10th Class Odia Question & Answer Chapter 8 | କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର | ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ebook Pdf
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
1. ନିମ୍ନ ଶବ୍ଦଗୁଡ଼ିକର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ;
ରୋଚକ, ବୁଦ୍ଧିମାନ, ପ୍ରଶଂସା, ଆସକ୍ତ, ଛଦ୍ମ
Ans.
| ଶବ୍ଦ | ବିସରାତ ଶବ୍ଦ ଲେଖ |
| ରୋଗକ | ଅରୋଚକ |
| ବୁଦ୍ଧିମାନ | ନିର୍ବୁଦ୍ଧିଆ / ବୁଦ୍ଧିହୀନ |
| ପ୍ରଙ୍ଗସା | ନିନ୍ଦା |
| ଆସକ୍ତ | ଅନ୍ୟସକ୍ତ |
| ଛଦ୍ୱ | ପ୍ରକାଶ |
| ହସିବା | କାନ୍ଦିବା |
2. ସନ୍ଧିବିଚ୍ଛେଦ କର;
ଦୁରାରୋଗ୍ୟ, ପୈତୃକ, ଉତ୍ତରାଧ୍ୟାକାରୀ, ଅଭିଷେକୋତ୍ସବ, ସୁଧାକର, ସମାଲୋଚନା
Ans.
ଦୁରାରେ।ଗ୍ୟ = ଦୁଃ + ଆରୋଗ୍ୟ
ପୈତୃକ = ପିତୃ + ଇକ
ଉତ୍ତରାଧିକାରୀ = ଉତ୍ତର + ଅଧିକାରୀ
ଅଭିଷେକୋତ୍ସବ = ଅଭିଷେକ + ଉତ୍ସବ
ସୁଧାକର = ସୁଧା + ଆକର
ସମାଲୋଚନା = ସମ୍ + ଆଲୋଚନା
3. କାନ୍ତି ଲଗାଇ ଆଉ ପାଞ୍ଚଗୋଟି ଶବ୍ଦ ଲେଖ;
Ans.
ସୂର୍ଯ୍ୟକାନ୍ତି, ଚନ୍ଦ୍ରକାନ୍ତି, ସ୍ଵର୍ଣ୍ଣକାନ୍ତି, ରୌପ୍ୟକାନ୍ତି, ସୁକାନ୍ତି
4. ନିତ୍ୟ + ଆନନ୍ଦ = ନିତ୍ୟାନନ୍ଦ । ଏହିପରି କ’ଣ ହେବ ଲେଖ;
ସତ୍ୟ + ଆନନ୍ଦ
ପୂର୍ବ + ଆନନ୍ଦ
ଭୈରବ + ଆନନ୍ଦ
ବ୍ରହ୍ମ + ଆନନ୍ଦ
Ans.
ସତ୍ୟ + ଆନନ୍ଦ = ସତ୍ୟାନନ୍ଦ
ରସ + ଆନନ୍ଦ = ରସାନନ୍ଦ
ପୂର୍ଣ୍ଣ + ଆନନ୍ଦ = ପୂର୍ଣାନନ୍ଦ
ଭୈରବ + ଆନନ୍ଦ = ଭୌରବାନନ୍ଦ
ବ୍ରହ୍ମ + ଆନନ୍ଦ = ବ୍ରହ୍ମାନନ୍ଦ
5. ଗୌରଚନ୍ଦ୍ର ଭଳି ଚନ୍ଦ୍ର ଲଗାଇ ପାଞ୍ଚଗୋଟି ଶବ୍ଦ ଲେଖ ।
Ans.
ପୂର୍ଣ୍ଣଚନ୍ଦ୍ର, ହରିଶ୍ଚନ୍ଦ୍ର, ଗୋପାଳଚନ୍ଦ୍ର, କୃଷ୍ଣଚନ୍ଦ୍ର, ଶ୍ରୀଚନ୍ଦ୍ର
କ୍ଷୁଦ୍ର ଉତ୍ତର ମୂଳକ ପ୍ରଶ୍ନୋତ୍ତର
6. କାନ୍ତକବିଙ୍କ ନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା କାହିଁକି ?
Ans.
କାନ୍ତକବି ମାଣବସା ଗୁରୁବାର ଦିନ ଜନ୍ମଗ୍ରହଣ କରିଥିବାରୁ ତାଙ୍କ ନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା ।
7. କାନ୍ତକବିଙ୍କ ପୈତୃକ ଗ୍ରାମ ନାମ କ’ଣ ?
Ans.
କାନ୍ତକବିଙ୍କ ପୈତୃକ ଗ୍ରାମ ନାମ ତାଳପଦା
8. ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ କ’ଣ ଓ ସେ କେଉଁ ବୃତ୍ତି ଅବଲମ୍ବନ କରୁଥିଲେ ?
Ans.
ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଓ ସେ ଓକିଲାତି ବୃତ୍ତି ଅବଲମ୍ବନ କରୁଥିଲେ।
9. କବିତାଲେଖା ପାଇଁ ଲକ୍ଷ୍ମୀକାନ୍ତ କାହାର ଶ୍ରଦ୍ଧାଭାଜନ ହୋଇଥିଲେ ?
Ans.
କବିତାଲେଖା ପାଇଁ ଲକ୍ଷକାନ୍ତ ରେଭେନ୍ସା ଛ।ତ୍ର।ବାସର ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଶ୍ରାଦ୍ଧାଭାଜନ ହୋଇଥିଲେ ।
10. ଲକ୍ଷ୍ମୀକାନ୍ତଙ୍କ ମାତାଙ୍କ ନାମ କ’ଣ ?
Ans.
ଲକ୍ଷ୍ମୀକାନ୍ତଙ୍କ ମାତାଙ୍କ ନାମ ରାଧାମଣି ।
11. ଲକ୍ଷ୍ମୀକାନ୍ତ ବି.ଏ. ପଢ଼ିବାପାଇଁ କଲିକତାର କେଉଁ କଲେଜରେ ନାମ ଲେଖାଇଥିଲେ?
Ans.
ଲକ୍ଷ୍ମୀକାନ୍ତ ବି.ଏ. ପଢ଼ିବାପାଇଁ କଲିକତାର ରିପନ୍ କଲେଜରେ ନାମ ଲେଖାଇଥିଲେ ।
12. ରେଭେନ୍ସା ମହାବିଦ୍ୟାଳୟରେ ଲକ୍ଷ୍ମୀକାନ୍ତ କେଉଁ ନାଟକରେ ଅଭିନୟ କରିଥିଲେ ?
Ans.
ରେଭେନ୍ସା ମହାବିଦ୍ୟାଳୟରେ ଲକ୍ଷ୍ମୀକାନ୍ତ ‘କାଞ୍ଚିକାବେରୀ’ ନାଟକରେ ଅଭିନୟ କରିଥିଲେ।
13. କେଉଁଠାରେ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ରୂପେ ଅଭିହିତ କରାଯାଇଥିଲା ?
Ans.
୧୯୩୪ ମସିହାରେ ଭଦ୍ରକ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା କରାଯାଇ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ରୂପେ ଅଭିହିତ କରାଯାଇଥିଲା ।
14. ଛାତ୍ରାବସ୍ଥାରେ ଲକ୍ଷ୍ମୀକାନ୍ତ ଲେଖାଲେଖି ପାଇଁ କେଉଁ ପତ୍ରିକାର ସମ୍ପାଦକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ?
Ans.
ଛାତ୍ରାବସ୍ଥାରେ ଲକ୍ଷ୍ମୀକାନ୍ତ ଲେଖାଲେଖି ପାଇଁ ‘ମୁକୁର’ ପତ୍ରିକାର ସମ୍ପାଦକ ବ୍ରଜସୁନ୍ଦର ଦାସ ଓ ‘ଉତ୍କଳ ସାହିତ୍ୟ’ ପତ୍ରିକାର ସମ୍ପାଦକ ବିଶ୍ଵନାଥ କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
15. କାନ୍ତକବିଙ୍କ କୁଳଗୁରୁଙ୍କ ନାମ କ’ଣ ?
Ans.
କାନ୍ତକବିଙ୍କ କୁଳଗୁରୁଙ୍କ ନାମ ବାବାଜି ରାମବାସୀ
16. ଲକ୍ଷ୍ମୀକାନ୍ତଙ୍କ ଇଷ୍ଟଦେବତା କିଏ ?
Ans.
ଲକ୍ଷ୍ମୀକାନ୍ତଙ୍କ ଇଷ୍ଟଦେବତା ଗୋପୀନାଥ ।
17. ‘ବନ୍ଦେ ଉତ୍କଳ ଜନନୀ’ କବିତା ଉତ୍କଳ ସମ୍ମିଳନୀର କେଉଁଠିକା ଅଧିବେଶନରେ ଗାନ କରାଯାଇଥିଲା ?
Ans.
‘ବନ୍ଦେ ଉତ୍କଳ ଜନନୀ’ କବିତା ୧୯୧୨ ମସିହାରେ ଉତ୍କଳ ସମ୍ମିଳନୀ ଅଧିବେଶନରେ ଗାନ କରାଯାଇଥିଲା ।
18. ଲକ୍ଷ୍ମୀକାନ୍ତ ଭଦ୍ରକରେ ସ୍ଥାପନ କରିଥିବା ପ୍ରେସ୍ର ନାମ କ’ଣ ?
Ans.
ଲକ୍ଷ୍ମୀକାନ୍ତ ଭଦ୍ରକରେ ସ୍ଥାପନ କରିଥିବା ପ୍ରେସ୍ର ନାମ ଗୋପିନାଥ ପ୍ରେସ୍ ।
19. ‘ଡଗର’ ପ୍ରକାଶନ କଟକର ପିଠାପୁରରୁ କେଉଁ ମସିହାରେ ହୋଇଥିଲା ?
Ans.
‘ଡଗର’ ପ୍ରକାଶନ କଟକର ପିଠାପୁରରୁ ୧୯୪୮ ମସିହାରେ ହୋଇଥିଲା ।
20. ‘ଅସହଯୋଗୀର ଆତ୍ମକଥା’ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା ?
Ans.
‘ଅସହଯୋଗୀର ଆତ୍ମକଥା’, ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପାଞ୍ଚଟି ସଂଖ୍ୟାରେ ପ୍ରକାଶ ପାଇଥିଲା ।
21. ଲକ୍ଷ୍ମୀକାନ୍ତଙ୍କ ଅସମ୍ପୂର୍ଣ୍ଣ ଉପନ୍ୟାସର ନାମ କ’ଣ ?
Ans.
ଲକ୍ଷ୍ମୀକାନ୍ତଙ୍କ ଅସମ୍ପୂର୍ଣ୍ଣ ଉପନ୍ୟାସର ନାମ ‘କଣାମାମୁଁ’।
22. ଭାଗବତ ପ୍ରସାଦ ବିହାର ଓଡ଼ିଶା କାଉନ୍ସିଲ୍ରୁ ଇସ୍ତଫା ଦେଲେ କାହିଁକି ?
Ans.
ଲବଣ ସତ୍ୟାଗ୍ରହ ସମୟରେ ବ୍ରିଟିଶ୍ ସରକାର ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର କରିଥିଲେ। ଏହି ଅତ୍ୟାଚାରକୁ ବିରୋଧକରି ଭାଗବତ ପ୍ରସାଦ ବିହାର ଓଡ଼ିଶା କାଉନ୍ସିଲରୁ ଇସ୍ତଫା ଦେଲେ ।
ସପ୍ରସଙ୍ଗ ସରଳାର୍ଥ
23. ଏଭଳି ଦୁଃସମୟରେ ସାହିତ୍ୟ, ସଙ୍ଗୀତ, ସଂକୀର୍ତ୍ତନ ଚର୍ଚ୍ଚା, ଇଷ୍ଟପୂଜା, ଗୁରୁବାଣୀ ପାଳନ ଥିଲା ତାଙ୍କ ପାଇଁ ସାନ୍ତ୍ୱନାର ଔଷଧୀ
Ans.
ଏଭଳି …………………….. ସାନ୍ତ୍ୱନାର ଔଷଧୀ
ଶଂସିତ ଗଦ୍ୟାଶଂଟି ‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ଜୀବନୀ ଓ ସାହିତ୍ୟକୃତି)’ ପ୍ରବନ୍ଧରୁ ଗୃହୀତ । ଉକ୍ତ ପ୍ରସଙ୍ଗରେ ପ୍ରାବନ୍ଧିକ ଲକ୍ଷ୍ମୀକାନ୍ତଙ୍କ ଜୀବନର ବିପର୍ଯ୍ୟୟ ପରିସ୍ଥିତି ଏବଂ ସେହି ପରିସ୍ଥିତିରୁ ମୁକ୍ତି ପାଇବାର ଉପାୟକୁ ସୂଚନାତ୍ମକ ଭାବେ ଉଲ୍ଲେଖ କରିଛନ୍ତି।
ଲକ୍ଷ୍ମୀକାନ୍ତ ଛାତ୍ର ଜୀବନରୁ ଥିଲେ ଜଣେ ଦକ୍ଷ କ୍ରୀଡ଼ାବିତ୍, ଅଭିନେତା, ସଙ୍ଗୀତ ସାଧକ ଏବଂ ସମାଜସେବୀ । ଏତେସବୁ ସୁଗୁଣର ଅଧିକାରୀ ହୋଇ ସେ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ. ପାସ୍ କଲେ । ବି.ଏ. ପାସ୍ କଲାପରେ ତାଙ୍କର ପୂର୍ବତନ ଅଭିଭାବକ ଉମାଚରଣଙ୍କୁ ଦେଖା କରିବାକୁ ପୁରୀ ଯାଇଥିଲେ । ପୁରୀରୁ ଫେରିବାପରେ ସେ ଜ୍ଵର ରୋଗରେ ପୀଡ଼ିତ ହେଲେ ଏବଂ ଜ୍ଵର ଛାଡ଼ିଗଲା ପରେ ତାଙ୍କ ଦେହରେ ଦୁରାରୋଗ୍ୟ ବ୍ୟାଧିର ଉପସର୍ଗ ଦେଖାଦେଇଥିଲା । ପିତା, ଭାଗବତ ପ୍ରସାଦ ଚିକିତ୍ସାର ସବୁ ବ୍ୟବସ୍ଥା କଲେ ମଧ୍ୟ ଲକ୍ଷ୍ମୀକାନ୍ତଙ୍କ ଶରୀର ବିକଳାଙ୍ଗ ହୋଇଗଲା । ଏହି ସମୟରେ ସେ ଭଜନ କୀର୍ତ୍ତନରେ ନିଜକୁ ବୁଡ଼ାଇ ରଖିଲେ। ବଡ଼ପୁଅର ଏଭଳି ଅବସ୍ଥା ଦେଖ୍, ତାହାର ଭବିଷ୍ୟତ ପାଇଁ ଇଷ୍ଟଦେବ ଗୋପିନାଥଙ୍କ ନାମରେ ଥିବା ପୈତୃକ ସମ୍ପତ୍ତିର ଉତ୍ତରାଧ୍ୟାକାରୀ କରାଇଦେଲେ। ବ୍ୟାଧ୍ୱଗ୍ରସ୍ତ ଲକ୍ଷ୍ମୀକାନ୍ତଙ୍କୁ ଏଥିପାଇଁ ଭାଇଆଳିଆ ସ୍ତରରୁ ନାନାଦି ଈର୍ଷା ଓ ମାଲିମୋକଦ୍ଦମା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହିଭଳି ଦୁଃସମୟରେ ଲକ୍ଷ୍ମୀକାନ୍ତ ନିଜକୁ ସାହିତ୍ୟ ସେବା, ସଙ୍ଗୀତ ସାଧନା, ସଂକୀର୍ତ୍ତନ ଚର୍ଚ୍ଚା, ଇଷ୍ଟପୂଜାରେ ନିଜକୁ ବୁଡ଼ାଇ ରଖିଲେ। କଳାତ୍ମକ ସାଧନ।, ଆଧ୍ୟାମିକ ଅନୁଚିନ୍ତାରେ ସେ ସଦାସର୍ବଦା ନିମଜ୍ଜିତ ରହିଲେ। ଏଭଳି କରିବାଦ୍ୱାରା ତାଙ୍କ ଶାରୀରିକ ଦୁଃଖ ବହୁ ପରିମାଣରେ ଦୂରେଇଗଲା। ଏହାକୁ ବୁଝାଇବାକୁ ଯାଇ ପ୍ରାବନ୍ଧିକ କହିଛନ୍ତି, ଏଭଳି ବିଧିବ୍ୟବସ୍ଥା ଯେପରି ଲକ୍ଷ୍ମୀକାନ୍ତଙ୍କ ପାଇଁ ଥିଲା ସାନ୍ତ୍ୱନାର ଔଷଧ । ଦେହ ଅସୁସ୍ଥ ହେଲେ ଯେପରି ଔଷଧର ଆବଶ୍ୟକତା ରହିଥାଏ, ଠିକ୍ ସେହିପରି କଳାସାଧନା ଓ ଆଧ୍ୟାତ୍ମିକ ଉପଚାର ତାଙ୍କ ମନକୁ ସାନ୍ତ୍ୱନା ଦେଇଥିଲା ।
24. ଗାନ୍ଧୀ ଆଦର୍ଶ ଓ ବାଣୀପ୍ରତି ସେ ଅନୁରାଗୀ ହୋଇ ସେ ସମ୍ପର୍କରେ ଅନେକ କବିତା ରଚନା କରିଥିଲେ ।
Ans.
