ନିର୍ଦ୍ଧିଷ୍ଟ ଉତ୍ତରମୂଳକ :
1. ପ୍ରତ୍ୟେକର ତିନୋଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ସିନ୍ଧୁ, ପର୍ବତ, ଆକାଶ
Ans.
| ଶବ୍ଦ | ପ୍ରତିଶବ୍ଦ |
| ସିନ୍ଧୁ | ସାଗର, ସମୁଦ୍ର, ପାରାବାର, ଜଳଧ୍ଵ |
| ପର୍ବତ | ଅଚଳ, ପାହାଡ଼, ମହୀଧର, ଗିରି, ଶୈଳ, ଭୂଧର |
| ଆକାଶ | ଅମ୍ବର, ଗଗନ, ବ୍ୟୋମ |
2. ନିମ୍ନଲିଖତ ଶବ୍ଦମାନଙ୍କର ଗଦ୍ୟରୂପ ଲେଖ ।
ପ୍ରାପତି, ଜନମି, ଦଇବ
Ans.
ପ୍ରାପତି – ପ୍ରାପ୍ତି
ଜନମି – ଜନ୍ମି
ଦଇବ – ଦୈବ
3. ନିମ୍ନଲିଖିତ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଆଶା, ନିଃଶ୍ଵାସ, ପ୍ରସନ୍ନ, ଜ୍ୟେଷ୍ଠ, ଜନ୍ମ, ପୁଣ୍ୟ, ବିରସ
Ans.
ଆଶା – ନିରାଶା
ପ୍ରସନ୍ନ – ବିଷଣ୍ଣ/ଅପ୍ରସନ୍ନ
ଜନ୍ମ – ମୃତ୍ୟୁ
ବିରସ – ହରଷ/ପ୍ରଫୁଲ୍ଲ
ନିଃଶ୍ୱାସ – ପ୍ରଶ୍ଵାସ
ଜ୍ୟେଷ୍ଠ – କନିଷ୍ଠ
ପୁଣ୍ୟ – ପାପ
4. ନିମ୍ନଲିଖ ଶବ୍ଦମାନଙ୍କୁ ନେଇ ସାର୍ଥକ ବାକ୍ୟ ରଚନା କର ।
ପିତୃବ୍ୟ, ବ୍ୟୋମ, ପ୍ରସନ୍ନ, ଅନୁଜ, ସତ୍ଵର
Ans.
ପିତୃବ୍ୟ – ପିତୃବ୍ୟଙ୍କୁ ପିତା ସମ ଭକ୍ତି ଓ ସମ୍ମାନ କରିବା ଉଚିତ ।
ବ୍ୟୋମ – ପକ୍ଷୀମାନେ ବ୍ୟୋମରେ ବିହାର କରୁଥିବାରୁ ସେମାନଙ୍କୁ ବ୍ୟୋମବାରା କୁହାଯାଏ ।
ପ୍ରସନ୍ନ – ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିବାରୁ ଶିକ୍ଷକ ରାମ ଉପରେ ପ୍ରସନ୍ନ ହେଲେ ।
ଅନୁଜ – ଶ୍ରୀରାମ ଅନୁଜ ଲକ୍ଷ୍ମଣ ଓ ପତ୍ନୀ ମାତାଙ୍କ ସହ ବନଗମନ କରିଥିଲେ ।
ସତ୍ଵର – ଗୁରୁଜନଙ୍କ ଆଦେଶ ସତ୍ୱର ପାଳନାୟ ।
5. ସନ୍ଧିବିଚ୍ଛେଦ କର ।
ବଜ୍ରାଘାତ, ପ୍ରତ୍ୟୁତ୍ତର, ନିଃଶ୍ଵାସ
Ans.
ବଜ୍ରାଘାତ = ବଜ୍ର + ଆଘାତ
ପ୍ରତ୍ୟୁତ୍ତର = ପ୍ରତି + ଉତ୍ତର
ନିଃଶ୍ଵାସ = ନିଃ + ଶ୍ଵାସ
6. ବ୍ୟାସବାକ୍ୟ ସହ ସମାସର ନାମ ଲେଖ ।
ବିଭୂତିଭୂଷଣ, ବିଂଶତିକର, ଦେବରିପୁ, ହୀନପରାକ୍ରମ
Ans.
ବିଭୂତିଭୂଷଣ – ବିଭୂତି ଯାହାର ଭୂଷଣ ସେ – ବହୁବ୍ରୀହି ସମାସ,
ବିଭୂତିରେ ଭୂଷିତ ଯେ – ଉପପଦ ତତ୍ପୁରୁଷ ସମାସ
ବିଂଶତିକର – ବିଂଶତି କର ଯାହାର ସେ – ବହୁ ବ୍ରାହି ସମାସ
ବିଂଶ କର ଯାହାର – ଉପପଦ ତତ୍ପୁରୁଷ ସମାସ
ଦେବରିପୁ – ଦେବତାମାନଙ୍କର ରିପୁ – ଷଷ୍ଠୀ ତପୁରୁଷ ସମାସ
ହୀନପରାକ୍ରମ – ହୀନ ଅଟେ ପରିକ୍ରମ – ମଧ୍ୟପଦ ଲୋପା କମ୍ପଧାରୟ ସମାସ
7. କେଁ କେଁ ଭଳି ଆଉ ପାଞ୍ଚଗୋଟି ଧ୍ଵନ୍ୟାତ୍ମକ ଯୁଗ୍ମ ଶବ୍ଦ ଲେଖ ।
Ans.
ପେଁ ପେଁ, ମେଁ ମେଁ, ହେଁ ହେଁ, ମେଁ ମେଁ, ଚେଁ ଚେଁ
କ୍ଷୁଦ୍ର ଉତ୍ତରମୂଳକ
8. ସିନ୍ଧୁକୁ ପୋତିବାପାଇଁ ରାମଚନ୍ଦ୍ର କାହିଁକି ସ୍ଥିର କଲେ ?
Ans.
ଲଙ୍କାଗଡ଼ରୁ ସୀତାଙ୍କୁ ଉଦ୍ଧାର କରିବା ନିମନ୍ତେ ସମୁଦ୍ର ଅତିକ୍ରମ କରିବା ଆବଶ୍ୟକ ଥିବାରୁ ରାମଚନ୍ଦ୍ର ସିନ୍ଧୁକୁ ପୋତିବାପାଇଁ ସ୍ଥିର କଲେ ।
9. କବିତାରେ ରାଘବ ଶବ୍ଦଟି କାହା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି ?
Ans.
କବିତାରେ ରାଘବ ଶବ୍ଦଟି ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି ।
10. ବରୁଣଙ୍କୁ ପ୍ରସନ୍ନ କରିବାପାଇଁ ରାମଚନ୍ଦ୍ର କ’ଣ କଲେ ?
Ans.
ବରୁଣଙ୍କୁ ପ୍ରସନ୍ନ କରିବାପାଇଁ ରାମଚନ୍ଦ୍ର ଅନାହାରରେ ରହିଲେ ଓ କୁଶଶଯ୍ୟାରେ ଶୟନ କଲେ ।
11. ରାବଣ ଶୁକ, ସାରଣଙ୍କ ମାଧ୍ୟମରେ ବିଭୀଷଣଙ୍କ ପାଖକୁ କି ବାର୍ତ୍ତା ପଠାଇଲେ ?
Ans.
