ନିର୍ଦ୍ଧିଷ୍ଟ ଉତ୍ତରମୂଳକ :
1. ପ୍ରତ୍ୟେକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ପ୍ରୟୋଧ, ତଟିନୀ, ସମୀର, ଭୂଧର, ଉଟଜ, ଅରି
Ans.
| ଶବ୍ଦ | ପ୍ରତିଶବ୍ଦ |
| ପୟୋଧି | ସମୁଦ୍ର, ସାଗର |
| ସମୀର | ପବନ, ବାୟୁ |
| ଉଟଜ | କୁଟିର, କୁଡ଼ିଆ |
| ତଟିନୀ | ନଦୀ, ସରିତ, ତରଙ୍ଗିଣୀ, ସ୍ରୋତସ୍ଵିନୀ |
| ଭୂଧର | ପର୍ବତ, ଅଚଳ |
| ଅରି | ଶତ୍ରୁ, ଅରାତି, ବୈରା |
2. ନିମ୍ନଲିଖିତ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଶୁଭ୍ର, ଘନ, ସୁନ୍ଦର, ପବିତ୍ର, ପୁଣ୍ୟ, ଦର୍ପିତ
Ans.
| ଶବ୍ଦ | ବିପରୀତାର୍ଥବୋଧକ ଶବ୍ଦ |
| ଶୁଭ୍ର | ମଳିନ |
| ସୁନ୍ଦର | ଅସୁନ୍ଦର |
| ପୁଣ୍ୟ | ପାପ |
| ଘନ | ତରଳ |
| ପବିତ୍ର | ଅପବିତ୍ର |
| ଦର୍ପିତ | ବିନୀତ |
3. ନିମ୍ନଲିଖିତ ଶବ୍ଦମାନଙ୍କୁ ନେଇ ସାର୍ଥକ ବାକ୍ୟ ରଚନା କର।
ବିଧୌତ, ସୁଶୋଭିତ, ରାଜିତ, କଳକଳ, ଜ୍ଞାନବିଜ୍ଞାନ, ଉଟଜ
Ans.
ବିଧୌତ – ଜ୍ୟୋତ୍ସ୍ନା ବିଧୌତ ରାତ୍ରି ଭାବୁକକୁ ବିମୋହିତ କରେ ।
ସୁଶୋଭିତ – ରାମଚନ୍ଦ୍ରଙ୍କ ସୁଶୋଭିତ ରୂପ ଦେଖି ମୁନିମାନେ ବିମୋହିତ ହୋଇଥିଲେ ।
ରାଜିତ – ଆଶ୍ରମରେ ପୁଷ୍ପରାଜିତ ଦୃଶ୍ୟ ଚିତ୍ତ ହରଣ କରେ ।
କଳକଳ – ଚିଲିକାରେ ପକ୍ଷୀମାନଙ୍କର କଳକଳ ଶବ୍ଦ ଶୁଣାଯାଏ ।
ଜ୍ଞାନବିଜ୍ଞାନ – ବର୍ତ୍ତମାନ ଓଡ଼ିଶା ଜ୍ଞାନବିଜ୍ଞାନରେ ଯଥେଷ୍ଟ ଆଗେଇ ଗଲାଣି ।
ଉଟଜ – ଘନ ଅରଣ୍ୟରେ ମୁନିମାନେ ଉଟଜ ତିଆରି କରି ରହୁଥିଲେ ।
4. 'କଳକଳ’ ଭଳି ଆଉ ପାଞ୍ଚଗୋଟି ଧ୍ୱନ୍ୟାତ୍ମକ ଯୁଗ୍ମଶବ୍ଦ ଲେଖ ।
Ans.
ଧଡ଼ଧଡ଼, ଫଡ଼ଫଡ଼, ଘଡ଼ଘଡ଼, ମଡ଼ମଡ଼, ଖରଖର, ଝରଝର
5. ପଠିତ କବିତା ଅବଲମ୍ବନରେ ଶୂନ୍ୟସ୍ଥାନ ପୂରଣ କର ।
(କ) ପୂତ ପୟୋଧି ବିଧୌତ ଶରୀରା,
(ଖ) ତାଳ ତମାଳ ସୁଶୋଭିତ ତୀରା,
(ଗ) ଶୁଭ୍ର ତଟିନୀ କୂଳ – ଶୀକର ସମୀରା
(ଘ) ଘନଘନ ବନଭୂମି ରାଜିତ ଅଙ୍ଗେ,
(ଙ) ନୀଳ ଭୂଧରମାଳା ସାଜେ ତରଙ୍ଗେ
(ଚ) କଳକଳ ମୁଖରିତ ଚାରୁ ବିହଙ୍ଗେ
(ଛ) ସୁନ୍ଦର ଶାଳି ସୁଶୋଭିତ କ୍ଷେତ୍ରା,
(ଜ) ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା,
(ଝ) ଯୋଗୀ ଋଷିଗଣ ଉଟଜ ପବିତ୍ରା
(ଞ) ସୁନ୍ଦର ମନ୍ଦିର ମଣ୍ଡିତ ଦେଶା,
6. ଅର୍ଥଗତ ପାର୍ଥକ୍ୟା ଦର୍ଶାଆ
ସୁର – ଶୂର, ପୂତ – ପୁତ, ଶାଳି – ଶାଳୀ, ବଳି – ବଳୀ, କୂଳ - କୁଳ
Ans.
ସୁର – ଦେବତା
ଶୂର – ବାର
ପୁତ – ପବିତ୍ର
ପୁତ – ପୁଅ, ସନ୍ତାନ
ଶାଳି – ଧନ୍ୟ ବିଶେଷ
ଶୀଳା – ସ୍ତ୍ରୀର ସାନଭଉଣ।
ବଳି – ପୂଜା ସାମଗ୍ରୀ
ବଳୀ – ବଳବାନ୍
କୂଳ – ନଦୀ, ସମୁନ୍ଦ୍ର ପ୍ରଭୃତିର ତଟ
କୁଳ – ବଂଶ
ଶୂର – ବାର
ପୁତ – ପବିତ୍ର
ପୁତ – ପୁଅ, ସନ୍ତାନ
ଶାଳି – ଧନ୍ୟ ବିଶେଷ
ଶୀଳା – ସ୍ତ୍ରୀର ସାନଭଉଣ।
ବଳି – ପୂଜା ସାମଗ୍ରୀ
ବଳୀ – ବଳବାନ୍
କୂଳ – ନଦୀ, ସମୁନ୍ଦ୍ର ପ୍ରଭୃତିର ତଟ
କୁଳ – ବଂଶ
କ୍ଷୁଦ୍ର ଉତ୍ତର ମୂଳକ :
7. ଚାରୁହାସମୟୀ ଚାରୁଭାଷମୟୀ କାହାକୁ କୁହାଯାଇଛି ?
