୋଇ ଚତୁର୍ଦ୍ଦିଗରେ ଖେଳିଯାଏ ଅଖଣ୍ଡ ନୀରବତା, ପ୍ରୀତିପ୍ରଦ ପ୍ରଶାନ୍ତି । ସେହି ନୀରବ ପରିବେଶକୁ ଲକ୍ଷ୍ୟକରି କବି କହିଛନ୍ତି, ସତେଯେପରି କଳି କଳୁଷ ଉପଦ୍ରବରେ ଅତିଷ୍ଠ ‘ଶାନ୍ତି’ ଜନକୋଳାହଳରୁ ଆସି ସେହି ସ୍ଥାନଟିକୁ ନିଜ ଆଶ୍ରୟସ୍ଥଳୀ ରୂପେ ବାଛି ନେଇଛନ୍ତି । ଉତ୍କଳ ଲକ୍ଷ୍ମୀଙ୍କ ବିଳାସ ସରୋବର, ମରାଳମାଳିନୀ ନୀଳାମ୍ବୁ ଚିଲିକାକୁ ସସ୍ନେହ ସମ୍ବୋଧନ କରି କବି କହିଛନ୍ତି
‘ଚିଲିକା ! ତୋହର ଏହି ଶୋଭାବନ
ବର୍ଣ୍ଣୋତ୍ସବମୟ ଦୃଶ୍ୟ ସାୟନ୍ତନ ।’’
23. କବିତା ଅନୁସରଣରେ ଚିଲିକାର ସାୟନ୍ତନ ପରିବେଶ ବର୍ଣ୍ଣନା କରି ତୁମର ଜଣେ ବନ୍ଧୁଙ୍କ ନିକଟକୁ ପତ୍ରଟିଏ ଲେଖ ।
Ans.
ସ୍ଥାନ ....……………
ତା ……………………
ପ୍ରିୟ ଶ୍ରେୟାନ୍,
ଶୁଭେଚ୍ଛା ନେବୁ । ଗତକାଲି ତୋ’ର ଚିଠି ପାଇଲି । ପରୀକ୍ଷାରେ ଭଲ କରିଛୁ ଜାଣି ଖୁସି ହେଲି । ମାସ ଶେଷବେଳକୁ ସ୍କୁଲ ଛୁଟିହେଲେ ଗାଁକୁ ଯିବି । ଆମ ସାହିତ୍ୟ ବହିର ଗୋଟିଏ ବିଷୟ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ ଆଜି ଗୁରୁଜୀ ଆମକୁ ଯେପରି ଭାବେ ପଢ଼ାଇଲେ, ତୁ ବିଶ୍ଵାସ କରିପାରିବୁନି । ଶ୍ରେୟାନ୍, ଆମକୁ ଲାଗିଲା ସତେ ଯେମିତି ଆମେ ଚିଲିକା କୂଳରେ ବସି ସନ୍ଧ୍ୟା ସମୟଟିକୁ ପ୍ରାଣଭରି ଉପଭୋଗ କରୁଛୁ । ଆଜି ସେ ବିଷୟରେ ତୋ’ ପାଖକୁ ଲେଖୁଛି । ଚିଠି ପଢ଼ି କେମିତି ଲାଗିଲା କହିବୁ ।
ଶ୍ରେୟାନ୍, ତୁ ତ ଜାଣିଛୁ । କବିବର ରାଧାନାଥ ରାୟ ଥିଲେ ଜଣେ ମହାନ୍ ପ୍ରକୃତି କବି । ଯୁଗ ଯୁଗ ଧରି ଅନ୍ୟ କବିମାନଙ୍କ ଲେଖନୀରେ ଯେଉଁ ପ୍ରକୃତି ଅବହେଳିତ ହୋଇଥିଲା, ରାଧାନାଥ ସେହି ପ୍ରକୃତି ସଙ୍ଗେ ଆତ୍ମୀୟତା ପ୍ରତିଷ୍ଠା କରି ତାହାକୁ ସାହିତ୍ୟାଲୋକକୁ ଟାଣିଆଣିଲେ । ପ୍ରକୃତି-ଭକ୍ତ ରାଧାନାଥ ଉତ୍କଳୀୟ ପ୍ରକୃତିର ରୂପଲାବଣ୍ୟ, ମନୋହାରିତା, ଶାନ୍ତିପୂର୍ଣ୍ଣତା ଓ ତା’ରି ମାଧ୍ୟମରେ ଜନ୍ମଭୂମିର ସମ୍ପଦଶାଳିତାକୁ ଶତମୁଖରେ କୀର୍ତ୍ତନ କଲେ । ବିଶେଷତଃ ରାଧାନାଥ ଚିଲିକାକୁ ଉତ୍କଳ କମଳାଙ୍କ ବିଳାସସ୍ଥଳୀ ଭାବେ ବର୍ଣ୍ଣନା କରି ଯେପରି ଭାବେ ତା’ର ପ୍ରାକୃତିକ ବକ୍ଷରେ ସନ୍ତରଣଶୀଳ ମରାଳ-ମାଳିକା, ଚିଲିକାର ନୀଳ-ନିର୍ମଳ ବିଶାଳ ଜଳରାଶି, ଚିଲିକା ବକ୍ଷସ୍ଥିତ ଇନ୍ଦ୍ରନୀଳମଣି ବର୍ଣ୍ଣରଞ୍ଜିତ ଶୈଳରାଜି, ଶୋଭାର ଆଶ୍ରମ-ରୂପୀ ଚାରୁ ତୀରଭୂମିର ଗିରିଖୋଲ, ନାସି, କାନ୍ତାର-କନ୍ଦରା, ଶୈବାଳ ମସୃଣ, ଶିଳାଖଣ୍ଡ, ହରିତାୟମାନ ଦ୍ଵୀପମାଳା ଏ ସବୁକିଛି ରାଧାନାଥ ନେତ୍ର ସିଂହାସନରେ ଅଧୂରୂଢ଼ ହୋଇଛନ୍ତି । ସବୁକିଛିରେ କବିମାନସ ଅନୁସନ୍ଧାନ କରିବସିଛି ସୌନ୍ଦର୍ଯ୍ୟର ସତ୍ତା ଏବଂ ସେହି ସତ୍ତା ଭିତରେ କବି ଚାହିଁଛନ୍ତି, ପାଠକଶ୍ରେଣୀ ଅବଗାହନ କରି ଆନନ୍ଦର ଅଧିକାରୀ ହୁଅନ୍ତୁ । ଚିଲିକାର ସୌନ୍ଦର୍ଯ୍ୟରେ ଆତ୍ମହରା କବି ଗାଇଉଠିଛନ୍ତି-
‘ଆହା ଏ ଶୋଭାର କାହିଁ ପଟାନ୍ତର ?
ଥିଲେ ଥିବ ସ୍ଵର୍ଗେ ମର୍ଭେ ଅଗୋଚର ।’’
ଚିଲିକାରେ କବିଙ୍କ ସୂର୍ଯ୍ୟାସ୍ତ ବର୍ଣ୍ଣନା ଯେପରି ପୁଷ୍କଳ ଓ ହୃଦୟଗ୍ରାହୀ ହୋଇଉଠିଛି, ତତୋଽକ ମନୋମୁଗ୍ଧକର ହୋଇଛି ଚିଲିକାର ସାୟନ୍ତନ ଶୋଭାସମ୍ଭାର । ବାରୁଣୀ ଗଗନ ପୀତବର୍ଷରେ କାନ୍ତମୟ ହୋଇଉଠିଥିବାବେଳେ ଦୂର ଚକ୍ରବାଳରୁ ମତ୍ସ୍ୟଜୀବୀମାନଙ୍କ ପାଲଟଣା ନୌକାମାନ ଛାୟାସମ ପରିଦୃଷ୍ଟ ହୋଇଛି । ମତ୍ସ୍ୟପୂର୍ଣ୍ଣ ନାଆ ଉପରେ ବସି ଉଲ୍ଲସିତ ମୀନଜୀବୀମାନେ କବିସୂର୍ଯ୍ୟଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ସୁଲଳିତ ପଦାବଳୀକୁ ଗାନ କରି ପରିବେଶକୁ ସଙ୍ଗୀତମୟତାରେ ଭରି ଦିଅନ୍ତି । ଉଲ୍ଲାସର ଆତ୍ମା ସମ ସେହି ଗୀତତାନର ପ୍ରତିଧ୍ଵନି ଚିଲିକା ବକ୍ଷରେ ବିରାଜମାନ କରି କବିଙ୍କୁ ଆମୋଦିତ କରିଛି । ଭାଲେରି ପାହାଡ଼ ଉହାଡ଼ରେ ସନ୍ଧ୍ୟାତାରା ଓ ପ୍ରାଚୀ ଗଗନରେ ଚନ୍ଦ୍ରମା ଆକାଶକୁ ସ୍ନିଗ୍ଧ କିରଣରେ ରଞ୍ଜିତ କରି ଅପରୂପ ଶୋଭା ପରିପ୍ରକାଶ କରନ୍ତି ।