ରାବଣ ଶୁକ, ସାରଣ ମନ୍ତ୍ରୀଦ୍ଵୟଙ୍କ ମାଧ୍ୟମରେ ବିଭୀଷଣଙ୍କ ନିକଟକୁ ବାର୍ତ୍ତା ଦେଇ କହିଥିଲେ ଯେ ଯେହେତୁ ଜ୍ୟେଷ୍ଠଭ୍ରାତା ପିତୃତୁଲ୍ୟ ଅଟନ୍ତି; ତେଣୁ ସେ ଯଦିବା କ୍ରୋଧବଶତଃ ତାଙ୍କ ପ୍ରତି କିଛି କଟୁଭାଷା ପ୍ରୟୋଗ କରିଛନ୍ତି ତାହା ଧର୍ତ୍ତବ୍ୟ ନୁହେଁ ବା ସେହି ଉକ୍ତିକୁ ତିକ୍ତତୁଲ୍ୟ ମନେକରିବା ଉଚିତ ନୁହେଁ ।
12. ଅଙ୍ଗଦ ନିକଟକୁ ରାବଣ କି ସନ୍ଦେଶ ପ୍ରେରଣ କଲେ ?
Ans.
ଅଙ୍ଗଦ ପ୍ରତି ରାବଣଙ୍କ ବାର୍ତ୍ତା ଥୁଲା ଯେ ପିତାଙ୍କ ଶତ୍ରୁକୁ ଭକ୍ତି କଲେ କଦାପି ପୁଣ୍ୟାର୍ଜନ ହୁଏ ନାହିଁ । ତେଣୁ ପତୃବ୍ୟ ସୁଗ୍ରୀବଙ୍କ ସହ ବିବାଦ ରଚନା କରି ସେ ତୁରନ୍ତ ସୈନ୍ୟ ପ୍ରତ୍ୟାହାରପୂର୍ବକ ସେମାନଙ୍କ ସଙ୍ଗ ତ୍ୟାଗ କରନ୍ତୁ ।
13. ରାବଣର ବାର୍ତ୍ତା ନେଇ ଅଙ୍ଗଦ ନିକଟକୁ କିଏ ଆସିଥିଲେ ?
Ans.
ରାବଣର ବାର୍ତ୍ତା ନେଇ ଅଙ୍ଗଦ ନିକଟକୁ ରାବଣଙ୍କର ଦୁଇଜଣ ମନ୍ତ୍ରୀ ଶୁକ ଓ ସାରଣ ଆସିଥିଲେ ।
14. ରାବଣର ବାର୍ତ୍ତା ଶୁଣି ଅଙ୍ଗଦ କି ପ୍ରତିକ୍ରିୟା ପ୍ରକାଶ କଲେ ?
Ans.
ରାବଣର ବାର୍ତ୍ତା ଶ୍ରବଣ ମାତ୍ରକେ ଅଙ୍ଗଦ ଭୀଷଣ ଉତ୍ତେଜିତ ହୋଇପଡ଼ିଥିଲେ । କ୍ରୋଧରେ ଶୂନ୍ୟକୁ ବଜ୍ର ସମ ପ୍ରତ୍ୟାବର୍ତ୍ତନ କରିଥିଲେ ।
15. ମନ୍ତ୍ରୀଦ୍ୱୟ ରାବଣ ନିକଟରେ କି ଉକ୍ତି ପ୍ରକାଶ କଲେ ?
Ans.
ମନ୍ତ୍ରୀଦ୍ଵୟ ବିଭାଷଣଙ୍କୁ ପ୍ରଦାନ କରିଥିବା ବାର୍ତ୍ତାର ପ୍ରତ୍ୟୁତ୍ତର ଏବଂ ବାର୍ତ୍ତା ଶ୍ରବଣରେ ଅଙ୍ଗନାଙ୍କ ପ୍ରତିକ୍ରୟା ସମ୍ପର୍କିତ ଉକ୍ତି ପ୍ରକାଶ କରିଥିଲେ। ବିଭୀଷଣଙ୍କ ଲଙ୍କାପତିଙ୍କ ବାର୍ତ୍ତାର ପ୍ରତ୍ୟୁତ୍ତର ଥିଲା ଯଦି ଜ୍ୟେଷ୍ଠଭ୍ରାତା ଦେବୀ ସୀତାଙ୍କୁ ସସମ୍ମାନେ ରାମଚନ୍ଦ୍ରଙ୍କୁ ନିଃସର୍ଭ ସମର୍ପଣ କରନ୍ତି ତେବେ ସେ ଲଙ୍କାପୁରୀକୁ ପ୍ରତ୍ୟାବର୍ତ୍ତନ କରିବେ ।
16. ଅଙ୍ଗଦଙ୍କ ଶକ୍ତ ଚାପୁଡ଼ା ପ୍ରହାରରେ ମନ୍ତ୍ରୀଦ୍ଵୟଙ୍କର କି ଅବସ୍ଥା ହୋଇଥାନ୍ତା ?
Ans.
ଅଙ୍ଗଦଙ୍କ ଶୂନ୍ୟରେ ଚାପୁଡ଼ା ପ୍ରହାର ଏପରି ଶକ୍ତିଶାଳୀ ଥିଲା ଯେ ବିଶାଳ ବିନ୍ଧ୍ୟ ପର୍ବତ ସେହି ଆଘାତରେ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଇଥାଆନ୍ତା ଅଥବା ପାତାଳଗାମି ହୋଇଯାଇଥାଆନ୍ତା ଯାହା ନିଶ୍ଚିତଭାବେ ମନ୍ତ୍ରଦ୍ୱୟଙ୍କର ପ୍ରାଣଘାତକ ହୋଇଥାଆନ୍ତା । କେବଳ ଧର୍ମ ବଳରୁ ସେହି ଆଘାତରୁ ସେମାନେ ପ୍ରାଣ ବଞ୍ଚାଇବାରେ ସମର୍ଥ ହେଲେ ବୋଲି ମନ୍ତ୍ରୀଦ୍ଵୟ କହିଥିଲେ।
17. ଶ୍ରୀରାମଙ୍କ ସୈନ୍ୟ ସଂଖ୍ୟା କେତେ ବୋଲି ମନ୍ତ୍ରୀଦ୍ଵୟ କଳନା କଲେ ?
Ans.
ସମୁଦ୍ରର ଜଳରାଶିରେ ସୃଷ୍ଟ ତଥା ପରିଦୃଷ୍ଟ ଶଙ୍ଖମାନଙ୍କ ସଂଖ୍ୟା ଯେତେ ଶ୍ରୀରାମଙ୍କ ସୈନ୍ୟସଂଖ୍ୟା ସେତେ ଶଙ୍ଖଠାରୁ ଅଧିକ ବା ଅଗଣିତ ବୋଲି ମନ୍ତ୍ରୀଦ୍ୱୟ କଳନା କଲେ ।
18. ସମୁଦ୍ର ତରିବା ନିମନ୍ତେ ରାଘବ କ’ଣ ପାଞ୍ଚିଥିଲେ ?
Ans.
ସମୁଦ୍ର ଲଙ୍ଘନ ନିମନ୍ତେ ସେତୁ ସ୍ଥାପନ ପାଇଁ ରାଘବ ବରୁଣ ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ଉଚିତ ମନେ କରି ତାଙ୍କ ପ୍ରୀତ୍ୟର୍ଥେ ଅନାହାର ରହିବା ସହ କୁଶଶଯ୍ୟାରେ ଶୟନ କରିବେ ବୋଲି ପାଞ୍ଚିଥିଲେ ।
ସପ୍ରସଙ୍ଗ ସରଳାର୍ଥ
19. ବିସ୍ମଇ ନିଃଶ୍ୱାସ ତେଜି ବରୁଣ ପ୍ରସନ୍ନେ
ବିନାଶନରେ ଶୟନ ସେ ଦର୍ଭଶୟନେ ଯେ ।
Ans.