Ans.
ଉତ୍କଳ ଜନନୀକୁ ଚାରୁହାସମୟୀ ଚାରୁଭାଷମୟୀ ବୋଲି କୁହାଯାଇଛି । ଚାରୁହାସମୟୀ କହିବାଦ୍ୱାରା ଉତ୍କଳର ଗୌରବମୟ ଅବସ୍ଥାକୁ ସୂଚାଇ ଦିଆଯାଇଛି । କାରଣ ସନ୍ତାନମାନଙ୍କର ଗୌରବରେ ଜନନୀ ମୁଖରେ ମଧୁର ହସ ଖେଳିଥାଏ । ପୁନଶ୍ଚ ଓଡ଼ିଆ ଭାଷାର ମଧୁରତା ହେତୁ ଉତ୍କଳ ଜନନୀକୁ ଚାରୁଭାଷମୟୀ ବୋଲି କୁହାଯାଇଛି ।
8. ଉତ୍କଳ ଜନନୀକୁ କିଏ ଧୋଇ ଦେଉଛି ?
Ans.
ପୂତ ମହୋଦଧି ଉତ୍କଳ ଜନନୀକୁ ଧୋଇ ଦେଉଛି ।
9. ସମୁଦ୍ରକୂଳ କେଉଁ କେଉଁ ବୃକ୍ଷଦ୍ୱାରା ସୁଶୋଭିତ ?
Ans.
ସମୁଦ୍ରକୂଳ ତାଳ ଓ ତମାଳ ବୃକ୍ଷଦ୍ଵାରା ସୁଶୋଭିତ ।
10. ଉତ୍କଳର ଆକାଶ କାହାର କଳରବରେ ମୁଖରିତ ?
Ans.
ଉତ୍କଳର ଆକାଶ ସୁନ୍ଦର ବିହଙ୍ଗମାନଙ୍କ କଳରବରେ ମୁଖରିତ ।
11. ପର୍ବତମାଳାଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ କିଭଳି ଭାବେ ଶୋଭାପାଇଛି ?
Ans.
ପର୍ବତାମାଳାଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ ତରଙ୍ଗାକାରରେ ସଜ୍ଜିତ ହେଲାଭଳି ଶୋଭାପାଉଛି ।
Ans.
ପର୍ବତାମାଳାଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ ତରଙ୍ଗାକାରରେ ସଜ୍ଜିତ ହେଲାଭଳି ଶୋଭାପାଉଛି ।
12. କେଉଁମାନଙ୍କ କୁଟୀରଦ୍ଵାରା ଉତ୍କଳ ପବିତ୍ର ହୋଇଛି ?
Ans.
ଯୋଗୀ ଓ ଋଷିମାନଙ୍କ କୁଟୀରଦ୍ଵାରା ଉତ୍କଳ ପବିତ୍ର ହୋଇଛି ।
13. ଶ୍ରେଷ୍ଠ କବିମାନେ କାହାର କୀର୍ତ୍ତି ବନ୍ଦନା କରୁଛନ୍ତି ?
Ans.
ଶ୍ରେଷ୍ଠ କବିମାନେ ଉତ୍କଳ ଜନନୀଙ୍କର କୀର୍ତ୍ତି ବନ୍ଦନା କରୁଛନ୍ତି । ଫଳରେ ଉତ୍କଳ ଜନନୀଙ୍କର କୀର୍ତ୍ତି ସାରା ପୃଥିବୀରେ ଖ୍ୟାତି ଲାଭ କରିଛି
ସପ୍ରସଙ୍ଗ ସରଳାର୍ଥ ଲେଖ
14. ପୂତ-ପୟୋଧ-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା
ତାଳତମାଳ-ସୁଶୋଭିତ-ତୀରା
Ans.
ପୂତ-ପାୟୋଧି …….ସୁଶୋଭିତ ତୀରା
ଉକ୍ତ ପଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’’ ଶୀର୍ଷକ ଜାତୀୟ ଭାବନା ପ୍ରଣୋଦିତ କବିତାରୁ ଗୃହୀତ ହୋଇଛି । ଏଠାରେ କବି ପ୍ରିୟ ଜନ୍ମଭୂମି ‘ଉତ୍କଳ ଜନନୀଭାବନା’ ର ଭୌଗୋଳିକ ସ୍ଥିତି ବା ବାହ୍ୟ ଶୋଭାର ବର୍ଣ୍ଣନା ଦେଇଛନ୍ତି ।
ଆମର ଜନ୍ମଭୂମି ଉତ୍କଳର ପୂର୍ବ ଦିଗର ସୀମା ବଙ୍ଗୋପସାଗର ଦ୍ଵାରା ବେଷ୍ଟିତ । ଏହି ବଙ୍ଗୋପସାଗରକୁ ପୁରାଣ ଶାସ୍ତ୍ରକାରମାନେ ପବିତ୍ର ମହୋଦଧୂ ଭାବେ ପରିଚିତ କରାଇଛନ୍ତି । କବିଙ୍କ ମତରେ ସେହି ମହୋଦଧୂର ପବିତ୍ର ଜଳ ଉତ୍କଳ ଜନନୀର ଶରୀରକୁ ବିଧୌତ କରୁଛି । ମହୋଦଧୂର ପବିତ୍ର ଜଳଦ୍ଵାରା ଉତ୍କଳ ଜନନୀର ଶରୀର ବିଧୌତ ହେବାଦ୍ଵାରା ସେ ସଦା ପବିତ୍ର ହେଉଛି । ପୁନଶ୍ଚ ଏହାର ତଟଦେଶରେ ଶୋଭାପାଇଥାଏ ମାଳମାଳ ତାଳ ଓ ତମାଳ ବୃକ୍ଷ । ସେହି ବୃକ୍ଷର ସବୁଜିମାରେ ଉତ୍କଳ ଜନନୀ ଅପୂର୍ବ ଶ୍ରୀ ଧାରଣ କରିଥାଏ । ଏଠାରେ କବି ଉତ୍କଳର ଭୌଗୋଳିକ ସ୍ଥିତିକୁ କାବ୍ୟକ ରୂପ ଦେଇଛନ୍ତି । କବିଙ୍କର ଏଭଳି ପରିକଳ୍ପନା ହୃଦୟସ୍ପର୍ଶୀ ହୋଇଛି । ଏଭଳି ବର୍ଣ୍ଣନାରେ କବିଙ୍କର ଜାତୀୟତାବୋଧ ମଧ୍ୟ ପ୍ରକାଶିତ ହୋଇଛି ।
15. ଘନଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,Ans.