ଗାନ୍ଧୀ ଆଦର୍ଶ ………………………. କରିଥିଲେ।
ଉକ୍ତ ଗଦ୍ୟାଶଂଟି ‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ଜୀବନ ଓ ସାହିତ୍ୟକୃତି)’ ପ୍ରବନ୍ଧରୁ ଗୃହୀତ । ଉକ୍ତ ପ୍ରସଙ୍ଗରେ ପ୍ରାବନ୍ଧିକ ଲକ୍ଷ୍ମୀକାନ୍ତଙ୍କ ବହୁମୁଖୀ ପ୍ରତିଭାର ପରିଚୟ ଦେବାକୁ ଯାଇ ତାଙ୍କର ଗାନ୍ଧିବାଦୀ ଆଦର୍ଶରେ ଅନୁପ୍ରାଣିତ ହେବା ପର୍ଯ୍ୟାୟକୁ ସୂଚିତ କରିଛନ୍ତି ।
ଲକ୍ଷ୍ମୀକାନ୍ତ ଥିଲେ ଯଥାର୍ଥରେ କାନ୍ତକବି । ଛାତ୍ର ଜୀବନରୁ ସେ କବିତା ଲେଖାରେ ମନୋନିବେଶ କରିଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ସେ ବିଭିନ୍ନ କଥାବସ୍ତୁକୁ ନେଇ କବିତା ରଚନା କରିଥିଲେ । ଲକ୍ଷ୍ମୀକାନ୍ତଙ୍କ ପରିବାର ଥିଲେ ସ୍ଵାଧୀନତା ସଂଗ୍ରାମୀ ପରିବାର । ସାନଭାଇ, ସାନଭଉଣୀ, ଭଣଜା ଓ ତାଙ୍କର ଦୁଇପୁତ୍ର ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଵାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ । ଲକ୍ଷ୍ମୀକାନ୍ତଙ୍କ ମନରେ ରହିଥିଲା ସ୍ଵଦେଶପ୍ରାଣତାର ଭାବ । ପରାଧୀନ ଉତ୍କଳ କିପରି ସ୍ଵାଧୀନତା ଲାଭକରିବ, ସେହି ଉଦ୍ଦେଶ୍ୟରେ ସେ ଲେଖନୀ ଚାଳନା କରିଥିଲେ । ଗାନ୍ଧୀ ଆଦର୍ଶକୁ ଆଧାର କରି ଭଦ୍ରକର ତାଳପଦ ଏବଂ କଟକରେ ବିଭିନ୍ନ ସ୍ଥାନରେ ଜନସଚେତନତା ଜାଗ୍ରତ କରିବାକୁ ଚାହିଁଥିଲେ । ସେଥିପାଇଁ ଲୋକମାନଙ୍କ ମନରୁ ଅନ୍ଧବିଶ୍ୱାସ ଦୂରକରିବା ସାଙ୍ଗକୁ କୃଷି ଓ କୁଟୀର ଶିଳ୍ପର ଉନ୍ନତି ନିମନ୍ତେ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଗାଁ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ମୋଚନ କରିବାପାଇଁ ସେ ପ୍ରୟାସ କରିଥିଲେ । ଗାନ୍ଧୀଙ୍କର ଆଦର୍ଶ ଓ ବାଣୀ ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ଫଳସ୍ୱରୂପ ତାଙ୍କର ଅନେକ କବିତାରେ ସେହି ଭାବଧାରା ପ୍ରକାଶ ପାଇଥିଲା । କବିତା ମାଧ୍ୟମରେଗ ଗାନ୍ଧୀଙ୍କର ଆଦର୍ଶକୁ ପରିପ୍ରଚାର କରିବା ଯେପରି ତାଙ୍କର ଉଦ୍ଦେଶ୍ୟ ଥିଲା । ପ୍ରାବନ୍ଧିକଙ୍କର ଏଭଳି ବକ୍ତବ୍ୟ, ଲକ୍ଷ୍ମୀକାନ୍ତଙ୍କ କାବ୍ୟ ପ୍ରତିଭାର ସ୍ପଷ୍ଟ ଚିତ୍ର ସୂଚିତ କରିଛି ।
25. ଅଧିକାଂଶ ରଚନା ପ୍ରାଣଧର୍ମର ହାସ୍ୟ କୌତୁକ ଓ ବ୍ୟଙ୍ଗ ବିଦ୍ରୁପଧର୍ମୀ ।
Ans.
ଅଧିକାଂଶ ରଚନା ………………………. ବିଦ୍ରୂପଧର୍ମୀ ।
ଉକ୍ତ ଗଦ୍ୟାଶଂଟି ‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ଜୀବନୀ ଓ ସାହିତ୍ୟ କୃତି)’ ପ୍ରବନ୍ଧରୁ ଗୃହୀତ । ଏଠାରେ ପ୍ରାବନ୍ଧିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବହୁମୁଖୀ ପ୍ରତିଭାର ପରିଚୟ ଦେଇ, ସେଥୁରେ ରହିଥିବା ବିଶେଷତା ଯେ ହାସ୍ୟ କୌତୁକ ଓ ବ୍ୟଙ୍ଗ ବିଦ୍ରୁପ ବୋଲି ସ୍ପଷ୍ଟ କରାଇଛନ୍ତି ।
ଲକ୍ଷ୍ମୀକାନ୍ତ ଛାତ୍ରଜୀବନରୁ ସାହିତ୍ୟ ସାଧନାରେ ମନୋନିବେଶ କରିଥିଲେ । ପ୍ରଥମେ କବିତା ଲେଖୁଥିଲେ ବି ପରବର୍ତ୍ତୀ ସମୟରେ ଗଦ୍ୟର ବିଭିନ ବିଭାଗରେ ଲେଖନୀ ଚାଳନା କରିଥିଲେ ତାଙ୍କର ଜାତିବାଦୀ ଓ ଆଧ୍ୟାତ୍ମିକ ଲେଖାକୁ ଛାଡିଦେଲେ ପ୍ରାୟ କବିତାରେ ବ୍ୟଙ୍ଗାତ୍ମକ ଭାବ ଦେଖିବାକୁ ମିଳେ । ସେ ପ୍ରଥମେ ‘ଅସହଯୋଗୀ’ ଛଦ୍ମନାମରେ ‘ଅସହଯୋଗୀର ଆତ୍ମକଥା’ ଗଦ୍ୟ ରଚନା କରିଥିଲେ । ସେଥିରେ ସେ ଆନ୍ଦୋଳନରେ ଯୋଗଦେଇଥିବା ଅନେକ କର୍ମୀଙ୍କ ତ୍ରୁଟି ବିଚ୍ୟୁତିକୁ ବ୍ୟଙ୍ଗାତ୍ମକ ଭାବରେ ପ୍ରକାଶ କରିଥିଲେ । ନାଟକ ରଚନା କ୍ଷେତ୍ରରେ ସେ କେତେକ ପ୍ରହସନ ରଚନା କରିଥିଲେ । ତାଙ୍କର ସାହିତ୍ୟ ସୃଷ୍ଟିକୁ ପାଠକଲେ ଜଣାଯାଏ, ସେ ଯେପରି ଲେଖା ମାଧ୍ୟମରେ ହସାଇବାର ଅଦ୍ଭୁତ ଶକ୍ତି ନେଇ ଜନ୍ମଗ୍ରହଣ କରିଥିଲେ । ପଦ୍ୟରେ ସେ ଅନେକ ଲାଳିକା ରଚନା କରିଥିଲେ । ଲକ୍ଷ୍ମୀକାନ୍ତ କବିସୂର୍ଯ୍ୟ ବଳ ଦେବଙ୍କ କିଶୋରହାନଦ ଚମ୍ପୂ ଅନୁକରଣରେ କଟକ ଚନ୍ଦ୍ରହାସ ଚମ୍ପୂ’, ଅଭିମନ୍ୟୁଙ୍କ ‘ବିଦଗ୍ଧଚିନ୍ତାମଣି’ର ‘କଳାମାଣିକରେ’ ଛାନ୍ଦ ଅନୁସରଣରେ ‘ଧଳାମାଣିକରେ’ ରଚନା କରିଥିଲେ ଯେଉଁଥରେ ହାସ୍ୟଭାବ ପ୍ରକାଶ ହୋଇଛି । ସେହିପରି ସେ ‘ଡିମ୍ବକ୍ରେସୀ ସଭା’, ‘ହନୁମନ୍ତର ବସ୍ତ୍ରହରଣ’, ‘ଜର୍ମାନ ଭୂତ ଓ ଦେବାକୁ ସେ ଚାହିଁଛନ୍ତି । ତାଙ୍କ ମତରେ ‘ତିଅଣରେ ଲୁଣଭଳି ସାହିତ୍ୟରେ ହାସ୍ୟରସ ଏକାନ୍ତ ଆବଶ୍ୟକ’ । ଲକ୍ଷ୍ମୀକାନ୍ତଙ୍କର ବିଶେଷ ପ୍ରତିଭାକୁ ସୂଚିତ କରିବାକୁ ଯାଇ ପ୍ରାବନ୍ଧିକ ଏପରି ଲେଖୁଛନ୍ତି ।
26. ଗଳ୍ପଟିର ପରିଣତି ବେଶ୍ କରୁଣ ରସରେ ମାର୍ମିକ
Ans.
ଗଳ୍ପଟିର ............................................... ମାର୍ମିକ
ପଠିତ ଗଦ୍ୟାଶଂଟି ପାଠ୍ୟ ପୁସ୍ତକର ‘‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ଜୀବନୀ ଓ ସାହିତ୍ୟକୃତି) ବିଷୟରୁ ଆସିଅଛି । ଏଠାରେ ପ୍ରାବନ୍ଧିକ ଲକ୍ଷ୍ମୀକାନ୍ତ ରଚିତ ସର୍ବଶ୍ରେଷ୍ଠ ଗଳ୍ପକୃତି ‘ବୁଢ଼ା ଶଙ୍ଖାରି’ ସମ୍ପର୍କରେ ବିଚାର ଆଲୋଚନା କରିଛନ୍ତି ।
‘ବୁଢ଼ା ଶଙ୍ଖାରି’ ଗଳ୍ପଟିରେ ଗାଳ୍ପିକ ପ୍ରେମ ଓ କରୁଣ ଭାବକୁ ଅତି ହୃଦୟଗ୍ରାହୀ ଭାବେ ପରିପ୍ରକାଶ କରିଛନ୍ତି । ଶଙ୍ଖାରି ବୁଢ଼ା ଶଙ୍ଖା ବିକେ । ସେହି ଶଙ୍ଖା ବିକିବା ଆଳରେ ଦେଖା ହେଇଛି ଜମିଦାର ଘର ବୋହୁ ସହିତ ବୋହୁକୁ ସେ ଶଙ୍ଖା ପିନ୍ଧାଇଛି । ସେହି ଶଙ୍ଖା ପିନ୍ଧାଇବା ସମୟରେ ନୂଆବୋହୂଟି ପ୍ରତି ଆସିଛି ଅପତ୍ୟସ୍ନେହ । ସତେ ଯେପରି ବୋହୂର ବୁଢ଼ା ପୁଅଟିଏ ବୋଲି ମନେକରିଛି । ମା’ହାତରେ ଶଙ୍ଖା ପିନ୍ଧାଇ ଥିବାରୁ ଆତ୍ମସନ୍ତୋଷ ଲାଭ କରିଛି । ବୋହୂର ବରାଦ ମୁତାବକ ଆସମାନାତାରା ଶଙ୍ଖା ଆଣି ଆସିବାକୁ କହିଛି । ଏହାରି ଭିତରେ ଶଙ୍ଖାରି ବୁଢ଼ାଟି ଅସୁସ୍ଥ ହୋଇପଡ଼ିଛି । ତଥାପି ସେହି ଅସୁସ୍ଥ ଶରୀରରେ ବହୁ ଆବେଗରେ ଶଙ୍ଖା ଗଢ଼ିଛି । ଶଙ୍ଖା ନେଇ ଯାଇଛି । ବେହୁକୁ ପିନ୍ଧାଇବା ପାଇଁ । ମାତ୍ର ଶଙ୍ଖାରି ବୁଢ଼ାର ଆଶା ପୂର୍ଣ୍ଣ ହୋଇନାହିଁ । ତା’ର ଆଶା ଆଶାରେ ହିଁ ରହିଯାଇଛି । ଯେଉଁ ବୋହୂର ହାତରେ ଶଙ୍ଖା ପିନ୍ଧାଇବ ବୋଲି ଧାଇଁ ଆସିଥିଲା, ସେହି ବୋହୂର ବିଧବା ରୂପ ଦେଖୁଛି । ବୋହୂର ଏଭଳି ରୂପ ଦେଖି ଶଙ୍ଖାରି ହୃଦୟ ଯେଉଁ ବେଦନା ବୋଧ ସୃଷ୍ଟି ହୋଇଛି, ତାହା ପାଠକ ଆଖି ଭିଜାଇ ଦିଏ । ଏହି ଗଳ୍ପରେ ରହିଥିବା ପ୍ରେମ ଓ କରୁଣ ଭାବ ଗାଳ୍ପିକ ଲକ୍ଷ୍ମୀକାନ୍ତଙ୍କ ସୃଷ୍ଟିରେ ଶାଶ୍ୱତ ଭାବକୁ ପରିପ୍ରକାଶ କରେ । ଏହି ପ୍ରସଙ୍ଗରେ ପ୍ରାବନ୍ଧିକ ଗଳ୍ପଟିର ପରିଣତି ବା ଶେଷପର୍ଯ୍ୟାୟ କରୁଣର ସାପ୍ଳୁତ ବୋଲି କହିଛନ୍ତି । ପ୍ରାବନ୍ଧିକଙ୍କ ଏଭଳି ଅଭିମତ ହୃଦୟଗ୍ରାହୀ ହୋଇପାରିଛି ।
27. ଗୀତଗୁଡ଼ିକର ଲଢ଼ାସ ଭାବ ‘ଜୀବନ ସଙ୍ଗୀତର ଅନନ୍ୟକୃତିର ମାନ୍ୟତା ଦେଇଛି
Ans.