ବିସ୍ମଇ ନିଶ୍ଵାସ ………………….ଦର୍ଭଶୟନେ ଯେ
ପ୍ରଦତ୍ତ ପଦ୍ୟାଂଶଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାଳଜୟୀ କାବ୍ୟ ବୈଦେହୀଶ ବିଳାସ କାବ୍ୟର ଚତ୍ୱାରିଂଶତମ ଛାନ୍ଦର ପ୍ରଥମାଂଶ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ଶ୍ରୀରାମଙ୍କ ଲଙ୍କାଭିଯାନ ନିମନ୍ତେ ଆୟୋଜିତ ସମୁଦ୍ରରେ ସେତୁ ନିର୍ମାଣର ସଫଳତା ନିମନ୍ତେ ଆଚରିତ ସାତ୍ତ୍ଵିକ ନିଷ୍ଠା ଉପରେ ଆଲୋକପାତ କରିଛନ୍ତି ।
ସେତୁ ନିର୍ମାଣ ପାଇଁ ଅମାପ ବଳଶାଳୀ ବାନର ସୈନ୍ୟମାନେ ସମୁଦ୍ରରେ ବିଶାଳ ଗିରିଖଣ୍ଡମାନ ନିକ୍ଷେପ କରିବାକୁ ଲାଗିଲେ । ମାତ୍ର ସେ ସମସ୍ତ ଅତଳ ଜଳଧୂ ଗର୍ଭରେ ବିଲୀନ ହେବାକୁ ଲାଗିଲା । କେବଳ ଫି ଫି କାର ଶବ୍ଦ ବ୍ୟତୀତ ସାମାନ୍ୟ ବୁଦ୍ବୁଦ ମଧ୍ୟ ପରିଦୃଷ୍ଟ ହେଲାନାହିଁ । ସାଗର ଜଳର ଏତାଦୃଶ ଆଚରଣ ଶ୍ରୀରାମଙ୍କୁ ବିସ୍ମିତ କଲା । କାର୍ଯ୍ୟାରମ୍ଭରେ କୌଣସି ତ୍ରୁଟି ବିଚ୍ୟୁତି ରହିଥିବା ସନ୍ଦେହ କରି ରାମଚନ୍ଦ୍ରଙ୍କ ମନ ଆନ୍ଦୋଳିତ ହେବାକୁ ଲାଗିଲା । ତାଙ୍କର ହୃଦ୍ବୋଧ ହେଲା ଯେ ବରୁଣ ଦେବଙ୍କ ସହାୟତା ବିନା ସମୁଦ୍ରରେ ସେତୁ ନିର୍ମାଣ ଅସମ୍ଭବ । ତେଣୁ ଜଳଦେବତାଙ୍କୁ ସନ୍ତୁଷ୍ଟ କରିବାପାଇଁ ସେ ଆହାର ତ୍ୟାଗ କରି ଅନଶନରେ ରହିଲେ ଏବଂ କୋମଳ ଶଯ୍ୟା ପରିବର୍ତ୍ତେ କର୍କଶ କୁଶଶଯ୍ୟାରେ ଶୟନ କରି ବରୁଣ ଦେବଙ୍କ ଅନୁଗ୍ରହ କାମନା କଲେ । କୌଣସି ଗୁରୁତ୍ୱପୂର୍ଣ୍ଣ ଶୁଭକର୍ମ ଆରମ୍ଭ କରିବା ପୂର୍ବରୁ ଦୈବୀକୃପା କାମନା କରିବା ଯେ ଆବଶ୍ୟକ ଏହା ନରଦେହୀ ଭଗବାନ୍ ଶ୍ରୀରାମ ହୃଦୟଙ୍ଗମ କଲେ । ତେଣୁ ବରୁଣ ଦେବଙ୍କ ପ୍ରତ୍ୟର୍ଥେ ସେ ଉପବାସ ତଥା କୁଶଶଯ୍ୟାରେ ଶୟନ ପାଇଁ ନିଷ୍ପତ୍ତି ନେଲେ ।
20. ବିଭୂତିକି ଭୁଞ୍ଜୁଥିଲୁ ବିଭୂତିଭୂଷଣେ
ବଡ଼କୁଳେ ଜନମି ଶରଣ କି କାରଣେ ଯେ ?
Ans.
ବିଭୂତିକି ଭୁଞ୍ଜୁଥିଲୁ…………………. କି କାରଣେ ଯେ
ପ୍ରଦତ୍ତ ପଦ୍ୟାଂଶଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାଳଜୟୀ କାବ୍ୟ ବୈଦେହୀଶ ବିଳାସ କାବ୍ୟର ଚତ୍ୱାରିଂଶତମ ଛାନ୍ଦର ପ୍ରଥମାଂଶ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ଅନୁଜ ବିଭୀଷଣଙ୍କ ପ୍ରତି ଜ୍ୟେଷ୍ଠ ଦଶାନନଙ୍କ ପ୍ରେରିତ ବାର୍ତ୍ତା ଉପରେ ଆଲୋକପାତ କରିଛନ୍ତି ।
ବିଭୀଷଣ ଜ୍ୟେଷ୍ଠଭ୍ରାତା ଦଶାନନର ଭତ୍ସନା ଓ କଟୁବାଣୀ ସହ୍ୟ କରି ନପାରି ଲଙ୍କା ତ୍ୟାଗପୂର୍ବକ ଶ୍ରୀରାମଙ୍କ ଶରଣାପନ୍ନ ହୋଇଥିଲେ । କାଳେ ସେ ଶତ୍ରୁ ସମ୍ମୁଖରେ ଗୁପ୍ତ ତଥ୍ୟ ପ୍ରକାଶ କରିଦେବେ, ଏହି ଭୟରେ ରାବଣ ତା’ର ପ୍ରମୁଖ ମନ୍ତ୍ରୀ ଶୁକ ଓ ସାରଣଙ୍କୁ ଦୂତରୂପେ ଶ୍ରୀରାମଙ୍କ ଶିବିରକୁ ପଠାଇ ସେମାନଙ୍କ ମାଧ୍ୟମରେ ବିଭୀଷଣଙ୍କ ପ୍ରତି ବାର୍ତ୍ତା ପ୍ରେରଣ କରିଥିଲା । ବିଭୀଷଣଙ୍କ ପ୍ରତି ପ୍ରଦତ୍ତ ବାର୍ତ୍ତାରେ ସେ କହିଥିଲା ଯେ ଜ୍ୟେଷ୍ଠଭ୍ରାତା ପିତୃତୁଲ୍ୟ ସମ୍ମାନାସ୍ପଦ ଅଟନ୍ତି । କ୍ରୋଧବଶତଃ ସେ ଯଦିବା କିଛି କଟୁ କଥା କହିଛନ୍ତି ତଥାପି ଜଣେ ସାମାନ୍ୟ ତପାଚାରୀଠାରେ ନିଜକୁ ସମର୍ପଣ କରି ତା’ର ଶରଣପ୍ରାର୍ଥୀ ହେବା ଅପମାନଜନକ । ଏଣୁ ଲଙ୍କାନଗରୀକୁ ପ୍ରତ୍ୟାବର୍ତ୍ତନ କରିବା ତାଙ୍କ ପକ୍ଷେ ଶ୍ରେୟସ୍କର ହେବ ବୋଲି ଦଶାନନ କନିଷ୍ଠଭ୍ରାତା ବିଭୀଷଣଙ୍କୁ ବାର୍ତ୍ତା ମାଧ୍ୟମରେ ଶତ୍ରୁ ଶିବିରରୁ ପୃଥକ୍ କରିବାକୁ ଚେଷ୍ଟା କରିଥିଲା ।
21. ବାଜିଥିଲେ ଚୂର୍ଣ ବା ପାତାଳେ ଭଜିଥିବ
ବିନ୍ଧ୍ୟ ଭାନୁ ତୋଷି ହେଲେ ବଞ୍ଚାଇ ଦଇବ ଯେ
Ans.