ଘନଘନ ………………………. ସାଜେ ତରଙ୍ଗେ
ଶସିତ ପଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ୍ର ମହାପାତ୍ରଙ୍କ ବିରଚିତ "ବିନ୍ଦେ ଉତ୍କଳ ଜନନୀ" ରୁ ଗୃହାତ ହୋଇଛି । ଏଥିରେ କବି ଉତ୍କଳ ଜନନୀଙ୍କର ଅରଣ୍ୟ ଓ ପର୍ବତମାଳାର ଶୋଭାକୁ ଛନ୍ଦାୟିତ ଭାବରେ ପରିପ୍ରକାଶ କରିଛନ୍ତି ।
ଆମ ଉତ୍କଳ ପ୍ରଦେଶ ଉପକୂଳ ପ୍ରାକୃତିକ ପରିବେଶରେ ସୁଶୋଭିତ । ଏହାର ବିସ୍ତୀର୍ଣ୍ଣ ଅଞ୍ଚଳ ନିଘଞ୍ଚ ଅରଣ୍ୟାନୀ ଦ୍ଵାରା ଆଚ୍ଛାଦିତ । ଏହି ବନଭୂମି ଶାଳ, ପିଆଶାଳ, ଅସନ, କୁରୁମ, ଶିଶୁ, କେନ୍ଦୁ, ଆମ୍ବ, ଚାକୁଣ୍ଡା, ବର, ଓସ୍ତ, ଗମ୍ଭାରି, ନିମ ଆଦି ଦ୍ରୁମଦ୍ୱାରା ପରିପୂର୍ଣ୍ଣ । ପୁନଶ୍ଚ ଏହି ବନରେ ବାସକରନ୍ତି ବାଘ, ଭାଲୁ, ହାତୀ, ହରିଣ, ଝିଙ୍କ, ଠେକୁଆ, ସମ୍ବର, କୁଟୁରା ଆଦି ପ୍ରାଣୀମାନେ । ନାନାଜାତିର ପଶୁ ସାଙ୍ଗକୁ ମୟୂର, କୋଇଲି, କେଚିଳାଖାଇ, ଶୁଆ, ସାରୀ ଆଦି ପକ୍ଷୀମାନେ ମଧ୍ୟ ରହନ୍ତି । ଗହଳ ଗଛ ସାଙ୍ଗକୁ ପଶୁପକ୍ଷୀଙ୍କର ଲୀଳାଖେଳା ଦର୍ଶକକୁ ବିମୋହିତ କରେ । ଉତ୍କଳର ସ୍ଥାନେ ସ୍ଥାନେ ଦେଖାଦିଏ ସବୁଜବୃକ୍ଷ ଆଚ୍ଛାଦିତ ପର୍ବତମାଳା । ସେହି ପର୍ବତମାଳା ଦୂରରୁ ମନୋରମ ଦେଖାଯାଏ । ଛୋଟବଡ଼ ପାହାଡ଼ଗୁଡ଼ିକ ପାଖକୁ ପାଖ ସଜେଇ ହେଲାଭଳି ରହିଥାନ୍ତି । ସମୁଦ୍ର ମଧ୍ୟରେ ଉତ୍ତାଳ ତରଙ୍ଗ ଯେପରି ଦେଖାଯାଏ, ଏହି ନୀଳ ପର୍ବତଗୁଡ଼ିକ ସେହିପରି ଦେଖାଯାନ୍ତି । କବି ଉତ୍କଳର ଶୋଭାକୁ ଯଥାର୍ଥ ଭାବରେ ବର୍ଣ୍ଣନା କରିବାକୁ ଯାଇ ଏହାର ଅତି ଘଞ୍ଚ ବନପ୍ରଦେଶ ଓ ପର୍ବତମାଳାର, ରୂପକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ।
16. ସୁନ୍ଦରଶାଳି – ମୁଶୋଭିତ – କ୍ଷେତ୍ରା,
ଞ୍ଜାନବିଜ୍ଞାନ – ପ୍ରଦର୍ଶିତ – ନେତ୍ରା,
Ans.
ସୁନ୍ଦରଶାଳି …………………. ପ୍ରଦର୍ଶିତ ନେତ୍ରା
ଉକ୍ତ ପଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ ଜାତୀୟ ଭାବନା ପ୍ରଣୋଦିତ କବିତାରୁ ଗୃହୀତ ହୋଇଛି । ଏଠାରେ କବି ପ୍ରିୟ ଜନ୍ମଭୂମି ଉତ୍କଳ ଶସ୍ୟଶୋଭିତ ସୁନ୍ଦର କ୍ଷେତ୍ର ଏବଂ ଜ୍ଞାନବିଜ୍ଞାନରେ ମହିମାନ୍ୱିତ ହୋଇଥିବା କଥା ଉଲ୍ଲେଖ କରିଛନ୍ତି ।
ଓଡ଼ିଆପୁଅର ମୂଳ ଖାଦ୍ୟ ହେଉଛି ଭାତ । କୃଷକ ପଖାଳ କଂସାରେ ତା’ର ଉଦର ପୂରଣ କରେ । କାରଣ ଧାନ ହେଉଛି ଉତ୍କଳର ପ୍ରଧାନ ଫସଲ । ଏଠାରେ ଦିଗସ୍ତବିସ୍ତାରି ଶସ୍ୟକ୍ଷେତ୍ର ଦେଖାଯାଏ । ଶରତ ଋତୁରେ ଚାରିଆଡ଼େ ଧାନକ୍ଷେତ୍ରର ସବୁଜିମା ନୟନ ମନକୁ ହରଣ କରିନିଏ । ପୁଣି ସେହି ସବୁଜକ୍ଷେତ୍ର ଶୀତଋତୁରେ ସୁବର୍ଣ୍ଣବେସ ଧାରଣ କରି କେବଳ କୃଷକକୁ ହିଁ କି ଯେକୌଣସି ଦର୍ଶକକୁ ପ୍ରାଣଭରା ଆନନ୍ଦ ଦିଏ । କବି ଏଠାରେ ଏକ ବିଶେଷଧରଣର ଶାଳିଧାନ କଥା ସୂଚାଇ ଅଛନ୍ତି। କୂଳ ଭୂମିର ସନ୍ତାନମାନେ ଜ୍ଞାନ ଓ ବିଜ୍ଞାନରେ ଅଧିକ ପାରଙ୍ଗମ । ଏହାକୁ ବୁଝାଇବାକୁ ଯାଇ କବି କହିଛନ୍ତି, ଉତ୍କଳ ଜନନୀଙ୍କ ନେତ୍ରରୁ ପ୍ରକାଶିତ ହେଉଛି ଜ୍ଞାନାଲୋକ ଓ ବିଜ୍ଞାନର ଅପୂର୍ବ ଜ୍ୟୋତି I କବିଙ୍କର ଏଭଳି କହିବାର ଉଦ୍ଦେଶ୍ୟ ହେଉଛି, ଏହି ପବିତ୍ର ଉତ୍କଳ ମାଟିରେ ଜନ୍ମ ନେଇଛନ୍ତି ଅନେକ ଜ୍ଞାନୀ ଓ ବିଜ୍ଞାନୀ । ସେମାନେ ଜ୍ଞାନ ଓ ବିଜ୍ଞାନ ବଳରେ କାଳଜୟୀ କୃତିତ୍ଵ ହାସଲ କରିଛନ୍ତି। କବିଙ୍କର ଏଭଳି ବର୍ଣ୍ଣନା ଉତ୍କଳ ଜନନୀ ପାଇଁ ଯଥାର୍ଥ ମନେହୁଏ ।
17. ଉତ୍କଳ ଶୂରବର-ଦର୍ପିତ ଗେହା,
ଅରିକୂଳ – ଶୋଣିତ – ଚର୍ଚ୍ଚିତ – ଦେହା,
Ans.