ଗୀତଗୁଡ଼ିକର ............................................... ଦେଇଛି
ଉକ୍ତ ଗଦ୍ୟାଶଂଟି ପାଠ୍ୟ ପୁସ୍ତକର ‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ଜୀବନୀ ଓ ସାହିତ୍ୟକୃତି)’ ବିଷୟରୁ ଆସିଅଛି। ଏଠାରେ ପ୍ରାବନ୍ଧିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଦ୍ୱାରା ରଚିତ ଓ ‘ଜୀବନ ସଂଗୀତ’ କବିତା ସଂକଳନରେ ସଂକଳିତ କବିତା କବି ଲକ୍ଷ୍ମୀକାନ୍ତ ଥିଲେ ଏକାନ୍ତ ଭାବରେ ବୈଷ୍ଣବ ପାରିବାରିକ ପରମ୍ପରାକ୍ରମେ ସେ ଏହି ଧର୍ମ ଗ୍ରହଣ କରିଥିଲେ ଏବଂ ଇଷ୍ଟଦେବ ଗୋପୀନାଥଙ୍କ ନିକଟରେ ନିଜକୁ ସମର୍ପଣ କରି ଦେଇଥିଲେ । ତେଣୁ ଭକ୍ତ ସୁଲଭ ଭାବାବେଗ, ପ୍ରେମ, କରୁଣା, ତିତିକ୍ଷା ଓ କୋମଳତାରେ ତାଙ୍କର ହୃଦୟ ମୂଳା ରସସିକ୍ତ । ଫଳରେ ତାଙ୍କ ‘ଜୀବନ ସଂଙ୍ଗୀତର’ ବହୁପଦ ମଧ୍ୟରେ ସେହି କାରୁଣ୍ୟ କୋମଳ, ବ୍ୟଥାତୁର, ପ୍ରେମସିକ୍ତ ହୃଦୟର ଉଚ୍ଛକ ଭାବ ଦେଖିବାକୁ ମିଳେ ।
କାନ୍ତ କବିଙ୍କର ଏହି ଆଧ୍ୟାତ୍ମବାଦୀ ଅନୁଚିନ୍ତ୍ର।କୁ ବା କାବ୍ୟଚେତନାକୁ ରବୀନ୍ଦ୍ର ନାଥଙ୍କ ‘ଗୀତାଞ୍ଜଳି’ ସହିତ ଅନେକ ଆଲୋଚକ ତୁଳନା କରିଛନ୍ତି । ୧୯୧୦ରେ ପ୍ରକାଶିତ ଓ ୧୯୧୩ରେ ପ୍ରଭାବିତ ନୋବେଲ୍ ପୁରସ୍କାର ପ୍ରାପ୍ତ ଏହି ‘ଗୀତାଞ୍ଜଳି’ର ସଙ୍ଗୀତଗୁଡ଼ିକ କାନ୍ତକବିଙ୍କୁ ବହୁ ଭାବରେ ପ୍ରଭାବିତ କରିଥବ । କାରଣ କବିଙ୍କର ଦୁଃଖଜର୍ଜରିତ ଅନ୍ତର ପାଇଁ ‘ଗୀତାଞ୍ଜଳି’ ଏକ ଆଶାର ଉତ୍ସରୂପେ ସାର୍ଚ୍ଚନା ଦେଇଥବ । ଏହି ମର୍ମରେ ଅନ୍ତରର ଆକୁଳ ଭାବକୁ ଏକ ବିରାଟ ଶକ୍ତି ପାଖରେ ସେ ସମର୍ପିତ କରିଥିଲେ । ରବିନ୍ଦ୍ର ନାଙ୍କ କିତାର ଅନେକ ପଦ ସହିତ ଲକ୍ଷ୍ମୀକାନ୍ତଙ୍କ କବିତାର ଅନେକ ପଦ ମିଶିଯାଉଥିଲେ, ସେଥିରେ ସେ ନିଜର ବୈଶିଷ୍ଟ୍ୟ ସୂଚିତ କରିଛନ୍ତି । ଆନନ୍ଦ ମଧୁର ବଂଶୀ ପରିବେଷଣ କରି ତାଙ୍କ ବିସ୍ମୟ ଦୀପ୍ତ ପ୍ରତିଭାର ଅନେକ ଚିତ୍ରକୁ ଜୀବନ ସଙ୍ଗୀତର ପ୍ରତି ଛତ୍ରେ ଛତ୍ରେ ପ୍ରମାଣ କରିଛନ୍ତି । ପ୍ରାବନ୍ଧିକ ‘ଜୀବନ ସଙ୍ଗୀତ’ର ଯେଉଁ ମହତ୍ତ୍ବ ସୂଚିତ କରିଛନ୍ତି, ତାହା ଯଥାର୍ଥ ମନେ ହୋଇଥାଏ ।
ଦୀର୍ଘ ଉତ୍ତରମୂଳକ;
28. କାନ୍ତକବିଙ୍କ ଜୀବନୀର ପରିଚୟ ଦିଅ ।
Ans.