ବାଜିଥିଲେ ଚୂର୍ଣ …………. ବଞ୍ଚାଇ ଦଇବ ଯେ ।
ପ୍ରଦତ୍ତ ପଦ୍ୟାଂଶଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ‘ବୈଦେହୀଶ ବିଳାସ’ କାବ୍ୟର ଚତ୍ୱାରିଂଶତମ ଛାନ୍ଦ ଅନ୍ତର୍ଗତ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ ଶିର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ଉତ୍କ୍ଷିପ୍ତ ଅଙ୍ଗଦଙ୍କ କ୍ରୋଧଯୁକ୍ତ ବଜ୍ରସମ ସଶକ୍ତ ଚାପୁଡ଼ା ପ୍ରହାରର ଭୟଙ୍କରିତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।
ଲଙ୍କପତି ଦଶାନନଙ୍କ ଦ୍ୱ।ରା ପ୍ରେରିତ ଶୁକ ଓ ସାରଣ ମନ୍ତ୍ରୀଦ୍ଵୟ ସାଗର ତଟଦେଶସ୍ଥ ଶ୍ରୀରାମଙ୍କ ଶିବିରରେ ଉପସ୍ଥିତ ହୋଇ ପ୍ରଥମେ ବିଭାଷଶଙ୍କୁ ଜ୍ୟେଷ୍ଠଭ୍ରତା ଲଙ୍କାଧିଶ ରାବଣଙ୍କ ବାର୍ତ୍ତା ପ୍ରଦାନ କଲେ । ତତ୍ ପରେ କିସ୍କିନ୍ଧ୍ୟା ଯୁବରାଜ ଅଙ୍ଗଦଙ୍କୁ ରାଜାଙ୍କ ନିର୍ଦ୍ଦେଶାନୁସାରେ ବାର୍ତ୍ତା ଦେଇ କହିଥିଲେ ଯେ, ପିତା ଶତ୍ରୁ ନିକଟରେ ଆନୁଗତ୍ୟ ପ୍ରକାଶ କରି ତାଙ୍କ ନିକଟରେ ଶରଣାପନ୍ନ ହୋଇ ରହିବାରେ କଦାପି ପୁଣ୍ୟାର୍ଜନ ହୁଏ ନାହିଁ । ଏହି ବାର୍ତ୍ତା ଶ୍ରବଣ କଲାମାତ୍ରେ ଅଙ୍ଗଦ କ୍ରୋଧଜର୍ଜରିତ ହୋଇ ଶୂନ୍ୟକୁ ଏପରି ଏକ ସଶକ୍ତ ଚାପୁଡ଼ା ପ୍ରହାର କଲେ ଯାହା ବିଶାଳ ବିନ୍ଧ୍ୟ ପର୍ବତରେ ବାଜିଥିଲେ ତାହାକୁ ଚୂର୍ଣ୍ଣବିଚୂର୍ଣ୍ଣ କରିଦେଇ ଥାଆନ୍ତା ଅଥବା ଆଘାତର ତିବ୍ରତାରେ ତାହା ରସାତଳଗାମି ହୋଇଥାନ୍ତା ସୂର୍ଯ୍ୟଙ୍କ ଗତିପଥରେ ଅନ୍ତରାୟ ସୃଷ୍ଟି କରୁଥିବ ପର୍ବତ ପାତାଳଗାମୀ ହୋଇଥିଲେ ଭାନୁଦେବ ନିଜ ପଥର ପ୍ରତିବନ୍ଧକ ଦୂର ହେଲା ବୋଲି ହୁଏତ ଆନନ୍ଦିତ ହୋଇଥାଆନ୍ତେ । ମନ୍ତ୍ରୀଦ୍ୱୟ ଏହି ଉକ୍ତିରୁ ଅଙ୍ଗଦଙ୍କ ଶକ୍ତିର ଦୃଢ଼ତା ସହଜରେ ଅନୁମିତ ହୁଏ ।
ଦୀର୍ଘ ଉତ୍ତରମୂଳକ:
22. ଲଙ୍କାଯାତ୍ରା ନିମନ୍ତେ ରାଘବଙ୍କ ପ୍ରୟାସ ବର୍ଣ୍ଣନା କର ।
Ans.
ଉତ୍କଳ ସାହିତ୍ୟର ମଧ୍ୟଯୁଗ ବା. ଛନ୍ଦଯୁଗ ବା ରୀତିଯୁଗର ସମୃଦ୍ଧ ସାରସ୍ଵତ ସୃଷ୍ଟି ଯେଉଁ ବାଣୀସାଧକମାନଙ୍କର ସାଧନାରେ ରସସିକ୍ତ ହୋଇଛି ସେହି ସାରସ୍ଵତ ସାଧକଗଣଙ୍କ ମଧ୍ୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଅନ୍ୟତମ । ଶାବ୍ଦିକ ବୈଶିଷ୍ଟ୍ୟ, ଆଳଙ୍କାରିକ ମାଧୁର୍ଯ୍ୟ, ଛନ୍ଦୋବଦ୍ଧ ଶୈଳୀର ନୈପୁଣ୍ୟ ତଥା ବୌଦ୍ଧିକ ଚେତନାର ଗାମ୍ଭୀର୍ଯ୍ୟପୂର୍ଣ୍ଣ ସୃଷ୍ଟି ନିଞ୍ଚୟ ସେହି ପ୍ରଚଣ୍ଡ ପ୍ରତିଭାଦୀପ୍ତ ସାଧକଶ୍ରେଷ୍ଠଙ୍କର ଅନନ୍ୟ କୃତିର ଅଭିବ୍ୟକ୍ତି ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’, ‘ରସିକ ହାରାବଳୀ’, ‘ପ୍ରେମ ସୁଧାନିଧି’, ‘ଲାବଣ୍ୟବତୀ’, ‘ବୈଦେହୀଶ ବିଳାସ’ ଭଳି କାବ୍ୟସମୂହ ଏହି ଯୁଗାନ୍ତକାରୀ ସ୍ରଷ୍ଟାଙ୍କର ଅନୁପମ ପ୍ରତିଭାର ନିଦର୍ଶନ। କବିଙ୍କର ସର୍ବଶ୍ରେଷ୍ଟ କାବ୍ୟ ‘ବୈଦେହାଶ ବିଳାସ’ ର ଚତ୍ୱାରିଂଶତମ ଛାନ୍ଦର ପ୍ରଥମାଂଶ ‘ରାଘବଙ୍କ ଲଙ୍କା ଯାତ୍ରାନୁକୁଳ’ ଶାର୍ଷିକ କବିତା ଟିରେ କରି ସମ୍ରାଟ ଶ୍ରୀରାମଚନ୍ଦ୍ରଙ୍କ ଲଙ୍କା ଅଭିଯାନ ନିମନ୍ତେ ସମୁଦ୍ରରେ ସେତୁ ନିର୍ମାଣର ଶୁଭାରମ୍ଭ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି।