ଉତ୍କଳ ଶୂରବର ………………. ଚର୍ଚ୍ଚିତ ଦେହା
ଶଂସିତ ପଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ ଦେଶାତ୍ମବୋଧକ କବିତାରୁ ଗୃହୀତ ହୋଇଛି । ଏଠାରେ କବି ଉତ୍କଳ ଜନନୀକୁ ବୀରପ୍ରସବିନୀ ଗୌରବରେ ଗୌରବାନ୍ୱିତ କରିବାକୁ ଚାହିଁଛନ୍ତି ।
ଉତ୍କଳ ହେଉଛି ବୀରମାଟି । ଏଠାରେ ଜନ୍ମ ନେଇଛନ୍ତି ଶୌର୍ଯ୍ୟବନ୍ତ ଓ ବୀର୍ଯ୍ୟବନ୍ତ ବୀରମାନେ । ସେମାନଙ୍କର ବୀରତ୍ଵ ଓ ଗରିମା ସମଗ୍ର ଭାରତବର୍ଷରେ ପରିଚିତ ଓ ପ୍ରଚାରିତ । ତେଣୁ କବି ଉତ୍କଳଭୂମିକୁ ବୀରଶ୍ରେଷ୍ଠମାନଙ୍କର ଗୃହ ବୋଲି କହିଛନ୍ତି । ସେହି ବୀରମାନଙ୍କୁ ନେଇ ସେ ଗୌରବବିମଣ୍ଡିତା । ଅସଂଖ୍ୟ ଶତ୍ରୁଙ୍କୁ ସେହି ବୀରସନ୍ତାନଗଣ ବିନାଶ କରିଛନ୍ତି । ଯେଉଁମାନେ ଦମ୍ଭର ସହିତ ଶତ୍ରୁମାନଙ୍କୁ ସମ୍ମୁଖୀନ ହୋଇଛନ୍ତି ଏବଂ ସେମାନଙ୍କୁ ବିନାଶ କରିଛନ୍ତି । ଏଠାରେ କବି ଉତ୍କଳର ଐତିହ୍ୟ ସୂଚିତ କରି, ଉତ୍କଳବାସୀଙ୍କ ମନରେ ଜାତୀୟତାବୋଧ ସୃଷ୍ଟି କରିବାକୁ ଚାହିଁଛନ୍ତି ।
ଦୀର୍ଘ ଉତ୍ତରମୂଳକ :
18. ‘‘ବନ୍ଦେ ଉତ୍କଳ ଜନନୀ’’ କବିତାରୁ ଉତ୍କଳର ବୈଶିଷ୍ଟ୍ୟ ଉଲ୍ଲେଖ କର ।
Ans.
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏକାଧାରରେ ନାଟ୍ୟକାର, ଗାଳ୍ପିକ, ପ୍ରାବନ୍ଧିକ ଓ ପତ୍ରିକା ସମ୍ପାଦକ । ବ୍ୟଙ୍ଗକବି ଭାବରେ ଓଡ଼ିଆ ସାହିତ୍ୟରେ ସେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ସେ ସ୍ଵଚ୍ଛଳ ଜମିଦାର ପରିବାରର ଦାୟଦ ହୋଇ ଉଚ୍ଚଶିକ୍ଷା ଲାଭ କରିଥିଲେ ବି ଆଜୀବନ ରୋଗବ୍ୟାଧିରେ ଅତିଷ୍ଠ ହେବା କାରଣରୁ ନିଜକୁ ଅତି ଅସହାୟ ମନେକରିଥିଲେ । ତଥାପି ଜୀବନସାରା ସାହିତ୍ୟ ସାଧନରେ ନିଜକୁ ସେ ହଜାଇ ଦେବାକୁ ଚାହିଁଥିଲେ । ତାଙ୍କଦ୍ୱାରା ରଚିତ ‘ଜାତୀୟ ସଙ୍ଗୀତ’, ‘ଜୀବନ ସଙ୍ଗୀତ’, ‘ଚଟକ ଚନ୍ଦ୍ରହାସ ଚମ୍ପୂ’ ତାଙ୍କ କବି ପ୍ରତିଭାର ବଳିଷ୍ଠ ସ୍ଵାକ୍ଷର । ‘ସେ ‘ଶରଦ୍ରାସ’, ‘କଣ୍ଠ’, ‘କାଳୀୟ ଦଳନ’ ପ୍ରଭୃତି ଅନେକ ପୌରାଣିକ ନାଟକ ରଚନା କରିଥିଲେ ।
କଥାକାର ଭାବରେ ‘କଣାମାମୁଁ’ ଉପନ୍ୟାସ ଓ ‘ବୁଢ଼ାଶଙ୍ଖାରି’ ଭଳି ଗଳ୍ପ ତାଙ୍କ ପ୍ରତିଭାର ଯଥାର୍ଥ ପ୍ରମାଣ । ତାଙ୍କର ଦେଶାତ୍ମବୋଧକ କବିତାଗୁଚ୍ଛ ‘ଜାତୀୟ ସଙ୍ଗୀତ’ର ପ୍ରଥମ କବିତା ‘ବନ୍ଦେ ଉତ୍କଳ ଜନନୀ’ । ସଂଗ୍ରାମୀ ପରିବାରର ଦାୟାଦ ଭାବରେ ସେ ମାତୃଭୂମିକୁ ଅତ୍ୟନ୍ତ ଭଲ ପାଉଥିଲେ । ତାଙ୍କ ଦୃଷ୍ଟିରେ ତାଙ୍କର ମାତୃଭୂମି ଅନନ୍ୟା ଓ ଅତୁଳନୀୟା । ଉତ୍କଳ ଜନନୀର ବିମୋହିତ ଛବିକୁ ସେ ସ୍ୱଚକ୍ଷୁରେ ଦେଖୁଛନ୍ତି । ତାଙ୍କ ମାନସପଟରେ ଭାସିଉଠିଛି, ମାତୃଭୂମିର ଅନିନ୍ଦ୍ୟ ରୂପ । ଉତ୍କଳ ଜନନୀର ଭୁବନମୋହିନୀ ରୂପଶୋଭା, ହୃଦୟସ୍ପର୍ଶୀ ଭୌଗୋଳିକ ସ୍ଥିତି କବିଙ୍କ ମନରେ ସୃଷ୍ଟି କରିଛି ଉଚ୍ଚାଟିତ ଭାବ । ତାଙ୍କର ସେହି ଭାବକୁ ପ୍ରୀତି ଅର୍ଘ୍ୟଭାବରେ ସେ ଜଣାଇ ଦେଇଛନ୍ତି ।