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଓଡ଼ିଆ ବାଣୀଭଣ୍ଡାରକୁ ବିଭିନ୍ନ ପର୍ଯ୍ୟାୟରେ ସମୃଦ୍ଧ କରିଥିବା ଜଣେ ଯଶସ୍ବୀ ସାଧକ । ସେ ତାଙ୍କର ଜୀବନକାଳ ଭିତରେ କେବଳ ସାହିତ୍ୟ ସାଧନାରେ ମନୋନିବେଶ କରିଥିଲେ, ସେପରି ନୁହେଁ ବରଂ ବିଭିନ୍ନ ସମୟରେ, ବିଭିନ୍ନ ସ୍ତରରେ ସୁନାମ ଅର୍ଜନ କରିଥିଲେ। ନୀଳକଣ୍ଠ ଯେପରି ଆକଣ୍ଠ ବିଷପାନ କରି ସାରାଜଗତକୁ ଅମୃତ ପ୍ରଦାନର କାରଣ ହୋଇଥିଲେ, ଠିକ୍ ସେହିପରି ଲକ୍ଷ୍ମୀକାନ୍ତ ନିଜେ ଦୁଃଖ ଯାତନାରେ ରହିଥିଲେ ବି ସମଗ୍ର ବିଦଗ୍ଧ ପାଠକ-ଶ୍ରେଣୀଙ୍କୁ ହାସ୍ୟରସର ଅମୃତ ପାନ କରାଇଥିଲେ । ସେହି ଦିବ୍ୟସୃଷ୍ଟିକୁ ପଠନ କରି, ଶ୍ରବଣ କରି ପାଠକମାନେ ଲକ୍ଷ୍ମୀକାନ୍ତ ୧୯୮୮ ମସିହା, ଡିସେମ୍ବର ମାସ ୯ ତାରିଖ ଗୁରୁବାର ଦିନ କଟକସହରର ଧୂଆଁପତ୍ରିଆ ଗଳି, ବଖରାବାଦରେ ନାମ ରଖାଯାଇଥିଲା ଲକ୍ଷ୍ମୀକାନ୍ତ । ତାଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଏବଂ ମାତାଙ୍କ ନାମ ଜମିଦାର । ମାତା ରାଧାମଣି ଥିଲେ କଣ୍ଠପଡ଼ା ଜମିଦାରଙ୍କ କନ୍ୟା । ଏଥିରୁ ସ୍ପଷ୍ଟ ହୁଏ ଯେ, ଲକ୍ଷ୍ମୀକାନ୍ତ ସ୍ଵଚ୍ଛଳ ଜମିଦାର ପରିବାରର ଦାୟାଦ ଥିଲେ । ଲକ୍ଷ୍ମୀକାନ୍ତଙ୍କ ଜନ୍ମବେଳକୁ ଭାଗବତ ପ୍ରସାଦ କଟକ ଏକାଡ଼େମୀ ସ୍କୁଲରେ ଶିକ୍ଷକତା ସାଙ୍ଗକୁ ଆଇନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଓକିଲାତି ପରୀକ୍ଷାରେ କୃତକାର୍ଯ୍ୟ ହେଲାପରେ, ଭାଗବତ ପ୍ରସାଦ ବାଲେଶ୍ବର ଚାଲିଆସି ଓକିଲାତି କଲେ । ଯେହେତୁ ପିତା ବାଲେଶ୍ଵରରେ ଓକିଲାତି କଲେ, ତେଣୁ ଲକ୍ଷ୍ମୀକାନ୍ତ ବିଦ୍ୟାଶିକ୍ଷା ଆରମ୍ଭ ହୋଇଥିଲା ବାଲେଶ୍ଵର ସ୍କୁଲରେ । ପରବର୍ତୀ ସମୟରେ ଭଦ୍ରକରେ କୋର୍ଟ ଖୋଲିଯିବାରୁ, ଭାଗବତ ବାବୁ ବାଲେଶ୍ଵର ଛାଡ଼ି ଭଦ୍ରକ ଚାଲିଆସିଲେ । ଭଦ୍ରକରେ ରହି ଓକିଲାତି ବ୍ୟବସାୟ ସହିତ ଗ୍ରାମର ସମ୍ପଭିବାଡ଼ି ବିଷୟ ବୁଝାସୁଝା କଲେ । ଏହି ସମୟରେ ଲକ୍ଷ୍ମୀକାନ୍ତ ଭଦ୍ରକରେ ରହି ପାଠ ପଢ଼ିଲେ । ବାଲେଶ୍ବରରେ ରହି ପାଠପଢ଼ିବା ବେଳେ ସେ ଜିଲ୍ଲା ସ୍କୁଲର ବୁଦ୍ଧିମାନ ଓ ଉତ୍ତମ ଖେଳାଳି ଭାବେ ସୁନାମ ଅର୍ଜନ କରିଥିଲେ । ଭଦ୍ରକରେ ରହଣି ସମୟରେ ଅନେକ ସାଥୀପିଲାମାନଙ୍କ ସହିତ ଅଭିନୟରେ ସେ ସମୟ ବିତାଇବାରୁ, ତାଙ୍କର ପିତା ତାଙ୍କୁ କଟକ ପଠାଇଦେଲେ । କଟକରେ ସେ ସମୟରେ ଭାଗବତ ପ୍ରସାଦଙ୍କ ଦୂରସମ୍ପର୍କୀୟ ଉମାଚରଣ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଲକ୍ଷ୍ମୀକାନ୍ତ ଉମାଚରଣଙ୍କ ତତ୍ତ୍ଵାବଧାନରେ ଛାତ୍ରାବାସରେ ରହି ପାଠ ପଢ଼ିଲେ । ଲକ୍ଷ୍ମୀକାନ୍ତ ସେଠାରେ ମଧ୍ୟ ପଠପଢ଼ିବା ଅପେକ୍ଷା କ୍ରୀଡ଼ା, କବିତା ଲେଖା ଓ ଆମୋଦାପ୍ରମୋଦରେ ଅଧିକ ସମୟ ଦେଉଥିବା ଉମାଚରଣ ଲକ୍ଷ୍ୟ କରିଥିଲେ । ଉମାଚରଣ ଉଚ୍ଚଶିକ୍ଷା ପାଇଁ କଲିକତା ଚାଲିଗଲା ପରେ, ଲକ୍ଷ୍ମୀକାନ୍ତ ପୁନର୍ବାର ବାଲେଶ୍ଵର ଜିଲ୍ଲା ସ୍କୁଲରେ ଅଧ୍ୟୟନ କଲେ । ଏହି ସ୍କୁଲରୁ ସେ ୧୯୦୭ ମସିହାରେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏଣ୍ଟ୍ରାନ୍ସ ପାସ୍ ପରେ ଲକ୍ଷ୍ମୀକାନ୍ତ ରେଭେନ୍ସା ମହାବିଦ୍ୟାଳୟରେ ଆଇ.ଏ. ପଢ଼ିଲେ । ଆଇ.ଏ. ପାସ୍ କଲାପରେ କଲିକତାର ରିପନ୍ କଲେଜରେ ବି.ଏ. ଶ୍ରେଣୀରେ ସେ ନାମ ଲେଖାଇଲେ । ମାତ୍ର ସେଠାରେ ଅସୁବିଧା ହେବାରୁ, ଫେରିଆସି ସେ ରେଭେନ୍ସା ମହାବିଦ୍ୟାଳୟରେ ବି.ଏ. ପଢ଼ିଲେ । ଏହି କଲେଜରେ ଅଧ୍ୟୟନ ସମୟରେ ସେ ବ୍ୟାଡ଼ମିଣ୍ଟନ୍, ଟେନିସ୍, କ୍ରିକେଟ ଆଦି ଖେଳ ଖେଳିବା, ଗୋପୀଯନ୍ତ୍ର ବଜାଇ ଗୀତ ଗାଇବାରେ ଅଧିକ ସମୟ ବ୍ୟୟ କରୁଥିଲେ । ଏହା ଭିତରେ ଲକ୍ଷ୍ମୀକାନ୍ତଙ୍କର ବାଲେଶ୍ଵର ସୁନହଟର ଲାଲ୍ମୋହନ ଦାସଙ୍କ କନ୍ୟା ଲବଙ୍ଗଲତାଙ୍କ ସହିତ ବିବାହ ହୋଇଥିଲା । ଲକ୍ଷ୍ମୀକାନ୍ତ କେବଳ କ୍ରୀଡ଼ାପ୍ରେମୀ ନଥିଲେ ସେ ମଧ୍ୟ କଳାକାର ଭାବରେ ଅଭିନୟ ଓ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଦେଉଥ୍ଲେ । ଲଣ୍ଡନରେ ପଞ୍ଚମ ଜର୍ଜଙ୍କ ଅଭିଷେକୋତ୍ସବ ଉଦ୍ଦେଶ୍ୟରେ ଭାରତବର୍ଷରେ ଉତ୍ସବମାନ ପାଳିତ ହେଉଥିଲା । ଏହି ସମୟରେ ରେଭେନ୍ସା ମହାବିଦ୍ୟାଳୟରେ ୧୯୧୨ ମସିହାରେ ‘କାଞ୍ଚିକାବେରୀ’ ନାଟକ ଅଭିନୀତ ହୋଇଥିଲା । ଏହି ନାଟକରେ ଭଦ୍ରା ଓ ଭିକାରୁଣୀ ଭୂମିକାରେ ସେ ଅଭିନୟ କରିଥିଲେ । ଏଥିରେ କେନ୍ଦେରା ଓ ରାମତାଳି, ଗୋପୀଯନ୍ତ୍ର ବଜାଇ ଗୀତ ଗାଇ ଦର୍ଶକଙ୍କୁ ବିମୋହିତ କରିଥିଲେ । ଏହି ନାଟକରେ ନର୍ତ୍ତକୀଭାବରେ ନାଚିକରି ଅନେକ ପ୍ରଶଂସା ପାଇଥିଲେ । ଛାତ୍ରଜୀବନରୁ ଲକ୍ଷ୍ମୀକାନ୍ତ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନାକରି ଯଶସ୍ୱୀ ହୋଇଥିଲେ । ସେ ସମୟରେ ପ୍ରକାଶ ପାଉଥିବା ‘ମୁକୁର’ ପତ୍ରିକାର ସମ୍ପାଦକ ବ୍ରଜସୁନ୍ଦର ଦାସ ଏବଂ ‘ଉତ୍କଳ ସାହିତ୍ୟ’ ପତ୍ରିକାର ବିଶ୍ବନାଥ କରଙ୍କର ସେ ଦୃଷ୍ଟି ଆକର୍ଷଣ କରିଥିଲେ । ରେଭେନ୍ସା ଛାତ୍ରାବାସରେ ସେ କବିତା ଲେଖାପାଇଁ ଉତ୍କଳମଣି ଗୋପବନ୍ଧୁଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ । ଆଇ.ଏ. ପଢ଼ିବାବେଳେ ତାଙ୍କ ଲେଖାପାଇଁ ଫକୀରମୋହନ ସେନାପତିଙ୍କଦ୍ୱାରା ପ୍ରଶଂସିତ ହୋଇଥିଲେ । ସେବକ ଉବରେ ସେ ରେଭେନ୍ସା ମହାବି ଦ୍ୟାଳୟର ଅଧ୍ୟାପକ ହେମଚନ୍ଦ୍ର ସରକାରଙ୍କ ତତ୍ତାବଧାନରେ ଗଢିଉଠିଥି ସେବ। ସଂସ୍ଥାରେ କାର୍ଯ୍ୟକରି ଦୀନ, ଦୁଃଖୀଙ୍କର ସେବା କରିଥିଲେ । କବିତା ଲେଖୁଥିବାରୁ ତାଙ୍କର ସାଙ୍ଗସାଥୀ ତାଙ୍କୁ କାନ୍ତକବି ବୋଲି ଡାକୁଥିଲେ । ପରବର୍ତୀ ସମୟରେ ୧୯୩୪ ମସିହାରେ ଭଦ୍ରକ ହାଇସ୍କୁଲର ଏକ ସମ୍ବର୍ଦ୍ଧନା ସଭାରେ ତାଙ୍କୁ ‘କାନ୍ତକବି’ ରୂପେ ଘୋଷଣା କରାଯାଇଥିଲା । ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ. ପାସ୍ କଲାପରେ ଲକ୍ଷ୍ମୀକାନ୍ତ ତାଙ୍କର ପୂର୍ବତନ ଅଭିଭାବକ ଉମାଚରଣଙ୍କୁ ଦେଖା କରିବାକୁ ପୁରୀ ଯାଇଥିଲେ । ସେଠାରେ ଜଗନ୍ନାଥ ଦର୍ଶନ କଲେ । ବି.ଏଲ୍. ପଢ଼ିବାର ଯୋଜନା ହେଲା । ଘରକୁ ଫେରିବା ପରେ ତାଙ୍କୁ ଜ୍ଵର ହେଲା । ଜ୍ଵର ଛାଡ଼ିଗଲା ପରେ ତାଙ୍କଠାରେ ଦୁରାରୋଗ୍ୟ ବ୍ୟାଧର ଉପସର୍ଗ ଦେଖାଗଲା । ପିତା ଭାଗବତ ପ୍ରସାଦ ପୁଅକୁ ରୋଗମୁକ୍ତ କରିବାପାଇଁ ଯେତେ ଚେଷ୍ଟା କଲେବି ଲକ୍ଷ୍ମୀକାନ୍ତ ଭଲ ହୋଇପାରିଲେ ନାହିଁ । ବରଂ ଶାରୀରିକ ସ୍ତରରେ ସେ ବିକଳାଙ୍ଗ ହୋଇଗଲେ । ଏହି ପରିସ୍ଥିତିରେ ସେ କୁଳଗୁରୁ ବାବାଜୀ ରାମଦାସଙ୍କଠାରୁ ଦୀକ୍ଷା ଗ୍ରହଣ କରି, ଇଷ୍ଟଦେବ ଗୋପିନାଥଙ୍କ ସେବା, ଭଜନ କୀର୍ତ୍ତନରେ ମନୋନିବେଶ କଲେ । ଶେଷ ସମୟ ପର୍ଯ୍ୟନ୍ତ ସେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ଆତ୍ମସନ୍ତୋଷ ଲାଭ କରିବା ସହିତ ବିଦଗ୍ଧ ପାଠକ ପ୍ରାଣରେ ହାସ୍ୟରସ, ଆଧ୍ୟାତ୍ମବାଦ, କରୁଣ ରସାତ୍ମକ ଭାବ ସୃଷ୍ଟି କରିଥିଲେ । ଲଷ୍ଠୀ କାନ୍ତ ତାଙ୍କର ସାରସ୍ଵତ ସାଧନା ପାଇଁ ମରି ମଧ୍ୟ ଆମର ରହିଛନ୍ତି।
29. କାନ୍ତକବିଙ୍କ ସାହିତ୍ୟକୃତିଗୁଡ଼ିକର ବିବରଣୀ ପ୍ରଦାନ କର ।
Ans.