ପଶ୍ଚିମାକାଶର ରକ୍ତିମା ଓ ପୂର୍ବାକାଶର ଧବଳିମା ଦର୍ଶକ ପ୍ରାଣରେ ସୃଷ୍ଟିକରେ ଅନିର୍ବଚନୀୟ ଆନନ୍ଦ । ନବୋଦିତ ଚନ୍ଦ୍ରର ଚନ୍ଦ୍ରିକାରେ, ସମୀର ସଞ୍ଚାଳିତ ମୃଦୁ ତରଙ୍ଗାୟିତ ଜଳରାଶି, ଚିଲିକାର ଦ୍ଵୀପରାଜି, ତୀରଦେଶ ଓ ସମଗ୍ର ଆକାଶମଣ୍ଡଳ ପାରଦଧୌତ ହେଲା ପରି ପ୍ରତୀୟମାନ ହୁଏ । ରାତ୍ରିକାଳରେ ମୀନଜୀବୀମାନେ ନୌକାରେ ମଶାଲମାନ ଜଳାଇ ଅଭିନବ ଉପାୟରେ ମତ୍ସ୍ୟସଂଗ୍ରହ କରନ୍ତି । ମଶାଲର ଉଜ୍ଜଳ ଲେଲିହାନ ଶିଖାରେ ଆକର୍ଷିତ ହୋଇ ମୀନମାନେ ନୌକା ମଧ୍ୟକୁ ଲମ୍ଫ ଦେଇଥାଆନ୍ତି । ଏହି ଦୃଶ୍ୟକୁ ଲକ୍ଷ୍ୟ କଲାବେଳେ କବି ସଂସାରର ଏକ ଗୁରୁତ୍ଵପୂର୍ଣ୍ଣ ତତ୍ତ୍ବ ବର୍ଣ୍ଣନା କରି କହିଛନ୍ତି ଯେପରି ଆଖୁକୁ ମନୋହର ପ୍ରତୀତ ହେଉଥିବା ‘ପାପ’ର ଆକର୍ଷଣରେ ମୂର୍ଖ ମାନବ ପାପଗର୍ଭ ମଧ୍ୟକୁ ପ୍ରବେଶ କରେ ଓ ଯନ୍ତ୍ରଣା ଜର୍ଜରିତ ହୋଇ ଅକାଳରେ ପ୍ରାଣପାତ କରେ, ଠିକ୍ ସେହିପରି ମୀନଗଣ ମଶାଲ ଅଗ୍ନିରେ ଆକର୍ଷିତ ହୋଇ ନୌକା ମଧ୍ୟକୁ ଲମ୍ଫଦେଇ ପ୍ରାଣ ହରାଇଥାଆନ୍ତି ।
ତରଙ୍ଗାୟିତ ଜଳରାଶି ଉପରେ ଦୂରରୁ ଭାସି ଆସୁଥୁବା ନୌକାମାନଙ୍କର ସମତାଳରେ ଉତ୍ଥାନ ପତନ ହେତୁ ନୌକାଗୁଡ଼ିକର ମଶାଲ ଶିଖା କେତେବେଳେ ସ୍ପଷ୍ଟ ଦୃଶ୍ୟମାନ ହୋଇଉଠେ ତ ପୁଣି କେତେବେଳେ ଅନ୍ତର୍ହିତ ହେଲାପରି ପ୍ରତୀୟମାନ ହୁଏ । ଏହାକୁ ଅତି ସୁନ୍ଦର ଭାବେ କବି ଦୁଃଖୀ ଜନର ଅନ୍ତରରେ ସୃଷ୍ଟ ଆଶା ଓ ନୈରାଶ୍ୟର ଲୁଚକାଳି ଖେଳ ସହ ତୁଳନା କରିଛନ୍ତି । ବିଳମ୍ବିତ ସନ୍ଧ୍ୟାରେ ରାତ୍ରିର ନିବିଡ଼ତା ବଢ଼ିଚାଲେ ଓ ଚିଲିକାର ତୀରଦେଶ ଓ ବକ୍ଷସ୍ଥଳୀରୁ କୋଳାହଳ କମିବାରେ ଲାଗେ । ଚିଲିକାର ପରିବେଶ ହୋଇଉଠେ ଶାନ୍ତ ଶୀତଳ, ଆଉ ଚିଲିକା ହୋଇଉଠେ ଭାବୁକମାନଙ୍କର ପରମ ପ୍ରିୟ । କବିବରଙ୍କ ଦୃଷ୍ଟିରେ ସେହି ଦୃଶ୍ୟ ହେଉଛି-
“ଅଟେ ସର୍ଗଶୋଭା ସାମନ୍ତର ଟାକା
ପ୍ରକୃତିର ଚାରୁ ଆଲେଖ୍ୟ-ଶାଳିକା ।’’