ମାତା ଜାନକୀ ଦଶାନନର ଲଙ୍କାପୁରୀରେ ଅବସ୍ଥାନ କରୁଥିବା ଅବଗତ ହେଲାପରେ ଶ୍ରୀରାମଚନ୍ଦ୍ର ମର୍କଟ ଓ ଭଲ୍ଲୁକ ସୈନ୍ୟଙ୍କ ସହ ଲଙ୍କାଭିଯାନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଅଭିଯାନର ପ୍ରଥମ ପ୍ରତିବନ୍ଧକ ସମୁଦ୍ର ଲଂଘନ ପାଇଁ ସେ ହନୁମାନ, ସୁଗ୍ରୀବ, ଅଙ୍ଗଦ, ଜାମ୍ବବାନ ଓ ବିଭୀଷଣଙ୍କ ସହ ମନ୍ତ୍ରଣା କରି ସେତୁବନ୍ଧ ନିର୍ମାଣ ଅବଶ୍ୟମ୍ଭାବୀ ବୋଲି ଅନୁଭବ କରିଛନ୍ତି । ସାଗର-ସେତୁ ନିର୍ମାଣ ଯୋଜନାରେ ବାନର ଓ ଭଲ୍ଲୁକ ସୈନ୍ୟମାନଙ୍କ ଗଭୀର ଉତ୍ସାହ ଲକ୍ଷ୍ୟକରି ରାଘବ କାର୍ଯ୍ୟାରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଦେଶ ପ୍ରାପ୍ତି ମାତ୍ରେ ହନୁମାନଙ୍କ ନେତୃତ୍ୱରେ କପି ସୈନ୍ୟମାନେ ବିଶାଳ ପର୍ବତ ଖଣ୍ଡମାନ ସମୁଦ୍ର ମଧ୍ୟକୁ ନିକ୍ଷେପ କରିଛନ୍ତି; କିନ୍ତୁ ପ୍ରକାଣ୍ଡ ଗିରିଖଣ୍ଡମାନ ଗଭୀର ଜଳରେ ପତିତ ହେବାମାତ୍ରେ ଅତଳ ଜଳଧି ଗର୍ଭରେ ବିଲୀନ ହେବାପରି ପ୍ରତୀୟମାନ ହୋଇଛି । ସାଧାରଣତଃ ଜଳରେ କୌଣସି ବସ୍ତୁ ପଡ଼ିବାମାତ୍ରେ ବୁଦ୍ବୁଦ ଉତ୍ପନ୍ନ ହୋଇଥାଏ । ମାତ୍ର ପର୍ବତ ପରି ବିଶାଳ ଶିଳାଖଣ୍ଡମାନ ସମୁଦ୍ର ଜଳରେ ବୁଡ଼ିଲା ପରେ ସାମାନ୍ୟ ବୁଦ୍ବୁଦ ମଧ୍ୟ ସୃଷ୍ଟି ହୋଇନାହିଁ । କେବଳ ଜଳ ମଧ୍ୟରୁ ‘ଫି ଫି’ କାର ଶବ୍ଦ ମାତ୍ର ନିର୍ଗତ ହୋଇଛି । କବି ସମ୍ରାଟଙ୍କ ଭାଷାରେ-
‘ବୁଡ଼ିଗଲା ପକାଇଲେ କପି ଯେତେ ଗିରି
ବୁଦ୍ବୁଦ ନ ଦିଶେ ଜଳ ଫି ଫି କୃତ କରି ଯେ ।’’
ସମୁଦ୍ର ଜଳର ଏପରି ଆଚରଣ ରାଘବଙ୍କୁ ବିସ୍ମିତ କରିଛି। କାର୍ଯ୍ୟାରମ୍ଭରେ ହୁଏତ କୌଣସି ତ୍ରୁଟିବିଚ୍ୟୁତି ହେତୁ ଏପରି ଅଘଟଣ ସୃଷ୍ଟି ହେଲା ବୋଲି ତାଙ୍କ ମନରେ ସଂଶୟ ଜାତ ହୋଇଛି । ସେତୁ ନିର୍ମାଣ ଭିନ୍ନ ଲଙ୍କାଗଡ଼କୁ ପ୍ରବେଶ କରିବାପାଇଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ଅସମ୍ଭବ, କାରଣ ଲଙ୍କାଗଡ଼ର ଚତୁର୍ଦ୍ଦିଗ ସାଗର ପରିବେଷ୍ଟିତ। ଶତ୍ରୁ ଆକ୍ରମଣରୁ ସୁରକ୍ଷିତ ରଖିବାପାଇଁ ଦଶାନନ ହୁଏତ ଏପରି ଏକ ସ୍ଥାନକୁ ନିଜ ରାଜ୍ୟଭାବେ ନିର୍ବାଚନ କରିଛି। ଏତଦ୍ଭିନ୍ନ ସମୁଦ୍ରରେ ସେତୁ ନିର୍ମାଣ ନହେଲେ ମାତା ଜାନକୀଙ୍କୁ ଉଦ୍ଧାର କରିବା କଦାପି ସମ୍ଭବ ନୁହେଁ । ଲଙ୍କାଭିଯାନର ପ୍ରାରମ୍ଭିକ ପର୍ଯ୍ୟାୟରେ ବିଘ୍ନ ସୃଷ୍ଟି ହେବାର କାରଣ ଅନୁଧ୍ୟାନ କରିଛନ୍ତି ଶ୍ରୀରାମ। ରାଘବ ଅନୁଭବ କରିଛନ୍ତି ଯେ ହୁଏତ ବରୁଣଦେବଙ୍କ ଅନୁମତି ବିନା ସେତୁବନ୍ଧ କାର୍ଯ୍ୟାରମ୍ଭ କରିବା ତାଙ୍କ ପକ୍ଷେ ଏକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଥିଲା । ବରୁଣ ଦେବତାଙ୍କ ସହାୟତା ବିନା ସେହି ନିର୍ମାଣକାର୍ଯ୍ୟ କଦାପି ସମ୍ଭବ ନୁହେଁ ବୋଲି ତାଙ୍କର ହୃଦ୍ବୋଧ ହୋଇଛି । ଜଳ ଦେବତାଙ୍କୁ ପ୍ରସନ୍ନ କରିବାପାଇଁ ସେ ପାନାହାର ପରିତ୍ୟାଗ ପୂର୍ବକ ଅନଶନ କରିଛନ୍ତି ଏବଂ ସୁଖଶଯ୍ୟା ପରିହାର କରି ଶୟନ ନିମିତ୍ତ କୁଶଶଯ୍ୟାକୁ ଆଦରି ନେଇଛନ୍ତି । କବିଙ୍କ ଭାଷାରେ-
“ବିସୃଚ୍ଚ ନିଶ୍ୱାସ ତେଜି ବରୁଣ ପ୍ରସନ୍ନେ
ବିନାଶନରେ ଶୟନ ସେ ଗର୍ଭଶୟ ନେ ଯୋ”
ମର୍ଯ୍ୟାଦା ପୁରୁଷୋତ୍ତମ ନରଦେହୀ ନାରାୟଣଙ୍କ ମନରେ ପ୍ରତ୍ୟୟ ସୃଷ୍ଟି ହୋଇଛି ଯେ ସେତୁ ନିର୍ମାଣ ପରି ଏକ ମହାନ୍ କାର୍ଯ୍ୟର ଶୁଭାରମ୍ଭ ପୂର୍ବରୁ ଯାହାକିଛି ପ୍ରାଥମିକ ଭଗବତ୍ କ୍ରିୟା ସଂପାଦନ କରାଯିବା ବିଧେୟ ସେଥିରେ ସେ ଅବଶ୍ୟ ତ୍ରୁଟି କରିଛନ୍ତି । କେବଳ ସେଇଥିପାଇଁ ସମୁଦ୍ର ଜଳ ଅଦ୍ଭୁତ ଆଚରଣ ପ୍ରଦର୍ଶନ କରିଛି । ତ୍ରୁଟି ସଂଶୋଧନ ପୂର୍ବକ ପ୍ରାୟଶ୍ଚିତ୍ତ ସ୍ଵରୂପ ବରୁଣଦେବଙ୍କୁ ପ୍ରସନ୍ନ କରିବାପାଇଁ ତାଙ୍କୁ ଅବଶ୍ୟ ଶାରୀରିକ କ୍ଳେଶ ସହ୍ୟ କରିବା ତଥା ଅନଶନରେ ରହି ଅନୁମତି ପ୍ରାପ୍ତି ନିମିତ୍ତ ପ୍ରାର୍ଥନା କରିବାକୁ ହେବ । ଏହା ଅନୁଭବ କରି ଶୁଦ୍ଧପୂତଭାବେ ଦୈହିକ କଷ୍ଟ ସ୍ୱୀକାର କରି ଜଳ ଦେବତାଙ୍କୁ ପ୍ରସନ୍ନ କରାଇବାପାଇଁ ପ୍ରୟାସ କରିଛନ୍ତି । ଶ୍ରୀରାମଙ୍କର ଏତାଦୃଶ ପଦକ୍ଷେପରୁ ସ୍ପଷ୍ଟ ପ୍ରତୀତ ହୁଏ ଯେ କୌଣସି ଶୁଭକର୍ମର ଶୁଭାରମ୍ଭ ପୂର୍ବରୁ ଭଗବତ୍ ଆଶିର୍ବାଦ ଅବଶ୍ୟ କରଣୀୟ ।
23. ପଠିତ କବିତାରୁ ରାବଣର କୂଟନୀତି ସମ୍ପର୍କରେ ଆଲୋଚନା କର ।
Ans.