କବିଙ୍କ ଦୃଷ୍ଟିରେ ଉତ୍କଳ ହେଉଛି ଚାରୁହାସ୍ୟମୟୀ ଅର୍ଥାତ୍ ଉତ୍କଳ ଜନନୀର ହସ ଖୁବ୍ ସୁନ୍ଦର । ତାଙ୍କର ବାଣୀ ମଧ୍ୟ ମଧୁର । ପବିତ୍ର ପୟୋଧି ତାଙ୍କର ଶରୀରକୁ ସଦାବିଧୌତ କରି ପବିତ୍ରକୃତ କରିଛି । ସାଗରର ତୀରେ ତୀରେ ଲମ୍ବିଯାଇଛି ତାଳ ଓ ତମାଳ ଭଳି ସୁଦୃଶ୍ୟ ବୃକ୍ଷଶ୍ରେଣୀ । କେତେ କେତେ ସୁନିର୍ମଳ ସ୍ରୋତସ୍ଵିନୀ ପ୍ରବାହିତ ହେଉଛନ୍ତି ଉତ୍କଳ ଜନନୀ ଶରୀରରେ । ସେହି ତଟିନୀର ତରଙ୍ଗାୟିତ ଜଳରୁ ବାଷ୍ପ ଗ୍ରହଣ କରି ସମୀରଣ ହୋଇଛି ସୁଶୀତଳ । ଉତ୍କଳର ଏହି ପ୍ରାକୃତିକ ଶୋଭା ଦେଖାଇ । କବି ଲେଖୁଛନ୍ତି –
‘ପୂତ-ପୟୋଧ-ବିଧୌତ-ଶରୀରା,
ତାକତମାଳ – ସୁଶୋଭିତ – ତୀରା
ଶୁଭ୍ର – ତଟିନୀ – କୂଳ – ଶିକର – ସମିରା
ଜନନୀ, ଜନନୀ, ଜନନୀ ।’’
ଉତ୍କଳ ଜନନୀ ଧାରଣ କରିଛି ଘନଘନ ବନରାଜି । ଘଞ୍ଚ ଅରଣ୍ୟରେ ସେ ସବୁଜଶ୍ରୀ ଧାରଣ କରିଛି । ସ୍ଥାନେ ସ୍ଥାନେ ରହିଛି ତରଙ୍ଗାୟିତ ନୀଳ ଭୂଧରମାଳା । ସୁନ୍ଦର ପକ୍ଷୀମାନଙ୍କର କାକଳି ବା କଳଧ୍ଵନିରୂପକ ସଙ୍ଗୀତରେ ଭୂଭାଗ ହେଉଛି ମୁଖରିତ । ଦିଗନ୍ତବିସ୍ତାରି ଶାଳିଧାନର କ୍ଷେତରେ ସୁଶୋଭିତ ଜନନୀ ଅନ୍ନପୂର୍ଣ୍ଣା ସଦୃଶ ଖାଦ୍ୟର ଭଣ୍ଡାର ଖୋଲିଦେଇଛି । ତା’କୋଳରେ ଜୀବନଧାରଣ କରିଥିବା ସନ୍ତାନମାନଙ୍କର ଉଦର ପ୍ରତିପୋଷଣର ସେ ହୋଇଛି କାରଣ । ଜନନୀର ଉନ୍ନୀଳିତ ନେତ୍ରରେ ରହିଛି ଜ୍ଞାନ ଓ ବିଜ୍ଞାନର ଦୃଷ୍ଟିଭଙ୍ଗୀ । ଏଠାରେ ରହିଛନ୍ତି ଊଟଜବାସୀ ଯୋଗୀଋଷି । ସେମାନଙ୍କ କଣ୍ଠରୁ ସ୍ଫୁରିତ ବେଦଧ୍ଵନିରେ ଏ ମାଟି ହୋଇଛି ପବିତ୍ର ।
ଉତ୍କଳ ହେଉଛି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରମାଳିନୀ । ସେହି ମନ୍ଦିର ଗାତ୍ରରେ ଉତ୍କଳର ଶିଳ୍ପୀମାନଙ୍କର ବୈଶିଷ୍ଟ୍ୟ ପ୍ରତିଫଳିତ । ପାବନ ତୀର୍ଥଭୂମିରେ ଉତ୍କଳ ପରିପୂର୍ଣ୍ଣ । ଉତ୍କଳରେ ବହୁ ଶୂରବୀର ଜନ୍ମ ନେଇଛନ୍ତି । ସେମାନେ ଶତ୍ରୁକୁ ପଦାନତ କରି ଉତ୍କଳ ମାଟିକୁ କରିଛନ୍ତି ଗୌରବ ବିମଣ୍ଡିତା । ସମଗ୍ର ବିଶ୍ୱରେ ଉତ୍କଳ ବୀରମାନଙ୍କ ଶୌର୍ଯ୍ୟର ରହିଛି ପ୍ରମାଣ କବିଙ୍କ ଭାଷାରେ –ଉତ୍କଳ ଶୂରବର-ଦର୍ପିତ ଗେହା,
ଅଟିକୁଳ – ଶୋଣିତ – ଚର୍ଚିତ – ଦେହା
ବିଶ୍ୱଭୂମଣ୍ଡଳ – କୃତବର – ସ୍ନେହା
ଜନନୀ, ଜନନୀ, ଜନନୀ ।’’
ଉତ୍କଳ ଜନନୀ ଜନ୍ମ ଦେଇଛ ଅନେକ କାଳଜୟୀ କବିଙ୍କୁ । ସେହି କବିମାନେ ଜନନୀର ସୁଯୋଗ୍ୟ ସନ୍ତାନ ଭାବରେ ମାତୃଭୂମିର ବନ୍ଦନା ଗାନ କରିଛନ୍ତି । ତାଙ୍କର ସେହି କବିକୃତି ହୋଇଛି ଅନିନ୍ଦ୍ୟ କୀର୍ତି । ତାଙ୍କୁ ଦେହରେ ଧାରଣ କରି ଉତ୍କଳ ଜନନୀ ହୋଇଛି ଧନ୍ୟା, ପୂଣ୍ୟା ଓ ଚରଶରଣା । କବିତାଟିରେ କବି ଉତ୍କଳ ଜନନୀର ଅନିନ୍ଦ୍ୟ ରୂପଶୋଭା, ଐତିହ୍ୟ ଓ ଐଶ୍ୱର୍ଯ୍ୟକୁ ଯଥାର୍ଥଭାବରେ ବର୍ଣ୍ଣନା କରିଛନ୍ତି ।
19. ‘‘ବନ୍ଦେ ଉତ୍କଳ ଜନନୀ’ ଏକ ମାତୃଭୂମି ପ୍ରଶଂସାତ୍ମକ କବିତା – ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କର ।
Ans.
‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ସେ ତାଙ୍କର ସାରସ୍ୱତ ସୃଷ୍ଟିରେ ଉତ୍କଳର ଜାତୀୟ ଜୀବନ, ସାମାଜିକ ରୀତିନୀତି ଓ ସାଂସ୍କୃତିକ ଅପରୂପକୁ ଯଥାର୍ଥ ଭାବରେ ଦେଖାଇଛନ୍ତି । ତାଙ୍କଦ୍ୱାରା ରଚିତ ‘ଜୀବନ ସଙ୍ଗୀତ’ରେ କବି ନିଜର ଦାର୍ଶନିକ ଓ ଭାସ୍ତିକ ଭାବକୁ ଉପସ୍ଥାପନ କରିଛନ୍ତି । କବି ଜନ୍ମଭୂମି ପ୍ରତି ତାଙ୍କ ହୃଦୟରେ ରହିଥିବା ଅନାବିଳ ଭାବକୁ ଦେଖାଇଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ ସେହି କବିତାଗୁଛ ପ୍ରଥମ କବିତା ଏବଂ କବିତାର ଛତ୍ରେ ଛତ୍ରେ କବି ଏହି ଉତ୍କଳ ଜନନୀର ବିଶେଷତ୍ଵକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । ତାଙ୍କର ‘ଜାତୀୟ ସଙ୍ଗାତ’ କବିତାଗୁଚ୍ଛରେ ୩୩ଟି ମାତୃଭୂମି ପ୍ରସଙ୍ଗାତ୍ମକ କବିତା ରହିଛି । ସବୁଥିରେ ଜନ୍ମଭୂମିର ବନ୍ଦନା ଗାନ କରି କବି ଜନ୍ମଭୂମି ପ୍ରତି ତାଙ୍କ ହୃଦୟରେ ରହିଥିବା ଅନାବିଳ ଭାବକୁ ଦେଖାଇଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ ସେହି କବିତାଗୁଛର ପ୍ରଥମ କବିତା ଏବଂ କବିତାର ଛତ୍ରେ ଛତ୍ରେ କବି ଏହି ଉତ୍କଳ ଜନନୀର ବିଶେଷତ୍ଵକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ।
ଜନନୀ ଜନ୍ମଦିଏ, ମାତ୍ର ଜନ୍ମଭୂମି ସନ୍ତାନର ବଞ୍ଚିବାର କାରଣ ହୁଏ । ଜନନୀ ସ୍ଵଳ୍ପକାଳ ପାଇଁ ସନ୍ତାନକୁ କ୍ଷୀର ଦେଇ ସ୍ନେହରେ ଲାଳନ ପାଳନ କରେ ମାତ୍ର ମାତୃଭୂମି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସନ୍ତାନକୁ ତା’ର କୋଳରେ ଧରିରଖେ । ଜନ୍ମଭୂମିର ମାଟି, ପାଣି, ପବନରେ ସେ ପରିପୁଷ୍ଟ ହୁଏ । ତୁଳନାତ୍ମକ ଭାବରେ ଦେଖିଲେ ମାତାଠାରୁ ମାତୃଭୂମିନର ମହତ୍ତ୍ଵ ଅଧିକ । ମାତାଠାରୁ ମାତୃଭୂମି ଗରୀୟସୀ । କବିଙ୍କ ମନରେ ମାତୃଭୂମି ପ୍ରତି ଏହି ଭାବ ବଳବତ୍ତର ହୋଇଛି । ତାଙ୍କର ବିଚାରରେ ମାତୃଭୂମି ତା’କୋଳରେ ଜନ୍ମନେଇ ବଢ଼ିଥିବା ସନ୍ତାନମାନଙ୍କ ପାଇଁ କେତେ ଯେ ମହାନ୍, ତାହା ପ୍ରକାଶ କରି ହେବ ନାହିଁ । ତେଣୁ କବିତାରେ କବି ମାତୃଭୂମିର ବନ୍ଦନା ଗାନକରି ତାହାର ଅସାମାନ୍ୟତାକୁ ସୂଚାଇଛନ୍ତି ।