ଆଧୁନିକ ଓଡ଼ିଆ ସାହିତ୍ୟାକାଶରେ ଯେଉଁ କେତେଜଣ ଉଜ୍ଜ୍ବଳ ଜ୍ୟୋତିଷ୍କ ସେମାନଙ୍କ ଅମଳିନ ଦୀପ୍ତିରେ ମହମାମଣ୍ଡତ କରିଛନ୍ତି, ସେମାନଙ୍କ ମଧ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ । ତୁଳସୀ ଦୁଇପତ୍ରରୁ ବାସିଲା ପରି, ଲକ୍ଷ୍ମୀକାନ୍ତ ଛାତ୍ର ଜୀବନରୁ ସାହିତ୍ୟ ସାଧନାରେ ମନୋନିବେଶ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଲକ୍ଷ୍ମୀକାନ୍ତ ବିଦ୍ୟାଳୟ ଜୀବନରେ ପାଠ୍ୟପୁସ୍ତକ ଉପରେ ଯେତିକି ଗୁରୁତ୍ଵ ଦେଉନଥିଲେ, ତା’ଠାରୁ ଅଧିକ ଗୁରୁତ୍ଵ ଦେଇଥିଲେ ଅନ୍ୟାନ୍ୟ ପୁସ୍ତକ ପଠନରେ । ସେଥିପାଇଁ ସେହି ଛାତ୍ର ଜୀବନରୁ ସେ କବିତା ଲେଖାରେ ବିଶେଷ ଧ୍ୟାନ ଦେଇଥିଲେ । ଏଣ୍ଟ୍ରାନ୍ସ ପାସ୍ କରି ରେଭେନ୍ସା ମହାବିଦ୍ୟାଳୟରେ ଆଇ.ଏ. ପଢ଼ିଲାବେଳେ ଛାତ୍ରାବାସରେ କବିତା ଲେଖାପାଇଁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ । ସେହି ସମୟରେ ସେ ଫକୀରମୋହନ ସେନାପତିଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲେ । ବି.ଏ. ପଢ଼ିଲାବେଳେ ପ୍ରବନ୍ଧ ଲେଖାପାଇଁ ‘ମୁକୁର’ ପତ୍ରିକାର ସଂପାଦକ ବ୍ରଜସୁନ୍ଦର ଦାସ ଏବଂ ‘ଉତ୍କଳ ସାହିତ୍ୟ’ ପତ୍ରିକାର ସମ୍ପାଦକ ବିଶ୍ଵନାଥ କରଙ୍କର ସେ ଦୃଷ୍ଟି ଆକର୍ଷଣ କରିଥିଲେ । ସବୁବେଳେ କବିତା ଲେଖୁଥିବାରୁ ସାଙ୍ଗସାଥୀମାନେ ତାଙ୍କୁ କାନ୍ତକବି ଡାକୁଥିଲେ । କିନ୍ତୁ ୧୯୩୪ ମସିହାରେ ଭଦ୍ରକ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା କରାଯାଇ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ରୂପେ ଘୋଷଶା କରାଯାଇଥିଲା । କାନ୍ତକବି ପରିବାର ଥିଲା ସ୍ବାଧୀନତା ସଂଗ୍ରାମୀ ପରିବାର । ସେ ଲକ୍ଷ୍ୟ କରିଥିଲେ ଅନେକ ସ୍ଵାଧୀନତା ସଂଗ୍ରାମୀଙ୍କର ଦୋଷଦୁର୍ବଳତାକୁ । ସେହି ସଂଗ୍ରାମୀମାନଙ୍କୁ ପରିବର୍ତ୍ତନ ପାଇଁ ସେ ‘ଅସହଯୋଗୀ’ ଛଦ୍ମ ନାମରେ ରଚନା କରିଥିଲେ ‘ଅସହଯୋଗୀର ଆତ୍ମକଥା । ଏହି ଲେଖା ‘ଉତ୍କଳ ସାହିତ୍ୟ’ ପତ୍ରିକାର ପାଞ୍ଚଟି ସଂଖ୍ୟାରେ ପ୍ରକାଶ ପାଇଥିଲା । କାନ୍ତକବି ସ୍ଵାଧୀନତା ସଂଗ୍ରାମ ବା ଭାରତୀୟ ମୁକ୍ତି ସଂଗ୍ରାମ ସମ୍ବନ୍ଧରେ ସଚେତନ ଥିଲେ । ତାଙ୍କର ସେହି ସଚେତନ ଭାବ ତାଙ୍କର ଅନେକ କବିତା, ଲାଳିକା, ଜାତୀୟ ସଙ୍ଗୀତ ‘କଣାମାମୁ’, ଉପନ୍ୟାସ ଓ ନାଟକାଦିରୁ ଉପଲବ୍ଧ ହୋଇଥାଏ । ଲକ୍ଷ୍ମୀକାନ୍ତ ‘ଗୋପିନାଥ ସଙ୍ଗୀତ ସମାଜ’ ଗଠନ କରିଥିଲେ। ଏହି ସଂସ୍ଥାଟି ପ୍ରଥମେ ଅପେରା ଓ ପରେ ହ୍ୟୁଟିରରେ ପରିଣତ ହୋଇଥିଲା । ଏଥୁରେ ସେ ରଚନା କରିଥିବା ‘ଶରହ୍ରାସ’, ‘ବସନ୍ତ ବିଳାସ’, ‘କାଳୀୟ ଦଳନ’, ‘ବ୍ରଜ ବର୍ଜନ’, ‘ବଂଶୀଶିକ୍ଷା’ ଆଦି ନାଟକ ଅଭିତୀତ କରାଇଥିଲେ । ଗାନ୍ଧୀଙ୍କ ଆଦର୍ଶ ଓ ବାଣୀ ପ୍ରତି ଅନୁରାଗୀ ହୋଇ ସେ ସମ୍ପର୍କରେ ଅନେକ କବିତା ରଚନା କରିଥିଲେ । ଲକ୍ଷ୍ମୀକାନ୍ତଙ୍କର ଅଧିକାଂଶ ରଚନା ଥିଲା ହାସ୍ୟ କୌତୁକ ଓ ବ୍ୟଙ୍ଗ ବିଦ୍ରୂପଧର୍ମୀ । ସେ ଯେପରି ହସିବା ଓ ଲେଖା ମାଧ୍ୟମରେ ପାଠକଙ୍କୁ ହସାଇବାକୁ ଜନ୍ମ ନେଇଥିଲେ ବୋଲି ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି । ପଦ୍ୟରେ ଲେଖୁଥିବା ଲାଳିକା ଏବଂ ନାଟ୍ୟରୀତିରେ ଅନୁକରଣରେ ‘ଚଟକ କରିଥିଲେ । ଲକ୍ଷ୍ମୀକାନ୍ତଙ୍କର ଅଧିକାଂଶ ରଚନା ଥିଲା ହାସ୍ୟ କୌତୁକ ଓ ବ୍ୟଙ୍ଗ ବିଦୂପଧର୍ମୀ । ସେ ଯେପରି ହସିବା ଓ ଲେଖା ମାଧ୍ୟମରେ ପାଠକଙ୍କୁ ହସାଇବାକୁ ଜନ୍ମ ନେଇଥିଲେ ବୋଲି ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି । ପଦ୍ୟରେ ଲେଖୁଥିବା ଲାଳିକା ଏବଂ ନାଟ୍ୟରୀତିରେ ପ୍ରହସନ ତାଙ୍କ ହାସ୍ୟ ସୃଷ୍ଟିକାରା ରଚନା ଶୈଲାର ବଳିଷ୍ଠ ସ୍ଵାକ୍ଷର କରିସୂର୍ଯ୍ୟ ବଳଦେବଙ୍କ କଳାମା ଶିକାରେ ଚାନ୍ଦ ଅନୁସରଣ ଧଳାମା ଶିକରେ ଅନୁକରଣରେ ‘ଚଟକ ଚନ୍ଦ୍ରହାସ ଚମ୍ପୂ’, ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘କଳାମାଣିକରେ’ ଛାନ୍ଦ ଅନୁସରଣ ‘ଧଳାମାଣିକରେ, ଫକୀରମୋହନଙ୍କ ‘ଉତ୍କଳ ଭ୍ରମଣ’ ଅନୁକରଣରେ ‘କଟକ ସଫର’ ଆଦି ତାଙ୍କର ହାସ୍ୟରସାତ୍ମକ ସୃଷ୍ଟି ପାଠକକୁ ବିପୁଳ ଆନନ୍ଦ ଦେଇଥାଏ । ପ୍ରହସନ ଭାବରେ ‘ଡିମ୍ବକ୍ରେସୀ ସଭା’, ‘ହନୁମନ୍ତର ବସ୍ତ୍ରହରଣ’, ‘ଜର୍ମାନ ଭୂତ ଓ ବ୍ରିଟିଶ ଦୂତଙ୍କ ପ୍ରଶ୍ନୋତ୍ତର’ର ତାଙ୍କ ଉଲ୍ଲେଖଯୋଗ୍ୟ କୃତି । ଶିଶୁ ସାହିତ୍ୟିକ ଭାବରେ ଲକ୍ଷ୍ମୀକାନ୍ତ ନିଜସ୍ବ ପରିଚୟ ସୃଷ୍ଟି କରିଛନ୍ତି । ‘ପିଲାଙ୍କ କଥା’, ‘ଚିଡ଼ିଆଖାନା’, ‘ପାଠମାଳା’, ‘ସାହିତ୍ୟ ସୁଧାକର’ ଶିଶୁ ଓ କିଶୋରମାନଙ୍କ ପାଇଁ ତାଙ୍କଦ୍ବାରା ରଚିତ ଉପାଦେୟପୁସ୍ତକ । ଲକ୍ଷ୍ମୀକାନ୍ତ ଅନେକ ପ୍ରବନ୍ଧ ଓ ସାହିତ୍ୟ ସମାଲୋଚନା ଲେଖୁ ଓଡ଼ିଆ ଗଦ୍ୟସାହିତ୍ୟକୁ ସମୃଦ୍ଧ କରିଛନ୍ତି । ସେଗୁଡ଼ିକ ହେଉଛି ‘ହାସ୍ୟରସ’, ‘ସାହିତ୍ୟ ସୃଷ୍ଟିରେ ହାସ୍ୟରସ’, ‘କବି ଓ କବିତ୍ଵ’, ‘ଓଡ଼ିଆ ସଙ୍ଗୀତ’ । ସେହିପରି ‘ଗୋପବନ୍ଧୁଙ୍କ ସ୍ମୃତି’, ‘ସ୍ମୃତିପ୍ରଭା’, ‘ଚିନ୍ତାମଣି ସ୍ମୃତି’, ‘ଖଣ୍ଡିଏ ଚିଠି’, ଭଳି ଜୀବନ ସ୍ମୃତିମୂଳକ ପ୍ରବନ୍ଧରୁ କାନ୍ତକବିଙ୍କ ଆତ୍ମସଂଲଗ୍ନ ଭାବଉଲ୍ଲାସ ବାରି ହୋଇଡ଼ୋ କବି ଜାତୀୟତାବୋଧ ମୂଳକ ବା ଦେଶାତ୍ମବୋଧକ ଭାବକୁ ନେଇ ଅନେକ କବିତା ରଚନା କରିଛନ୍ତି । ସେଗୁଡ଼ିକ ‘ଜାତୀୟ ସଙ୍ଗୀତ’ କବିତା ସଂକଳନରେ ସଂକଳିତ । ‘ବନ୍ଦେ ଉତ୍କଳ ଜନନୀ’, ‘କୋଟିକୋଟି କଣ୍ଠେ ଆଜି’, ‘ଉଡ଼ାଇ ନିଶାଣ ବଜାଇ ଭେରୀ’ ‘ସାଜରେ ସାଜରେ’ ଏହି ସଙ୍କଳନରେ ଉଲ୍ଲେଖଯୋଗ୍ୟ କୃତି । ପୁନଶ୍ଚ ତାଙ୍କର ଆଧ୍ୟାତ୍ମ ଗୀତ ସଂକଳନ ହେଉଛି ‘ଜୀବନ ସଂଗୀତ’ । ଏହି ଗୀତଗୁଡ଼ିକରେ ଥିବା ଉଚ୍ଚାଙ୍ଗ ଭାବ ସଂପଦ ତାଙ୍କ ସୃଷ୍ଟିରୁ ଅନନ୍ୟତା ପ୍ରମାଣ କରେ। ଉପରୋକ୍ତ ଦୃଷ୍ଟିକୋଣରୁ ବିଚାର କଲେ କାନ୍ତକବି ଯେ ଜଣେ ବଳିଷ୍ଠ ସାରସ୍ଵତ ସାଧକ ଏଥିରେ ଦ୍ବିମତ ନାହିଁ ।
30. ରୁଗ୍ଣ ସ୍ଵାସ୍ଥ୍ୟର କାନ୍ତକବି ମୃତ୍ୟୁ ପର୍ଯ୍ୟନ୍ତ କେଉଁ କେଉଁ କାମ ସହ ସଂପୃକ୍ତ ଥୁଲେ, ଦର୍ଶାଅ ।
Ans.
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଜଣେ ବହୁ ପରିଚିତ ପ୍ରତିଭା । ଭାଗ୍ୟ ବିପର୍ଯ୍ୟୟ ହେତୁ ସେ ସମୟରେ ବି.ଏ. ପାଶ୍ କରିଥିଲେ ମଧ୍ୟ ଛାତ୍ରଜୀବନର ଖେଳୁଅଡ଼ ମନୋବୃତ୍ତିକୁ ସାକାର କରିପାରି ନଥିଲେ ରୁଗ୍ଣ ସ୍ୱାସ୍ଥ୍ୟ ପାଇଁ। ତଥାପି କୁଳଦେବତାଙ୍କ ନିକଟରେ ନିଜକୁ ସମର୍ପିତ କଲାପରେ ଦୃଢ଼ ମନୋବଳ ପାଇଁ ସେ ଆଧ୍ୟାତ୍ମ ଅନୁଚିନ୍ତା ବୁଡ଼ି ରହୁଥିଲେ । ସଙ୍ଗୀତ ସାଧନା ଓ ସାହିତ୍ୟ ସାଧନାରେ ନିଜକୁ ନିମଜ୍ଜିତ କରି, ହସି ହସାଇ, ରସି ରସାଇ ନିଜ ଜୀବନର ମୂଲ୍ୟବାନ ସମୟରୁ ସଫଳ କରିଥିଲେ । ଶିବ ବିଷପାନ କରି ସମଗ୍ର ବିଶ୍ୱକୁ ଅମୀୟ ସ୍ରୋତରେ ଭସାଇ ଦେଲାପରି, ଲକ୍ଷ୍ମୀକାନ୍ତ ନିଜ ଜୀବନରେ ବାଧାବିଘ୍ନ, ରୋଗ-ଶୋକ ରୂପକ ବିଶକୁ ପାନକରି ହାସ୍ୟରସର ଅମୃତମୟ ଭାବଧାରାରେ ବିଭୋର କରି ଦେଇଥିଲେ । ତାଙ୍କର କାନ୍ତ କୋମଳ ପଦ୍ୟାବଳୀ ମାଧ୍ୟମରେ ଦରଦୀ ହୃଦୟରେ ସ୍ବତନ୍ତ୍ର ସ୍ଥାନ ନେଇ ପାରିଥିଲେ । ଅନ୍ତର୍ନିହିତ ଯନ୍ତ୍ରଣାକୁ ପରଭୂତ କରି ତାଙ୍କର କବିତ୍ଵ ଆନନ୍ଦର ଧ୍ଵଜା ଉଡ଼ାଇ ପାରିଥିଲା । ଦୁଃଖ ଯନ୍ତ୍ରଣା ଯେପରି ଜୀବନର ଅଭିଶାପ ନହୋଇ, ହୋଇଥିଲା ବିମଳ ହାସ୍ୟ ସୃଷ୍ଟି କରିବାର ପ୍ରେରଣାର ଧାରା । ରେଭେନ୍ସା ମହାବିଦ୍ୟାଳୟରୁ ଲକ୍ଷ୍ମୀକାନ୍ତ ୧୯୧୩ ମସିହାରେ ବି.