ଉତ୍କଳ ସାହିତ୍ୟର ମଧ୍ୟଯୁଗ ବା. ଛନ୍ଦଯୁଗ ବା ରୀତିଯୁଗର ସମୃଦ୍ଧ ସାରସ୍ଵତ ସୃଷ୍ଟି ଯେଉଁ ବାଣୀସାଧକମାନଙ୍କର ସାଧନାରେ ରସସିକ୍ତ ହୋଇଛି ସେହି ସାରସ୍ଵତ ସାଧକଗଣଙ୍କ ମଧ୍ୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଅନ୍ୟତମ । ଶାବ୍ଦିକ ବୈଶିଷ୍ଟ୍ୟ, ଆଳଙ୍କାରିକ ମାଧୁର୍ଯ୍ୟ, ଛନ୍ଦୋବଦ୍ଧ ଶୈଳୀର ନୈପୁଣ୍ୟ ତଥା ବୌଦ୍ଧିକ ଚେତନାର ଗାମ୍ଭୀର୍ଯ୍ୟପୂର୍ଣ୍ଣ ସୃଷ୍ଟି ନିଞ୍ଚୟ ସେହି ପ୍ରଚଣ୍ଡ ପ୍ରତିଭାଦୀପ୍ତ ସାଧକଶ୍ରେଷ୍ଠଙ୍କର ଅନନ୍ୟ କୃତିର ଅଭିବ୍ୟକ୍ତି ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’, ‘ରସିକ ହାରାବଳୀ’, ‘ପ୍ରେମ ସୁଧାନିଧି’, ‘ଲାବଣ୍ୟବତୀ’, ‘ବୈଦେହୀଶ ବିଳାସ’ ଭଳି କାବ୍ୟସମୂହ ଏହି ଯୁଗାନ୍ତକାରୀ ସ୍ରଷ୍ଟାଙ୍କର ଅନୁପମ ପ୍ରତିଭାର ନିଦର୍ଶନ ।
କବିଙ୍କ ସର୍ବଶ୍ରେଷ୍ଠ ରାମକଥା କାବ୍ୟ ‘ବୈଦେହୀଶ ବିଳାସ’ ଅନ୍ତର୍ଗତ ଚତ୍ୱାରିଂଶ ଛାନ୍ଦରୁ ଗୃହୀତ ‘ରାଘବଙ୍କ ଲଙ୍କା ଯାତ୍ରାନୁକୂଳ ‘ଶୀର୍ଷକ କବିତାରେ କବି ଶ୍ରୀରାମଚନ୍ଦ୍ରଙ୍କ ଲଙ୍କାଭିଜାନ ନିମନ୍ତେ ସମୁଦ୍ରରେ ସେତୁ ନିର୍ମାଣର ଶୁଭାରମ୍ଭ ଦର୍ଶନରେ ଦଶାନନର କୁଟନୈତି ତଥା ବିଭାଷଣର ରାମଭକ୍ତି ଓ ଅଙ୍ଗଦର ଶକ୍ତିର ପରକାଷ୍ଠା ଦର୍ଶନରେ ଶୁକ ଓ ସାରଣ ମନ୍ତ୍ରୀଙ୍କ ଛତ୍ରଭଙ୍ଗାଦି ପ୍ରସଙ୍ଗକୁ ଶାବ୍ଦିକ ଯାଦୁ ବଳରେ ସୁଖପାଠ୍ୟ କରିଛନ୍ତି ।
ସତୀ ଜାନକୀଙ୍କ ଉଦ୍ଧାର ନିମନ୍ତେ ଲଙ୍କାଗଡ଼ ଆକ୍ରମଣ ଓ ଦଶାନନ ସହ ଯୁଦ୍ଧ ଅପରିହାର୍ଯ୍ୟ ବୋଲି ଅନୁଭବ କରି ଲଙ୍କାଭିଯାନ ନିମନ୍ତେ ସମୁଦ୍ରରେ ସେତୁ ନିର୍ମାଣର ଶୁଭାରମ୍ଭ କରିଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ।ସମୁଦ୍ରତଟରେ ସୈନ୍ୟସାମନ୍ତଙ୍କ ସହ ପ୍ରସ୍ତୁତ ହେଉଥିବା ଶ୍ରୀରାମଚନ୍ଦ୍ରଙ୍କ ସୈନ୍ୟଙ୍କ କଳନା ଓ ରଣକୌଶଳ ଅନୁଧାନ କରିବା ଉପଲକ୍ଷ୍ୟରେ ଦଶାନନ ତା’ର ଦୁଇ ପ୍ରମୁଖ ମନ୍ତ୍ରୀ ଶୁକ ଓ ସାରଣଙ୍କୁ ଦୂତ ରୂପେ ପ୍ରେରଣ କରିଛି । ଚର ପ୍ରେରଣ ପଶ୍ଚାତ୍ରେ ତା’ର ଉଦ୍ଦେଶ୍ୟ ଥିଲା ଭିନ୍ନ । ରାବଣ ଆଶଙ୍କା କରୁଥିଲା ହୁଏତ ଗୃହଭେଦୀ ବିଭୀଷଣ, ଲଙ୍କାଗଡ଼ ସମ୍ପର୍କିତ ଗୁପ୍ତତଥ୍ୟ ତଥା ରାକ୍ଷସୀ ସେନାଙ୍କ ଶକ୍ତି ସାମର୍ଥ୍ୟ ବିଷୟରେ ଶତ୍ରୁକୁ ଅବଗତ କରାଇପାରେ । ତେଣୁ ତା’ର ମନ ପରିବର୍ତ୍ତନ କରାଇ ତାକୁ ଲଙ୍କା ଫେରାଇ ଆଣିବାକୁ ସେ ମନ୍ତ୍ରୀଦ୍ୱୟଙ୍କ ଜରିଆରେ ବାର୍ତ୍ତା ପ୍ରେରଣ କରିଥିଲା । ବାସ୍ତବରେ ସେ ସେହି ବାର୍ତ୍ତା ମାଧ୍ୟମରେ ବିଭୀଷଣକୁ ଶତ୍ରୁଠାରୁ ଦୂରେଇ ଦେବାକୁ ଇଚ୍ଛା କରିଥିଲା । ସେହି ବାର୍ତ୍ତାରେ ସେ କହିଥିଲା ଯେ ଜ୍ୟେଷ୍ଠଭ୍ରାତା ପିତୃତୁଲ୍ୟ ସମ୍ମାନାସ୍ପଦ ଅଟନ୍ତି । କ୍ରୋଧ ପରବଶ ହୋଇ ଯଦିଓ ସେ କନିଷ୍ଠ ପ୍ରତି କଟୁବାକ୍ୟ ପ୍ରୟୋଗ କରିଛନ୍ତି, ତାହା