କବି ମାତୃଭୂମିର ପ୍ରଶଂସା ଗାନ କରି କହିଛନ୍ତି, ଉତ୍କଳ ଜନନୀ ହେଉଛି ଚାରୁହାସ୍ୟମୟୀ । ତା’ର ନଭ, ଜଳ, ସ୍ଥଳରେ ହସ ହସ ମନୋମୁଗ୍ଧକର ଭାବ ଦେଖିବାକୁ ମିଳେ । ସେହି ହସ ହସ ଦୃଶ୍ୟକୁ ଦେଖୁ ଦର୍ଶକ ମନରେ ଅପାର ଆନନ୍ଦ ସୃଷ୍ଟି ହୁଏ । ସେ ମଧ୍ୟ ଚାରୁଭାଷମୟୀ । ତାହାର ଭାଷା ଅତ୍ୟନ୍ତ ମଧୁର । ସେହି ଭାଷା ଶ୍ରୋତା ମନରେ ଅମୃତମୟ ଭାବ ସୃଷ୍ଟି କରେ । ଉତ୍କଳର ଗାତ୍ର ହେଉଛି ପବିତ୍ର । ସେହି ପବିତ୍ର ଗାତ୍ରକୁ ଆହୁରି ପବିତ୍ର କରେ ମହୋଦଧୂର ଜଳରାଶି । ତାହାର ସାଗର ତୀରରେ ଶୋଭାପାଉଛି ତାଳ ତମାଳ ବୃକ୍ଷରାଜି । ଉତ୍କଳ ଭୂମିରେ ପ୍ରବାହିତ ହେଉଛି ନିର୍ମଳ ସ୍ରୋତ ବିଶିଷ୍ଟ ସ୍ରୋତସ୍ଵିନୀ । ସେହି ସ୍ରୋତସ୍ଵିନୀ ଜଳକୁ ସ୍ପର୍ଶକରି ପ୍ରବାହିତ ହେଉଥିବା ମୃଦୁସମୀର ଶୀତଳତାର ସ୍ପର୍ଶ ଦେଇଥାଏ । ଶୀତଳ ସମୀରରେ ପ୍ରାଣ ଶୀତଳ ହେଲାଭଳି ଅନୁଭବ ହୁଏ ।
କବିଙ୍କ ମାତୃଭୂମିର ଅଙ୍ଗେ ଅଙ୍ଗେ ଭରିରହିଛି ନିଘଞ୍ଚ ବନରାଜି । ନୀଳ ପର୍ବତମାଳା ସମତଳଭୂମି ଉପରେ ଏପରି ଭାବରେ ଦଣ୍ଡାୟମାନ ହୋଇଛି, ଯାହାକୁ ଦେଖିଲେ ସମୁଦ୍ରର ଜଳରାଶି ଉପରେ ନୀଳ ତରଙ୍ଗର ଭ୍ରମ ସୃଷ୍ଟି ହେଉଛି । ସେଥିରେ ପୁଣି ସୁନ୍ଦର ସୁନ୍ଦର ପକ୍ଷୀମାନଙ୍କର କଳରବରେ ଚତୁର୍ଦ୍ଦିଗ ମୁଖରିତ ହେଉଛି । କବିଙ୍କ ଭାଷାରେ-
ଘନଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ ,
କଳଳକ ମୁଖରିତ ଚାରୁ ଗିହଙ୍ଗେ,
ଜନନୀ, ଜନନୀ, ଜନନୀ ।’’
ଜନ୍ମଭୂମିର ପ୍ରଶଂସା ଗାନକରି କବି କହିଛନ୍ତି, ଦିଗନ୍ତବିସ୍ତାରି କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଉତ୍କଳ ଜନନୀ ଜ୍ଞାନବିଜ୍ଞାନ ନେତ୍ର ବିଶିଷ୍ଟ । ଅନେକ କୃତୀ ସନ୍ତାନଙ୍କର ସେ ଜନ୍ମଦାତ୍ରୀ । ସେଥିରେ ପୁଣି ରହିଛି ଯୋଗୀ ଋଷିଙ୍କର ଉଟଜ । ସେହି ଯୋଗୀ ଋଷିଙ୍କର ମନ୍ତ୍ରଧ୍ଵନିରେ ପରିବେଶ ହୋଇଛି ମୁଗ୍ଧ । ଉତ୍କଳଭୂମିର ବହୁସ୍ଥାନରେ ରହିଛି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର । ସୂକ୍ଷ୍ମ କଳାସମୂହଦ୍ଵାରା ସେଗୁଡ଼ିକ ସୁଶୋଭିତ । ଏହି ଭୂମି ପୁଣ୍ୟତୀର୍ଥ ସମୂହରେ ପରିପୂର୍ଣ୍ଣ ।
ଉତ୍କଳ ଶୂରବୀରମାନଙ୍କ ଭୂଖଣ୍ଡ ଭାବରେ ସାରା ବିଶ୍ୱରେ ପରିଚିତ । ଶତ୍ରୁକୁଳର ରକ୍ତରେ ଏହା ରଞ୍ଜିତ । ଏଥିରେ ଜନ୍ମ ନଇଛନ୍ତି ଅନେକ ଯଶସ୍ୱୀ କବି । ଯାହାଫଳରେ ଉତ୍କଳ ଜନନୀ ହୋଇଛି ଧନ୍ୟା, ପୁଣ୍ୟା ଓ ଚିରଶରଣ୍ୟା । କବି ଏଠାରେ ନିଜର ମାତୃଭୂମି ମହନୀୟତା ବଖାଣି ବସିବା ସହିତ ତାହାର ଜୟଗାନ ଓ ବନ୍ଦନା କରିବାକୁ ପ୍ରକାରାନ୍ତରେ ପ୍ରେରଣା ଦେଇଛନ୍ତି । କବିଙ୍କର ଏଭଳି ଚିନ୍ତାଧାରା, ତାଙ୍କର ଜନ୍ମଭୂମି ପ୍ରୀତିର ପରିଚୟ ଦେଇଥାଏ
20. ‘‘ବନ୍ଦେ ଉତ୍କଳ ଜନନୀ’ ଏକ ଜାତୀୟତାବାଦୀ କବିତା – ବିଚାର କର ।
Ans.