ଏ. ପାସ୍ କଲାପରେ ପୂର୍ବରୁ ତାଙ୍କ ଅଭିଭାବକ ଦାୟିତ୍ୱ ତୁଲାଇଥିବା ଉମାଚରଣଙ୍କୁ ଦେଖା କରିବାପାଇଁ ପୁରୀ ଯାଇଥିଲେ । ସେଠାରେ ରହି ଜଗନ୍ନାଥ ଦର୍ଶନ କରି ଘରକୁ ଫେରିଲେ । ଘରକୁ ଫେରିବା ପରେ ତାଙ୍କୁ ଜ୍ଵର ହୋଇଥିଲା । ଜ୍ଵର ଛାଡ଼ି ଯିବାପରେ, ସେକାଳର ଦୁରାରୋଗ୍ୟ ବ୍ୟାଧର ଉପସର୍ଗ ଦେଖା ଦେଇଥିଲା । ପିତା ଭାଗବତ ପ୍ରସାଦ ଚିକିତ୍ସାର ସମସ୍ତ ପ୍ରଯନ୍ କଲେ, ହେଲେ ଲକ୍ଷ୍ମୀକାନ୍ତ ଶାରୀରିକ ସ୍ତରରେ ବିକଳାଙ୍ଗ ହୋଇଗଲେ । ଏହି ବ୍ୟାଣ୍ଡ୍ ପାଇଁ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଲେ । କୁଳଗୁରୁ ବାବାଜୀ ରାମଦାସଙ୍କଠାରୁ ଦୀକ୍ଷା ଗ୍ରହଣ କଲେ । ତାଙ୍କରି ପରାମର୍ଶରେ କୁଳଦେବତା ଗୋପିନାଥଙ୍କ ନିକଟରେ ନିଜକୁ ସମର୍ପିତ କରିଦେଲେ । ଏହାପରେ ସେ କୀର୍ତ୍ତନ ଭଜନପ୍ରତି ସଦା ଆସକ୍ତ ରହିଲେ । ଏହାପରେ ଲକ୍ଷ୍ମୀକାନ୍ତଙ୍କ ଜୀବନଧାରା ଭିନ୍ନ ମୋଡ଼ ନେଇଥିଲା । ବ୍ୟାଧିଗ୍ରସ୍ତ ହେଲାପରେ ଲକ୍ଷ୍ମୀକାନ୍ତ ସଦାସର୍ବଦା ନିଜକୁ ସାହିତ୍ୟ, ସଙ୍ଗୀତ, ସଂକୀର୍ତ୍ତନ ଚର୍ଚ୍ଚା, ଇଷ୍ଟପୂଜା, ଗୁରୁବାଣୀ ବିଚାରଧାରାରେ ବୁଡ଼ାଇ ରଖିଲେ । ଏହା ଯେପରି ତାଙ୍କ ଜୀବନ ପାଇଁ ଥିଲା ସାନ୍ତନାର ଔଷଧ । ପ୍ରଲୁବ୍ଧ କରିଥିଲା । ସେ ସିଧାସିଧ୍ ସଂଗ୍ରାମରେ ଯୋଗ ଦେଇ ନ ପାରିଲେ ବି ସଂଗ୍ରାମୀମାନଙ୍କ ପାଇଁ ପ୍ରେରଣାର ଭାବ ସୃଷ୍ଟି କରିଥିଲେ । ସ୍ଵାଧୀନତା ସଂଗ୍ରାମୀମାନଙ୍କ ତ୍ରୁଟି ବିଚ୍ୟୁତିକୁ ଲକ୍ଷ୍ୟକରି ଛଦ୍ମନାମରେ ସେ ରଚନା କରିଥିଲେ ‘ଅସହଯୋଗୀର ଆତ୍ମକଥା’ । କନିକା ମେଳିର କଂଗ୍ରେସରେ ନେତୃସ୍ଥାନୀୟ ବ୍ୟକ୍ତିଙ୍କର ତହିଁରେ ଭୂମିକାକୁ ଲକ୍ଷ୍ୟକରି ବ୍ୟଙ୍ଗ ବିଦୁପଧର୍ମୀ ‘ପଞ୍ଚାମୃତ’ ନାଟିକା ରଚନା କରିଥିଲେ । ୧୯୨୧ ମସିହାରେ ଲକ୍ଷ୍ମୀକାନ୍ତ ‘ଗୋପିନାଥ ସଙ୍ଗୀତ ସମାଜ’ ଗଠନ କରିଥିଲେ । ଏହି ଅନୁଷ୍ଠାନର ଆୟୁକାଳ ଥିଲା ମାତ୍ର ପାଞ୍ଚବର୍ଷ । ଏହି ଅନୁଷ୍ଠାନ ମାଧ୍ୟମରେ ସେ ‘ଶରଦ୍ରାସ’, ‘ବସନ୍ତ ବିଳାସ’, ‘କାଳୀୟ ଦଳନ’, ‘ବ୍ରଜ ବର୍ଜନ’, ‘ବଂଶୀଶିକ୍ଷା’ ଆଦି ନାଟକ ରଚନା କରି ପରିବେଷଣ କରିବାର ବ୍ୟବସ୍ଥା କରିଥିଲେ । ପରେ ପରେ ‘ବେଶ ବଦଳା’, ‘ଶ୍ରୀ ଶ୍ରୀ ଗୌର ସନ୍ୟାସ’, ‘କର୍ଣ୍ଣ’, ‘ଲକ୍ଷ୍ମୀ ଚଣ୍ଡାଳୁଣୀ’ ନାଟକ ରଚନା କରି ଅଭିନୟ କରାଇଥିଲେ । ‘ଗୋପିନାଥ ସଙ୍ଗୀତ ସମାଜ’ ଭାଙ୍ଗିଯିବା ପରେ ସେ ‘ଗୋପିନାଥ ପ୍ରେସ୍’ ସ୍ଥାପନ କଲେ। ୧୯୩୭ ମସିହାରୁ ଏହି ପ୍ରେସ୍ ‘ଡଗର’ ପତ୍ରିକା ପ୍ରକାଶ ପାଇଥିଲା । ଲକ୍ଷ୍ମୀକାନ୍ତ ସାହିତ୍ୟ ମାଧ୍ୟମରେ ହାସ୍ୟ ଯୌତୁକ, ବ୍ୟଙ୍ଗ ବିଦ୍ରୂପ ସୃଷ୍ଟି କରିବାରେ ପାରଙ୍ଗମ ଥିଲେ । ସତେ ଯେପରି ହସିବା ଓ ଅନ୍ୟମାନଙ୍କୁ ନିଜ ଲେଖା ମାଧ୍ୟମରେ ହସାଇବାର ଅଦ୍ଭୁତ ଶକ୍ତି ନେଇ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କଦ୍ବାରା ରଚିତ ‘ଚଟକ ଚନ୍ଦ୍ରହାସ ଚମ୍ପୁ’, ‘ଧଳାମାଣିକରେ’, ‘କଟକ ସଫର’, ‘ତିମ୍ବକ୍ରେସୀ ସଭା’, ‘ହନୁମନ୍ତର ବସ୍ତ୍ରହରଣ’ ଆଦି ସୃଷ୍ଟିରେ ଏହି ଭାବ ଦେଖିବାକୁ ମିଳେ। ସାହିତ୍ୟର ବିଭିନ୍ନ ବିଭାଗରେ ଲକ୍ଷ୍ମୀକାନ୍ତ ଲେଖନୀ ଚାଳନା କରିଥିଲେ ବି, ଆଧ୍ୟାୟିକ ଅନୁଚିନ୍ତା ତାଙ୍କୁ ଜୀବନର ପରମଶାନ୍ତି ଦେଇଥିଲା । ନିଜ ହୃଦୟର ବ୍ୟଥାତୁର ଭାବ ନେଇ ସେ ଭଗବାନଙ୍କୁ ନିବେଦନ କରିଥିଲେ ।
‘‘ସବୁଥୁରୁ ବଞ୍ଚ କରି
କେଉଁ ଯଶବାନା ଉଡ଼ାଇବ ହେ
ଯାହା ଦେଇଥୁଲ ସବୁତ ନେଲଣି
ଆଉ ଏବେ କିସ ଛଡ଼ାଇବ ହେ ।’’
କିମ୍ବା, ‘ମଉଳା ଏ ମୋର ଫୁଲବନେ
ଚହଟି ଉଠୁଛି ଜହ୍ନରାତି
ପରାଣ ସଖା ଆସିବେ ବୋଲି
ଦୁଲୁକି ଦୁଲୁକି ଉଠେ ଛାତି ।’’
କେଉଁ ଯଶବାନା ଉଡ଼ାଇବ ହେ
ଯାହା ଦେଇଥୁଲ ସବୁତ ନେଲଣି
ଆଉ ଏବେ କିସ ଛଡ଼ାଇବ ହେ ।’’
କିମ୍ବା, ‘ମଉଳା ଏ ମୋର ଫୁଲବନେ
ଚହଟି ଉଠୁଛି ଜହ୍ନରାତି
ପରାଣ ସଖା ଆସିବେ ବୋଲି
ଦୁଲୁକି ଦୁଲୁକି ଉଠେ ଛାତି ।’’
ସମୟ ବିଶେଷରେ ଲକ୍ଷ୍ମୀକାନ୍ତ ଅଭିଯୋଗ କରିଛନ୍ତି, ଆଘାତରେ କ୍ରନ୍ଦନ କରିଛନ୍ତି, ପୁଣି ସେହି ନିବିଡ଼ ଅନ୍ଧକାର ଭିତରେ ଆଶାର ଉଜ୍ଜଳ ଦୀପ୍ତି ଦେଖ୍ ଆତ୍ମହରା ହୋଇଛନ୍ତି । କାନ୍ତକବି ଥିଲେ ବୈଷ୍ଣବ । ଋଗ୍ଣ ସ୍ଵାସ୍ଥ୍ୟ ନେଇ ସେ ଜୀବନ ଧାରଣ କରୁଥିଲେ ବି ତାଙ୍କର ଲେଖାବଳୀରେ ସ୍ଵଦେଶପ୍ରାଣତା । ଓ ଆଶାବାଦର ଭାବକୁ ସେ ସଦାସର୍ବଦା ପ୍ରକାଶ କରୁଥିଲେ । ସାହିତ୍ୟର ଆବେଦନରେ ପାଠକକୁ ହାସ୍ୟରେ ବିମୋହିତ କରୁଥିଲେ । ମାନସିକ ସ୍ତରରେ ସେ ଚଳଚଞ୍ଚଳ ରହି ଓଡ଼ିଶାବାସୀଙ୍କୁ ନୂତନ ଦିଗ୍ଦର୍ଶନ ଓ ପ୍ରେରଣା ପ୍ରଦାନରେ ନିଜକୁ ନିୟୋଜିତ କରୁଥିଲେ ।