କଦାପି ଧର୍ଭବ୍ୟ ନୁହେଁ । ପ୍ରତିକ୍ରିୟାଶୀଳ ହୋଇ ନିଜ ଜ୍ୟେଷ୍ଠଭ୍ରାତାଙ୍କ ସଙ୍ଗ ତ୍ୟାଗକରି ତାଙ୍କ ବିରୁଦ୍ଧରେ ଯାଇ ଶତ୍ରୁ ଶିବିରରେ ଅବସ୍ଥାନ କରିବା ଆଦୌ ସମୀଚୀନ ନୁହେଁ। ମହାପରାକ୍ରମୀ ଅଗ୍ରଜର ଶତ୍ରୁଭାବେ ବିବେଚିତ ଜଣେ ବନବାସୀଠାରେ ଶରଣାପନ୍ନ ହେବା ବୁଦ୍ଧିମତ୍ତାର କାର୍ଯ୍ୟ ନୁହେଁ । ଏତଦ୍ଭିନ୍ନ ମହାନ୍ ରାଜକୁଳରେ ଜନ୍ମଲାଭ କରି ଜଣେ ଅତି ସାଧାରଣ ବ୍ୟକ୍ତିଠାରେ ଆତ୍ମସମର୍ପଣ କରିବା, ସର୍ବୋପରି ନିଜ ସହୋଦରକୁ ବିରୋଧ କରି ଶତ୍ରୁକୁ ସାହାଯ୍ୟ କରିବା ଅନୁଚିତ ତଥା ଅବିବେକିତାର କାର୍ଯ୍ୟ । ବିଭୀଷଣଙ୍କୁ ଶତ୍ରୁ ରାମଚନ୍ଦ୍ରଙ୍କଠାରୁ ପୃଥକ୍ କରିବାପାଇଁ ଦଶାନନ ମନ୍ତ୍ରୀଦ୍ଵୟଙ୍କ ମାଧ୍ୟମରେ ଏହିପରି କୂଟନୈତିକ ବାର୍ତ୍ତା ପ୍ରେରଣ କରିଥିଲା । କବିଙ୍କ ଭାଷାରେ-
"ବିଭୂତିକି ଭୁଞ୍ଜୁଥିଲୁ ବିଭୂତିଭୂଷଣେ
ବଡ଼କୁଳେ ଜନମି ଶରଣ କି କାରଣେ ଯେ"
କେବଳ ବିଭୀଷଣ ନୁହେଁ ବାଳୀ ପୁତ୍ର ଅଙ୍ଗଦ ପ୍ରତି ଭିନ୍ନ ଏକ କୂଟନୀତିପୂର୍ଣ୍ଣ ବାର୍ତ୍ତା ପ୍ରେରଣ କରିଥିଲା ରାବଣ । ଦଶାନନ ଜାଣିଥିଲା ଯେ ରାମଚନ୍ଦ୍ର କିସ୍କିନ୍ଧ୍ୟାର ବାନର ଓ ଭଲ୍ଲୁକ ସୈନ୍ୟମାନଙ୍କ ସହାୟତାରେ ଲଙ୍କା ଆକ୍ରମଣ କରିବାକୁ ସାହସ କରିଛନ୍ତି । ତେଣୁ କିଷ୍କିନ୍ଧ୍ୟା ଯୁବରାଜ ଅଙ୍ଗଦଙ୍କୁ ଶ୍ରୀରାମଙ୍କ ବିରୋଧରେ ଉତ୍ତେଜିତ କରି ପୃଥକ୍ କରାଇପାରିଲେ ଶତ୍ରୁପକ୍ଷ ଦୁର୍ବଳ ହୋଇପଡ଼ିବ ଓ ସେ ଅକ୍ଳେଶରେ ଯୁଦ୍ଧରେ ବିଜୟଲାଭ କରିବ । ତେଣୁ ମନ୍ତ୍ରୀ ଶୁକ ଓ ସାରଣଙ୍କ ଜରିଆରେ ଅଙ୍ଗଦ ପ୍ରତି ବାର୍ତ୍ତା ଦେଇ ସେ ଜଣାଇଥିଲା ଯେ, ପିତାଙ୍କ ଶତ୍ରୁକୁ ସମର୍ଥନ କରିବା ବା ପିତାଶତ୍ରୁଠାରେ ଶରଣାପନ୍ନ ହେବାରେ ପୁଣ୍ୟାର୍ଜନ ହୁଏ ନାହିଁ ବରଂ ପିତୃହନ୍ତାକୁ ଉପଯୁକ୍ତ ଶାସ୍ତି ଦେବା ବାଞ୍ଛନୀୟ । ତେଣୁ ପିତୃବ୍ୟ ସୁଗ୍ରୀବ ସହ ବିବାଦ କରି ସେ ତୁରନ୍ତ ନିଜ ସୈନ୍ୟବଳ ସହ କିଷ୍କିନ୍ଧ୍ୟା ପ୍ରତ୍ୟାବର୍ତ୍ତନ କରିବା ହିଁ ଜଣେ ସ୍ୱାଭିମାନୀ ପୁତ୍ର ପକ୍ଷେ ସମୀଚୀନ ହେବ । କବିଙ୍କ ଭାଷାରେ-
‘‘ବୋଲ ଅଙ୍ଗଦକୁ ପିତା ଶତ୍ରୁ ଭକ୍ତି ପୁଣ୍ୟ
ବାଦ ରଚାଇ ପିତୃବ୍ୟ ବାହୁଡ଼ାଅ ସୈନ୍ୟ ଯେ।’’
କୂଟନୀତି ବିଶାରଦ ଦଶାନନ ଯେଉଁ ଦୁରଭିସନ୍ଧି ରଖି ବିଭୀଷଣ ଓ ଅଙ୍ଗଦଙ୍କ ପ୍ରତି ଚତୁର ବାର୍ତ୍ତା ପ୍ରେରଣ କରିଥିଲା, ଯେପରିଭାବେ ମାୟାମୃଗ ପ୍ରେରଣ କରିଥିଲା ଓ ଯୋଗୀ ବେଶରେ ଯାଇ ସତୀ ଜାନକୀଙ୍କୁ ହରଣ କରିଥିଲା, ତହିଁରୁ ତା’ର ବିଚକ୍ଷଣ କୂଟନୀତିର ପରିଚୟ ମିଳେ । ବାସ୍ତବିକ ରାବଣ କେବଳ ଯେ ଜଣେ ମହାପରାକ୍ରମଶାଳୀ ଶାସକ ଥିଲା ତାହା ନୁହେଁ, ରାଜନୀତିର ପ୍ରମୁଖ ଦିଗ କୂଟନୀତିରେ ତା’ର ଗଭୀର ଦକ୍ଷତା ଥିଲା ।
24. ପଠିତ କବିତା ଭିଭିରେ ସମାଜ ପ୍ରତି ଥିବା ବାର୍ତ୍ତାଗୁଡ଼ିକ ଲେଖୁ ସାନଭାଇ ନିକଟକୁ ପତ୍ର ଲେଖ ।
Ans.