ଚିଲିକାର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାକୁ ଯାଇ କବି ନିଜ ଭାଷାର ଯାଦୁକରୀ ମାୟାରେ ପାଠକକୁ ଅଭିଭୂତ କରିଛନ୍ତି । କବିଙ୍କ ମାନସରାଜ୍ୟରେ ଉଦ୍ଭାସିତ ଛାୟାଚିତ୍ରକୁ କବି ପାଠକର ମାନସ ଦର୍ପଣରେ ପ୍ରତିବିମ୍ବିତ କରାଇବାରେ ସକ୍ଷମ ହୋଇଚ୍ଛନ୍ତି ରାଧାନାଥଙ୍କ ଲେଖନୀ ସମଗ୍ର ଭାବରେ କେବଳ ଅନୁସନ୍ଧାନ କରିଛି ସୌନ୍ଦର୍ଯ୍ୟର ସତ୍ତା, ଯେଉଁ ସତ୍ତା ମଧ୍ୟରେ ଲୁକ୍କାୟିତ ହୋଇ ରହିଛି ଆନନ୍ଦର ବାରିଧାରା । ଜ୍ୟୋତ୍ସା ଲୋକରେ ଚିଲିକା ଗର୍ଭସ୍ଥ ଦ୍ଵାପରାକି ଓ ତନ୍ମଧ୍ୟସ୍ଥ ଶୈଳରାଜି ଜଳ ଦର୍ପଶରେ ପ୍ରତିବିମ୍ବିତ ହୋଇ ଅନୁପମ ଶୋଭା ଧାରଣ କରିଛି । ହ୍ରଦ ମଧ୍ୟସ୍ଥ ଗିରିବନ, ଶୈଳଶିଖର କ୍ଷୀରସିନ୍ଧୁ ସହୋଦର ଜ୍ୟୋସ୍ଟାଣ୍ଡବରେ ଭାସି ବୁଲିବାର ଭ୍ରମ ସୃଷ୍ଟି କରିଛି ।
ପାର୍ଶ୍ଵଦେଶ ବନସ୍ଥଳୀରେ ଆଲୋକ ଛାୟାର ଲୁଚକାଳି ଖେଳ ମହାଯୋଗୀ ମହେଶ୍ଵରଙ୍କ ରୁଦ୍ରସୁନ୍ଦର ବିଶାଳ ବପୁର ଭ୍ରମ ସୃଷ୍ଟି କରିଛି । କ୍ରମେ କ୍ରମେ ଗିରିବନ ଘେରା ଉପକୂଳ ଜନଶୂନ୍ୟ ହୋଇଉଠିଛି । କେବଳ ଦୂରରୁ ଭାସିଆସୁଥିବା ନିର୍ଝରର କଳତାନ ଓ ଝିଙ୍କାରିର ଝଙ୍କାର ଘନ ନିଶିଥୁନୀର ସୂଚନା ପ୍ରଦାନ କରି ଚାଲିଛି । କବିଙ୍କୁ ପ୍ରତୀତ ହୋଇଛି ସତେ ଯେପରି କଳିକଳୁଷ ଉପଦ୍ରବରେ ଅତିଷ୍ଠ ହୋଇ ଶାନ୍ତିଦେବା ଜନକୋଳାହଳପୂର୍ଣ୍ଣ ସ୍ଥାନ ତ୍ୟାଗ କରି ଏହି ଚିଲିକାତୀରକୁ ନିଜ ବିଶ୍ରାମସ୍ଥଳୀ ଭାବେ ବାଛି ନେଇଛନ୍ତି । ଶ୍ରେୟାନ୍, ଭାବାବେଗରେ ବହୁତ କିଛି ଲେଖୁଦେଲି । ଅଧିକ ଲେଖୁ ତୋତେ ଧୈର୍ଯ୍ୟଚ୍ୟୁତ କରିବାକୁ ଚାହୁଁନି । ଘରେ ମଉସାମାଉସୀଙ୍କୁ ମୋର ପ୍ରଣାମ ଓ ସାନ ଭାଇଭଉଣୀଙ୍କୁ ସ୍ନେହ ଜଣାଇ ରହୁଛି ।
|| ଇତି ||
ତୋର ସ୍ନେହାବଦ୍ଧ
ପ୍ରଦ୍ୟୁମ୍ନ
ଠିକଣା
| ପ୍ରେରକ | ପ୍ରାପ୍ତେଷୁ |
| ପ୍ରଦ୍ୟୁମ୍ନ ପଟ୍ଟନାୟକ | ଶ୍ରେୟନ୍ ମହାନ୍ତି |
| ମାର୍ଫତ ପ୍ରଦୋଷ ପଟ୍ଟନାୟକ | ମାର୍ଗତ – ଶୌଭିତ୍ ମହାନ୍ତି |
| ନେତାଜା ଛାତ୍ରାବାସ | ମହାରଣାର ନଗର |
| ଆଠଗଡ଼ ହାଇସ୍କଲ | ପୋ. – ତୁଳସୀପୁର |
| ପୋ. – ଆଠଗଡ଼ | ଜି. – କଟକ |
| ଜି. – କଟକ |