କବି ସଦାସର୍ବଦା ନିଜର ମାଟି ଓ ମାତୃଭୂମି ପ୍ରତି ଅନୁରାଗୀ । ସାହିତ୍ୟ ସମାଜର ମୁକୁର ସମାଜକୁ ଉପେକ୍ଷା କରି ସେ ସାହିତ୍ୟ ସୃଷ୍ଟି କରିପାରେନା । ପରିବେଶ, ପରିସର ଓ ପ୍ରକୃତି ତା’ ଚିନ୍ତା-ରାଜ୍ୟକୁ ସଦା ଆବୋରି ବସିଛି । ଫଳରେ ସମାନଙ୍କୁ ନେଇ ଚିନ୍ତାକରିବା ତା’ ପକ୍ଷରେ ସ୍ୱାଭାବିକ ହୋଇପଡ଼େ । ଜନ୍ମଭୂମିର ରୂପ ତା’ପାଇଁ ହୁଏ ମନୋରମ ଭାବବିମୁଗ୍ଧ କାରକ । ମାତୃଭୂମି ପ୍ରତି ରହିଥିବା ଗଭୀର ଆନ୍ତରିକତା ଓ ମମତାବୋଧକୁ ସେ ଯଥାର୍ଥଭାବେ ସଂଯୋଜିତ କରିବସେ କବିତା ଆକାରରେ । ମାତୃଭୂମି, ଜନ୍ମମାଟି ତା’ର ଐତିହ୍ୟ ଓ ଅନାଗତ ଭବିଷ୍ୟତ ସ୍ରଷ୍ଟା ମାନସର ମସୃଣ ଫଳକରେ ପ୍ରତିବିମ୍ବିତ ହୁଏ । ଫଳସ୍ୱରୂପ ମାଟିର କଥା, ଜାତିର କଥାକୁ ସେ କେବଳ ଚିନ୍ତା କରେ ନାହିଁ ବରଂ ସେ ଜାତିର ଅତୀତ ଭବିଷ୍ୟତକୁ ନିରୀକ୍ଷଣ କରେ । ତା’କୁ ନେଇ ସେ ସୃଷ୍ଟିକରେ ଜାତୀୟତାବାଦୀ କବିତା ।
‘ବନ୍ଦେ ଉତ୍କଳ ଜନନୀ’ର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ଉତ୍କଳର ଅତୀତ ଓ ତତ୍କାଳୀନ ସ୍ଥିତିକୁ ସେ ଭଲଭାବରେ ଅନୁଭବ କରିଥିଲେ । ପୁନଶ୍ଚ ତତ୍କାଳୀନ ରାଜନୈତିକ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ ସେ ସମୟରେ ଭାଷାଭିତ୍ତିକ ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ଉତ୍କଳ ସମ୍ମିଳନା ମାଧ୍ୟମରେ ଉତ୍କଳୀୟଙ୍କ ମନରେ ଜାତୀୟତ।ବୋଧ ସୃଷ୍ଟି କରିବାକୁ ଚାହିଁଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତ ୧୯୧୨ ମସିହାରେ ଏହି କବିତାଟିକୁ ରଚନା କରି ଉତ୍କଳ ସମ୍ମିଳନୀ ଅଧିବେଶନରେ ଗାନ କରାଇବାର ଯୋଜନା କରିଥିଲେ । ଏହି କବିତା ଗାନପରେ କବିତାର ସମୟୋପଯୋଗୀ ଉପସ୍ଥାପନା ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଏହାର ବିଶେଷତାକୁ ଅନୁଭବ କରି ପରବର୍ତ୍ତୀ ସମୟରେ ୨୦୨୦ ମସିହାରେ ଓଡ଼ିଶା ସରକାର ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିଥିଲେ ।
କବିତାର ପ୍ରଥମ ପର୍ଯ୍ୟାୟରେ କବି ନିଜ ମାତୃଭୂମିର ବିଶେଷତାକୁ ବିଶେଷ ଭାବରେ ଦେଖାଇଛନ୍ତି । ତାଙ୍କ ବିଚାରରେ ଉତ୍କଳ ହେଉଛି ଚାରୁହାସମୟୀ ଓ ଚାରୁଭାଷମୟୀ ଅର୍ଥାତ୍ ଏହାର ପ୍ରାକୃତିକ ଶୋଭା, ଐତିହ୍ୟ ଯେପରି ସମସ୍ତଙ୍କ ମନରେ ଉଲ୍ଲସିତ, ଉତ୍ଫୁଲ୍ଲିତ ଭାବ ସୃଷ୍ଟିକରେ । ଏହାକୁ ଯେକୌଣସି ଦୃଷ୍ଟିରୁ ଦେଖିଲେ ମନରେ ପୂରିଯାଏ ହସର ଉଲ୍ଲାସ । ମାତୃଭୂମିର ପ୍ରାକୃତିକ ରୂପ ଯେପରି ହସର କାରଣ ହୋଇଯାଏ । ପୁନଶ୍ଚ ଏହାର ଭାଷା ମଧ୍ୟ ଅତ୍ୟନ୍ତ ମଧୁର । କବି ଜନନୀକୁ ଏହିଭଳି ସମ୍ବୋଧନ କରି ନିଜର ମାତୃଭୂମିମନସ୍କ ବିଚାରବୋଧକୁ ସୂଚାଇ ଦେଇଛନ୍ତି ।
ଉତ୍କଳ ହେଉଛି ପବିତ୍ର ଭୂଖଣ୍ଡ । ପବିତ୍ର ମହୋଦଧୂ ଏହାକୁ ସଦାସର୍ବଦା ବିଧୌତ କରୁଛି । ତା’ର ତୀରବର୍ତ୍ତୀ ଅଞ୍ଚଳ ତାଳ ଓ ତମାଳ ବୃକ୍ଷରାଜିରେ ସୁଶୋଭିତ । ତା’ଦେହରେ ପ୍ରବାହିତ ହେଉଛି ନିର୍ମଳ ଜଳ ବିଶିଷ୍ଟ ସ୍ରୋତସ୍ଵିନୀ । ସେହି ନଦୀଜଳ ସ୍ପର୍ଶରେ ମୃଦୁ ସମୀର ହେଉଛି ସୁଶୀତଳ । ଏହି ମାଟିରେ ରହିଛି ଘନବନାନୀ ଓ ତରଙ୍ଗାୟିତ ଶୋଭା ଧାରଣ କରିଥିବା ନୀଳ ଭୂଧରମାଳା । ପୁନଶ୍ଚ ଏହାର ବିସ୍ତୃତ କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଜ୍ଞାନ ଓ ବିଜ୍ଞାନ ଦ୍ୱାରା ସମୁଜ୍ଜ୍ୱଳ ନେତ୍ର ବିଶିଷ୍ଟ ଅନେକ କୃତି ସନ୍ତାନ ଏଥିରେ ଜନ୍ମ ନେଇଛନ୍ତି । ଯୋଗୀ ଋଷିଙ୍କର ଯୋଗସାଧନା ଓ ମନ୍ତ୍ରଧ୍ଵନି ଏହି ମାଟିକୁ କରିଛି ମନ୍ତ୍ରମୁଗ୍ଧ କବି ଏହାକୁ ବିଚାର କରି ଲେଖିଛନ୍ତି –
ସୁନ୍ଦରଶାଳି – ସୁଶୋଭିତ– କ୍ଷେତ୍ରା,
ଞ୍ଜାନବିଜ୍ଞାନ – ପ୍ରଦର୍ଶିତ – ନେତ୍ରା,
ଯୋଗୀରଷିଗଣ – ଉଟଜ – ପବିତ୍ରା,
ଜନନୀ, ଜନନୀ, ଜନନୀ ।’’