ସ୍ଥାନ ....……………………
ତା ……………………….
ଶ୍ରଦ୍ଧେୟ ଦୀପୁ,
ମୋର ସ୍ନେହ ନେବୁ। ଗତକାଲି ତୋର ଚିଠି ପାଇଲି । ତୁ ପରୀକ୍ଷାରେ ଭଲ କରୁଛୁ ବୋଲି ଜାଣି ଖୁସି ଲାଗିଲା । ଏହିପରି ମନ ଦେଇ ପଢ଼ାପଢ଼ି କଲେ ତୁ ବାର୍ଷିକ ପରୀକ୍ଷାରେ ଶ୍ରେଣୀରେ ପ୍ରଥମସ୍ଥାନ ଅଧିକାର କରିବୁ । ଆଜି ତୋ ପାଖକୁ କିଛି ଗୁରୁତ୍ଵପୂର୍ଣ କର୍ତ୍ତବ୍ୟ ବିଷୟରେ ଦୁଇଧାଡ଼ି ଲେଖୁଛି । ଆମ ସାହିତ୍ୟ ବହିର ‘ରାଘବଙ୍କ ଲଙ୍କା ଯାତ୍ରାନୁକୂଳ’ କବିତାରେ କବି ଉପେନ୍ଦ୍ର ଭଞ୍ଜ ପାଠକମାନଙ୍କ ପାଇଁ କିଛି ଉପଦେଶ ଦେଇଛନ୍ତି । ଗତକାଲି ସେ ସମ୍ପର୍କରେ ଶିକ୍ଷକ ଶ୍ରେଣୀରେ ଆଲୋଚନା କରିଥିଲେ । ସମାଜରେ ଚଳିବାକୁ ହେଲେ ସେସବୁ ପ୍ରତି ଆମକୁ ସଚେତନ ରହିବାକୁ ପଡ଼ିବ ।
ଦୀପୁ, ଯେ କୌଣସି କାମ ଆରମ୍ଭ କରିବା ପୂର୍ବରୁ ଠାକୁରଙ୍କୁ ପ୍ରଣାମ କରି ଆଶୀର୍ବାଦ କାମନା କରିବା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଏପରିକି ପାଠପଢ଼ାରେ ବସିବା ପୂର୍ବରୁ ଈଶ୍ୱରଙ୍କୁ ଧ୍ୟାନ କରି ପଢ଼ା ଆରମ୍ଭ କରିବୁ । ଠାକୁରଙ୍କ ଶରଣାପନ୍ନ ହେଲେ ତାଙ୍କ ଆଶୀର୍ବାଦରୁ ସ୍ମରଣଶକ୍ତି ବୃଦ୍ଧି ହେବ ଏବଂ କଷ୍ଟକର ବୋଧ ହେଉଥିବା ପାଠକୁ ଆୟତ୍ତ କରିବାରେ କିଛି ଅସୁବିଧା ହେବ ନାହିଁ । ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବୁ ଯେ ରାମଚନ୍ଦ୍ର ସମୁଦ୍ରରେ ସେତୁ ନିର୍ମାଣ ପୂର୍ବରୁ ବରୁଣଦେବଙ୍କୁ ପ୍ରାର୍ଥନା କରିନଥିବାରୁ ବାନରସେନାଙ୍କଦ୍ୱାରା ସମୁଦ୍ରରେ ପକାଇଥିବା ପର୍ବତମାନ ବୁଡିଯିବାକୁ ଲାଗିଲା ତେଣୁ ବରୁଣ ଦେବଙ୍କୁ ସନ୍ତୁଷ୍ଟ କରିବାପାଇଁ ଅନଶନରେ ରହି ସେ କୁଶଶଯ୍ୟାରେ ଶୟନ କରିଥିଲେ ।
ଦୀପୁ ତୁ ତ ଜାଣିଥୁବୁ, ବିଭୀଷଣ ରାବଣକୁ ତ୍ୟାଗ କରି ଶ୍ରୀରାମଙ୍କ ନିକଟରେ ଶରଣ ପଶିଥିଲା ଏବଂ ଲଙ୍କା ଆକ୍ରମଣବେଳେ ରାବଣର ସମର କୌଶଳ ତଥା ଲଙ୍କାନଗରୀ ସମ୍ପର୍କିତ ଗୁପ୍ତ ତଥ୍ୟ ରାମଚନ୍ଦ୍ରଙ୍କୁ ଜଣାଇଥିଲା । ସେଥିପାଇଁ ତାକୁ ଗୃହଭେଦୀ ବିଭୀଷଣ ବୋଲି କୁହାଯାଏ । ଏକଥା ଅବଶ୍ୟ ସତ୍ୟ ଯେ ଘର ଓ ପରିବାର ସମ୍ପର୍କିତ ଗୁପ୍ତ କଥା ଅନ୍ୟ ଆଗରେ ପ୍ରକାଶ କରିବା କଦାପି ଉଚିତ ନୁହେଁ । ପରିବାରରେ ରହିଲେ ଗୁରୁ ଗୁରୁଜନମାନେ ଯଦିବା କେବେ କ୍ରୋଧବଶତଃ କିଛି କଟୁକଥା କହିଦିଅନ୍ତି, ସେଥିରେ ଗୁରୁତ୍ଵ ଦେଇ ପ୍ରତିକ୍ରିୟା ପ୍ରକାଶ କରିବା ଆଦୌ ଉଚିତ ନୁହେଁ । ନଚେତ୍ ଖଳଲୋକମାନେ ଗୃହଶାନ୍ତି ନଷ୍ଟ କରିବାକୁ ସୁଯୋଗ ପାଇବେ । ତେଣୁ ବାପା, ଦାଦା ବା ଅନ୍ୟ ଗୁରୁଜନ ଯଦି କେବେ କିଛି ମନକୁ ବାଧିବା ଭଳି କଥା କୁହନ୍ତି, ତେବେ ସେ କଥାକୁ ଗୁରୁତ୍ଵ ନଦେଇ ସେମାନଙ୍କଠାରେ ଭକ୍ତି ରଖିବୁ ।
ଶେଷରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ପଦେ ଲେଖୁଛି । ଈଶ୍ୱରଙ୍କ ଆଶୀର୍ବାଦ ବିନା ମଣିଷ କଦାପି କୌଣସି କାର୍ଯ୍ୟରେ ସଫଳତା ଲାଭ କରିପାରିବ ନାହିଁ । ଆମ ବାପା, ମାଆ ଆମ ପାଇଁ ଜୀବନ୍ତ ଦେବତା ପରି । ତେଣୁ ତାଙ୍କ କଥା ମାନି ଚଳୁଥିବୁ । ବାପା, ବୋଉଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇ ରହୁଛି ।
|| ଇତି ||
ତୋର ସ୍ନେହର ଭାଇ
ଠିକଣା
| ପ୍ରେରକ | ପ୍ରାପ୍ତେଷୁ |
| ନାମ - | ନାମ - |
| ମାର୍ଫତ – |
| ଗ୍ରା - | ଗ୍ରା – |
| ପୋ – | ପୋ – |
| ଜ଼ି – | ଜି. – |
| ପିନ୍ – | ପିନ୍ – |